Posted inଖେଳ

ନିରାଶ କଲେ ଭାରତୀୟ ଶୁଟର: ପିସ୍ତଲ ଖରାପ ଥିବାରୁ ମନୁ ବିଫଳ

ଟୋକିଓ,୨୬।୭: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଶୁଟରମାନେ କ୍ରମାଗତ ଦ୍ୱିତୀୟ ଦିନରେ ମଧ୍ୟ ବିଫଳ ସାବ୍ୟସ୍ତ ହୋଇଛନ୍ତି। ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ମନୁ ଭାକର ପଦକ ଜିତିବା ନେଇ ଆଶା କରାଯାଉଥିଲା। ତେବେ ପିସ୍ତଲ ଖରାପ ଥିବା କାରଣରୁ ସେ ବିଫଳ ହୋଇଛନ୍ତି।
୧୯ ବର୍ଷୀୟ ମନୁ ପ୍ରଥମଥର ପାଇଁ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିଲେ। କ୍ୱାଲିଫିକେଶନ ରାଉଣ୍ଡରେ ପିସ୍ତଲ ଖରାପ ହେବା କାରଣରୁ ସେ ୨୦ ମିନିଟ ସମୟ ହରାଇଥିଲେ। ଏହା ସତ୍ତ୍ୱେ ସେ ଦ୍ୱାଦଶ ସ୍ଥାନରେ ରହିଥିଲେ। କଟ୍‌ ଅଫ୍‌ ୫୭୭ ରହିଥିବା ବେଳେ ମନୁ ୫୭୫ ସ୍କୋର ଶୁଟ୍‌ କରିଥିଲେ। ଫଳରେ ସେ ଫାଇନାଲ ରାଉଣ୍ଡରେ ପ୍ରବେଶ କରିପାରି ନ ଥିଲେ। ସେହିପରି ଅଲିମ୍ପିକ୍ସରେ ପ୍ରଥମଥର ପାଇଁ ଭାଗ ନେବାର ସୁଯୋଗ ପାଇଥିବା ଯଶସ୍ବିନୀ ସିଂ ଦେଶଓ୍ବାଲ ୫୭୪ ସ୍କୋର କରି ୧୩ତମ ସ୍ଥାନରେ ରହିଥିଲେ। ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ଅଭିଜ୍ଞ ଦୀପକ କୁମାର ଓ ଟିନ୍‌ଏଜର ଦିବ୍ୟାଂଶ ସିଂ ପାନଓ୍ବାର ଭଲ ପ୍ରଦର୍ଶନ କରି ନ ପାରି ଯଥାକ୍ରମେ ୨୬ ଓ ୩୨ତମ ସ୍ଥାନରେ ରହିଥିଲେ।
୧୦ମି. ଏୟାର ରାଇଫଲ ଇଭେଣ୍ଟରୁ ବାଦ୍‌ ପଡିଥିଲେ ମଧ୍ୟ ମନୁ ପାଖରେ ପଦକ ଜିତିବାର ସୁଯୋଗ ଏବେ ମଧ୍ୟ ରହିଛି। ୨୫ ମିଟର ଏୟାର ପିସ୍ତଲ ଓ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଇଭେଣ୍ଟରେ ସେ ଭାଗ ନେବେ। ଯଦି ଏଥିରେ ସେ ସଫଳ ହୁଅନ୍ତି ତେବେ ପଦକ ଜିତିବେ। ମିକ୍ସଡ ଇଭେଣ୍ଟରେ ସୌରଭ ଚୌଧୁରୀଙ୍କ ସହ ମନୁ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବେ।
ଅନ୍ୟତମ ଭାରତୀୟ ଶୁଟର ଅଙ୍ଗଦ ବୀର ସିଂ ବାଜଓ୍ବା ପୁରୁଷ ସ୍କିଟ୍‌ କ୍ୱାଲିଫିକେଶନରେ ଆଶାନୁରୂପ ପ୍ରଦର୍ଶନ କରିପାରି ନାହାନ୍ତି। ପ୍ରଥମ ୩ଟି ସିରିଜରେ ସେ ୨୫, ୨୪, ୨୪ ସ୍କୋର କରିଥିଲେ। ସୋମବାର ସେ ଅନ୍ତିମ ଦୁଇଟି ସିରିଜରେ ଭାଗ ନେବେ। ସେହିପରି ମାଇରାଜ ଅହମ୍ମଦ ଖାଁ ୭୧ ପଏଣ୍ଟ ଶୁଟ୍‌ କରି ୩୦ ଜଣ ଶୁଟରଙ୍କ ମଧ୍ୟରୁ ୨୫ତମ ସ୍ଥାନରେ ରହିଥିଲେ। ଶୁଟିଂରେ ପ୍ରଥମ ଦୁଇ ଦିନର ବିଫଳତା ଭାରତୀୟ ଶୁଟିଂଜଗତକୁ ଚକିତ କରିଛି। ଦୀର୍ଘ ଦିନର ପ୍ରସ୍ତୁତି ସତ୍ତ୍ୱେ ଏଭଳି ବିଫଳତାକୁ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ ଇଣ୍ଡିଆ (ଏନ୍‌ଆରଏଆଇ) ସହଜରେ ଗ୍ରହଣ କରିପାରି ନାହିଁ। ଶନିବାର ୧୦ମି. କ୍ୱାଲିଫିକେଶ ରାଉଣ୍ଡରେ ଦୀପକ, ଦିବ୍ୟାଂଶ ଓ ଅପୂର୍ବୀ ଚାଣ୍ଡେଲା ଏବଂ ଏଲାଭେନିଲ ଭାଲରରିଭାନଙ୍କ ବିଫଳତା ଦ୍ୱାରା ଏନ୍‌ଆରଏଆଇ ନିରାଶ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri