ଦିଗହରା ସହରାଞ୍ଚଳ ଆବାସ ଯୋଜନା

କେନ୍ଦୁଝର,୧୬ା୧(ସ୍ବ.ପ୍ର.): କେନ୍ଦୁଝର ସହର ୧ନଂ. ଓ୍ବାର୍ଡ ଦୀର୍ଘ ବର୍ଷ ହେଲା ଅବହେଳିତ ହୋଇରହିଛି। ଓ୍ବାର୍ଡରେ ଜିଲାର ଆରାଧ୍ୟ ଶ୍ରୀଶ୍ରୀ ବଳଦେବଜୀଉ ରହିଛନ୍ତି। ପ୍ରତିଦିନ ଏଠାକୁ ବହୁ ଭକ୍ତଙ୍କ ଆଗମନ ହୋଇଥାଏ। ଏନେଇ ପ୍ରଶାସନ ପକ୍ଷରୁ ମୁଖ୍ୟ ରାସ୍ତାକଡ଼ ସବୁ ଚକାଚକ କରାଯାଇଥିବା ବେଳେ ସାହିଗୁଡ଼ିକର ବିକାଶ ହୋଇପାରୁନାହିଁ। ସାହିରେ ବସବାସ କରୁଥିବା ବହୁ ଗରିବ ପରିବାର ଘର ଖଣ୍ଡେରୁ ବଞ୍ଚତ୍ତ ରହିଛନ୍ତି। ଏମାନଙ୍କୁ ଦେଖିଲେ ଲାଗୁଛି ସହରାଞ୍ଚଳ ଆବାସ ଯୋଜନା ଏଠାରେ ଦିଗହରା ହୋଇଯାଇଛି। ଲୋକେ ଭାଗ୍ୟକୁ ଆଦରି ପଲିଥିନ ଘରେ ଆଶ୍ରିତ ହୋଇ ରହିଛନ୍ତି। ପାହାଡ଼ ତଳେ ଏହି ଓ୍ବାର୍ଡଟି ରହିଥିବାରୁ ଶୀତର ପ୍ରକୋପ ଅଧିକ ରହିଥାଏ। ଏଣୁ ଏଭଳି ଭଙ୍ଗାଦଦରା ଘରେ ଲୋକଙ୍କ ଦୁଃଖ କଷ୍ଟକୁ ଶୀତ ଦ୍ୱିଗୁଣିତ କରିଦେଉଛି।
ସୂଚନା ମୁତାବକ, ସ୍ଥାନୀୟ ମାଘୁସାହି ତଥା ଚକ୍ରବାଳି ବନ୍ଧସାହିରେ ଘର ନ ଥିବାରୁ ପଲିଥିନ ଘୋଡ଼ା ଘରେ ଅନେକ ପରିବାର ରହୁଛନ୍ତି। ଏଥି ମଧ୍ୟରୁ ସନ୍ତୋଷ ନାଏକଙ୍କ ପରିବାର ଦାରିଦ୍ର୍ୟ ମଧ୍ୟରେ ରହୁଥିବା ବେଳେ ବାପା ଓ ମା’ଙ୍କ ଦେହାନ୍ତ ପରେ ୫ ଭାଇ ଭଉଣୀଙ୍କୁ ଘର ମିଳିନାହିଁ। ଏଣୁ ପଲା ମାରି ରହିବାକୁ ବାଧ୍ୟ ହେଉଛନ୍ତି। ଏକ ଘରେ ଦୁଇ ଭାଇ ରହୁଥିବା ବେଳେ ୩ଭଉଣୀ ଅନ୍ୟ ଜଣଙ୍କ ଘରେ ରହୁଥିବା ସେ କହିଛନ୍ତି। ସନ୍ତୋଷ ଏବେ ବାଂଶପାଳ ବ୍ଲକ୍‌ ଶୁଆକାଟିସ୍ଥିତ ଉଚ୍ଚ ବିଦ୍ୟାଳୟରେ ଯୁକ୍ତ ୨ ବାଣିଜ୍ୟର ପ୍ରଥମ ବର୍ଷ ଛାତ୍ର। ଆର୍ଥିକ ଅନଟନରୁ ତାଙ୍କ ବଡ଼ଭାଇ ସୁରେନ୍ଦ୍ର ନାଏକ, ବଡ଼ ଭଉଣୀ ସରସ୍ବତୀ ନାଏକ ଅଧାରୁ ପାଠ ଛାଡ଼ି ପରଘରେ କାମ କରି ପରିବାର ଚଳାଉଥିବା ସନ୍ତୋଷ କୁହନ୍ତି। ସାନଭଉଣୀ ପ୍ରତିମା ନାଏକ ଏବେ ଅଷ୍ଟମ ଶ୍ରେଣୀରେ ପଢୁଛନ୍ତି। ସେମାନଙ୍କୁ ରାଶନ କାର୍ଡ ମିଳିଥିଲେ ହେଁ ସେଥିରେ ତିନି ଜଣଙ୍କ ନାମ ରହିଥିବାରୁ ମିଳୁଥିବା ଚାଉଳ ନିଅଣ୍ଟ ହେଉଛି। ଏଣୁ ପାଠପଢ଼ା ପାଇଁ ସହାୟତା ସହ ଘର ଓ ରାଶନର ସୁବ୍ୟବସ୍ଥା କରାଗଲେ ସେମାନେ ଭଲରେ ଚଳିପାରନ୍ତେ ବୋଲି କହିଛନ୍ତି।
ଉକ୍ତ ସାହିରେ ଦୀର୍ଘ ୭୨ ବର୍ଷ ଧରି ରହୁଥିବା ଦିନବନ୍ଧୁ ଦେହୁରୀ ଘର ନ ଥିବାରୁ ଭଙ୍ଗାଦଦରା ଅସୁରକ୍ଷିତ ଘରେ ପୁଅ ଓ ବୋହୂଙ୍କ ସହ ରହୁଛନ୍ତି। ବଞ୍ଚତ୍ ଥାଉ ଥାଉ ଘର ଖଣ୍ଡେ ମିଳିବ ସେ ଆଶା ବାନ୍ଧି ରହିଛନ୍ତି। ସେହିପରି ବୀର ନାଏକ ମଧ୍ୟ ଭଙ୍ଗା ଦଦରା ଘରେ ପରିବାର ସହ ରହୁଛନ୍ତି। ଏଭଳି ସହରାଞ୍ଚଳରେ ଅନେକ ପରିବାର ଆବାସରୁ ବଞ୍ଚତ୍ତ ରହିଛନ୍ତି। ଉକ୍ତ ପରିବାରଗୁଡ଼ିକୁ ଘର ଯୋଗାଇଦୋବକୁ ସାଧାରଣରେ ଦାବି ହୋଇଛି। ସ୍ଥାନୀୟ କାଉନ୍‌ସିଲର ଶରତ ସାହୁ କହିଛନ୍ତି, ଯେଉଁମାନଙ୍କ ପଟ୍ଟା ଜମି ରହିଛି ସେମାନଙ୍କୁ ଘର ଦିଆଯାଇଛି। ସେହିପରି ଜାଗା ମିଶନରେ ପାଇଥିବା ଲୋକମାନେ ମଧ୍ୟ ଘର ପାଇଛନ୍ତି। ଯେଉଁମାନଙ୍କ ଜାଗା ନାହିଁ ସେମାନଙ୍କୁ ସାମିଲ କରିବାକୁ ଦାବି କରାଯାଇଛି। ଏଣୁ ସମସ୍ତେ ଘର ପାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri