ଗୋପରେ ପ୍ରାକୃତିକ ଗ୍ୟାସ୍‌, ପେଟ୍ରୋଲର ସନ୍ଧାନ: ୧୬ ଏକର ଜମିରେ ଆରମ୍ଭ ହେବ କାମ

ଗୋପ, ୧୧ା୪(ଡି.ଏନ୍‌.ଏ): ପୁରୀ ଜିଲା ଗୋପ ବ୍ଲକ ଅଧୀନ ଗୋପ ପଞ୍ଚାୟତର କୁଶୁପୁର ଏବଂ ମହଲପଡ଼ା ପଞ୍ଚାୟତର ଚିତ୍ରା ଗାଁରେ ପ୍ରାକୃତିକ ଗ୍ୟାସ୍‌ ଓ ତୈଳର ସନ୍ଧାନ ମିଳିଛି। ସାଟେଲାଇଟ ଚିତ୍ର ଏବଂ ଅଏଲ୍‌ ଇଣ୍ଡିଆର ସେସମିକ୍‌ ସର୍ଭେରୁ ଏହା ଜଣାପଡ଼ିବା ପରେ ଗୋପ ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି। ଏହାଦ୍ୱାରା ବିଶ୍ୱରେ ଗୋପ ବ୍ଲକ ପରିଚିତ ହେବା ସହ ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ୨୦୨୦ରେ ଅଏଲ ଇଣ୍ଡିଆ କମ୍ପାନୀ ପକ୍ଷରୁ ଗୋପ ବ୍ଲକ ଅଞ୍ଚଳ ସହିତ କୋଣାର୍କ ଏନ୍‌ଏସି ଅଞ୍ଚଳର ବିଭିନ୍ନ ସ୍ଥାନରେ ପ୍ରାକୃତିକ ଗ୍ୟାସ୍‌ ଓ ତୈଳ ଥିବା ସମ୍ଭାବନା ନେଇ ଖନନ କାର୍ଯ୍ୟ କରାଯାଇଥିଲା। ବିଭିନ୍ନ ସମୟରେ ଅଏଲ ଇଣ୍ଡିଆ କମ୍ପାନୀର ଅଧିକାରୀମାନେ ଆସି ବୁଲି ଦେଖିଥିଲେ। ପରେ ଗୋପ ପଞ୍ଚାୟତର କୁଶୁପୁର, ମହଲପଡ଼ା ପଞ୍ଚାୟତର ଚିତ୍ରା ଅଞ୍ଚଳରେ ପ୍ରଚୁର ପରିମାଣର ପ୍ରାକୃତିକ ଗ୍ୟାସ ସହିତ ତୈଳ ରହିଥିବା ସାଟେଲାଇଟ ଚିତ୍ର ମାଧ୍ୟମରୁ ଜଣାପଡ଼ିଥିଲା। ମାର୍ଚ୍ଚ ୨୫ରେ ଅଏଲ ଇଣ୍ଡିଆର ୮ଜଣିଆ ଟିମ୍‌ ଗୋପ ବ୍ଲକର ଉକ୍ତ ୨ଟି ପଞ୍ଚାୟତରେ ପହଞ୍ଚି ଜନପ୍ରତିନିଧି ଓ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ସାଟେଲାଇଟ ଚିତ୍ରରୁ ଗୋପ ବ୍ଲକର ସମ୍ପୃକ୍ତ ସ୍ଥାନରେ ଗ୍ୟାସ୍‌ ଓ ତୈଳ ଥିବା ସ୍ପଷ୍ଟ ହେବା ପରେ ଶନିବାର ଅଏଲ ଇଣ୍ଡିଆର ସିଜିଏମ୍‌ ବିରଞ୍ଚି ନାରାୟଣ ସାହୁଙ୍କ ନେତୃତ୍ୱରେ ଏକ ୬ଜଣିଆ ଟିମ୍‌ ଉକ୍ତ ଦୁଇଟି ସ୍ଥାନରେ ପହଞ୍ଚି ଚାଷୀ ଓ ସ୍ଥାନୀୟ ଲୋକପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି। ଉକ୍ତ ଦୁଇ ଗ୍ରାମର ୧୬ ଏକର ଜମି ଲିଜ୍‌ ନିଆଯାଇ ଖୁବ୍‌ଶୀଘ୍ର ଏଠାରେ କାର୍ଯ୍ୟ ଆରମ୍ଭ ହେବ ବୋଲି ଏହି ଟିମ୍‌ ପକ୍ଷରୁ କୁହାଯାଇଛି।

ଏମାନେ ଯାହା କହନ୍ତି…

ସେସ୍‌ମିକ୍‌ ସର୍ଭେ ସଫଳ, ଖୁବ୍‌ଶୀଘ୍ର କାମ ଆରମ୍ଭ ହେବ
ଗୋପ ବ୍ଲକ ଅଞ୍ଚଳରେ କିଛି ମାସ ତଳେ ତୈଳ, ପ୍ର୍ରାକୃତିକ ଗ୍ୟାସ ଥିବା ନେଇ ଅଏଲ୍‌ ଇଣ୍ଡିଆ ପକ୍ଷରୁ ଖନନ କାର୍ଯ୍ୟ ଚାଲିଥିଲା। ସେହିଦିନଠାରୁ ଚାଲିଥିବା ବିଭିନ୍ନ ଅନୁଧ୍ୟାନ ପରେ ସେସମିକ୍‌ (ପ୍ରାକୃତିକ ଗ୍ୟାସ ଓ ଇନ୍ଧନ ସନ୍ଧାନ ସର୍ଭେ) ସଫଳ ହୋଇଛି। କୁଶୁପୁରରେ ୭୫ ପ୍ରତିଶତରୁ ଅଧିକ ଓ ମହଲପଡ଼ାର ଚିତ୍ରାରେ ୪୦ ପ୍ରତିଶତରୁ ଅଧିକ ପ୍ରାକୃତିକ ଗ୍ୟାସ ସହ ତୈଳ ରହିଛି। ପ୍ରଥମ ପର୍ଯ୍ୟାୟରେ ଏହି ଦୁଇ ଗ୍ରାମର ୧୬ ଏକର ଚାଷଜମି ଲିଜ୍‌ ନିଆଯାଇ କାର୍ଯ୍ୟ ଆରମ୍ଭ କରାଯିବ। ଏଥିସହ ଆବଶ୍ୟକ ରାସ୍ତା, ପିଇବା ପାଣି ସହିତ ଅନ୍ୟାନ୍ୟ କାର୍ଯ୍ୟ ହେବ। ୩ ବର୍ଷ ପାଇଁ ଚାଷୀମାନଙ୍କ ଚାଷଜମିକୁ କମ୍ପାନୀ ଲିଜ୍‌ ନେବ।
– ବିରଞ୍ଚି ନାରାୟଣ ସାହୁ, ସିଜିଏମ୍‌, ଅଏଲ ଇଣ୍ଡିଆ
ବିଶ୍ୱ ଦରବାରରେ ଗୋପ ବ୍ଲକ ପରିଚିତ ହେବ
ଅଏଲ୍‌ ଇଣ୍ଡିଆ କମ୍ପାନୀ ପକ୍ଷରୁ ଏହି ପ୍ରାକୃତିକ ଗ୍ୟାସ ସହିତ ତୈଳର ସନ୍ଧାନ ମିଳିବା ଏବଂ ପ୍ରାଥମିକ ସ୍ତରରେ ଚାଷୀ ଓ ଲୋକ ପ୍ରତିନିଧିଙ୍କ ସହ ବିଭିନ୍ନ ଆଲୋଚନା ହେବା ନିଶ୍ଚିତ ଆମ ଅଞ୍ଚଳ ଲାଗି ଖୁସିର ଖବର। ଏହା ଯଦି ସତ ହୁଏ ମୋ’ ନିର୍ବାଚନମଣ୍ଡଳୀରେ ଥିବା ଗୋପ ବ୍ଲକର ନାଁ ବିଶ୍ୱ ଦରବାରରେ ପରିଚିତ ହେବା ସହ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇପାରିବ।
– ସମୀର ରଞ୍ଜନ ଦାଶ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ତଥା ନିମାପଡ଼ା ବିଧାୟକ
ସମସ୍ତ ସହଯୋଗ ଯୋଗାଇ ଦିଆଯିବ
ମୋ’ ପଞ୍ଚାୟତରେ ଅଏଲ୍‌ ଇଣ୍ଡିଆ ପକ୍ଷରୁ ଖନନ କାର୍ଯ୍ୟ ପରେ ଗ୍ୟାସ୍‌ ସହିତ ପେଟ୍ରୋଲ ବାହାରିବ ବୋଲି ଶୁଣିଲି। ଗତ ଶନିବାର ମଧ୍ୟ ଆମ ପଞ୍ଚାୟତ କାର୍ଯ୍ୟାଳୟରେ ଅଏଲ୍‌ ଇଣ୍ଡିଆ ଅଧିକାରୀମାନେ ପହଞ୍ଚି ଚାଷୀ ଓ ଲୋକପ୍ରତିନିଧିଙ୍କ ସହ ଆଲୋଚନା କରିବା ପରେ ସମସ୍ତ ସହଯୋଗ ସେମାନଙ୍କୁ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛି। ଏହା ଆମ ବ୍ଲକ ଲାଗି ଗର୍ବ ଓ ଗୌରବ।
– ସୁଲୋଚନା ଦାସ, ସରପଞ୍ଚ, ଗୋପ ପଞ୍ଚାୟତ
ଆମ ରାଜ୍ୟବାସୀଙ୍କ ପାଇଁ ଖୁସି ଖବର
ଆମ ବ୍ଲକ, ଜିଲା ଓ ରାଜ୍ୟ ଲାଗି ଏହା ଏକ ଖୁସି ଖବର। ପିଲାବେଳୁ ଶୁଣିଛି ଗୋପ ବ୍ଲକ ଅଞ୍ଚଳର କେତେକ ଗାଁରେ ନଳକୂପ ଖନନ ସମୟରେ ଗ୍ୟାସ୍‌ ବାହାରୁଛି। ଆଜି ଏହି ଖବର ସତ ହୋଇଛି। ଆମ ଅଞ୍ଚଳ ଲାଗି ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ।
– ଧର୍ମେନ୍ଦ୍ର ସାହୁ, ୧୨ ନଂ. ଜୋନ୍‌ ଜିଲା ପରିଷଦ ସଦସ୍ୟ
ବିକାଶ ସହ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ
ସମ୍ପୃକ୍ତ ସ୍ଥାନରେ ମୋ’ ଚାଷଜମି ଥିବାରୁ ମୋତେ ଅଏଲ୍‌ ଇଣ୍ଡିଆ କମ୍ପାନୀ କର୍ତ୍ତୃପକ୍ଷ ଡାକି ସମୂହ ଚାଷୀଙ୍କ ସହିତ ଆଲୋଚନା କରିଥିଲେ। ଏହି ପ୍ରକଳ୍ପ ଦ୍ୱାରା ଆମ ଅଞ୍ଚଳରେ ବିକାଶ ସହ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଆମ ଅଞ୍ଚଳର ପିଲାମାନେ କାମଧନ୍ଦା ପାଇଁ ଆଉ ବାହାର ରାଜ୍ୟକୁ ଯିବେ ନାହିଁ। ତେଣୁ ମୁଁ ଉକ୍ତ କାର୍ଯ୍ୟରେ ସମସ୍ତ ସହଯୋଗ କରିବି।
– ଶେଖ୍‌ ମେହେବୁବ୍‌ ହୋସେନ୍‌, ଚାଷୀ, ଗୋପ
ଆବଶ୍ୟକ ସହଯୋଗ କରିବୁ
ମୋ’ ଗାଁ ନିକଟରେ ଅଏଲ୍‌ ଇଣ୍ଡିଆ କମ୍ପାନୀ ପକ୍ଷରୁ ଗ୍ୟାସ୍‌, ତୈଳ ବାହାରିବା ନେଇ ଜମି ଅଧିଗ୍ରହଣ କରାଯାଇଛି। ସେଥିମଧ୍ୟରେ ମୋ’ ଜମି ରହିଛି। ନିଶ୍ଚିତ ଭାବେ ଆମ ଅଞ୍ଚଳ ଲାଗି ଏହା ଖୁସିର ଖବର। ଓ୍ବାର୍ଡ ପ୍ରତିନିଧି ଭାବେ ମୁଁ ସହଯୋଗ ଯୋଗାଇଦେବି।
– ଜ୍ୟୋତ୍ସ୍ନାରାଣୀ ପୃଷ୍ଟି,
ଗୋପ ବଣିଆସାହି


Enter your email to get our daily news in your inbox.

All Right Reserved By Dharitri.Com

ଗ୍ଲେସିଅର୍ ତାଣ୍ଡବ ମଧ୍ୟରେ ଭାରତ ସାଜିଲା ଦେବଦୂତ! ପିଏମ୍ ମୋଦିଙ୍କୁ ‘ଉଦାର’ କହି କୃତଜ୍ଞତା ଜଣାଇଲେ ନେପାଳ ଅର୍ଥମନ୍ତ୍ରୀ!

କାଠମାଣ୍ଡୁ,୨୯।୮: ନେପାଳ-ତିବ୍ବତ ସୀମାରେ ହିମସ୍ଖଳନ ଏବଂ ଗ୍ଲେସିଅର୍ ଫାଟିବା ଯୋଗୁ ଆସିଥିବା ବିନାଶକାରୀ ବନ୍ୟା ନେପାଳରେ ଭୟଙ୍କର ତାଣ୍ଡବ ରଚିଛି। ଏହି ପ୍ରାକୃତିକ ବିପତ୍ତିରେ ବର୍ତ୍ତମାନ ସୁଦ୍ଧା…

ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ: ବିଜୟୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର

କର୍ଲାମୁଣ୍ଡା, ୨୯।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରାସ୍ଥିତ ରାଧାମାଧବ ଯୁବକ ସଂଘ ପକ୍ଷରୁ ଶନିବାର ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି।…

ରାଜସ୍ବ ଆଦାୟରେ ଆଗୁଆ, ସୁରକ୍ଷା ଦିଗରେ ପଛୁଆ: ଆରଟିଓଙ୍କ ପାଖରେ ସୂଚନା ମିଳୁନି, କିରାଣି ସର୍ବେସବା, ବୈଠକରେ ସୀମିତ

ଭବାନୀପାଟଣା,୨୯।୮(ଉତ୍ତମ କୁମାର ଦାଶ): ଜିଲା ସ୍ତରରେ ସଡ଼କ ଦୁର୍ଘଟଣା ରୋକିବା ଏବଂ ଯାତାୟତ ବ୍ୟବସ୍ଥାର ସୁଧାର ପାଇଁ ଜିଲା ସ୍ତରରେ ଏକ ସଡ଼କ ସୁରକ୍ଷା ସମିତି କମିଟି…

ଗାଧୋଇବା ବେଳେ ନଦୀରେ ବୁଡ଼ି ନାବାଳିକାଙ୍କ ମୃତ୍ୟୁ

ପଟ୍ଟାମୁଣ୍ଡାଇ, ୨୯/୮ (କଳ୍ପତରୁ ନାୟକ): ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ତନୂପୁର ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବ୍ରାହ୍ମଣୀ ନଦୀର ଶାଖା ନାଳରେ ଗାଧୋଇବା ସମୟରେ…

ରୋଷେଇ ଘରେ ବିଷ? ଏଭରେଷ୍ଟ ହିଙ୍ଗୁ ଉପରେ FSSAIର ବ୍ୟାନ୍, ୩ ମସଲା ନେଇ ସାମ୍ନାକୁ ଆସିଲା ବଡ଼ ଜାଲିଆତି!

ନୂଆଦିଲ୍ଲୀ,୨୯।୮: ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) ଗ୍ରାହକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପ୍ରସିଦ୍ଧ ମସଲା…

ବହୁ ଚର୍ଚ୍ଚିତ ସୁଧୀର ପାତ୍ର ଅପହରଣ, ହତ୍ୟା ମାମଲା: ଅଭିଯୁକ୍ତ ତୁଷାରଙ୍କ ଜାମିନ ଖାରଜ

ବ୍ରହ୍ମପୁର,୨୯୮(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋପାଳପୁର ଥାନା ଅନ୍ତର୍ଗତ ସତ୍ୟ ନାରାୟଣପୁର ମୁଖ୍ୟ ରାସ୍ତାରେ ପ୍ଲଟ ବ୍ୟବସାୟୀ ସୁଧୀର କୁମାର୍‌ ପାତ୍ରଙ୍କୁ ଗତ ଏପ୍ରିଲ ୧୫…

NDAରେ ବଡ଼ ଫାଟ: କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ମାଗିଲେ ଚିରାଗ ପାଶୱାନ, ଦିଲ୍ଲୀରେ ପଡିଲା ଚହଳ…

ନୂଆଦିଲ୍ଲୀ,୨୯।୮: NDAରେ ଦଳିତ ସଂରକ୍ଷଣକୁ ନେଇ ଫାଟ ସ୍ପଷ୍ଟ ଦେଖାଯାଉଛି। ଲୋକ ଜନଶକ୍ତି ପାର୍ଟି (ରାମବିଲାସ) ର ମୁଖ୍ୟ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନ, ମୋଦି କ୍ୟାବିନେଟରେ ଥିବା…

ରାକ୍ଷୀ ପୂର୍ଣ୍ଣିମା ପାଇଁ ବାପଘରକୁ ଆସିଥିଲେ: ମାଟି କାନ୍ଥ ଭୁଶୁଡ଼ି ଶିଶୁ ସମେତ ୩ ଗୁରୁତର

ବାରିପଦା, ୨୯।୮ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅନ୍ତର୍ଗତ ପଟିସାରି ଗ୍ରାମପଞ୍ଚାୟତର ଜଡ଼ିପଦା ଗାଁରେ ମାଟି କାନ୍ଥ ଭୁଶୁଡ଼ି ଶିଶୁ ସମେତ ୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri