ଶିଳ୍ପ ବିକାଶରେ ବାଧକ ଅସାମାଜିକ ଗୋଷ୍ଠୀ

କଳିଙ୍ଗନଗର,୨୭।୭(ଶୁଭାଶିଷ ରାଉତ) :କଳିଙ୍ଗନଗର ଶିଳ୍ପାଞ୍ଚଳରେ କେତେକ ଅସାମାଜିକ ବ୍ୟକ୍ତି ଓ ଗୋଷ୍ଠୀ ମୋଟା ଅଙ୍କର ଚାନ୍ଦା ଆଦାୟ କରିବା ଉଦ୍ଦେଶ୍ୟରେ ବିଭିନ୍ନ ସଙ୍ଗଠନ ଗଠନ କରି କାରଖାନା ବିରୋଧରେ ମିଥ୍ୟା ପ୍ରଦୂଷଣ ଜନିତ ଅଭିଯୋଗ କରୁଛନ୍ତି। ଏଭଳି ଅଯଥା ହସ୍ତକ୍ଷେପ ଶିଳ୍ପ ବିକାଶରେ ବାଧକ ସାଜିଛି। କଳିଙ୍ଗନଗର ଶିଳ୍ପ ସଂଘ ବା କଳିଙ୍ଗନଗର ଇଣ୍ଡଷ୍ଟ୍ରିଜ୍‌ ଆସୋସିଏଶନ (କେଏନ୍‌ଆଇଏ)ର ସଭାପତି ପୁରୁଷୋତ୍ତମ କାଣ୍ଡୋଇ ଏଭଳି ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି ା ଏହିମର୍ମରେ କାଣ୍ଡୋଇ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ଲିଖିତ ଭାବେ ଦୃଷ୍ଟି ଆକର୍ଷଣ କରିବା ସହ ଆବଶ୍ୟକ ତଦନ୍ତ କରି ଦୋଷୀ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ଏହା ପୂର୍ବରୁ ଗତ ୨୦୧୮ ନଭେମ୍ବରରେ କେଏନ୍‌ଆଇଏର ସଭାପତି କାଣ୍ଡୋଇ ଏହି ଶିଳ୍ପାଞ୍ଚଳରେ ସ୍ଥାନୀୟ ରାଜନେତାଙ୍କ ଅଯଥା ହସ୍ତକ୍ଷେପ କରୁଥିବା ନେଇ ଅଭିଯୋଗ ଆଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିଲେ।
କେଏନ୍‌ଏଆଇ କାଣ୍ଡୋଇ ମୁଖ୍ୟ ଶାସନ ସଚିବଙ୍କୁ ଦେଇଥିବା ପତ୍ରରେ ଆହୁରି ଦର୍ଶାଇଛନ୍ତି ଯେ, ନବେ ଦଶକରେ ଓଡ଼ିଶାର ବରପୁତ୍ର ସ୍ବର୍ଗତ ବିଜୁ ବାବୁ ଅନୁଭବ କରିଥିଲେ ଯେ ଖଣି ଖାଦାନରେ ଭରା ଓଡ଼ିଶାର ପ୍ରଗତି କେବଳ ଶିଳ୍ପାୟନ ଦ୍ୱାରା ସମ୍ଭବ। ଓଡ଼ିଶାବାସୀଙ୍କ ସାମାଜିକ ତଥା ଅଭିବୃଦ୍ଧି ପାଇଁ ବିଜୁ ବାବୁ ସର୍ବଦା ଚେଷ୍ଟିତ ଥିଲେ । ଏଥିପାଇଁ ସେ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ପରେ କଳିଙ୍ଗନଗରଠାରେ ଓଡ଼ିଶାର ଦ୍ୱିତୀୟ ଇସ୍ପାତ ଶିଳ୍ପ ପ୍ରତିଷ୍ଠା କରିବାପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ବିଜୁ ବାବୁଙ୍କ ଏହି ସ୍ବପ୍ନକୁ ତାଙ୍କ ପୁଅ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଫଳ ଭାବରେ କାର୍ଯ୍ୟକାରୀ କରିଅଛନ୍ତି । ଯାହା ଫଳରେ ଆଜି ଓଡିଶା ଶିଳ୍ପସମୃଦ୍ଧ ହେଇପାରିଛି । ବିଗତ ଦୁଇ ଦଶନ୍ଧି ମଧ୍ୟରେ ଓଡ଼ିଶାରେ ଏକ ସ୍ଥିର ଓ ସ୍ବଚ୍ଛ ସରକାରକୁ ନଜରରେ ରଖି ଟାଟା ଷ୍ଟିଲ, ଜିନ୍ଦଲ, ଟିଏସଏମଏଲ, ଭିସା, ମଇଥାନ, ବିଆରପିଏଲ, ସାଗର ସିମେଣ୍ଟ, ୟାଜଦାନୀ, ନୁଭିସ୍ତା ଆଦି ଶିଳ୍ପ ସଂସ୍ଥା ସେମାନଙ୍କ କାରଖାନା ସ୍ଥାପନ କରିଛନ୍ତି । କିନ୍ତୁ ବିଗତ କିଛି ବର୍ଷ ହେଲା ଶିଳ୍ପସଂସ୍ଥାଗୁଡିକ ନାହିଁ ନ ଥିବା ଶୋଷଣର ଶିକାର ହେବାକୁ ଏକପ୍ରକାର ବାଧ୍ୟ ହେଉଛନ୍ତି । ଶିଳ୍ପସଂଘ ଏହି ଅସୁବିଧାଗୁଡ଼ିକ ବିଷୟରେ ରାଜ୍ୟ ସରକାରଙ୍କୁ ଜଣାଇଆସୁଥିଲେ ମଧ୍ୟ ଏଯାବତ କୌଣସି ସୁଫଳ ମିଳିପାରିନାହିଁ। ଶିଳ୍ପ ସଂଘର କହିବା କଥା ହେଲା କଳିଙ୍ଗନଗରରେ ଗଢ଼ିଉଠିଥିବା ଶିଳ୍ପ ସଂସ୍ଥାଗୁଡିକ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁକରାଯାଉଥିବା ସମସ୍ତ ଆଇନକୁ ପାଳନ କରିଆସୁଛନ୍ତି। ପରିବେଶ ନିୟମ ମଧ୍ୟ ଏହି ଆଇନ ମଧ୍ୟରୁ ଅନ୍ୟତମ । ପରିବେଶ ଆଇନକୁ ଅମାନ୍ୟ କରୁଥିବା ଶିଳ୍ପସଂସ୍ଥା ପାଇଁ କେନ୍ଦ୍ର ସରକାରଙ୍କ ଅଧୀନ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼(ସିପିସିବି) ଓ ରାଜ୍ୟ ସରକାରଙ୍କ ଅଧୀନ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼(ଏସପିସିବି) ରହିଅଛି । ଯାହା ପରିବେଶ ଆଇନକୁ ଅମାନ୍ୟ କରୁଥିବା ସଂସ୍ଥାମାନଙ୍କ ବିରୋଧରେ ଉଚିତ ଆଇନଗତ ପଦକ୍ଷେପ ନେବାର କ୍ଷମତା ମଧ୍ୟ ରଖନ୍ତି । ହେଲେ କଳିଙ୍ଗନଗରରେ କେତେଜଣ ଅସାମାଜିକ ବ୍ୟକ୍ତି ଓ ଗୋଷ୍ଠୀ ମୋଟା ଅଙ୍କର ଚାନ୍ଦା ଆଦାୟକରିବା ଉଦ୍ଦେଶ୍ୟରେ ବିଭିନ୍ନ ସଙ୍ଗଠନ ଗଠନ କରି କାରଖାନାମାନଙ୍କ ବିରୋଧରେ ମିଥ୍ୟା ପ୍ରଦୂଷଣ ଜନିତ ଅଭିଯୋଗମାନ କରୁଛନ୍ତି । ଯେଉଁ କାରଖାନାଗୁଡିକ ଚାନ୍ଦା ଦେବାପାଇଁ ରାଜି ହେଉନାହାନ୍ତି ସେମାନଙ୍କ ବିରୋଧରେ ବାରମ୍ବାର ଅଭିଯୋଗ ଦାଖଲ କରାଯାଉଛି। ଏଭଳି ଶୋଷଣର ଶିକାର ହୋଇ କିଛି କାରଖାନା ବନ୍ଦ ହୋଇଯାଇଛି। ଏହି ସଙ୍ଗଠନଗୁଡିକ ଏତେ ଶକ୍ତିଶାଳୀ ଯେ ସେମାନେ ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଖଣିଜ ପରିବହନ ମୂଲ୍ୟଠାରୁ ଅଧିକ ମୂଲ୍ୟ ଦେବାପାଇଁ ଶିଳ୍ପସଂସ୍ଥାଗୁଡିକୁ ଏକପ୍ରକାର ବାଧ୍ୟ୍ୟ କରୁଅଛନ୍ତି । ଜିଲା ପ୍ରଶାସନ ଏହି ବିଷୟରେ ଅବଗତ ଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି । ଉକ୍ତ ସଙ୍ଗଠନଗୁଡିକ ବିରୋଧରେ ପ୍ରଶାସନ ନିକଟରେ ଶିଳ୍ପସଂସ୍ଥା ତରଫରୁ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଗଢ଼ିଉଠିଥିବା କାରଖାନା ପରିଚାଳନା ଓ ଉତ୍ପାଦନ ତଥା ସମ୍ପ୍ରସାରଣରେ ନାହିଁ ନ ଥିବା ଅସୁବିଧା ହେଉଥିବାରୁ ସରକାର ୩୫ ନୂଆ କାରଖାନା ସ୍ଥାପନ କରିବା ପାଇଁ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ତାହା ଏବେ ସ୍ବପ୍ନ ଭଳି ଲାଗୁଛି ।


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?