ଶ୍ରେଣୀଗୃହରୁ ଭିଡ଼ିଆଣି ୨ ଛାତ୍ରଙ୍କୁ ମାଡ଼

ନୟାଗଡ଼,୩।୮(ଲୋକନାଥ ମିଶ୍ର): ଛୁଁଆ ଅଛୁଁଆ ଭେଦଭାବକୁ ନେଇ ନୟାଗଡ଼ ସଦର ଥାନା ଅନ୍ତର୍ଗତ ମାଛିପଡ଼ାସ୍ଥିତ ଗୋଟିଏ କ୍ୟାମ୍ପସରେ ଥିବା ଚନ୍ଦ୍ରଶେଖର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଶ୍ୟାମବନ୍ଧୁ ଉଚ୍ଚ ବିଦ୍ୟାଳୟ ପରିସର କିଛିଦିନ ହେଲା ଅଶାନ୍ତ ହୋଇପଡ଼ିଛି। କେତେଜଣ ସବର୍ଣ୍ଣ ଏବଂ ଅସବର୍ଣ୍ଣ ଛାତ୍ର ଓ ଅଣଛାତ୍ର ମୁହଁାମୁହିଁ ହୋଇଆସିଛନ୍ତି। ଜୁଲାଇ ୨୪ ତାରିଖରେ ସବର୍ଣ୍ଣ ଛାତ୍ରଙ୍କ ମାଡ଼ରେ ୨ ସ୍କୁଲର ୧୦ଜଣ ଅସବର୍ଣ୍ଣ ଛାତ୍ର ଆହତ ହୋଇଥିଲେ। ଏହି ବିବାଦର ସମାଧାନ ହୋଇଥିଲେ ହେଁ ଅସନ୍ତୋଷ କୁହୁଳୁଥିଲା। ଶୁକ୍ରବାର ପୂର୍ବାହ୍ନରେ କେତେଜଣ ଅସବର୍ଣ୍ଣ ଛାତ୍ର ଓ ଅଣଛାତ୍ର ମିଶି ୨ଜଣ ଦଶମ ଶ୍ରେଣୀ ଛାତ୍ରଙ୍କୁ ଶ୍ରେଣୀଗୃହରୁ ଭିଡ଼ି ଆଣି ଗୋଡ଼େଇ ପିଟିଛନ୍ତି। ଏଥିରେ ଶ୍ୟାମବନ୍ଧୁ ଉଚ୍ଚ ବିଦ୍ୟାଳୟର ଛାତ୍ର ଶୁଭମ ବାଡତିଆ ଓ ଅନୀଲ ସାହୁ ଗୁରୁତର ଆହତ ହୋଇଛନ୍ତି। ଏନେଇ ନୟାଗଡ଼ ସଦର ଥାନାରେ ଅଭିଯୋଗ ହୋଇଛି। ସ୍କୁଲର ପ୍ରଧାନ ଶିକ୍ଷକ ଓ ଅନ୍ୟ ଶିକ୍ଷକଙ୍କ ସମ୍ମୁଖରେ ମାରପିଟ ହୋଇଥିଲା। ମାରପିଟ ଅଟକାଇବାକୁ ଯାଇ ଶିକ୍ଷକ ମଧ୍ୟ ମାଡ଼ ଖାଇଥିବା ଅଭିଯୋଗରେ ଉଲ୍ଲେଖ ରହିଛି। ଆହତ ୨ ଛାତ୍ରଙ୍କୁ ପ୍ରଥମେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥାରେ ଉନ୍ନତି ନ ଆସିବାର ଭୁବନେଶ୍ୱରର ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ମାରପିଟ ଘଟଣା ସିସିଟିଭିରେ କଏଦ୍‌ ହୋଇଛି। ସବର୍ଣ୍ଣ ଓ ଅସବର୍ଣ୍ଣ ବିବାଦ ଧୀରେ ଧୀରେ ଉଗ୍ରରୂପ ନେଉଥିବାରୁ ସ୍କୁଲରେ ପୋଲିସ ମୁତୟନ ହୋଇଛନ୍ତି। ଅପରପକ୍ଷେ ଘଟଣାକୁ ନେଇ ଜିଲା ଶିକ୍ଷା ଅଧିକାରୀ (ଡିଇଓ) ରାଜଶ୍ରୀ ପଟ୍ଟନାୟକ ପ୍ରଧାନ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି।
ମାଛିପଡ଼ା ସ୍କୁଲରେ ଛୁଅଁା ଅଛୁଅଁା ଭେଦଭାବ ରଖି ପ୍ରଧାନ ଶିକ୍ଷକ ଓ ସଂସ୍କୃତ ଶିକ୍ଷକଙ୍କ ନିର୍ଦ୍ଦେଶରେ ସବର୍ଣ୍ଣ ଛାତ୍ରମାନେ ଜୁଲାଇ ୨୪ ତାରିଖରେ ଅସବର୍ଣ୍ଣ ଛାତ୍ରମାନଙ୍କୁ ମାରପିଟ କରିଥିବା ନେଇ ଅସବର୍ଣ୍ଣଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା। ସ୍କୁଲ ପରିସରରେ ସବର୍ଣ୍ଣ ଛାତ୍ରଙ୍କ ମାଡ଼ରେ ୧୦ ଅସବର୍ଣ୍ଣ ଛାତ୍ର ଆହତ ହୋଇ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ। ଏହାକୁ ନେଇ ବିବାଦ ଉଗ୍ରରୂପ ନେଇଥିଲା। ଅସବର୍ଣ୍ଣ ଛାତ୍ରମାନଙ୍କ ଅଭିଭାବକମାନେ ସ୍କୁଲକୁ ଯାଇ ମାରପିଟ ଘଟଣାର ତଦନ୍ତ କରିବାକୁ ଦାବି କରିବା ସହ ଜିଲା ଶିକ୍ଷା ଅଧିକାରୀଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଥିଲେ। ଜିଲା ଶିକ୍ଷା ଅଧିକାରୀ ବିବାଦର ସମାଧାନ କରିଥିଲେ ହେଁ ଅସବର୍ଣ୍ଣ ଛାତ୍ରମାନେ ସ୍କୁଲକୁ ଆସୁ ନ ଥିଲେ। ଏଭଳିସ୍ଥଳେ ପୁଣି ଶୁକ୍ରବାର ମାରପିଟ ଘଟଣା ଶିକ୍ଷା ଓ ପୋଲିସ ବିଭାଗର ମୁଣ୍ଡବ୍ୟଥାର କାରଣ ପାଲଟିଛି।
ଶ୍ୟାମବନ୍ଧୁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଫକୀର ପ୍ରଧାନ ଥାନାରେ କରିଥିବା ଅଭିଯୋଗ ଅନୁସାରେ, ଜୁଲାଇ ୨୪ ତାରିଖର ଘଟଣାକୁ ନେଇ ଶୁକ୍ରବାର ସ୍କୁଲ ଭିତରେ ୨ ସବର୍ଣ୍ଣ ଛାତ୍ରଙ୍କୁ ମାରପିଟ କରାଯାଇଛି। ବେଲବଣି ଗଁା ସଭାପତିଙ୍କ ନିର୍ଦ୍ଦେଶ ଅନୁସାରେ, ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ରାହୁଲ ନାୟକ ଓ ସୁରେଶ ଚନ୍ଦ୍ର ନାୟକଙ୍କ ସମେତ ୨୦ଜଣ ଯୁବକ ମିଳିତ ହୋଇ ସ୍କୁଲ ପରିସରକୁ ପ୍ରବେଶ କରି ଅଶ୍ଲୀଳ ଭାଷାରେ ଗାଳିଗୁଲଜ ସହ ପାଟିତୁଣ୍ଡ କରିଥିଲେ। ପରେ ବିଦ୍ୟାଳୟରେ ପାଠ ପଢ଼ୁଥିବା ଶୁଭମ ଓ ଅନୀଲଙ୍କୁୁ ଶ୍ରେଣୀଗୃହରୁ ଘୋଷାଡ଼ି ନେଇ ସେମାନେ ପିଟିଥିଲେ। ଘଟଣାସ୍ଥଳରେ ଶିକ୍ଷକ ଶରତ କୁମାର ବେହେରା, ସନ୍ନ୍ୟାସୀ ପ୍ରଧାନ, ବାଳକୃଷ୍ଣ ସାହୁ, ଉପ୍ରା ମଇ ବିଦ୍ୟାଳୟର ପୂର୍ବତନ ସଭାପତି ସୁରେଶ କୁମାର ସାହୁ, ଗ୍ରାମ୍ୟ କମିଟିର ସଭ୍ୟ ବ୍ରଜ କିଶୋର ସାହୁ ଆକ୍ରମଣକାରୀଙ୍କୁ ମାରପିଟ ନେଇ ବାରଣ କରୁଥିଲେ ହେଁ ସେମାନେ କିଛି ଶୁଣି ନ ଥିଲେ ବୋଲି ପ୍ରଧାନ ଶିକ୍ଷକ ଏତଲାରେ ଦର୍ଶାଇଛନ୍ତି।
ଘଟଣା ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀ ରାଜଶ୍ରୀ ପଟ୍ଟନାୟକଙ୍କୁ ପଚାରିବାରେ ଜୁଲାଇ ୨୪ରେ ଛୁଅଁା ଅଛୁଁଆ ଭେଦଭାବକୁ ନେଇ ସୃଷ୍ଟ ବିବାଦକୁ ସମାଧାନ କରାଯାଇଥିଲା। ତେବେ କାହିଁକି ପୁଣି ବିବାଦ ହେଲା ବୁଝାପଡୁନି। ଶୁକ୍ରବାର ମାରପିଟ ସମ୍ପର୍କରେ ପ୍ରଧାନ ଶିକ୍ଷକ ଅବଗତ କରାଇବା ପରେ ଥାନାରେ ଅଭିଯୋଗ କରିବାକୁ ପରାମର୍ଶ ଦେଇ ଯୋଗାଯୋଗରେ ରହିବାକୁ କହିଥିଲି। ହେଲେ ପ୍ରଧାନ ଶିକ୍ଷକ ମୋ ଫୋନ ଉଠାଉନାହାନ୍ତି। ଏପରିକି ଗଣ୍ଡଗୋଳ ବିଷୟରେ ସନ୍ଧ୍ୟା ସୁଦ୍ଧା କୌଣସି ସୂଚନା ଦେଇନାହାନ୍ତି। ଅନ୍ୟପକ୍ଷେ ଏହି ଘଟଣାରେ ପ୍ରଧାନ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ରିପୋର୍ଟ ପାଇବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।
ନୟାଗଡ଼ ଏସ୍‌ପିଙ୍କ କାର୍ଯ୍ୟାଳୟର ସୂଚନା ଅନୁସାରେ, ପ୍ରଧାନ ଶିକ୍ଷକଙ୍କ ଅଭିଯୋଗ ପରେ ନୟାଗଡ଼ ସଦର ଥାନାରେ ଦଫା ୧୨୬(୨), ୩୨୯(୪), ୧୧୫(୨)୧୦୯/ ୩୫୧(୨) /୩(୫)ରେ ନଂ. ୧୮୦/୨୪ରେ ମାମଲା ରୁଜୁ ହୋଇଛି। ୬ଜଣ ନାବାଳକଙ୍କୁ ଅଟକ ରଖାଯାଇ ଶୂନ୍ୟ ସହନଶୀଳ ନୀତି ଆପଣେଇ ତଦନ୍ତ କରାଯାଉଛି। ଆହତଙ୍କ ଚିକିତ୍ସା ପାଇଁ ପୋଲିସର ଏକ ଟିମ୍‌ ଗଠନ କରାଯାଇଛି। ଭଲ ଚିକିତ୍ସା ଯୋଗାଇଦେବାକୁ ସିଡିଏମ୍‌ଓଙ୍କୁ ଅନୁରୋଧ କରାଯାଇଛି। ମାମଲାର ତଦନ୍ତକାରୀ ଅଧିକାରୀ ସଦର ଥାନା ଆଇଆଇସି ବିଜୟା ସାହୁ ରହିଛନ୍ତି। ସବର୍ଣ୍ଣ ଅସବର୍ଣ୍ଣ ମାମଲା ହୋଇଥିବାରୁ ଜଣେ ଡିଏସ୍‌ପିଙ୍କୁ ଏହାର ତଦନ୍ତ ଭାର ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏସିଆନ ଗେମ୍ସର ଓପନିଂ ମ୍ୟାଚ୍‌ରେ ଭାରତର ବଡ଼ ବିଜୟ

କାକାମିଗାହାରା,୨୦ା୯: ଏସିଆନ ଗେମ୍ସ ପୁରୁଷ ହକି ପୁଲ୍‌ ‘ଏ’ର ଓପନିଂ ମ୍ୟାଚରେ ଭାରତ ୧୩-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ଷ୍ଟ୍ରାଇକର ଦିଲ୍‌ପ୍ରୀତ ସିଂ ଏକାକି ୪ଟି…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆନ୍ଦୋଳନର ସମସ୍ତ ମାମଲା ପ୍ରତ୍ୟାହାର….

କୋଲକାତା,୨୦ା୯: ପଶ୍ଚିମବଙ୍ଗରେ କୁର୍ମି ସମୁଦାୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ପୂର୍ବ ସରକାରଙ୍କ ସମୟରେ କୁର୍ମି ଆନ୍ଦୋଳନ ସହ ଜଡ଼ିତ ଯେଉଁ ସବୁ…

ଟି୨୦ କ୍ରିକେଟରେ ଇତିହାସ ରଚିଲେ ମନ୍ଧାନା

ନିଶିନ,୨୦ା୯: ଭାରତୀୟ ଓପନର ସ୍ମୃତି ମନ୍ଧାନା ରବିବାର ନିଜ କ୍ୟାରିୟରରେ ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ବାଂଲାଦେଶ ବିପକ୍ଷ ଏସିଆନ ଗେମ୍ସ ସେମିଫାଇନାଲ ମ୍ୟାଚ୍‌ରେ ୩୭…

‘ଛାତ୍ରୋଁ କୀ ଗୁଞ୍ଜ୍‌’ କାର୍ଯ୍ୟକ୍ରମରେ ହାସ୍ୟାଭିନେତାଙ୍କ ଦ୍ୱାରା ମୋଦିଙ୍କୁ ନକଲ, ଦେଶରେ ହଇଚଇ!

ନୂଆଦିଲ୍ଲୀ,୨୦ା୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ରାଜନୈତିକ ବିବାଦ ଜୋର ଧରିଛି । ମଧ୍ୟପ୍ରଦେଶର ଇନ୍ଦୋରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଛାତ୍ରୋଁ କୀ ଗୁଞ୍ଜ୍‌’…

ଶେଫାଳିଙ୍କ ଦମ୍‌ଦାର ଶତକ: ଫାଇନାଲରେ ଭାରତ

ନିଶିନ,୨୦ା୯: ଶେଫାଳି ବର୍ମାଙ୍କ ଶତକ ବଳରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍‌ରେ ଭାରତ ୧୧୪ ରନ୍‌ରେ ବାଂଲାଦେଶକୁ ହରାଇ ମହିଳା କ୍ରିକେଟ ଟି୨୦ ଇଭେଣ୍ଟ ଫାଇନାଲରେ ପ୍ରବେଶ କରିଛି।…

ଖଣ୍ଡୁଆଳମାଳି ବକ୍ସାଇଟ୍ ଖଣି ଖନନକୁ ବିରୋଧ, ଅମଠାଗୁଡ଼ାରେ ୨୦ ଗାଁର ଶତାଧିକ ଆନ୍ଦୋଳନକାରୀ….

ଥୁଆମୂଳ ରାମପୁର,୨୦।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ କର୍ଲାପାଟ୍ ଅଞ୍ଚଳର ଖଣ୍ଡୁଆଳମାଳିରୁ ବକ୍ସାଇଟ୍ ଖନନକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି…

ବିଦ୍ୟାଳୟରୁ ଚାଉଳ-ଖେଳଣା ଚୋରି, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବୀରପଦ୍ମନାଭପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷ୍ଟୋର ରୁମରୁ ୩୦ ପ୍ୟାକେଟ ଚାଉଳ ଏବଂ…

ବରିଷ୍ଠ କିରାଣି ଜୟନ୍ତ ପ୍ରଧାନଙ୍କୁ ନିଲମ୍ବନ କଲେ କେନ୍ଦ୍ରାପଡ଼ା DEO

ଡେରାବିଶ, ୨୦।୯(ବେବର୍ତା ଅଜୟ ଦାସ): ଡେରାବିଶ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ବରିଷ୍ଠ କିରାଣୀ ଜୟନ୍ତ କୁମାର ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି । ନିଜ କାର୍ଯ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?