ଶିଳ୍ପ ବିକାଶରେ ବାଧକ ଅସାମାଜିକ ଗୋଷ୍ଠୀ

କଳିଙ୍ଗନଗର,୨୭।୭(ଶୁଭାଶିଷ ରାଉତ) :କଳିଙ୍ଗନଗର ଶିଳ୍ପାଞ୍ଚଳରେ କେତେକ ଅସାମାଜିକ ବ୍ୟକ୍ତି ଓ ଗୋଷ୍ଠୀ ମୋଟା ଅଙ୍କର ଚାନ୍ଦା ଆଦାୟ କରିବା ଉଦ୍ଦେଶ୍ୟରେ ବିଭିନ୍ନ ସଙ୍ଗଠନ ଗଠନ କରି କାରଖାନା ବିରୋଧରେ ମିଥ୍ୟା ପ୍ରଦୂଷଣ ଜନିତ ଅଭିଯୋଗ କରୁଛନ୍ତି। ଏଭଳି ଅଯଥା ହସ୍ତକ୍ଷେପ ଶିଳ୍ପ ବିକାଶରେ ବାଧକ ସାଜିଛି। କଳିଙ୍ଗନଗର ଶିଳ୍ପ ସଂଘ ବା କଳିଙ୍ଗନଗର ଇଣ୍ଡଷ୍ଟ୍ରିଜ୍‌ ଆସୋସିଏଶନ (କେଏନ୍‌ଆଇଏ)ର ସଭାପତି ପୁରୁଷୋତ୍ତମ କାଣ୍ଡୋଇ ଏଭଳି ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି ା ଏହିମର୍ମରେ କାଣ୍ଡୋଇ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ଲିଖିତ ଭାବେ ଦୃଷ୍ଟି ଆକର୍ଷଣ କରିବା ସହ ଆବଶ୍ୟକ ତଦନ୍ତ କରି ଦୋଷୀ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ଏହା ପୂର୍ବରୁ ଗତ ୨୦୧୮ ନଭେମ୍ବରରେ କେଏନ୍‌ଆଇଏର ସଭାପତି କାଣ୍ଡୋଇ ଏହି ଶିଳ୍ପାଞ୍ଚଳରେ ସ୍ଥାନୀୟ ରାଜନେତାଙ୍କ ଅଯଥା ହସ୍ତକ୍ଷେପ କରୁଥିବା ନେଇ ଅଭିଯୋଗ ଆଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିଲେ।
କେଏନ୍‌ଏଆଇ କାଣ୍ଡୋଇ ମୁଖ୍ୟ ଶାସନ ସଚିବଙ୍କୁ ଦେଇଥିବା ପତ୍ରରେ ଆହୁରି ଦର୍ଶାଇଛନ୍ତି ଯେ, ନବେ ଦଶକରେ ଓଡ଼ିଶାର ବରପୁତ୍ର ସ୍ବର୍ଗତ ବିଜୁ ବାବୁ ଅନୁଭବ କରିଥିଲେ ଯେ ଖଣି ଖାଦାନରେ ଭରା ଓଡ଼ିଶାର ପ୍ରଗତି କେବଳ ଶିଳ୍ପାୟନ ଦ୍ୱାରା ସମ୍ଭବ। ଓଡ଼ିଶାବାସୀଙ୍କ ସାମାଜିକ ତଥା ଅଭିବୃଦ୍ଧି ପାଇଁ ବିଜୁ ବାବୁ ସର୍ବଦା ଚେଷ୍ଟିତ ଥିଲେ । ଏଥିପାଇଁ ସେ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ପରେ କଳିଙ୍ଗନଗରଠାରେ ଓଡ଼ିଶାର ଦ୍ୱିତୀୟ ଇସ୍ପାତ ଶିଳ୍ପ ପ୍ରତିଷ୍ଠା କରିବାପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ବିଜୁ ବାବୁଙ୍କ ଏହି ସ୍ବପ୍ନକୁ ତାଙ୍କ ପୁଅ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଫଳ ଭାବରେ କାର୍ଯ୍ୟକାରୀ କରିଅଛନ୍ତି । ଯାହା ଫଳରେ ଆଜି ଓଡିଶା ଶିଳ୍ପସମୃଦ୍ଧ ହେଇପାରିଛି । ବିଗତ ଦୁଇ ଦଶନ୍ଧି ମଧ୍ୟରେ ଓଡ଼ିଶାରେ ଏକ ସ୍ଥିର ଓ ସ୍ବଚ୍ଛ ସରକାରକୁ ନଜରରେ ରଖି ଟାଟା ଷ୍ଟିଲ, ଜିନ୍ଦଲ, ଟିଏସଏମଏଲ, ଭିସା, ମଇଥାନ, ବିଆରପିଏଲ, ସାଗର ସିମେଣ୍ଟ, ୟାଜଦାନୀ, ନୁଭିସ୍ତା ଆଦି ଶିଳ୍ପ ସଂସ୍ଥା ସେମାନଙ୍କ କାରଖାନା ସ୍ଥାପନ କରିଛନ୍ତି । କିନ୍ତୁ ବିଗତ କିଛି ବର୍ଷ ହେଲା ଶିଳ୍ପସଂସ୍ଥାଗୁଡିକ ନାହିଁ ନ ଥିବା ଶୋଷଣର ଶିକାର ହେବାକୁ ଏକପ୍ରକାର ବାଧ୍ୟ ହେଉଛନ୍ତି । ଶିଳ୍ପସଂଘ ଏହି ଅସୁବିଧାଗୁଡ଼ିକ ବିଷୟରେ ରାଜ୍ୟ ସରକାରଙ୍କୁ ଜଣାଇଆସୁଥିଲେ ମଧ୍ୟ ଏଯାବତ କୌଣସି ସୁଫଳ ମିଳିପାରିନାହିଁ। ଶିଳ୍ପ ସଂଘର କହିବା କଥା ହେଲା କଳିଙ୍ଗନଗରରେ ଗଢ଼ିଉଠିଥିବା ଶିଳ୍ପ ସଂସ୍ଥାଗୁଡିକ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁକରାଯାଉଥିବା ସମସ୍ତ ଆଇନକୁ ପାଳନ କରିଆସୁଛନ୍ତି। ପରିବେଶ ନିୟମ ମଧ୍ୟ ଏହି ଆଇନ ମଧ୍ୟରୁ ଅନ୍ୟତମ । ପରିବେଶ ଆଇନକୁ ଅମାନ୍ୟ କରୁଥିବା ଶିଳ୍ପସଂସ୍ଥା ପାଇଁ କେନ୍ଦ୍ର ସରକାରଙ୍କ ଅଧୀନ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼(ସିପିସିବି) ଓ ରାଜ୍ୟ ସରକାରଙ୍କ ଅଧୀନ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼(ଏସପିସିବି) ରହିଅଛି । ଯାହା ପରିବେଶ ଆଇନକୁ ଅମାନ୍ୟ କରୁଥିବା ସଂସ୍ଥାମାନଙ୍କ ବିରୋଧରେ ଉଚିତ ଆଇନଗତ ପଦକ୍ଷେପ ନେବାର କ୍ଷମତା ମଧ୍ୟ ରଖନ୍ତି । ହେଲେ କଳିଙ୍ଗନଗରରେ କେତେଜଣ ଅସାମାଜିକ ବ୍ୟକ୍ତି ଓ ଗୋଷ୍ଠୀ ମୋଟା ଅଙ୍କର ଚାନ୍ଦା ଆଦାୟକରିବା ଉଦ୍ଦେଶ୍ୟରେ ବିଭିନ୍ନ ସଙ୍ଗଠନ ଗଠନ କରି କାରଖାନାମାନଙ୍କ ବିରୋଧରେ ମିଥ୍ୟା ପ୍ରଦୂଷଣ ଜନିତ ଅଭିଯୋଗମାନ କରୁଛନ୍ତି । ଯେଉଁ କାରଖାନାଗୁଡିକ ଚାନ୍ଦା ଦେବାପାଇଁ ରାଜି ହେଉନାହାନ୍ତି ସେମାନଙ୍କ ବିରୋଧରେ ବାରମ୍ବାର ଅଭିଯୋଗ ଦାଖଲ କରାଯାଉଛି। ଏଭଳି ଶୋଷଣର ଶିକାର ହୋଇ କିଛି କାରଖାନା ବନ୍ଦ ହୋଇଯାଇଛି। ଏହି ସଙ୍ଗଠନଗୁଡିକ ଏତେ ଶକ୍ତିଶାଳୀ ଯେ ସେମାନେ ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଖଣିଜ ପରିବହନ ମୂଲ୍ୟଠାରୁ ଅଧିକ ମୂଲ୍ୟ ଦେବାପାଇଁ ଶିଳ୍ପସଂସ୍ଥାଗୁଡିକୁ ଏକପ୍ରକାର ବାଧ୍ୟ୍ୟ କରୁଅଛନ୍ତି । ଜିଲା ପ୍ରଶାସନ ଏହି ବିଷୟରେ ଅବଗତ ଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି । ଉକ୍ତ ସଙ୍ଗଠନଗୁଡିକ ବିରୋଧରେ ପ୍ରଶାସନ ନିକଟରେ ଶିଳ୍ପସଂସ୍ଥା ତରଫରୁ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଗଢ଼ିଉଠିଥିବା କାରଖାନା ପରିଚାଳନା ଓ ଉତ୍ପାଦନ ତଥା ସମ୍ପ୍ରସାରଣରେ ନାହିଁ ନ ଥିବା ଅସୁବିଧା ହେଉଥିବାରୁ ସରକାର ୩୫ ନୂଆ କାରଖାନା ସ୍ଥାପନ କରିବା ପାଇଁ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ତାହା ଏବେ ସ୍ବପ୍ନ ଭଳି ଲାଗୁଛି ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୩୦।୪(ସୀମାଞ୍ଚଳ ମିଶ୍ର ): ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ଏପରିକି ମା’ଙ୍କ ନିକଟରେ...

ନାମାଙ୍କନପତ୍ର ଦାଖଲ କଲେ ପ୍ରଣବ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ମୁଁ ନିଶ୍ଚିତ ଯେ…

ଭୁବନେଶ୍ୱର,୩୦।୪: ସମ୍ବଲପୁର ଲୋକ ସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ଦଳୀୟ କର୍ମୀ ଓ ହଜାର...

ପଦ୍ମଶ୍ରୀ ମାଗୁଣି କୁଅଁର ଗୁରୁତର: ହସ୍ପିଟାଲରେ ଭର୍ତ୍ତି

କେନ୍ଦୁଝର,୩୦।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ବିଶିଷ୍ଠ କାଠି କଣ୍ଢେଇ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ମଙ୍ଗଳବାର ଅସୁସ୍ଥ ହୋଇ କେନ୍ଦୁଝର ଜିଲା...

ଏନ୍‌କାଉଣ୍ଟରେ ୪ ମାଓବାଦୀ ନିପାତ

ରାୟପୁର/ମାଲକାନଗିରି,୩୦।୪: ଏନକାଉଣ୍ଟରେ ମଙ୍ଗଳବାର ୪ ମାଓବାଦୀ ଟଳିପଡିଛନ୍ତି। ଛତିଶଗଡର ନାରାୟଣପୁର ଆବୁଜମାଡ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୪ ମାଓବାଦୀ ନିହତ...

ଭାଜପା କର୍ମୀ ସମ୍ମିଳନୀ, ମିଶ୍ରଣ ପର୍ବ

କାମାକ୍ଷାନଗର,୩୦।୪(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ଦଶୀପୁର, କଣ୍ଟାପାଳ ଓ ବିରିବୋଲେଇ ପଞ୍ଚାୟତରେ ଭାଜପାର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।...

ବିଜେଡିରେ ମିଶିଲେ ଜିଲା ଯୁବ କଂଗ୍ରେସ ପୂର୍ବତନ ସଭାପତି

ଢେଙ୍କାନାଳ,୩୦ା୪(ରତନ ନାୟାର): ଢେଙ୍କାନାଳ ସହର ଗଣେଶ ମଣ୍ଡପଠାରେ ରବିବାର ବିଜେଡି ପକ୍ଷରୁ ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ଯୁବ କଂଗ୍ରେସର ପୂର୍ବତନ ସଭାପତି...

କଣ୍ଟେନରରେ ଲାଗିଲା ଭୟଙ୍କର ନିଆଁ: ଲକ୍ଷାଧିକ ଟଙ୍କା ସମ୍ପତ୍ତି ନଷ୍ଟ

କଟକ, ୩୦।୦୪ (କାର୍ତ୍ତିକ ସାହୁ): ଜଗତପୁର ଥାନା ଅନ୍ତର୍ଗତ ନଜରପୁରଠାରେ ଥିବା ଶ୍ରମିକ ମାନଙ୍କର ରହିବା ପାଇଁ ଛ’ଟି କଣ୍ଟେନରରେ ସୋମବାର ବିଳମ୍ବିତ ରାତି ପ୍ରାୟ...

ଚିନ୍ତା ବଢ଼ାଇଲାଣି ଜଙ୍ଗଲ ନିଆଁ

ନୟାଗଡ଼,୩୦।୪(ଲୋକନାଥ ମିଶ୍ର): ନୟାଗଡ଼ ବନଖଣ୍ଡ ଓ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡରେ ଜଙ୍ଗଲରେ ଲାଗୁଥିବା ନିଆଁ ଚିନ୍ତା ବଢାଇ ଦେଲାଣି। ଅଗ୍ନିବର୍ଷା ବେଳେ ଜଙ୍ଗଲର ନିଆଁର ତାତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri