ଚାଲିଗଲେ ଟ୍ରାଜେଡି କିଙ୍ଗ୍‌

ବଲିଉଡର ଭେଟେରାନ ଅଭିନେତା ଦିଲୀପ କୁମାରଙ୍କ ବୁଧବାର ସକାଳୁ ଦେହାନ୍ତ ହୋଇଛି। ସେ ଗତ କିଛି ଦିନ ହେବ ସ୍ବାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ୯୮ ବର୍ଷ ବୟସରେ ସେ ଦୁନିଆକୁ ସବୁଦିନ ପାଇଁ ବିଦାୟ ନେଇଛନ୍ତି। କିଛି ଦିନ ପୂର୍ବରୁ ତାଙ୍କୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ଦିଲୀପ କୁମାର ୧୧ ଡିସେମ୍ବର ୧୯୨୨ ରେ ପାକିସ୍ତାନରେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କର ପ୍ରଥମ ନାମ ଥିଲା ୟୁସୁଫ ଖାନ। ପରେ ସେ ଦିଲୀପ କୁମାର ଭାବରେ ପରଦାରେ ସୁନାମ ଅର୍ଜନ କରିଥିଲେ। ଜଣେ ନିର୍ମାତାଙ୍କ ନିର୍ଦ୍ଦେଶରେ ସେ ତାଙ୍କ ନାମ ବଦଳାଇଲେ, ଯାହା ପରେ ଲୋକମାନେ ତାଙ୍କୁ ପରଦାରେ ଦିଲୀପ କୁମାର ଭାବରେ ଜାଣିବାକୁ ପାଇଲେ। ଦିଲୀପ କୁମାରଙ୍କ ପ୍ରାଥମିକ ଶିକ୍ଷା ନାଶିକରେ ହୋଇଥିଲା। ପରେ ସେ ଚଳଚ୍ଚିତ୍ରରେ ଅଭିନୟ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ୧୯୪୪ ଚଳଚ୍ଚିତ୍ର ଜୁଆର ଭଟାରେ ଡେବ୍ୟୁ କରିଥିଲେ। ପ୍ରାରମ୍ଭିକ ଚଳଚ୍ଚିତ୍ର ନ ଚାଲିବା ପରେ ଅଭିନେତ୍ରୀ ନୁର ଜାହାନଙ୍କ ସହ ତାଙ୍କର ଯୋଡି ହିଟ ହୋଇଥିଲା। ଚଳଚ୍ଚିତ୍ର ଜୁଗୁନ୍‌ ଦିଲୀପ କୁମାରଙ୍କ ପ୍ରଥମ ହିଟ ଫିଲ୍ମ ହେଲ। ତାଙ୍କର ଚଳଚ୍ଚିତ୍ର ମୁଗଲ-ଏ-ଆଜମ ସେହି ସମୟର ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ଥିଲା। ଅଗଷ୍ଟ ୧୯୬୦ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି ସେତେବେଳେ ସବୁଠାରୁ ମହଙ୍ଗା ଚଳଚ୍ଚିତ୍ର ଥିଲା।
ଦିଲୀପ କୁମାର ଆଠଟି ଫିଲ୍ମଫେୟାର ପୁରସ୍କାର ଜିତିଛନ୍ତି। ୧୯୯୧ରେ ଦିଲୀପ କୁମାରଙ୍କୁ ପଦ୍ମ ଭୂଷଣ ଏବଂ ୨୦୧୫ରେ ପଦ୍ମଭୂଷଣ ପ୍ରଦାନ କରାଯାଇଥିଲା। ୧୯୯୪ରେ, ତାଙ୍କୁ ଦାଦାସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯାଇଥିଲା। ସେ ୨୦୦୦ ରୁ ୨୦୦୬ ପର୍ଯ୍ୟନ୍ତ ରାଜ୍ୟ ସଭାର ସଦସ୍ୟ ମଧ୍ୟ ଥିଲେ। ତାଙ୍କୁ ୧୯୯୮ ରେ ପାକିସ୍ତାନର ସର୍ବୋତ୍ତମ ନାଗରିକ ସମ୍ମାନ ନିଶାନ-ଇ-ଇମତିଆଜ ମଧ୍ୟ ପ୍ରଦାନ କରାଯାଇଥିଲା।
ଦିଲୀପ କୁମାରଙ୍କ ପରଲୋକରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ସେଲିବ୍ରିଟିମାନେ ସୋସିଆଲ ମିଡିଆ ପୋଷ୍ଟ ଶେୟାର କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ଗତ ବର୍ଷ ଦିଲୀପ କୁମାର ତାଙ୍କର ଦୁଇ ସାନଭାଇ ଅସଲମ ଖାନ (୮୮) ଏବଂ ଏହସାନ ଖାନ (୯୦) କରୋନାରେ ପ୍ରାଣ ହରାଇଥିଲେ। ଏହା ପରେ ସେ ନିଜ ଜନ୍ମଦିନ ଏବଂ ବିବାହ ବାର୍ଷିକୀ ମଧ୍ୟ ପାଳନ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri