କେବଳ ଏହି କାରଣଙ୍କ ପାଇଁ ସାଇରାଙ୍କ ସହିତ ଫିଲ୍ମ କରିବାକୁ ମନା କରିଦେଇଥିଲେ ଦିଲୀପ କୁମାର

ବଲିଉଡ୍‌ର ଭେଟେରାନ ଅଭିନେତା ଦିଲୀପ କୁମାର ବର୍ତ୍ତମାନ ସମସ୍ତଙ୍କ ପାଇଁ ସ୍ମୃତି ହୋଇ ରହିଯାଇଛନ୍ତି। ଚଳିତ ବର୍ଷ ଜୁଲାଇ ୭ରେ, ସେ ଏହି ଦୁନିଆ ଛାଡ଼ି ଆରପାରିକୁ ଚାଲିଯାଇଥିଲେ। ହେଲେ ସେ ଏପରି କିଛି କଥା ଛାଡ଼ି ଯାଇଥିଲେ, ଯାହାକୁ ଲୋକେ ଆଜିବି ମନେ ପକାନ୍ତି। ଅକ୍ଟୋବର ୧୧ରେ ଦିଲୀପ ସାଇରା ବାନୁଙ୍କୁ ବିବାହ କରିଥିଲେ। ହେଲେ କୁହାଯାଏ, ସାଇରା ମାତ୍ର ୧୨ ବର୍ଷ ବୟସରେ ଦିଲୀପଙ୍କ ପ୍ରେମରେ ପଡିଥିଲେ। ସେ ଭାବିଥିଲେ ଦିନେ ସେ ତାଙ୍କୁ ନିଜର କରିବେ। ଏପରିକି ଦିଲୀପ ହୁଏତ ଜାଣି ନଥିଲେ, କେହି ଜଣେ ଝିଅ ତାଙ୍କୁ ଅପେକ୍ଷା କରିଛି। କିନ୍ତୁ ଫିଲ୍ମ ସ୍କ୍ରିନରେ ଦିଲୀପ ସାଇରାଙ୍କ ସହ କାମ କରିବାକୁ ମନା କରିଦେଇଥିଲେ।

ଫିଲ୍ମ ‘ଆନ’ ଦେଖିବା ପରେ ସାଇରା ଦିଲୀପଙ୍କ ପ୍ରେମରେ ପଡିଥିଲେ। ସାଇରା ଜାଣିଥିଲେ, ଦିଲୀପଙ୍କ ନିକଟତର ହେବାକୁ ହେଲେ, ତାଙ୍କୁ ମଧ୍ୟ ଫିଲ୍ମ କରିବାକୁ ପଡିବ । ପରେ ସେ ଫିଲ୍ମ ଲାଇନ୍‌ରେ ଆସି ଶାମି କପୁରଙ୍କ ସହ ‘ଜଙ୍ଗଲି’ ଚଳଚ୍ଚିତ୍ରରେ ସଫଳତା ପାଇଥିଲେ। ପରେ ଏକ ସମୟ ଆସିଲା ଯେତେବେଳେ ସାଇରାଙ୍କୁ ଦିଲୀପଙ୍କ ସହ ଏକ ଫିଲ୍ମରେ କାମ କରିବାର ସୁଯୋଗ ମିଳିଥିଲା। ମାତ୍ର ଦିଲୀପ ସାଇରାଙ୍କ ନାମ ଶୁଣି ତାଙ୍କ ସହ ଫିଲ୍ମ କରିବାକୁ ମନା କରିଦେଇଥିଲେ। ବାସ୍ତବରେ ଦିଲୀପ ସାଇରାଙ୍କ ଠାରୁ ୨୨ ବର୍ଷ ବଡ ଥିଲେ ଏବଂ ସେ ଅନୁଭବ କରିଥିଲେ ଯେ ସାଇରା ପରଦାରେ ତାଙ୍କଠାରୁ ବହୁତ ସାନ ଦେଖାଯିବେ। ସେମାନଙ୍କ ଯୋଡି ଭଲ ଦେଖାଯିବ ନାହିଁ । ପରେ ସାଇରାଙ୍କୁ ଫିଲ୍ମରୁ ହଟାଇ ତାଙ୍କ ସ୍ଥାନରେ ମମତାଜଙ୍କୁ ନିଆଯାଇଥିଲା। ଯଦିଓ ସେହି ସମୟରେ ଦିଲୀପ ମଧ୍ୟ ଜାଣି ନ ଥିଲେ ଯେ ଦିନେ ସାଇରା ତାଙ୍କ ଜୀବନସାଥୀ ହେବେ।

ସାଇରାଙ୍କ ଜନ୍ମଦିନ ଅବସରରେ ଦିଲୀପ ତାଙ୍କ ଘରେ ପହଞ୍ଚିଥିଲେ। ସେହିଦିନ ଦିଲୀପ ଅନୁଭବ କଲେ ଯେ, ସାଇରା ସମ୍ପୂର୍ଣ୍ଣ ଅଲଗା। ପରେ ଦୁହେଁ ପ୍ରେମରେ ପଡ଼ିଯାଇଥିଲେ। ୧୯୬୬ ଅକ୍ଟୋବର ୧୧ରେ ଉଭୟ ବିବାହ କରିଥିଲେ। ହେଲେ କେବେ ବୟସ ବ୍ୟବଧାନ ସେମାନଙ୍କ ମଧ୍ୟରେ ଆସି ନ ଥିଲା । ସାଇରା ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଦିଲୀପଙ୍କ ସହିତ ରହିଥିେଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘର ଛାଡ଼ିବେନି ସଲମାନ୍‌

ବମ୍ବେ: ବଲିଉଡ୍‌ର ତିନି ଖାନ୍‌ଙ୍କ ମଧ୍ୟରୁ ସଲମାନ୍‌ଙ୍କ ଲୋକପ୍ରିୟତା କାହିଁରେ କେତେ। ଏଯାଏ କୁଆଁରା ଥିବା ଏହି ଅଭିନେତାଙ୍କ ପୁରୁଷ ଅପେକ୍ଷା ମହିଳା ପ୍ରଶଂସକଙ୍କ ତାଲିକା...

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri