ଢେଙ୍କାନାଳରୁ ନିର୍ଦ୍ଦେଶିକା ପଲ୍ଲବୀ ଗିରଫ

ଭୁବନେଶ୍ୱର, ୭ା୫(ବ୍ୟୁରୋ): ୭ କୋଟିର ଠକେଇ ମାମଲାରେ ଚିଟ୍‌ଫଣ୍ଡ ସଂସ୍ଥାର ନିର୍ଦ୍ଦେଶିକାଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଢେଙ୍କାନାଳରୁ ଗିରଫ କରିଛି। ସେ ହେଲେ ଚିଟ୍‌ଫଣ୍ଡ ସଂସ୍ଥା ‘ପର୍ପଲ କ୍ୱାଲ୍‌ଭସ୍‌ ଫାଇନାନ୍‌ସିିଆଲ ସର୍ଭିସେସ୍‌ ପ୍ରାଇଭେଟ ଲିମିଟେଡ’ର ନିର୍ଦ୍ଦେଶିକା ପଲ୍ଲବୀ ମିଶ୍ର। ତାଙ୍କ ଘର ଢେଙ୍କାନାଳ ଜିିଲା ସଦର ଥାନା ଅନ୍ତର୍ଗତ ବଣିସିଂହ ଗ୍ରାମରେ। ପୂର୍ବରୁ ମାର୍ଚ୍ଚ ୧୧ରେ ଢେଙ୍କାନାଳ ଟାଉନ ଥାନା ପୋଲିସ ଏକ ଠକେଇ ମାମଲା( ନଂ.୧୩୧/୨୦୨୨) ରୁଜୁ କରି ପଲ୍ଲବୀଙ୍କ ସ୍ବାମୀ ତଥା ନିର୍ଦ୍ଦେଶକ ସତ୍ୟରଞ୍ଜନ ହୋତାଙ୍କୁ ଗିରଫ କରିଥିଲା। ସେ ଏବେ ବିଚାରାଧୀନ କଏଦୀ ଭାବେ ଜେଲରେ ଅଛନ୍ତି। ଏହି ଘଟଣାର ବଳିଷ୍ଠ ତଦନ୍ତ ପାଇଁ ଇଓଡବ୍ଲ୍ୟୁ ଏପ୍ରିଲ ୨୭ରେ ନିଜ ଆଡୁ ଏକ ମାମଲା( ନଂ.୧୦/୨୦୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଗିରଫ ପରେ ଅଭିଯୁକ୍ତା ପଲ୍ଲବୀଙ୍କୁ ଗୁରୁବାର ଇଓଡବ୍ଲ୍ୟୁ କଟକ ଓପିଆଇଡି କୋର୍ଟକୁ ଚାଲାଣ କରିଥିଲା। ସେଠାରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ସୂଚନା ଅନୁଯାୟୀ, ଅଭିଯୁକ୍ତ ସତ୍ୟରଞ୍ଜନ ଭୁବନେଶ୍ୱର ପଟିଆସ୍ଥିତ ଡିଏଲ୍‌ଏଫ୍‌ ବିଲ୍ଡିଂରେ ‘ପର୍ପଲ କ୍ୱାଲ୍‌ଭସ୍‌ ଫାଇନାନ୍‌ସିଆଲ ସର୍ଭିସେସ୍‌ ପ୍ରାଇଭେଟ ଲିମିଟେଡ’ରେ ଏକ ଚିଟ୍‌ଫଣ୍ଡ ସଂସ୍ଥା ଖୋଲିଥିଲେ। ସେ ଓ ତାଙ୍କ ସ୍ତ୍ରୀ ଏହାର ନିର୍ଦ୍ଦେଶକ ଥିଲେ। ଏହି ସଂସ୍ଥା ଦ୍ୱାରା ଉଭୟେ କୋଟି କୋଟି ଟଙ୍କା ହଡ଼ପ କରିବାକୁ ଯୋଜନା କରିଥିଲେ। ତାଙ୍କ କମ୍ପାନୀରେ ଟଙ୍କା ଜମା କଲେ ଏହାକୁ ଶେୟାରରେ ଲଗାଇ ଅଧିକ ସୁଧ ଦେବାକୁ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଉକ୍ତ କଥାକୁ ବିଶ୍ୱାସ କରି ୨୦୧୮ରୁ ରାଜ୍ୟର ବିଭିନ୍ନ ଜିଲାର ୪୩ ଜଣ ନିବେଶକ ପ୍ରାୟ ୭ କୋଟି ଟଙ୍କା ତାଙ୍କ କମ୍ପାନୀରେ ନିବେଶ କରିଥିଲେ। ଏପରିକି ଜନସାଧାରଣଙ୍କ ଟଙ୍କା ନେବା ଓ ତାହାକୁ ଶେୟାର ମାର୍କେଟରେ ତାଙ୍କ କମ୍ପାନୀ ଦ୍ୱାରା ନିବେଶ କରିବାକୁ ସେମାନେ ‘ଆର୍‌ବିଆଇ’ ଓ ‘ସେବି’ ଠାରୁ ମଧ୍ୟ ଅନୁମତି ଆଣି ନ ଥିଲେ। ପ୍ରଥମେ ବିଶ୍ୱାସ ଜନ୍ମାଇବାକୁ ସେମାନେ କିଛି ପରିମାଣର ସୁଧ ଦେଇଥିଲେ। ହେଲେ ପରବର୍ତ୍ତୀସମୟରେ ନିବେଶକଙ୍କୁ ଆଉ ଟଙ୍କା ଦେଇ ନ ଥିଲେ। ନିବେଶକମାନେ ଟଙ୍କା ମାଗିବାରୁ ଧମକ ଦେବା ସହ ଆଉ ଧରାଛୁଆଁ ଦେଇ ନ ଥିଲେ। ଏନେଇ କିଛି ନିବେଶକ ଢେଙ୍କାନାଳ ଟାଉନ ଥାନାରେ ସ୍ବାମୀ ଓ ସ୍ତ୍ରୀଙ୍କ ନାମରେ ଅଭିଯୋଗ କରିଥିଲେ। ହେଲେ ଟାଉନ ଥାନା ପୋଲିସ ସେତେବେଳେ କେବଳ ସ୍ବାମୀ ସତ୍ୟରଞ୍ଜନଙ୍କୁ ଗିରଫ କରିଥିବାବେଳେ ପଲ୍ଲବୀଙ୍କୁ ଥାନାରେ ପଚରାଉଚରା କରି ଛାଡ଼ି ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri