Posted inଖେଳ

ବଜରଙ୍ଗ, ଭିନେଶଙ୍କୁ ସିଧାସଳଖ ଏଣ୍ଟ୍ରି

ନୂଆଦିଲ୍ଲୀ, ୧୯ା୭ (ପି.ଟି.): ଅଲିମ୍ପିକ ପଦକ ବିଜେତା ବଜରଙ୍ଗ ପୁନିଆ ଓ ବିଶ୍ୱ ଚାମ୍ପିୟନଶିପ୍‌ ପଦକ ବିଜେତା ଭିନେଶ ଫୋଗଟ୍‌ଙ୍କୁ ଏସିଆନ ଗେମ୍ସ ପାଇଁ ସିଧାସଳଖ ଏଣ୍ଟ୍ରି ଦେଇଛି ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ)ର ଆଡହକ୍‌ ପ୍ୟାନେଲ। ଜାତୀୟ ମୁଖ୍ୟ କୋଚ୍‌ମାନଙ୍କ ବିନା ପରାମର୍ଶରେ ମଙ୍ଗଳବାର ଏହି ନିଷ୍ପତ୍ତି ନିଆଯାଇଛି। ଭାରତୀୟ ଅଲିମ୍ପିକ ଆସୋସିଏଶନ ଦ୍ୱାରା ଗଠିତ ଏହି ଆଡହକ୍‌ କମିଟି ତରଫରୁ ଏକ ସର୍କୁଲାର ଜାରି କରାଯାଇଛି। ପରୁଷ ଫ୍ରିଷ୍ଟାଇଲ ୬୫କେଜି ଏବଂ ମହିଳା ୫୩କେଜି ଶ୍ରେଣୀ ପାଇଁ ଚୟନ କାର୍ଯ୍ୟ ସରିଛି, କିନ୍ତୁ ସମସ୍ତ ୬ଟି କାଟେଗୋରିର ପ୍ରତ୍ୟେକ ୩ ଷ୍ଟାଇଲ ପାଇଁ ସିଲେକ୍ସନ ଟ୍ରାଏଲ ଅନୁଷ୍ଠିତ ହେବ। ଆଡହକ୍‌ ପ୍ୟାନେଲ ସର୍କୁଲାରରେ ବଜରଙ୍ଗ ଓ ଭିନେଶଙ୍କ ନାମ ଉଲ୍ଲେଖ କରାଯାଇନାହିଁ। ପ୍ୟାନେଲର ଅନ୍ୟତମ ସଦସ୍ୟ ଅଶୋକ ଗର୍ଗ କିନ୍ତୁ ସ୍ପଷ୍ଟ କରିଛନ୍ତି ଯେ, ଦୁଇଜଣ କୁସ୍ତି ଯୋଦ୍ଧାଙ୍କୁ ଟ୍ରାଏଲ୍ସରୁ ଛାଡ଼ କରାଯାଇଛି। ଏସିଆନ ଗେମ୍ସ ଚାଇନିଜ୍‌ ସହର ହାଙ୍ଗଝୋଠାରେ ସେପ୍ଟେମ୍ବର ୨୩ରୁ ଆରମ୍ଭ ହେବ। ଏଥିପାଇଁ କୁସ୍ତି ଦଳ ମନୋନୟନ ଲାଗି ହେବାକୁ ଥିବା ଟ୍ରାଏଲ୍ସର ୪ ଦିନ ପୂର୍ବରୁ ଆଡହକ ପ୍ୟାନେଲ ଏହି ନିଷ୍ପତ୍ତି ନେଇଛି। ଗ୍ରୀକୋ-ରୋମାନ ଏବଂ ମହିଳା ଫ୍ରିଷ୍ଟାଇଲ ଟ୍ରାଏଲ୍ସ ଜୁଲାଇ ୨୨ରେ ଏବଂ ପୁରୁଷ ଫ୍ରିଷ୍ଟାଇଲ ଟ୍ରାଏଲ୍ସ ୨୩ରେ ନୂଆଦିଲ୍ଲୀସ୍ଥିତ ଆଇଜି ଷ୍ଟାଡିୟମରେ ହେବ। ବ୍ରିଜଭୂଷଣଙ୍କ ଗିରଫ ଦାବିରେ ଯନ୍ତରମନ୍ତରରେ ଧାରଣାରେ ବସିଥିବା ୬ କୁସ୍ତିଯୋଦ୍ଧାଙ୍କ ମଧ୍ୟରେ ୬୫କେଜି କୁସ୍ତିଯୋଦ୍ଧା ବଜରଙ୍ଗ ଅନ୍ୟତମ। ସେ ବର୍ତ୍ତମାନ କିରଗିଜସ୍ତାନର ଇସିକୁଲ୍‌ଠାରେ ଟ୍ରେନିଂ ନେଉଛନ୍ତି। ଜାକର୍ତ୍ତା ଏସିଆନ ଗେମ୍ସ ୨୦୧୮ରେ ସ୍ବର୍ଣ୍ଣ ବିଜେତା ୫୩ କେଜି ଶ୍ରେଣୀ କୁସ୍ତିଯୋଦ୍ଧା ଭିନେଶ ବର୍ତ୍ତମାନ ହଙ୍ଗେରୀର ବୁଦାପେଷ୍ଟଠାରେ ଟ୍ରେନିଂ ନେଉଛନ୍ତି। ବଜରଙ୍ଗ ଓ ଭିନେଶ ଟ୍ରାଏଲ୍ସରୁ ଛାଡ଼ ପାଇଥିବାରୁ ଅନ୍ୟ କେତେକ ସାଥୀ ପ୍ରତିଯୋଗୀ ଏହାକୁ ଉଚିତ ମଣୁ ନାହାନ୍ତି। ସେମାନେ କୋର୍ଟକୁ ଯିବା ଲାଗି ଧମକ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri