ବନ୍ୟା ବିପନ୍ନଙ୍କ ପାଇଁ ‘ଆପାଦ ମିତ୍ର’

ଯାଜପୁର ଅଫିସ,୧୫ା୧୧:ସରକାରୀ ସହାୟତା ପହଞ୍ଚିବା ପୂର୍ବରୁ ବନ୍ୟା ବିପନ୍ନଙ୍କୁ ଗୋଷ୍ଠୀସ୍ତରୀୟ ସ୍ବେଚ୍ଛାସେବୀ (କମ୍ୟୁନିଟି ଲେବୁଲ ଭଲେଣ୍ଟିୟର) ତୁରନ୍ତ ସହଯୋଗ କରିବେ। ଏଥିପାଇଁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ବା ଓଡ଼ିଶା ଷ୍ଟେଟ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି(ଓଏସ୍‌ଡିଏମ୍‌ଏ) ପକ୍ଷରୁ ଆପାଦ ମିତ୍ର ଯୋଜନା କାର୍ଯ୍ୟକାରୀ ହୋଇଛି। ଏଥିରେ ରାଜ୍ୟର ୧୬ଟି ଜିଲାର ଚିହ୍ନଟ ୪୪୦୦ ଜଣ ସ୍ବେଚ୍ଛାସେବୀଙ୍କୁ ବିଭିନ୍ନ ପର୍ଯ୍ୟାୟରେ ତାଲିମ ପ୍ରଦାନ କରାଯିବ। ସୋମବାରଠାରୁ ଜିଲାସ୍ତରରେ ପ୍ରଥମ ବ୍ୟାଚ୍‌ ତାଲିମ ପ୍ରଦାନ ଆରମ୍ଭ ହୋଇଛି। ୧୨ ଦିନ ପର୍ଯ୍ୟନ୍ତ ପ୍ରତି ବ୍ୟାଚ୍‌ ତାଲିମ ପାଇଁ ୬,୨୯,୨୦୦ ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ଏହି ତାଲିମ ପରିଚାଳନା ପାଇଁ ଜିଲା ଜରୁରିକାଳୀନ ଅଧିକାରୀଙ୍କୁ ନୋଡାଲ ଅଫିସର ଭାବେ ଦାୟିତ୍ୱ ଦିଆଯାଇଛି। ପ୍ରତି ବ୍ୟାଚ୍‌ ତାଲିମ ପାଇଁ ୮ ଜଣଙ୍କୁ ତାଲିମଦାତା ଭାବେ ନିଯୁକ୍ତି ଦିଆଯାଇଛି। ଏହି ଯୋଜନା ସୂଚାରୁରୂପେ କାର୍ଯ୍ୟକାରୀ କରାଗଲେ ବନ୍ୟା ବିପନ୍ନମାନେ କେତେକାଂଶରେ ଉପକୃତ ହୋଇପାରିବେ ବୋଲି ଆଶା କରାଯାଉଛି। ତେବେ ଏହି ଲୋକହିତକର ଯୋଜନା ସମ୍ପର୍କରେ ଆବଶ୍ୟକ ପ୍ରଚାର ପ୍ରସାର କରାଯାଇ ନ ଥିବାରୁ ବହୁ ଇଚ୍ଛୁକ ସ୍ବେଚ୍ଛାସେବୀ ଏହି ତାଲିମରୁ ବଞ୍ଚିତ ହେବେ ବୋଲି ମତପ୍ରକାଶ ପାଇଛି।
ରାଜ୍ୟର ଉପକୂଳବର୍ତ୍ତୀ ଜିଲାଗୁଡିକରେ ବନ୍ୟା ବିତ୍ପାତ ନୂଆ କଥା ନୁହେଁ। ବର୍ଷା ଋତୁ ଆସିଲେ ନଦୀକୂଳବାସୀ ଭୟରେ କାଳାତିପାତ କରିଥାନ୍ତି। ସେଥିମଧ୍ୟରୁ ବନ୍ୟା ବିପନ୍ନ ଜିଲା ଭାବେ ଯାଜପୁର ଅନ୍ୟତମ। ଏହି ଜିଲାର ବୈତରଣୀ ଏବଂ ବ୍ରାହ୍ମଣୀ ସହ ଏହାର ଶାଖା ନଦୀରେ ୨୦୨୦ ଅଗଷ୍ଟ ଶେଷ ବେଳକୁ ହୋଇଥିବା ବନ୍ୟା ଏକବିଂଶ ଶତାବ୍ଦୀର ସବୁଠୁ ବଡ଼ ବନ୍ୟା ବୋଲି କୁହାଯାଉଛି। ଏଥିରେ ୧୨ ଜଣଙ୍କ ଜୀବନ ଯାଇଥିବାବେଳେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଥିଲେ। କୃଷି କ୍ଷେତ୍ର ସମେତ ରାସ୍ତାଘାଟ, ଘରଦ୍ୱାର, ନଦୀବନ୍ଧ ଆଦି ଛାରଖାର ହୋଇଯାଇଥିଲା। ଜଳସମ୍ପଦ ବିଭାଗର ଯାଜପୁର, ଜାରକା, ଆଉଳ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ଖୋର୍ଦ୍ଧା ଓ ବାଲେଶ୍ୱର ଡିଭିଜନର ୩୬ଟି ସ୍ଥାନରେ ସମୁଦାୟ ୧୬୨୫ ମିଟର ଘାଇ ସୃଷ୍ଟି ହୋଇଥିଲା। କେବଳ ଯାଜପୁର ଜିଲାର ୨୫ଟି ସ୍ଥାନରେ ୧୩୧୦ ମିଟର ପର୍ଯ୍ୟନ୍ତ ଘାଇ ସୃଷ୍ଟି ଅଞ୍ଚଳବାସୀଙ୍କ ନିଦ ହଜାଇ ଦେଇଥିଲା। ଏହାପରେ ବି ପ୍ରାୟ ପ୍ରତିବର୍ଷ ଛୋଟବଡ ବନ୍ୟା ଲାଗି ରହିଛି। ଏହିକ୍ରମରେ ଓଏସ୍‌ଡିଏମ୍‌ଏର ଆପାଦ ମିତ୍ର ଯୋଜନାକୁ ବନ୍ୟା ଅଞ୍ଚଳବାସୀ ସ୍ବାଗତ କରୁଛନ୍ତି। ଉକ୍ତ ଯୋଜନାରେ ଚାଲିଥିବା ତାଲିମ ଶିବିରରେ ସ୍ବେଚ୍ଛାସେବୀମାନେ ୧୨ ଦିନ ପର୍ଯ୍ୟନ୍ତ ରହିବେ। ପ୍ରଥମ ଦିନ ତାଲିମରେ ଶିବିରାର୍ଥୀମାନଙ୍କୁ ୟୁନିଫର୍ମ, ଟୋପି, ହୁଇସିଲ ଆଦି ପ୍ରଦାନ କରାଯିବ। ତାଲିମ ସରିବା ପରେ ଶିବିରାର୍ଥୀମାନଙ୍କୁ ଟ୍ରାଭେଲିଂ ଆଲାଉନ୍ସ ପ୍ରଦାନ କରାଯିବ। ତାଲିମ ସମୟରେ ଗାଇଡ୍‌ଲାଇନ ଅନୁସାରେ ଶିବିରାର୍ଥୀମାନେ ଶାନ୍ତିଶୃଙ୍ଖଳା ରକ୍ଷା କରିବେ। ସଫଳତାର ସହ ତାଲିମ ଶେଷ କରିଥିବା ସ୍ବେଚ୍ଛାସେବୀମାନଙ୍କୁ ଜରୁରିକାଳୀନ କିଟ୍‌ ଓ ପ୍ରମାଣପତ୍ର ପ୍ରଦାନ କରାଯିବ। ଏହି କିଟ୍‌ ବନ୍ୟା ସମୟରେ କାମରେ ଲାଗିବ।
ଜିଲାସ୍ତରରେ ୬ରୁ ୯ ବ୍ୟାଚ୍‌ରେ ତାଲିମ ପ୍ରଦାନ କରାଯିବ। ପ୍ରତି ବ୍ୟାଚ୍‌ରେ ପ୍ରାୟ ୪୦ ଜଣ ସ୍ବେଚ୍ଛାସେବୀ ତାଲିମ ଗ୍ରହଣ କରିବେ। ଏଥିରେ ୫୦ ଜଣ ୧୨ ଦିନ ପର୍ଯ୍ୟନ୍ତ ରହିବା ଖର୍ଚ୍ଚ ବାବଦକୁ ୧,୨୦,୦୦୦ଟଙ୍କା, ଖାଦ୍ୟ ପାଇଁ ୧,୬୮,୦୦୦ ଟଙ୍କା, ତାଲିମ କେନ୍ଦ୍ର ଏବଂ ସାଉଣ୍ଡ ଖର୍ଚ୍ଚ ପାଇଁ ୪୮,୦୦୦ ଟଙ୍କା, ପ୍ରମାଣପତ୍ର ବାବଦକୁ ୫,୦୦୦ ଟଙ୍କା, ଖାତା, କଲମ, ପେନସିଲ ଆଦି ବାବଦକୁ ୫,୦୦୦ ଟଙ୍କା, ବ୍ୟାଗ କିଣବା ବାବଦକୁ ୨୪,୦୦୦ ଟଙ୍କା, ଫଟୋ ଓ ଷ୍ଟେଶନାରୀ ପାଇଁ ୮,୨୦୦ ଟଙ୍କା, ତାଲିମଦାତାଙ୍କ ଫି ୯୬ ୦୦୦ ଟଙ୍କା, ତାଲିମଦାତାଙ୍କ ଟିଏ ବାବଦକୁ ୪୦୦୦ ଟଙ୍କା, ଓଡ୍ରାଫ୍‌ ଏବଂ ଅଗ୍ନିଶମ ବିଭାଗ ପାଇଁ ୨୦,୦୦୦ ଟଙ୍କା, ତାଲିମ ଓ ଫାଷ୍ଟଏଡ ବାବଦକୁ ୧୦,୦୦୦ ଟଙ୍କା, ସ୍ବେଚ୍ଛାସେବୀଙ୍କ ଟିଏ ବାବଦକୁ ୯୬୦୦୦ ଟଙ୍କା, ରାଜ୍ୟ ଓ ଜିଲାସ୍ତରରେ ନିରୀକ୍ଷଣ ପାଇଁ ୨୦,୦୦୦ ଟଙ୍କା, ଫଟୋଗ୍ରାଫି ପାଇଁ ୫ ହଜାର ଖର୍ଚ୍ଚ ହେବ। ବଲାଙ୍ଗୀର, ବାଲେଶ୍ୱର, ଭଦ୍ରକ, କଟକ, ଗଞ୍ଜାମ, ଗଜପତି, ଝାରସୁଗୁଡ଼ା, ଯାଜପୁର, ଖୋର୍ଦ୍ଧା, କଳାହାଣ୍ଡି, କନ୍ଧମାଳ, କୋରାପୁଟ, କେନ୍ଦ୍ରାପଡ଼ା, ମାଲକାନଗିରି, ନୟାଗଡ଼ ଓ ରାୟଗଡା ଜିଲାରେ ଏହି ଯୋଜନା ଆରମ୍ଭ ହୋଇଛି।
ଏ ସଂକ୍ରାନ୍ତରେ ଯାଜପୁର ଜିଲା ଜରୁରିକାଳୀନ ଅଧିକାରୀ ଉମେଶ ଚନ୍ଦ୍ର ଲେଙ୍କାଙ୍କୁ ପଚାରିବାରୁ ସେ କହିଛନ୍ତି, ଆପାଦ ମିତ୍ର ଯୋଜନାରେ ସୋମବାର ବିରଜା ମଣ୍ଡପ ଠାରେ ୪୦ ଜଣ ସ୍ବେଚ୍ଛାସେବୀଙ୍କୁ ତାଲିମ ପ୍ରଦାନ କରାଯାଉଛି। ବନ୍ୟା ସମୟରେ ଏହି ସ୍ବେଚ୍ଛାସେବୀଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। ଜରୁରିକାଳୀନ ସୂଚନା ଦେବା ସହ ବନ୍ୟା ବିପନ୍ନଙ୍କୁ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ଲୋବାଲ୍‌ CEO ରାଉଣ୍ଡଟେବୁଲ୍‌ ବୈଠକରେ ବଡ଼ ଘୋଷଣା କଲେ ମୋଦି, ୧ କୋଟି ଲୋକଙ୍କୁ…

ନୂଆଦିଲ୍ଲୀ,୧୬।୯: ‘ସେବା ତୀର୍ଥ’ରେ ବିଶ୍ୱର ପ୍ରମୁଖ ସେମିକଣ୍ଡକ୍ଟର କମ୍ପାନୀଗୁଡ଼ିକର CEOଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶର ବୈଷୟିକ ଭବିଷ୍ୟତ ଗଠନ…

UPI ଚାର୍ଜ ନିଷ୍ପତ୍ତିକୁ ପ୍ରତ୍ୟାହାର କରିବେ କି ସରକାର? ଆସିଲା ବଡ଼ ଅପଡେଟ୍

ନୂଆଦିଲ୍ଲୀ,୧୬।୯: ୨,୦୦୦ ଟଙ୍କାରୁ ଅଧିକ UPI କାରବାର ଉପରେ ୦.୪ ପ୍ରତିଶତ ମର୍ଚ୍ଚାଣ୍ଟ ଡିସ୍‌କାଉଣ୍ଟ ରେଟ୍‌ (MDR) ଲାଗୁ ହେବା ନେଇ ଘୋଷଣା କରାଯାଇଛି । ତେବେ…

ଗଣେଶ ବିସର୍ଜନ ବେଳେ ଅଘଟଣ! ଜେନେରେଟରରେ ତେଲ ଢାଳୁ ଢାଳୁ ଲାଗିଲା ନିଆଁ, ଯୁବକ…

ଝରିଗାଁ, ୧୬।୯ (କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ ସାନଟେମେରା ଗ୍ରାମରେ ଗଣେଶ ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ସମୟରେ ଏକ ଅଭାବନୀୟ ଘଟଣା…

ସେନ୍ସର ବୋର୍ଡର ନୂଆ ଟିମ୍ ଘୋଷଣା: CBFCରେ ପ୍ରୀତି ଜିଣ୍ଟା, ସୁନୀଲ ଶେଟ୍ଟୀ ଓ ପଙ୍କଜ ତ୍ରିପାଠୀଙ୍କ ସହ ସାମିଲ ହେଲେ ଓଡ଼ିଆ ପୁଅ ନୀଳମାଧବ

ନୂଆଦିଲ୍ଲୀ,୧୬।୯: କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସର୍ଟିଫିକେସନ୍ (CBFC) ବା ସେନ୍ସର ବୋର୍ଡର ନୂଆ ଟିମ୍ ଗଠନ କରିଛନ୍ତି। ସୂଚନା ଓ…

ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା; ଏହି ୨ ନୂଆ ଖେଳାଳିଙ୍କୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୧୬।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଆଗାମୀ ଦିନିକିଆ ଓ ଟି-୨୦ ସିରିଜ୍ ପାଇଁ ଟିମ୍ ଇଣ୍ଡିଆର ଦଳ ଘୋଷଣା ହୋଇଛି । ଏହି ଚୟନକୁ ନେଇ କ୍ରିକେଟ୍‌ପ୍ରେମୀଙ୍କ ମଧ୍ୟରେ…

ଅଲଟୋ କାର୍ ଭିତରେ ଗଞ୍ଜେଇର ପାହାଡ଼! ଧରାପଡ଼ିଲେ ଗୌରୀଶଙ୍କର, ସହଯୋଗୀ ଫେରାର

ପୁରୁଷୋତ୍ତମପୁର,୧୬।୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସକୁ ମିଳିଛି ବଡ଼ ସଫଳତା। ଗଞ୍ଜେଇ ଚାଲାଣ ବେଳେ ପୋଲିସ ଚଢ଼ଉ କରି ୯୫ କେଜି ଗଞ୍ଜେଇ ସହ ଏକ…

ବୀରମିତ୍ରପୁର ଅଞ୍ଚଳରେ ଲଜ୍ଜା; ଜଙ୍ଗଲରେ ୨ନାବାଳିକାଙ୍କୁ ଗଣ ବଳାତ୍କାର, ୫ ଜଣ…

କୁଆଁରମୁଣ୍ଡା,୧୬।୯(ମହେନ୍ଦ୍ର କୁମାର ସାହୁ) : ବୀରମିତ୍ରପୁର ଥାନା ଅଞ୍ଚଳରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ୨ ଜଣ ନାବାଳିକାଙ୍କୁ ଏକ ଜଙ୍ଗଲରେ ୫ ଜଣ…

ବଡ଼ ଖବର! ଏହି ରାଜ୍ୟରେ ଅକ୍ଟୋବର ୧ରୁ ମିଳିବନି ପେଟ୍ରୋଲ୍-ଡିଜେଲ୍

ଚଣ୍ଡିଗଡ଼,୧୬।୯: ହରିୟାଣାରେ ୧ ଅକ୍ଟୋବର ୨୦୨୬ରୁ ଯାନବାହନ ଚଳାଚଳକୁ ନେଇ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଏନ୍‌ସିଆର ଅଞ୍ଚଳରେ ପୁରୁଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?