କେବଳ ଏହି କାରଣଙ୍କ ପାଇଁ ସାଇରାଙ୍କ ସହିତ ଫିଲ୍ମ କରିବାକୁ ମନା କରିଦେଇଥିଲେ ଦିଲୀପ କୁମାର

ବଲିଉଡ୍‌ର ଭେଟେରାନ ଅଭିନେତା ଦିଲୀପ କୁମାର ବର୍ତ୍ତମାନ ସମସ୍ତଙ୍କ ପାଇଁ ସ୍ମୃତି ହୋଇ ରହିଯାଇଛନ୍ତି। ଚଳିତ ବର୍ଷ ଜୁଲାଇ ୭ରେ, ସେ ଏହି ଦୁନିଆ ଛାଡ଼ି ଆରପାରିକୁ ଚାଲିଯାଇଥିଲେ। ହେଲେ ସେ ଏପରି କିଛି କଥା ଛାଡ଼ି ଯାଇଥିଲେ, ଯାହାକୁ ଲୋକେ ଆଜିବି ମନେ ପକାନ୍ତି। ଅକ୍ଟୋବର ୧୧ରେ ଦିଲୀପ ସାଇରା ବାନୁଙ୍କୁ ବିବାହ କରିଥିଲେ। ହେଲେ କୁହାଯାଏ, ସାଇରା ମାତ୍ର ୧୨ ବର୍ଷ ବୟସରେ ଦିଲୀପଙ୍କ ପ୍ରେମରେ ପଡିଥିଲେ। ସେ ଭାବିଥିଲେ ଦିନେ ସେ ତାଙ୍କୁ ନିଜର କରିବେ। ଏପରିକି ଦିଲୀପ ହୁଏତ ଜାଣି ନଥିଲେ, କେହି ଜଣେ ଝିଅ ତାଙ୍କୁ ଅପେକ୍ଷା କରିଛି। କିନ୍ତୁ ଫିଲ୍ମ ସ୍କ୍ରିନରେ ଦିଲୀପ ସାଇରାଙ୍କ ସହ କାମ କରିବାକୁ ମନା କରିଦେଇଥିଲେ।

ଫିଲ୍ମ ‘ଆନ’ ଦେଖିବା ପରେ ସାଇରା ଦିଲୀପଙ୍କ ପ୍ରେମରେ ପଡିଥିଲେ। ସାଇରା ଜାଣିଥିଲେ, ଦିଲୀପଙ୍କ ନିକଟତର ହେବାକୁ ହେଲେ, ତାଙ୍କୁ ମଧ୍ୟ ଫିଲ୍ମ କରିବାକୁ ପଡିବ । ପରେ ସେ ଫିଲ୍ମ ଲାଇନ୍‌ରେ ଆସି ଶାମି କପୁରଙ୍କ ସହ ‘ଜଙ୍ଗଲି’ ଚଳଚ୍ଚିତ୍ରରେ ସଫଳତା ପାଇଥିଲେ। ପରେ ଏକ ସମୟ ଆସିଲା ଯେତେବେଳେ ସାଇରାଙ୍କୁ ଦିଲୀପଙ୍କ ସହ ଏକ ଫିଲ୍ମରେ କାମ କରିବାର ସୁଯୋଗ ମିଳିଥିଲା। ମାତ୍ର ଦିଲୀପ ସାଇରାଙ୍କ ନାମ ଶୁଣି ତାଙ୍କ ସହ ଫିଲ୍ମ କରିବାକୁ ମନା କରିଦେଇଥିଲେ। ବାସ୍ତବରେ ଦିଲୀପ ସାଇରାଙ୍କ ଠାରୁ ୨୨ ବର୍ଷ ବଡ ଥିଲେ ଏବଂ ସେ ଅନୁଭବ କରିଥିଲେ ଯେ ସାଇରା ପରଦାରେ ତାଙ୍କଠାରୁ ବହୁତ ସାନ ଦେଖାଯିବେ। ସେମାନଙ୍କ ଯୋଡି ଭଲ ଦେଖାଯିବ ନାହିଁ । ପରେ ସାଇରାଙ୍କୁ ଫିଲ୍ମରୁ ହଟାଇ ତାଙ୍କ ସ୍ଥାନରେ ମମତାଜଙ୍କୁ ନିଆଯାଇଥିଲା। ଯଦିଓ ସେହି ସମୟରେ ଦିଲୀପ ମଧ୍ୟ ଜାଣି ନ ଥିଲେ ଯେ ଦିନେ ସାଇରା ତାଙ୍କ ଜୀବନସାଥୀ ହେବେ।

ସାଇରାଙ୍କ ଜନ୍ମଦିନ ଅବସରରେ ଦିଲୀପ ତାଙ୍କ ଘରେ ପହଞ୍ଚିଥିଲେ। ସେହିଦିନ ଦିଲୀପ ଅନୁଭବ କଲେ ଯେ, ସାଇରା ସମ୍ପୂର୍ଣ୍ଣ ଅଲଗା। ପରେ ଦୁହେଁ ପ୍ରେମରେ ପଡ଼ିଯାଇଥିଲେ। ୧୯୬୬ ଅକ୍ଟୋବର ୧୧ରେ ଉଭୟ ବିବାହ କରିଥିଲେ। ହେଲେ କେବେ ବୟସ ବ୍ୟବଧାନ ସେମାନଙ୍କ ମଧ୍ୟରେ ଆସି ନ ଥିଲା । ସାଇରା ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଦିଲୀପଙ୍କ ସହିତ ରହିଥିେଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ…

ବଲାଙ୍ଗୀର,୬ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଓକିଲ ସଂଘ ପକ୍ଷରୁ ରବିବାର ହାଇକୋର୍ଟ ଜ୍ୟୋତିଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବଲାଙ୍ଗୀରଠାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଯିବାକୁ…

ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରାସ୍ତାରୁ ଖାଲକୁ ଖସିଲା ଚଳନ୍ତା ବସ୍‌: ୫୦ ଯାତ୍ରୀ…

ଢେଙ୍କାନାଳ, ୬।୯: ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରବିବାର ଏକ ଚଳନ୍ତା ଯାତ୍ରୀବାହୀ ବସ୍‌ ରାସ୍ତାରୁ ଖାଲକୁ ଖସିପଡ଼ିଥିବା ଜଣାପଡ଼ିଛି। ବସ୍‌ଟି କେନ୍ଦୁଝର ଜିଲାର ତେଲକୋଇରୁ ଭୁବନେଶ୍ୱର…

‘ଜମ୍ମୁ କଶ୍ମୀର-ଲଦାଖ ଆମର’: ନୂଆ UN ମାନଚିତ୍ର ପ୍ରତି ଭାରତର ପ୍ରତିକ୍ରିୟା ପାକିସ୍ତାନକୁ ବିଚଳିତ କରିବ

ନୂଆଦିଲ୍ଲୀ,୬।୯: ଭାରତ ଜାତିସଂଘ ବା UN ସାଧାରଣ ସଭାର ପ୍ରସ୍ତାବ ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛି ଯାହା ଶୀର୍ଷକ ‘ମାନଚିତ୍ର ସଂଶୋଧନ କରନ୍ତୁ’। ବୈଦେଶିକ ମନ୍ତ୍ରଣାଳୟର…

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସାମ୍ନାରେ ଦାଦାଗିରି, ୨ ଯୁବକ ରଡ୍‌-ଟାଙ୍ଗିଆ ଧରି ଖେଳାଇଥିଲେ ଆତଙ୍କ, ଆଜି…

ବଲାଙ୍ଗୀର,୬ା୯(ସୁନିଲ ମହାନ୍ତି): ବଲାଙ୍ଗୀର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଗେଟ୍‌ ସମ୍ମୁଖରେ କିଛିଦିନ ତଳେ ଗୁଣ୍ଡାଗର୍ଦ୍ଦି ଘଟଣାରେ ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ…

ଅରୁଣାଚଳରେ ପ୍ରଥମ ପ୍ରମୁଖ ଭାରତ-ଚାଇନା କୋର କମାଣ୍ଡରସ୍ତରୀୟ ବୈଠକ; ଜାଣନ୍ତୁ କ’ଣ ରହିଛି ଏଜେଣ୍ଡା

ନୂଆଦିଲ୍ଲୀ,୬।୯: ଅରୁଣାଚଳ ପ୍ରଦେଶରେ ଭାରତ ଏବଂ ଚାଇନା କୋର କମାଣ୍ଡରମାନଙ୍କ ମଧ୍ୟରେ ଏକ ପ୍ରମୁଖ ସୀମା କର୍ମଚାରୀ ବୈଠକ (BPM) ଅନୁଷ୍ଠିତ ହେବାକୁ ଯାଉଛି। ରବିବାର (ସେପ୍ଟେମ୍ବର…

୪ ଥର ପାଇଁ ପିସିସି ସମ୍ପାଦକ ହେଲେ ସଂଗ୍ରାମ ଦାସ

କେନ୍ଦୁଝର,୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବରିଷ୍ଠ କଂଗ୍ରେସ ନେତା ସଂଗ୍ରାମ ଦାସ ୪ ଥର ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି। ଏଆଇସିସିର…

ଠକେଇ-ବ୍ଲାକ୍‌ମେଲିଂ ଘଟଣାର ପର୍ଦ୍ଦାଫାଶ: ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଧରି…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଘଟିଥିବା ଦୁଇଟି ପୃଥକ୍‌ ସାଇବର ଅପରାଧ ମାମଲାରେ ସାଇବର ପୋଲିସକୁ ବଡ଼ ସଫଳତା ମିଳିଛି। ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା…

ପାକିସ୍ତାନୀ ଖେଳାଳିଙ୍କ ଫୋନ ଜବତ କଲା PCB; ମ୍ୟାଚ ଫିକ୍ସିଂ ସନ୍ଦେହ? ଉଠିଲାଣି ପ୍ରଶ୍ନ

ଇସଲାମାବାଦ,୬।୯: ପାକିସ୍ତାନ କ୍ରିକେଟ ବୋର୍ଡ (PCB) ସମ୍ପ୍ରତି ଏପରି ନିଷ୍ପତ୍ତି ନେଇଛି ଯାହାକୁ ନେଇ ବିଶ୍ୱବ୍ୟାପୀ ହାସ୍ୟରସ ସୃଷ୍ଟି ହୋଇଛି। ଏବେ, ଇଂଲଣ୍ଡ ଗସ୍ତ ସମୟରେ ଆଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri