ଲଘୁ ଖଣିଜ ନିର୍ଦ୍ଦେଶାଳୟ: ଆରମ୍ଭରୁ ଦୁର୍ବଳ

ଯାଜପୁର ଅଫିସ,୨୬ା୧୧:ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ କ୍ରମେ ୧୩ା୮ା୨୦୧୯ରେ ସ୍ବତନ୍ତ୍ର ଲଘୁଖଣିଜ ନିର୍ଦ୍ଦେଶାଳୟ ଗଠିତ ହୋଇଛି। ରାଜ୍ୟର ଲଘୁଖଣିଜ ପଦାର୍ଥଗୁଡିକର ସୁବିନିଯୋଗ ଓ ପରିଚାଳନା ଏହାର ଲକ୍ଷ୍ୟ। ଲୋକସେବା ଭବନରେ ଏହି ନିର୍ଦ୍ଦେଶାଳୟ କାର୍ଯ୍ୟ କରୁଛି। ଏଥିରେ ନିର୍ଦ୍ଦେଶକଙ୍କ ସମେତ ୨୯ଟି ପଦବୀ ସୃଷ୍ଟି କରାଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ଯୁଗ୍ମ ନିର୍ଦ୍ଦେଶକ(ଆଡ୍‌ମିନ), ଯୁଗ୍ମ/ଡେପୁଟି/ସହକାରୀ ନିର୍ଦ୍ଦେଶକ (ଟେକ୍ନିକାଲ ମାଇନିଂ), ଯୁଗ୍ମ ନିର୍ଦ୍ଦେଶକ(ଟେକ୍ନିକାଲ-ଡବ୍ଲ୍ୟୁଆର) ଓ ଯୁଗ୍ମ/ଡେପୁଟି ନିର୍ଦ୍ଦେଶକ (ଟେକ୍ନିକାଲ ଏନଫୋର୍ସମେଣ୍ଟ) ପଦବୀ ନିଯୁକ୍ତି ହୋଇନାହାନ୍ତି। ଫଳରେ ନିର୍ଦ୍ଦେଶାଳୟ ଆରମ୍ଭରୁ ଦୁର୍ବଳ ହୋଇପଡ଼ିଛି। ଗ୍ରାମାଞ୍ଚଳର ମୂଲ୍ୟବାନ ଲଘୁ ଖଣିଜ ଦ୍ରବ୍ୟର ବେଆଇନ ଉତ୍ତୋଳନ ପରିମାଣକୁ ଅବଲୋକନ କଲେ ଲଘୁଖଣିଜ ନିର୍ଦ୍ଦେଶାଳୟ ନ ଥିଲା ଭଳି ମନେହେଉଛି। ଏଥିଯୋଗୁ ଲଘୁ ଖଣିଜ ଦ୍ରବ୍ୟ ଭରପୂର ଥିବା ତହସିଲ ଅଞ୍ଚଳକୁ ତହସିଲଦାର ଭାବେ ନିଯୁକ୍ତି ପାଇବାକୁ ଏକପ୍ରକାର ପ୍ରତିଯୋଗିତା ହେଉଛି। ପ୍ରଭାବଶାଳୀ ବ୍ୟକ୍ତିଙ୍କ ଚାପରେ ସରକାରଙ୍କ ନୀତିନିୟମ, ପ୍ରତିଶ୍ରୁତି ସବୁ ଚପିଯାଉଛି। ଫଳରେ ଖୁବ୍‌ ଅଳ୍ପ ଦିନରେ ଓଡ଼ିଶା ଲଘୁ ଖଣିଜ ଦ୍ରବ୍ୟ ଶୂନ୍ୟ ହୋଇଯିବ ବୋଲି ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି ା
ଲଘୁ ଖଣିଜ ନିର୍ଦ୍ଦେଶାଳୟ ହେଉଛି ରାଜସ୍ବ ଓ ପରିଚାଳନା ବିଭାଗ ଅନ୍ତର୍ଗତ ଏକ ସମନ୍ବିତ ନିର୍ଦ୍ଦେଶାଳୟ (ଇଣ୍ଟିଗ୍ରେଟେଡ୍‌ ଡାଇରେକ୍ଟୋରେଟ)। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଶାସନ ସଚିବ ନିଜ ମୂଳ ପଦବୀ ସହ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ନିର୍ବାହ କରୁଛନ୍ତି। ଏହାବ୍ୟତୀତ ଓଡ଼ିଶା ସଚିବାଳୟ ସେବାର ୪ ଜଣ ସହକାରୀ ଉପବିଭାଗ ଅଧିକାରୀ ନିର୍ଦ୍ଦେଶାଳୟରେ ସାମୟିକ ଭାବେ ନିଯୁକ୍ତି ହୋଇଛନ୍ତି। ଏହି ନିର୍ଦ୍ଦେଶାଳୟରେ ନିର୍ଦ୍ଦେଶକଙ୍କ ସମେତ ୬ ଜଣ ଯୁଗ୍ମ ଓ ଡେପୁଟି ନିର୍ଦ୍ଦେଶକ ରହିଛନ୍ତି। ଯେଉଁଥିରେ ଓଡ଼ିଶା ପୋଲିସର ଡିଏସ୍‌ପି ର଼୍ୟାଙ୍କ, ଓଡ଼ିଶା ଫରେଷ୍ଟ ସର୍ଭିସ୍‌ର ଆସିଷ୍ଟାଣ୍ଟ କଞ୍ଜରଭେଟର ର଼୍ୟାଙ୍କ ସମେତ ଆସିଣ୍ଟାଣ୍ଟ ମାଇନିଂ ଅଫିସର ର଼୍ୟାଙ୍କ, ଜିଓଲୋଜିଷ୍ଟ ଓ ନିର୍ବାହୀ ଯନ୍ତ୍ରୀ ର଼୍ୟାଙ୍କର ଗୋଟିଏ ଲେଖାଏ ପଦବୀ ରହିଛି। ଏହାବାଦ୍‌ ୨ ସେକ୍ସନ ଅଫିସର, ୪ ଆସିଷ୍ଟାଣ୍ଟ ସେକ୍ସନ ଅଫିସର, ୧୦ ଜୁନିୟର ମାଇନିଂ ଅଫିସର, ୪ ଷ୍ଟେନୋ ଓ ଗୋଟିଏ ପିଏ ପଦବୀ ରହିଛି। ଏମାନଙ୍କ ଦରମା ବାବଦକୁ ବାର୍ଷିକ ଦେଢ଼ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହେଉଛି। କିନ୍ତୁ ରାଜ୍ୟରେ ଥିବା ଲଘୁ ଖଣିଜ ଦ୍ରବ୍ୟର ସିଂହଭାଗ ଅର୍ଥ ଲୁଟ୍‌ ହେଉଥିବାବେଳେ ପ୍ରାୟ ୨୫ ପ୍ରତିଶତ ରାଜସ୍ବ ଆକାରରେ ଜମା ହେଉଛି ବୋଲି ଅଭିଯୋଗ ହୋଇଛି।
ଯାଜପୁର ଜିଲାକୁ ଉଦାହରଣ ଭାବେ ନିଆଯାଇପାରେ। ଜିଲାର ଧର୍ମଶାଳା, ଦର୍ପଣୀ, କୋରେଇ, ଦାନଗଦି ଓ ସୁକିନ୍ଦା ତହସିଲ ଅଞ୍ଚଳରେ ଆରୁଆ, କୋହ୍ଲା, ଯାବରା, ବାଜବାଟି, ଚାରିଗୋଠ, ରାହାଡ଼ପୁର, ଡଙ୍କାରୀ, ଚଢେଇଧରା, ବିଛାଖଣ୍ଡି, ଅଞ୍ଜରା, ବାଘୁଆ, ଲୁଣିବର, ବରଦା, ସାହାନିଡ଼ିହ, କରଡ଼ାପାଲ, ବୈରୀମାଲ, ନିମାପାଲି, ଖରଡ଼ିଡ଼ିହ, ଗୋପପୁର, ପିମ୍ପୁଡ଼ିଆ, ରଗଡ଼ି, ମାନତିରା ପ୍ରଭୃତି ପାହାଡ଼ରେ ପାଖାପାଖି ୧୦୦ ଗ୍ରାନାଇଟ୍‌, ମୋରମ, ବୋଲଡର କ୍ବାରି ରହିଛି। ଏହାସହ ନଦୀନାଳ ଭରା ଜିଲାରେ ବ୍ରାହ୍ମଣୀ, ବୈତରଣୀ, ବୁଢ଼ା, ବିରୂପା, ଖରସ୍ରୋତାରେ ଶତାଧିକ ବାଲି ଖାଦାନ କାର୍ଯ୍ୟ କରୁଛି। ବିଭିନ୍ନ କଳ କାରଖାନା ପ୍ରତିଷ୍ଠା ପାଇଁ ବ୍ୟାପକ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ଗତ ୨୦ ବର୍ଷ ହେଲା ଗେଟି, ପଥର, ମୋରମ, ମେଟାଲ ଓ ବାଲିର ଚାହିଦା ବହୁଗଣା ବୃଦ୍ଧି ପାଇଛି ା ଫଳରେ ବହୁ କମ୍ପାନୀ ନୀତିନିୟମ ଉଲ୍ଲଂଘନ କରି ଏବଂ ଆଇନକୁ ଫାଙ୍କି ଲଘୁ ଖଣିଜଦ୍ରବ୍ୟ ଉତ୍ତୋଳନକୁ ଜୋର୍‌ଦାର କରିଛନ୍ତି। ଏହାର ସୁଯୋଗ ନେଇ ମାଫିଆମାନେ ବେଆଇନ ଖଣିଜ ଦ୍ରବ୍ୟ ଲୁଟି ନେଇ ରାତାରାତି କୋଟିପତି ହେଉଛନ୍ତି। ଆଇନଜୀବୀ ଉଦୟନାଥ ସାହୁ କୁହନ୍ତି, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ଖଣି ଲିଜ୍‌ ୫ ବର୍ଷିଆ ଦୀର୍ଘମିଆଦୀ ସୂତ୍ରରେ ଦିଆଯିବା ବାଧ୍ୟତାମୂଳକ। ତଥାପି କୌଣସି ନ୍ୟାୟିକ ହସ୍ତକ୍ଷେପ ନ ନେଇ ବିଭିନ୍ନ ସଂସ୍ଥାକୁ ସ୍ବଳ୍ପମିଆଦୀ ଲିଜ୍‌ ଦେଇ ବ୍ୟାପକ ମାତ୍ରାରେ ଅନେକ ପ୍ରକାର ଲଘୁଖଣିଜ ଦ୍ରବ୍ୟ ଉତ୍ତୋଳନ କରାଯାଉଛି ବୋଲି ଆଇନଜୀବୀ ସାହୁ କହିଛନ୍ତି। ଏ ସଂକ୍ରାନ୍ତରେ ଯାଜପୁର ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳଙ୍କ ମତାମତ ନେବାକୁ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ କଲ୍‌ ଉଠାଇ ନଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri