ଅନିୟମିତତା: ୨ ପ୍ରମୁଖ ଯନ୍ତ୍ରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ

ଯାଜପୁର,୨୯ା୯(ହର୍ଷବର୍ଦ୍ଧନ ବେହେରା) : ଓଡ଼ିଶା ଗ୍ରାମ୍ୟ ନିର୍ମାଣ ବିଭାଗ (ବିଲ୍ଡିଂ ଏବଂ ବ୍ରିଜେସ)ର ଚିଫ୍‌ ଇଞ୍ଜିନିୟର ବା ମୁଖ୍ୟଯନ୍ତ୍ରୀ ରମେଶ କୁମାର ବେହେରାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ(ଡିସିପ୍ଲିନାରି ପ୍ରୋସିଡିଂ) ଗ୍ରହଣ କରାଯାଇଛି। ଏହାସହ ଗ୍ରାମ୍ୟ ନିର୍ମାଣ ବିଭାଗର ଇଞ୍ଜିନିୟର-ଇନ୍‌-ଚିଫ୍‌ କାର୍ଯ୍ୟାଳୟରେ ଅଧୀକ୍ଷଣ ଯନ୍ତ୍ରୀ ଭାବେ କାର୍ଯ୍ୟରତ ବିଜୟ କୁମାର ମହାରଣାଙ୍କ ନାମରେ ମଧ୍ୟ ଅନୁରୂପ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି। ଉଭୟ ପ୍ରମୁଖ ଅଧିକାରୀ ଯାଜପୁର ଗ୍ରାମ୍ୟ ନିର୍ମାଣ ଡିଭିଜନ-୧ରେ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ସମୟରେ ଏକାଧିକ ଅନିୟମିତତାରେ ସଂପୃକ୍ତ ଥିବା ଅଭିଯୋଗ କରାଯାଇ ଏଭଳି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି। ଯାଜପୁର ଜିଲା ସୁକିନ୍ଦା ବ୍ଲକ ଏକ୍ସପ୍ରେସ୍‌ ହାଇଓ୍ବେଠାରୁ ହାତିବାରି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଅଭିଯୋଗରେ ମୁଖ୍ୟଯନ୍ତ୍ରୀ ବେହେରାଙ୍କ ବିରୋଧରେ ଏଭଳି ପଦକ୍ଷେପ ନିଆଯାଇଛି। ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ଉକ୍ତ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୬ା୧୦ା୨୦୨୩ରେ ହେବାକୁ ନିଷ୍ପତ୍ତି ହୋଇଛି। ଉକ୍ତ ଶୁଣାଣିରେ ବର୍ତ୍ତମାନର ଯାଜପୁର ଡିଭିଜନ-୧ର ନିର୍ବାହୀ ଯନ୍ତ୍ରୀ ଜ୍ଞାନରଞ୍ଜନ ନାୟକଙ୍କୁ ଉପସ୍ଥିତ ରହିବାକୁ ୨୨ା୯ା୨୦୨୩ରେ ବିଭାଗୀୟ ଇଞ୍ଜିନିୟର-ଇନ୍‌-ଚିଫ୍‌ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷେ ବହୁଚର୍ଚ୍ଚିତ ପାହାଡ଼ିଆ ଗ୍ରାମ ନଗଡ଼ାକୁ ନିର୍ମାଣ ହୋଇଥିବା ରାସ୍ତା ମରାମତି କାର୍ଯ୍ୟରେ ବ୍ୟାପକ ହରିଲୁଟ ଅଭିଯୋଗରେ ଅଧୀକ୍ଷଣ ଯନ୍ତ୍ରୀ ମହାରଣାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଯାଜପୁର ଜିଲାର ଖଣି ସମୃଦ୍ଧ ସୁକିନ୍ଦା ବ୍ଲକ୍‌ ଚିଙ୍ଗୁଡିପାଳ ପଞ୍ଚାୟତ ଅନ୍ତର୍ଗତ ପାହାଡ଼ ଶୀର୍ଷରେ ଥିବା ନଗଡ଼ା ଗ୍ରାମରେ ୨୦୧୬ରେ ଶିଶୁମୃତ୍ୟୁ ଘଟଣା ସାରା ଭାରତବର୍ଷକୁ ଦୋହଲାଇ ଦେଇଥିଲା। ଗଣମାଧ୍ୟମରେ ଏହାର ପ୍ରଚାର ହେବା ପରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସେଠାରେ ଆରମ୍ଭ ହୋଇଥିଲା। ଗମନାଗମନ ବିନା ବିକାଶ ଅସମ୍ଭବ ବୋଲି ସେତେବେଳେ କୁହାଯାଇଥିଲା ା ଫଳରେ ପ୍ରଥମେ ଅଶୋକଝରଠାରୁ ତଳ ନଗଡ଼ା ପର୍ଯ୍ୟନ୍ତ ପାହାଡ଼ କାଟି ରାସ୍ତା ନିର୍ମାଣ ହୋଇଥିଲା। ତେବେ ଜଙ୍ଗଲ ଜମି ପଡୁଥିବାରୁ ସେଠାକୁ ପକ୍କାରାସ୍ତା ନିର୍ମାଣ ହୋଇପାରି ନ ଥିଲା। ବର୍ଷକୁ ବର୍ଷ ବର୍ଷାପାଣିରେ ରାସ୍ତାର ଅଧିକାଂଶ ଅଂଶ ଧୋଇ ହୋଇଯାଇଥିଲା। ଯାହା କି ବିଭାଗୀୟ ଅଧିକାରୀଙ୍କୁ ଲେଉଟିଆ କିଆରି ଭଳି ଅର୍ଥ ଉପାର୍ଜନର ଏକ ମାଧ୍ୟମ ହେଲା। ଏହି ରାସ୍ତାର ମରାମତି ନାମରେ ଗୁପ୍ତ ଟେଣ୍ଡର କରାଯାଇ ୪୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଯାଇଥିଲା। ତେବେ ଏହି ରାସ୍ତାରେ ବ୍ୟାପକ ଅନିୟମିତତା ଏବଂ ତୋସରପାତ ହୋଇଥିବା ନେଇ ଅଭିଯୋଗ ହେବା ପରେ ତତ୍କାଳୀନ ଗ୍ରାମ୍ୟ ନିର୍ମାଣ ବିଭାଗ କେନ୍ଦ୍ରାପଡ଼ା-ଯାଜପୁର ସର୍କଲର ଅଧୀକ୍ଷଣ ଯନ୍ତ୍ରୀ ସଞ୍ଜୀବ କୁମାର ଦାଶ ତଦନ୍ତ କରିଥିଲେ। ତଦନ୍ତ ସମୟରେ ୨୦୨୦ ଅଗଷ୍ଟରେ ସ୍ମୃତିରେଖା ବେହେରା ଓ ପ୍ରଣୟ ସେଠୀ ନାମକ ୨ଜଣ ଠିକାଦାରଙ୍କ ନାମରେ ସେହି ରାସ୍ତାକୁ ୫ଲକ୍ଷ ଟଙ୍କା ଲେଖାଏଁ ୧୦ଟି ଗୁପ୍ତ ଟେଣ୍ଡର ମାଧ୍ୟମରେ ରାସ୍ତା ମରାମତି କରାଯାଇଥିବା ଜଣାପଡିଥିଲା। ଏହିକ୍ରମରେ ଅଧୀକ୍ଷଣ ଯନ୍ତ୍ରୀ ଦାଶ କାଳିଆପାଣି ଥାନାରେ କେସ ନଂ-୧ରେ ଏକ ମାମଲା ରୁଜୁ କରିଥିଲେ। ଏଥିରେ ନିର୍ବାହୀଯନ୍ତ୍ରୀ, ସହକାରୀ ନିର୍ବାହୀଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କୁ ଆବଶ୍ୟକ କାଗଜପତ୍ର ସହ କାଳିଆପାଣି ଥାନାରେ ହାଜର ହୋଇ ତଦନ୍ତର ସମ୍ମୁଖୀନ ହେବାକୁ ତତ୍କାଳୀନ ଥାନା ଅଧିକାରୀ ସୁଶାନ୍ତ କୁମାର ଦାସ ନୋଟିସ ଜାରି କରିଥିଲେ। ହେଲେ ଏହାପରେ ମାମଲାଟି ନୀରବୀ ଯାଇଥିଲା।
ଏହି ଘଟଣାକୁ ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ଅତିକ୍ରାନ୍ତ ହୋଇସାରିଥିବାବେଳେ ଏବେ ବିଭାଗୀୟ ଯନ୍ତ୍ରୀ ମହାରଣାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ବିଚାର ଆରମ୍ଭ ହୋଇଥିବା ସୂଚନା ମିଳିଛି। ଏହାବାଦ୍‌ ୨୦୧୭-୧୮ ବର୍ଷରେ ଜିଲାର ସୁକିନ୍ଦା ବ୍ଲକ ଏକ୍ସପ୍ରେସ୍‌ ହାଇଓ୍ବେଠାରୁ ହାତିବାରି ପର୍ଯ୍ୟନ୍ତ ପ୍ରାୟ ୧୭ କିମି ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ଏହି କାର୍ଯ୍ୟରେ ଏକାଧିକ ଏଫ୍‌-ଟୁ କରି ବିପୁଳ ଟଙ୍କା ହରିଲୁଟ ହୋଇଥିବା ସେତେବେଳେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଉପରେ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ ତଦନ୍ତ କରି ରିପୋର୍ଟ ଦାଖଲ କରିବା ପରେ ମୁଖ୍ୟଯନ୍ତ୍ରୀ ବେହେରାଙ୍କ ନାମରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?