ନିର୍ମାଣ ହେବ ବିପର୍ଯ୍ୟୟ ସହନଶୀଳ ରାସ୍ତା, ଠିକାଦାର ଦେବେ ୫ ବର୍ଷର ସ୍ଥାୟିତ୍ୱ ଗ୍ୟାରେଣ୍ଟି

ଭୁବନେଶ୍ୱର,୨୮ା୮ (ରବିନାରାୟଣ ଜେନା): ଓଡ଼ିଶା ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ। ପ୍ରତିବର୍ଷ ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ଯୋଗୁ ରାସ୍ତା ନଷ୍ଟ ହେବା ସହ ବାହ୍ୟଜଗତରୁ ଲୋକେ ବିଚ୍ଛିନ୍ନ ହୋଇଯାଆନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏକ ସ୍ଥାୟୀଭିତ୍ତିକ ବିପର୍ଯ୍ୟୟ ସହନଶୀଳ ରାସ୍ତା ନିର୍ମାଣ କରାଯିବାକୁ ଲକ୍ଷ୍ୟ ରହିଛି; ଯେଉଁଥିରେ ରାସ୍ତାର ମରାମତି ବାରମ୍ବାର ଆବଶ୍ୟକ ପଡ଼ିବ ନାହିଁ କି ବିପର୍ଯ୍ୟୟରେ ଧୋଇଯିବ ନାହିଁ। ରାସ୍ତା ନିର୍ମାଣ ପରେ ତାହା ଅତି କମ୍‌ରେ ୫ ବର୍ଷ ପର୍ଯ୍ୟନ୍ତ ତିଷ୍ଠି ରହିବ। ଏହା ବିପର୍ଯ୍ୟୟପ୍ରବଣ ଅଞ୍ଚଳର ଜୀବନରେଖା ପାଲଟିବ ବୋଲି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଜାରି ମାର୍ଗଦର୍ଶିକାରେ କୁହାଯାଇଛି।
ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା (ଏମ୍‌ଏମ୍‌ଏସ୍‌ଓ୍ବାଇ)ର ମାର୍ଗଦର୍ଶିକାରେ କୁହାଯାଇଛି, ଓଡ଼ିଶାରେ ବନ୍ୟା, ବାତ୍ୟା ଓ ଭୂସ୍ଖଳନ ଭଳି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ରାସ୍ତାର କ୍ଷତି ରୋକିବା ପାଇଁ ରାଜ୍ୟ ସରକାର ‘ବିପର୍ଯ୍ୟୟ ସହନଶୀଳ ରାସ୍ତା’ ଆରମ୍ଭ କରିଛନ୍ତି। ଏହି ଯୋଜନା ଅଧୀନରେ ୨୦୨୫-୨୬ରୁ ୨୦୨୯-୩୦ ମଧ୍ୟରେ ୧୦୦୦ କୋଟି ଟଙ୍କା ବ୍ୟୟରେ ପ୍ରାୟ ୫୦୦ କିଲୋମିଟର ଗ୍ରାମୀଣ ରାସ୍ତାକୁ ଉନ୍ନତ ଓ ବିପର୍ଯ୍ୟୟ ସହନଶୀଳ କରାଯିବ। ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିପର୍ଯ୍ୟୟ ସମୟରେ ହସ୍ପିଟାଲ, ସ୍କୁଲ, ବଜାର, ଯୋଗାଯୋଗ ନେଟ୍‌ୱର୍କ ଓ ଅନ୍ୟାନ୍ୟ ଜରୁରୀ ସେବା ସହିତ ଜନସାଧାରଣଙ୍କୁ ସଂଯୋଗ କରାଇବା। ଏହାସହିତ ରାସ୍ତାଗୁଡ଼ିକୁ କମ୍‌ ରକ୍ଷଣାବେକ୍ଷଣରେ ଦୀର୍ଘସ୍ଥାୟୀ କରିବା ପାଇଁ ଯୋଜନା କରାଯାଇଛି। ରାଜ୍ୟର ଗ୍ରାମୀଣ ବିକାଶ ବିଭାଗ ଅଧୀନରେ ଥିବା ରାସ୍ତାଗୁଡ଼ିକରେ ବନ୍ୟାଜଳ ନିଷ୍କାସନ ପାଇଁ ଉପଯୁକ୍ତ ଡ୍ରେନେଜ୍‌, ରାସ୍ତା ଉଚ୍ଚତା ବୃଦ୍ଧି, ପ୍ରତିରୋଧ ଦେଉଁଳୀ ଓ ପଥର ପିଚିଂ ଭଳି କାର୍ଯ୍ୟ କରାଯିବ। ପ୍ରକଳ୍ପଗୁଡ଼ିକରେ ନୂ୍ୟନତମ ୫ କୋଟି ଟଙ୍କା ବ୍ୟୟ ହେବ ଏବଂ ଏହା ଓଡ଼ିଶା ସରକାରଙ୍କ ବଜେଟ ମାଧ୍ୟମରେ ଅର୍ଥ ଯୋଗାଇ ଦିଆଯିବ। ୨୦୨୫-୨୬ ପାଇଁ ୫୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ଏବଂ ଆଗାମୀ ବର୍ଷଗୁଡ଼ିକରେ ଏହା ୨୦୦ରୁ ୩୦୦ କୋଟି ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇବ।
ତେବେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ଗ୍ରାମୀଣ ରାସ୍ତା ମାନୁଆଲ୍‌ ଏବଂ ଆଇଆରସି ନିୟମାବଳୀ ଅନୁସରଣ କରାଯିବ। ରାସ୍ତାର ଉପର ଚଉଡ଼ା ୭.୫ ମିଟର କିମ୍ବା ୯ ମିଟର ଏବଂ ଗାଡ଼ି ଚଳାଚଳ ପାଇଁ ଚଉଡ଼ା ୩.୭୫ ମିଟର କିମ୍ବା ୫.୫ ମିଟର ହେବ। ଏହା ସହିତ ରାସ୍ତାର ଉଭୟ ପାର୍ଶ୍ୱରେ ୨୦୦ ମିଟର ମଧ୍ୟରେ ସ୍କୁଲ, ହସ୍ପିଟାଲ ଓ ବଜାର ସଂଯୋଗ ନିଶ୍ଚିତ କରାଯିବ। ପ୍ରକଳ୍ପରେ ୫ ବର୍ଷର ରକ୍ଷଣାବେକ୍ଷଣ ଖର୍ଚ୍ଚ ଅନ୍ତର୍ଭୁକ୍ତ ହେବ। ପ୍ରକଳ୍ପର ଅଗ୍ରଗତି ଗ୍ରାମୀଣ ବିକାଶ ବିଭାଗ ଏବଂ ଇଞ୍ଜିନିୟର-ଇନ୍‌-ଚିଫ୍‌(ରୁରାଲ ୱାର୍କ୍ସ)ଙ୍କ ଦ୍ବାରା ନିରୀକ୍ଷଣ କରାଯିବ; ଯାହାଫଳରେ ରାସ୍ତା ଦୀର୍ଘସ୍ଥାୟୀ ହୋଇପାରିବ ବୋଲି ମାର୍ଗଦର୍ଶିକାରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

‘ମୁଣ୍ଡରେ କଫନ୍ ବାନ୍ଧି କଂଗ୍ରେସର ସଂସ୍କାର ପାଇଁ ବାହାରିଛି’: ମହମ୍ମଦ ମୋକିମ୍

କଟକ,୧୧ା୧୨: ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍‌ ଦଳର ସଂସ୍କାର ଆଣିବା ଉଦ୍ଦେଶ୍ୟରେ ବାହାରିଥିବା କହିଛନ୍ତି। ପୂର୍ବରୁ ପିସିସି ସଭାପତି...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri