Posted inଖେଳ

ନିରାଶ କଲେ ଭାରତୀୟ ଶୁଟର: ପିସ୍ତଲ ଖରାପ ଥିବାରୁ ମନୁ ବିଫଳ

ଟୋକିଓ,୨୬।୭: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଶୁଟରମାନେ କ୍ରମାଗତ ଦ୍ୱିତୀୟ ଦିନରେ ମଧ୍ୟ ବିଫଳ ସାବ୍ୟସ୍ତ ହୋଇଛନ୍ତି। ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ମନୁ ଭାକର ପଦକ ଜିତିବା ନେଇ ଆଶା କରାଯାଉଥିଲା। ତେବେ ପିସ୍ତଲ ଖରାପ ଥିବା କାରଣରୁ ସେ ବିଫଳ ହୋଇଛନ୍ତି।
୧୯ ବର୍ଷୀୟ ମନୁ ପ୍ରଥମଥର ପାଇଁ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିଲେ। କ୍ୱାଲିଫିକେଶନ ରାଉଣ୍ଡରେ ପିସ୍ତଲ ଖରାପ ହେବା କାରଣରୁ ସେ ୨୦ ମିନିଟ ସମୟ ହରାଇଥିଲେ। ଏହା ସତ୍ତ୍ୱେ ସେ ଦ୍ୱାଦଶ ସ୍ଥାନରେ ରହିଥିଲେ। କଟ୍‌ ଅଫ୍‌ ୫୭୭ ରହିଥିବା ବେଳେ ମନୁ ୫୭୫ ସ୍କୋର ଶୁଟ୍‌ କରିଥିଲେ। ଫଳରେ ସେ ଫାଇନାଲ ରାଉଣ୍ଡରେ ପ୍ରବେଶ କରିପାରି ନ ଥିଲେ। ସେହିପରି ଅଲିମ୍ପିକ୍ସରେ ପ୍ରଥମଥର ପାଇଁ ଭାଗ ନେବାର ସୁଯୋଗ ପାଇଥିବା ଯଶସ୍ବିନୀ ସିଂ ଦେଶଓ୍ବାଲ ୫୭୪ ସ୍କୋର କରି ୧୩ତମ ସ୍ଥାନରେ ରହିଥିଲେ। ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ଅଭିଜ୍ଞ ଦୀପକ କୁମାର ଓ ଟିନ୍‌ଏଜର ଦିବ୍ୟାଂଶ ସିଂ ପାନଓ୍ବାର ଭଲ ପ୍ରଦର୍ଶନ କରି ନ ପାରି ଯଥାକ୍ରମେ ୨୬ ଓ ୩୨ତମ ସ୍ଥାନରେ ରହିଥିଲେ।
୧୦ମି. ଏୟାର ରାଇଫଲ ଇଭେଣ୍ଟରୁ ବାଦ୍‌ ପଡିଥିଲେ ମଧ୍ୟ ମନୁ ପାଖରେ ପଦକ ଜିତିବାର ସୁଯୋଗ ଏବେ ମଧ୍ୟ ରହିଛି। ୨୫ ମିଟର ଏୟାର ପିସ୍ତଲ ଓ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଇଭେଣ୍ଟରେ ସେ ଭାଗ ନେବେ। ଯଦି ଏଥିରେ ସେ ସଫଳ ହୁଅନ୍ତି ତେବେ ପଦକ ଜିତିବେ। ମିକ୍ସଡ ଇଭେଣ୍ଟରେ ସୌରଭ ଚୌଧୁରୀଙ୍କ ସହ ମନୁ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବେ।
ଅନ୍ୟତମ ଭାରତୀୟ ଶୁଟର ଅଙ୍ଗଦ ବୀର ସିଂ ବାଜଓ୍ବା ପୁରୁଷ ସ୍କିଟ୍‌ କ୍ୱାଲିଫିକେଶନରେ ଆଶାନୁରୂପ ପ୍ରଦର୍ଶନ କରିପାରି ନାହାନ୍ତି। ପ୍ରଥମ ୩ଟି ସିରିଜରେ ସେ ୨୫, ୨୪, ୨୪ ସ୍କୋର କରିଥିଲେ। ସୋମବାର ସେ ଅନ୍ତିମ ଦୁଇଟି ସିରିଜରେ ଭାଗ ନେବେ। ସେହିପରି ମାଇରାଜ ଅହମ୍ମଦ ଖାଁ ୭୧ ପଏଣ୍ଟ ଶୁଟ୍‌ କରି ୩୦ ଜଣ ଶୁଟରଙ୍କ ମଧ୍ୟରୁ ୨୫ତମ ସ୍ଥାନରେ ରହିଥିଲେ। ଶୁଟିଂରେ ପ୍ରଥମ ଦୁଇ ଦିନର ବିଫଳତା ଭାରତୀୟ ଶୁଟିଂଜଗତକୁ ଚକିତ କରିଛି। ଦୀର୍ଘ ଦିନର ପ୍ରସ୍ତୁତି ସତ୍ତ୍ୱେ ଏଭଳି ବିଫଳତାକୁ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ ଇଣ୍ଡିଆ (ଏନ୍‌ଆରଏଆଇ) ସହଜରେ ଗ୍ରହଣ କରିପାରି ନାହିଁ। ଶନିବାର ୧୦ମି. କ୍ୱାଲିଫିକେଶ ରାଉଣ୍ଡରେ ଦୀପକ, ଦିବ୍ୟାଂଶ ଓ ଅପୂର୍ବୀ ଚାଣ୍ଡେଲା ଏବଂ ଏଲାଭେନିଲ ଭାଲରରିଭାନଙ୍କ ବିଫଳତା ଦ୍ୱାରା ଏନ୍‌ଆରଏଆଇ ନିରାଶ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହିଦିନ ଭାରତ-ପାକିସ୍ତାନ ସେମିଫାଇନାଲ ମୁକାବିଲା: କେବେ, କେଉଁଠି ଦେଖିବେ ମ୍ୟାଚ ଜାଣନ୍ତୁ…

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସରେ ଏବେ ଭାରତ ଓ ପାକିସ୍ତାନର ହକି ଟିମ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଉଭୟ ଦଳ ମଧ୍ୟରେ ଏହି ମୁକାବିଲା ସିଧାସଳଖ ଫାଇନାଲ ଟିକେଟ…

ମହିଳା ୨୫ ମି. ପିସ୍ତଲରେ ଇଶାଙ୍କୁ ରୌପ୍ୟ, ନିରାଶ କଲେ ମନୁ

ନାଗୋୟା,୨୮ା୯: ଭାରତୀୟ ଶୁଟର ଇଶା ସିଂ ମହିଳା ୨୫ ମି. ପିସ୍ତଲ ବ୍ୟକ୍ତିଗତ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି। ଚଳିତ ଏସିଆନ ଗେମ୍ସରେ ଶୁଟିଂ ପ୍ରତିଯୋଗିତାରେ ଏହା…

ଟ୍ରକ୍‌ ଡ୍ରାଇଭରଙ୍କ ଝିଅ ରଚିଲେ ଇତିହାସ: ଏସିଆନ ଗେମ୍‌ରେ ଭାଙ୍ଗିଲେ ୪୨ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସ ୨୦୨୬ରେ ତାମିଲନାଡୁର ଆଥଲେଟ ବିଥ୍ୟା ରାମରାଜ ନିଜ ନାଁରେ କରିଛନ୍ତି ଏକ ବଡ଼ ରେକର୍ଡ। ମହିଳା ୪୦୦ ମିଟର ହର୍ଡଲ୍ସରେ ସେ ୫୪.୭୫…

RCBକୁ ବଡ଼ ଝଟକା: ଦୁନିଆରୁ ବିଦାୟ ନେଲେ ଏହି କିମ୍ବଦନ୍ତ୍ରୀ

ବେଙ୍ଗାଲୁରୁ,୨୮।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ପରିବାରକୁ ବଡ଼ ଝଟକା। ଦଳର ମ୍ୟାଚ ଦିନର ପରିବେଶକୁ ନିଜ ଢୋଲର ତାଳରେ ଉତ୍ସାହିତ କରୁଥିବା ପ୍ରସିଦ୍ଧ ଡ୍ରମର୍‌ ଦେବାଙ୍କ…

କୋହଲିଙ୍କ ଏହି ରେକର୍ଡ ଭାଙ୍ଗିବା ଅସମ୍ଭବ! ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୮।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଅପରାଜିତ ଶତକ ହାସଲ କରି ବିରାଟ କୋହଲି ପୁଣିଥରେ ରେକର୍ଡ ବୁକ୍‌ରେ ନିଜ ନାମ ଲେଖାଇଛନ୍ତି। ଏହି ମ୍ୟାଚ୍‌ରେ ତାଙ୍କ…

ବିଶ୍ୱକପରେ ସବୁଠୁ ଅଧିକ ଛକା ଏହି ଖେଳାଳିଙ୍କ ନାଁରେ, ଜାଣନ୍ତୁ ଟପ୍‌ ୫ରେ କିଏ କିଏ…

ନୂଆଦିଲ୍ଲୀ,୨୮।୯: ୨୦୨୭ ଦିନିକିଆ ବିଶ୍ୱକପ ପାଇଁ ବିଶ୍ୱର ବିଭିନ୍ନ କ୍ରିକେଟ ଦଳ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଭାରତୀୟ ଦଳ ମଧ୍ୟ ଏକ ଶକ୍ତିଶାଳୀ ଟିମ ଗଠନ…

ବସ୍‌ରୁ ଓହ୍ଲାଇବାବେଳେ ସିଡ଼ିରେ ଖସିପଡ଼ିଲେ ରୋହିତ ଶର୍ମା: ଆଉ ତା’ପରେ… ଦେଖନ୍ତୁ VIDEO

ତିରୁଭାନନ୍ତପୁରମ,୨୮।୯: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆ ପରେ ଭାରତୀୟ କ୍ରିକେଟର ରୋହିତ ଶର୍ମାଙ୍କୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।…

ଷ୍ଟାଡିୟମରୁ ଚୋରି ହୋଇଗଲା ଭାରତୀୟ ଖେଳାଳିଙ୍କ ଦାମୀ ବ୍ୟାଟ୍! ଭିଡିଓ କରି କହିଲେ…

ନୂଆଦିଲ୍ଲୀ,୨୮ା୯: ଭାରତୀୟ କ୍ରିକେଟର ଦୀପକ ଚହରଙ୍କ ୩ଟି କ୍ରିକେଟ୍‌ ବ୍ୟାଟ୍‌ ଗ୍ରାଉଣ୍ଡରୁ ଚୋରି ହୋଇଥିବା ଜଣାପଡ଼ିଛି । ଚୋରି ହୋଇଥିବା ବ୍ୟାଟ୍‌ଗୁଡ଼ିକର ମୋଟ ମୂଲ୍ୟ ପ୍ରାୟ ଦେଢ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?