ଶ୍ରେଣୀଗୃହରୁ ଭିଡ଼ିଆଣି ୨ ଛାତ୍ରଙ୍କୁ ମାଡ଼

ନୟାଗଡ଼,୩।୮(ଲୋକନାଥ ମିଶ୍ର): ଛୁଁଆ ଅଛୁଁଆ ଭେଦଭାବକୁ ନେଇ ନୟାଗଡ଼ ସଦର ଥାନା ଅନ୍ତର୍ଗତ ମାଛିପଡ଼ାସ୍ଥିତ ଗୋଟିଏ କ୍ୟାମ୍ପସରେ ଥିବା ଚନ୍ଦ୍ରଶେଖର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଶ୍ୟାମବନ୍ଧୁ ଉଚ୍ଚ ବିଦ୍ୟାଳୟ ପରିସର କିଛିଦିନ ହେଲା ଅଶାନ୍ତ ହୋଇପଡ଼ିଛି। କେତେଜଣ ସବର୍ଣ୍ଣ ଏବଂ ଅସବର୍ଣ୍ଣ ଛାତ୍ର ଓ ଅଣଛାତ୍ର ମୁହଁାମୁହିଁ ହୋଇଆସିଛନ୍ତି। ଜୁଲାଇ ୨୪ ତାରିଖରେ ସବର୍ଣ୍ଣ ଛାତ୍ରଙ୍କ ମାଡ଼ରେ ୨ ସ୍କୁଲର ୧୦ଜଣ ଅସବର୍ଣ୍ଣ ଛାତ୍ର ଆହତ ହୋଇଥିଲେ। ଏହି ବିବାଦର ସମାଧାନ ହୋଇଥିଲେ ହେଁ ଅସନ୍ତୋଷ କୁହୁଳୁଥିଲା। ଶୁକ୍ରବାର ପୂର୍ବାହ୍ନରେ କେତେଜଣ ଅସବର୍ଣ୍ଣ ଛାତ୍ର ଓ ଅଣଛାତ୍ର ମିଶି ୨ଜଣ ଦଶମ ଶ୍ରେଣୀ ଛାତ୍ରଙ୍କୁ ଶ୍ରେଣୀଗୃହରୁ ଭିଡ଼ି ଆଣି ଗୋଡ଼େଇ ପିଟିଛନ୍ତି। ଏଥିରେ ଶ୍ୟାମବନ୍ଧୁ ଉଚ୍ଚ ବିଦ୍ୟାଳୟର ଛାତ୍ର ଶୁଭମ ବାଡତିଆ ଓ ଅନୀଲ ସାହୁ ଗୁରୁତର ଆହତ ହୋଇଛନ୍ତି। ଏନେଇ ନୟାଗଡ଼ ସଦର ଥାନାରେ ଅଭିଯୋଗ ହୋଇଛି। ସ୍କୁଲର ପ୍ରଧାନ ଶିକ୍ଷକ ଓ ଅନ୍ୟ ଶିକ୍ଷକଙ୍କ ସମ୍ମୁଖରେ ମାରପିଟ ହୋଇଥିଲା। ମାରପିଟ ଅଟକାଇବାକୁ ଯାଇ ଶିକ୍ଷକ ମଧ୍ୟ ମାଡ଼ ଖାଇଥିବା ଅଭିଯୋଗରେ ଉଲ୍ଲେଖ ରହିଛି। ଆହତ ୨ ଛାତ୍ରଙ୍କୁ ପ୍ରଥମେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥାରେ ଉନ୍ନତି ନ ଆସିବାର ଭୁବନେଶ୍ୱରର ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ମାରପିଟ ଘଟଣା ସିସିଟିଭିରେ କଏଦ୍‌ ହୋଇଛି। ସବର୍ଣ୍ଣ ଓ ଅସବର୍ଣ୍ଣ ବିବାଦ ଧୀରେ ଧୀରେ ଉଗ୍ରରୂପ ନେଉଥିବାରୁ ସ୍କୁଲରେ ପୋଲିସ ମୁତୟନ ହୋଇଛନ୍ତି। ଅପରପକ୍ଷେ ଘଟଣାକୁ ନେଇ ଜିଲା ଶିକ୍ଷା ଅଧିକାରୀ (ଡିଇଓ) ରାଜଶ୍ରୀ ପଟ୍ଟନାୟକ ପ୍ରଧାନ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି।
ମାଛିପଡ଼ା ସ୍କୁଲରେ ଛୁଅଁା ଅଛୁଅଁା ଭେଦଭାବ ରଖି ପ୍ରଧାନ ଶିକ୍ଷକ ଓ ସଂସ୍କୃତ ଶିକ୍ଷକଙ୍କ ନିର୍ଦ୍ଦେଶରେ ସବର୍ଣ୍ଣ ଛାତ୍ରମାନେ ଜୁଲାଇ ୨୪ ତାରିଖରେ ଅସବର୍ଣ୍ଣ ଛାତ୍ରମାନଙ୍କୁ ମାରପିଟ କରିଥିବା ନେଇ ଅସବର୍ଣ୍ଣଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା। ସ୍କୁଲ ପରିସରରେ ସବର୍ଣ୍ଣ ଛାତ୍ରଙ୍କ ମାଡ଼ରେ ୧୦ ଅସବର୍ଣ୍ଣ ଛାତ୍ର ଆହତ ହୋଇ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ। ଏହାକୁ ନେଇ ବିବାଦ ଉଗ୍ରରୂପ ନେଇଥିଲା। ଅସବର୍ଣ୍ଣ ଛାତ୍ରମାନଙ୍କ ଅଭିଭାବକମାନେ ସ୍କୁଲକୁ ଯାଇ ମାରପିଟ ଘଟଣାର ତଦନ୍ତ କରିବାକୁ ଦାବି କରିବା ସହ ଜିଲା ଶିକ୍ଷା ଅଧିକାରୀଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଥିଲେ। ଜିଲା ଶିକ୍ଷା ଅଧିକାରୀ ବିବାଦର ସମାଧାନ କରିଥିଲେ ହେଁ ଅସବର୍ଣ୍ଣ ଛାତ୍ରମାନେ ସ୍କୁଲକୁ ଆସୁ ନ ଥିଲେ। ଏଭଳିସ୍ଥଳେ ପୁଣି ଶୁକ୍ରବାର ମାରପିଟ ଘଟଣା ଶିକ୍ଷା ଓ ପୋଲିସ ବିଭାଗର ମୁଣ୍ଡବ୍ୟଥାର କାରଣ ପାଲଟିଛି।
ଶ୍ୟାମବନ୍ଧୁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଫକୀର ପ୍ରଧାନ ଥାନାରେ କରିଥିବା ଅଭିଯୋଗ ଅନୁସାରେ, ଜୁଲାଇ ୨୪ ତାରିଖର ଘଟଣାକୁ ନେଇ ଶୁକ୍ରବାର ସ୍କୁଲ ଭିତରେ ୨ ସବର୍ଣ୍ଣ ଛାତ୍ରଙ୍କୁ ମାରପିଟ କରାଯାଇଛି। ବେଲବଣି ଗଁା ସଭାପତିଙ୍କ ନିର୍ଦ୍ଦେଶ ଅନୁସାରେ, ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ରାହୁଲ ନାୟକ ଓ ସୁରେଶ ଚନ୍ଦ୍ର ନାୟକଙ୍କ ସମେତ ୨୦ଜଣ ଯୁବକ ମିଳିତ ହୋଇ ସ୍କୁଲ ପରିସରକୁ ପ୍ରବେଶ କରି ଅଶ୍ଲୀଳ ଭାଷାରେ ଗାଳିଗୁଲଜ ସହ ପାଟିତୁଣ୍ଡ କରିଥିଲେ। ପରେ ବିଦ୍ୟାଳୟରେ ପାଠ ପଢ଼ୁଥିବା ଶୁଭମ ଓ ଅନୀଲଙ୍କୁୁ ଶ୍ରେଣୀଗୃହରୁ ଘୋଷାଡ଼ି ନେଇ ସେମାନେ ପିଟିଥିଲେ। ଘଟଣାସ୍ଥଳରେ ଶିକ୍ଷକ ଶରତ କୁମାର ବେହେରା, ସନ୍ନ୍ୟାସୀ ପ୍ରଧାନ, ବାଳକୃଷ୍ଣ ସାହୁ, ଉପ୍ରା ମଇ ବିଦ୍ୟାଳୟର ପୂର୍ବତନ ସଭାପତି ସୁରେଶ କୁମାର ସାହୁ, ଗ୍ରାମ୍ୟ କମିଟିର ସଭ୍ୟ ବ୍ରଜ କିଶୋର ସାହୁ ଆକ୍ରମଣକାରୀଙ୍କୁ ମାରପିଟ ନେଇ ବାରଣ କରୁଥିଲେ ହେଁ ସେମାନେ କିଛି ଶୁଣି ନ ଥିଲେ ବୋଲି ପ୍ରଧାନ ଶିକ୍ଷକ ଏତଲାରେ ଦର୍ଶାଇଛନ୍ତି।
ଘଟଣା ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀ ରାଜଶ୍ରୀ ପଟ୍ଟନାୟକଙ୍କୁ ପଚାରିବାରେ ଜୁଲାଇ ୨୪ରେ ଛୁଅଁା ଅଛୁଁଆ ଭେଦଭାବକୁ ନେଇ ସୃଷ୍ଟ ବିବାଦକୁ ସମାଧାନ କରାଯାଇଥିଲା। ତେବେ କାହିଁକି ପୁଣି ବିବାଦ ହେଲା ବୁଝାପଡୁନି। ଶୁକ୍ରବାର ମାରପିଟ ସମ୍ପର୍କରେ ପ୍ରଧାନ ଶିକ୍ଷକ ଅବଗତ କରାଇବା ପରେ ଥାନାରେ ଅଭିଯୋଗ କରିବାକୁ ପରାମର୍ଶ ଦେଇ ଯୋଗାଯୋଗରେ ରହିବାକୁ କହିଥିଲି। ହେଲେ ପ୍ରଧାନ ଶିକ୍ଷକ ମୋ ଫୋନ ଉଠାଉନାହାନ୍ତି। ଏପରିକି ଗଣ୍ଡଗୋଳ ବିଷୟରେ ସନ୍ଧ୍ୟା ସୁଦ୍ଧା କୌଣସି ସୂଚନା ଦେଇନାହାନ୍ତି। ଅନ୍ୟପକ୍ଷେ ଏହି ଘଟଣାରେ ପ୍ରଧାନ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ରିପୋର୍ଟ ପାଇବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।
ନୟାଗଡ଼ ଏସ୍‌ପିଙ୍କ କାର୍ଯ୍ୟାଳୟର ସୂଚନା ଅନୁସାରେ, ପ୍ରଧାନ ଶିକ୍ଷକଙ୍କ ଅଭିଯୋଗ ପରେ ନୟାଗଡ଼ ସଦର ଥାନାରେ ଦଫା ୧୨୬(୨), ୩୨୯(୪), ୧୧୫(୨)୧୦୯/ ୩୫୧(୨) /୩(୫)ରେ ନଂ. ୧୮୦/୨୪ରେ ମାମଲା ରୁଜୁ ହୋଇଛି। ୬ଜଣ ନାବାଳକଙ୍କୁ ଅଟକ ରଖାଯାଇ ଶୂନ୍ୟ ସହନଶୀଳ ନୀତି ଆପଣେଇ ତଦନ୍ତ କରାଯାଉଛି। ଆହତଙ୍କ ଚିକିତ୍ସା ପାଇଁ ପୋଲିସର ଏକ ଟିମ୍‌ ଗଠନ କରାଯାଇଛି। ଭଲ ଚିକିତ୍ସା ଯୋଗାଇଦେବାକୁ ସିଡିଏମ୍‌ଓଙ୍କୁ ଅନୁରୋଧ କରାଯାଇଛି। ମାମଲାର ତଦନ୍ତକାରୀ ଅଧିକାରୀ ସଦର ଥାନା ଆଇଆଇସି ବିଜୟା ସାହୁ ରହିଛନ୍ତି। ସବର୍ଣ୍ଣ ଅସବର୍ଣ୍ଣ ମାମଲା ହୋଇଥିବାରୁ ଜଣେ ଡିଏସ୍‌ପିଙ୍କୁ ଏହାର ତଦନ୍ତ ଭାର ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri