ନିର୍ମାଣ ହେବ ବିପର୍ଯ୍ୟୟ ସହନଶୀଳ ରାସ୍ତା, ଠିକାଦାର ଦେବେ ୫ ବର୍ଷର ସ୍ଥାୟିତ୍ୱ ଗ୍ୟାରେଣ୍ଟି

ଭୁବନେଶ୍ୱର,୨୮ା୮ (ରବିନାରାୟଣ ଜେନା): ଓଡ଼ିଶା ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ। ପ୍ରତିବର୍ଷ ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ଯୋଗୁ ରାସ୍ତା ନଷ୍ଟ ହେବା ସହ ବାହ୍ୟଜଗତରୁ ଲୋକେ ବିଚ୍ଛିନ୍ନ ହୋଇଯାଆନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏକ ସ୍ଥାୟୀଭିତ୍ତିକ ବିପର୍ଯ୍ୟୟ ସହନଶୀଳ ରାସ୍ତା ନିର୍ମାଣ କରାଯିବାକୁ ଲକ୍ଷ୍ୟ ରହିଛି; ଯେଉଁଥିରେ ରାସ୍ତାର ମରାମତି ବାରମ୍ବାର ଆବଶ୍ୟକ ପଡ଼ିବ ନାହିଁ କି ବିପର୍ଯ୍ୟୟରେ ଧୋଇଯିବ ନାହିଁ। ରାସ୍ତା ନିର୍ମାଣ ପରେ ତାହା ଅତି କମ୍‌ରେ ୫ ବର୍ଷ ପର୍ଯ୍ୟନ୍ତ ତିଷ୍ଠି ରହିବ। ଏହା ବିପର୍ଯ୍ୟୟପ୍ରବଣ ଅଞ୍ଚଳର ଜୀବନରେଖା ପାଲଟିବ ବୋଲି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଜାରି ମାର୍ଗଦର୍ଶିକାରେ କୁହାଯାଇଛି।
ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା (ଏମ୍‌ଏମ୍‌ଏସ୍‌ଓ୍ବାଇ)ର ମାର୍ଗଦର୍ଶିକାରେ କୁହାଯାଇଛି, ଓଡ଼ିଶାରେ ବନ୍ୟା, ବାତ୍ୟା ଓ ଭୂସ୍ଖଳନ ଭଳି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ରାସ୍ତାର କ୍ଷତି ରୋକିବା ପାଇଁ ରାଜ୍ୟ ସରକାର ‘ବିପର୍ଯ୍ୟୟ ସହନଶୀଳ ରାସ୍ତା’ ଆରମ୍ଭ କରିଛନ୍ତି। ଏହି ଯୋଜନା ଅଧୀନରେ ୨୦୨୫-୨୬ରୁ ୨୦୨୯-୩୦ ମଧ୍ୟରେ ୧୦୦୦ କୋଟି ଟଙ୍କା ବ୍ୟୟରେ ପ୍ରାୟ ୫୦୦ କିଲୋମିଟର ଗ୍ରାମୀଣ ରାସ୍ତାକୁ ଉନ୍ନତ ଓ ବିପର୍ଯ୍ୟୟ ସହନଶୀଳ କରାଯିବ। ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିପର୍ଯ୍ୟୟ ସମୟରେ ହସ୍ପିଟାଲ, ସ୍କୁଲ, ବଜାର, ଯୋଗାଯୋଗ ନେଟ୍‌ୱର୍କ ଓ ଅନ୍ୟାନ୍ୟ ଜରୁରୀ ସେବା ସହିତ ଜନସାଧାରଣଙ୍କୁ ସଂଯୋଗ କରାଇବା। ଏହାସହିତ ରାସ୍ତାଗୁଡ଼ିକୁ କମ୍‌ ରକ୍ଷଣାବେକ୍ଷଣରେ ଦୀର୍ଘସ୍ଥାୟୀ କରିବା ପାଇଁ ଯୋଜନା କରାଯାଇଛି। ରାଜ୍ୟର ଗ୍ରାମୀଣ ବିକାଶ ବିଭାଗ ଅଧୀନରେ ଥିବା ରାସ୍ତାଗୁଡ଼ିକରେ ବନ୍ୟାଜଳ ନିଷ୍କାସନ ପାଇଁ ଉପଯୁକ୍ତ ଡ୍ରେନେଜ୍‌, ରାସ୍ତା ଉଚ୍ଚତା ବୃଦ୍ଧି, ପ୍ରତିରୋଧ ଦେଉଁଳୀ ଓ ପଥର ପିଚିଂ ଭଳି କାର୍ଯ୍ୟ କରାଯିବ। ପ୍ରକଳ୍ପଗୁଡ଼ିକରେ ନୂ୍ୟନତମ ୫ କୋଟି ଟଙ୍କା ବ୍ୟୟ ହେବ ଏବଂ ଏହା ଓଡ଼ିଶା ସରକାରଙ୍କ ବଜେଟ ମାଧ୍ୟମରେ ଅର୍ଥ ଯୋଗାଇ ଦିଆଯିବ। ୨୦୨୫-୨୬ ପାଇଁ ୫୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ଏବଂ ଆଗାମୀ ବର୍ଷଗୁଡ଼ିକରେ ଏହା ୨୦୦ରୁ ୩୦୦ କୋଟି ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇବ।
ତେବେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ଗ୍ରାମୀଣ ରାସ୍ତା ମାନୁଆଲ୍‌ ଏବଂ ଆଇଆରସି ନିୟମାବଳୀ ଅନୁସରଣ କରାଯିବ। ରାସ୍ତାର ଉପର ଚଉଡ଼ା ୭.୫ ମିଟର କିମ୍ବା ୯ ମିଟର ଏବଂ ଗାଡ଼ି ଚଳାଚଳ ପାଇଁ ଚଉଡ଼ା ୩.୭୫ ମିଟର କିମ୍ବା ୫.୫ ମିଟର ହେବ। ଏହା ସହିତ ରାସ୍ତାର ଉଭୟ ପାର୍ଶ୍ୱରେ ୨୦୦ ମିଟର ମଧ୍ୟରେ ସ୍କୁଲ, ହସ୍ପିଟାଲ ଓ ବଜାର ସଂଯୋଗ ନିଶ୍ଚିତ କରାଯିବ। ପ୍ରକଳ୍ପରେ ୫ ବର୍ଷର ରକ୍ଷଣାବେକ୍ଷଣ ଖର୍ଚ୍ଚ ଅନ୍ତର୍ଭୁକ୍ତ ହେବ। ପ୍ରକଳ୍ପର ଅଗ୍ରଗତି ଗ୍ରାମୀଣ ବିକାଶ ବିଭାଗ ଏବଂ ଇଞ୍ଜିନିୟର-ଇନ୍‌-ଚିଫ୍‌(ରୁରାଲ ୱାର୍କ୍ସ)ଙ୍କ ଦ୍ବାରା ନିରୀକ୍ଷଣ କରାଯିବ; ଯାହାଫଳରେ ରାସ୍ତା ଦୀର୍ଘସ୍ଥାୟୀ ହୋଇପାରିବ ବୋଲି ମାର୍ଗଦର୍ଶିକାରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

କାନାଡାରେ ଫ୍ଲାଇଟ୍ ଟ୍ରେନିଂ ସମୟରେ ବିମାନ ଦୁର୍ଘଟଣା ହୋଇଛି । ଏଥିରେ ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ତାମିଲନାଡୁର ମନୋଜ ଶିବକୁମାର…

୭୮ ଘରୋଇ ହସ୍ପିଟାଲରୁ କଟିଯିବ ଆୟୁଷ୍ମାନ, ନାମ ଗୋପନ ରଖି କର୍ତ୍ତୃପକ୍ଷ କହିଲେ ସରକାର ଯେତେବେଳେ…

ଭୁବନେଶ୍ୱର,୨୧।୯(ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଓଡ଼ିଶା ଡେଭଲପ୍‌ମେଣ୍ଟ ଅଥରିଟି(ଓଡିଏ)ଆକ୍ଟକୁ ନେଇ ଜୋରଦାର ଖୋଳତାଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବିଏମ୍‌ସି ପକ୍ଷରୁ ୭,୩୦୦ ବେଆଇନ…

ପାଟଣା-ସାହାରପଡ଼ା ବ୍ଲକ ବିଜେଡିର ନୂଆ କର୍ମକର୍ତ୍ତା ନିଯୁକ୍ତ, ରଞ୍ଜନ-ମଧବାଙ୍କୁ ବଡ଼ ଦାୟିତ୍ବ ଦେଲା ବିଜେଡି

ପାଟଣା,୨୧ା୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଅଧୀନ ପାଟଣା ଓ ସାହାରପଡ଼ା ବ୍ଲକ ବିଜେଡିର କାର୍ଯ୍ୟକାରୀ କମିଟିକୁ ଗତ ଶନିବାର ଦଳର ବରିଷ୍ଠ ଉପସଭାପତି…

ଛାତ୍ରୀଛାତ୍ରଙ୍କ ନିକଟରେ ମୁଣ୍ଡ ନୁଆଇଁଲେ ଆଇଆଇଟି (IIT)ବମ୍ବେ କର୍ତ୍ତୃପକ୍ଷ; ୧୮ଟି ଦାବି ନେଇ ସହମତି, ପ୍ରଫେସର ନିଲମ୍ବିତ

ମୁମ୍ବାଇ,୨୧।୯: ଆଇଆଇଟି (IIT) ବମ୍ବେର ଏକ ହଷ୍ଟେଲରେ ୨୦ ବର୍ଷୀୟ ଛାତ୍ର ସାହିଲ ୱାକୋଡେଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଛାତ୍ରୀଛାତ୍ରମାନେ ଗତ ତିନି ଦିନ ଧରି ବିକ୍ଷୋଭ…

ବାଲେଶ୍ୱରରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା ଶାନ୍ତି ରେଷ୍ଟୁରାଣ୍ଟ

ବାଲେଶ୍ୱର, ୨୧ା୯( ବାଞ୍ଛାନିଧି ଦେ): ହୁତୁ ହୁତୁ ହୋଇ ଜଳୁଛି ରେଷ୍ଟୁରାଣ୍ଟ । ବାଲେଶ୍ୱର ଓଟି ରୋଡ୍‌ରେ ଥିବା ଶାନ୍ତି ରେଷ୍ଟୁରାଣ୍ଟରେ ସୋମବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି…

ଆଜି ରାତି ୧୦:୪୫ରେ ନକ୍ଷତ୍ର ପରିବର୍ତ୍ତନ କରିବେ ବୁଧ, ଏହି ୪ଟି ରାଶିର ଚମକି ଉଠିବ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଗୋଚର ଓ ନକ୍ଷତ୍ର ପରିବର୍ତ୍ତନକୁ ବିଶେଷ ଗୁରୁତ୍ୱ ଦିଆଯାଏ । ଜ୍ୟୋତିଷଙ୍କ ମତ ଅନୁସାରେ, କୌଣସି ବଡ଼ ଗ୍ରହ ନିଜ ସ୍ଥାନ କିମ୍ବା…

ରିଷିଡ଼ା କନ୍ଧପଡ଼ାରେ ମରଣଯନ୍ତା ସାଜିଛି ବିପଦପୂର୍ଣ୍ଣ ଟ୍ରାନ୍ସଫର୍ମର, ମରାମତି ନହେଲେ ଆନ୍ଦୋଳନ…

ରିଷିଡ଼ା,୨୧ା୯(ସୁଶାନ୍ତ ମଲ୍ଲିକ): ବିପଦ ସଙ୍କୁଳ ଅବସ୍ଥାରେ ଝୁଲୁଛି ମୃତ୍ୟୁର ଫାଶ । ତାର ଗୁଡ଼ିକ ତଳକୁ ଲମ୍ବିଛି, ହେଲେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ…

ବୈଭବଙ୍କର ଏହି ଘାତକ କୌଶଳକୁ ଚୋରି କରିବାକୁ ଚାହୁଁଛନ୍ତି ସୂର୍ଯ୍ୟକୁମାର? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୧।୯: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ରେକର୍ଡ ଭାଙ୍ଗୁଛନ୍ତି। ଆନ୍ତର୍ଜାତୀୟ କ୍ରିକେଟରୁ ଆରମ୍ଭ କରି ଆଇପିଏଲ (IPL) ପର୍ଯ୍ୟନ୍ତ, ସେ ମାତ୍ର ୩୫ ବଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?