ଆବାସ ଯୋଜନାରୁ ବଞ୍ଚିତ ଦିଲୀପ

ବାଉଁଶୁଣୀ,୧୩ା୧(ଡି.ଏନ.ଏ.):ଦିଲୀପ କୁମାର ଦେହୁରୀ(୫୮)। ଘର ବୌଦ୍ଧ ବ୍ଲକ ବାଉଁଶୁଣୀ ପଞ୍ଚାୟତ ଅନ୍ତର୍ଗତ ମାଲିପଡ଼ା ଖଣ୍ଡଜମି ଗ୍ରାମରେ। ତାଙ୍କର ଆର୍ଥିକ ପରିସ୍ଥିତି ସ୍ବଚ୍ଛଳ ନ ଥିବା ବେଳେ ଜମିବାଡି କିଛି ନାହିଁ ା ମୂଲ ଲାଗି କୌଣସି ମତେ ଚଳନ୍ତି। ଆବାସ ଯୋଜନାରେ ଘର ପାଇବା ପାଇଁ ବହୁବାର ଆବେଦନ କରି ମଧ୍ୟ କୌଣସି ସୁଫଳ ମିଳିନାହିଁ ା ଫଳରେ ଭାଗ୍ୟକୁ ଆଦରି ଭଙ୍ଗାକୁଡିଆ ଘରେ ଏକାକୀ ରହୁଛନ୍ତି ଦିଲୀପ। ବୟସର ଅପରାହ୍ନରେ ପହଞ୍ଚତ୍ଥିବା ବେଳେ ସେ ଅବିବାହିତ ଥିବାରୁ ତାଙ୍କର ସାହା ହେବା ପାଇଁ କେହି ନାହାଁନ୍ତି। ଦିନେ ଖାଇଲେ ଦିନେ ଉପବାସ ରୁହନ୍ତି। ସରକାରୀ ସହାୟତା କହିଲେ ରାଶନ କାର୍ଡ ମାଧ୍ୟମରେ ମିଳୁଛି କେବଳ ୫ କେଜି ଚାଉଳ ା ଘର ସାମ୍ନାରେ ବିଦ୍ୟୁତ୍‌ ଖୁଣ୍ଟ ଥାଇ ମଧ୍ୟ ଏଯାବତ୍‌ ତାଙ୍କ ଘରକୁ ହୋଇନି ବିଦ୍ୟୁତ୍‌ ସଂଯୋଗ। ଅପରପକ୍ଷରେ ରକ୍ଷଣାବେକ୍ଷଣ ଓ ମରାମତି ଅଭାବରୁ ଦିଲୀପ ରହୁଥିବା ଘରର ଛପର ଅବସ୍ଥା ଜରାଜୀର୍ଣ୍ଣ ହୋଇପଡିଛି। କାନ୍ଥଗୁଡ଼ିକରେ ଫାଟ ହୋଇଛି। ଯେ କୌଣସି ମୁହୂର୍ତ୍ତରେ ଘର ଭାଙ୍ଗି ପଡିବାର ଆଶଙ୍କା ରହିଛି। ବାଉଁଶୁଣୀ ପଞ୍ଚାୟତର କେତେଜଣ ବ୍ୟକ୍ତିଙ୍କ ପକ୍କାଘର ଥାଇ ମଧ୍ୟ ଆବାସ ଯୋଜନାର ନୂତନ ତାଲିକାରେ ସେମାନଙ୍କ ନାମ ରହିଛ। ଏହାସହିତ ବାଉଁଶୁଣୀ ପଞ୍ଚାୟତର କେତେଜଣ ବ୍ୟକ୍ତି ପୂର୍ବରୁ ଘର ପାଇଛନ୍ତି ହେଲେ ସେମାନଙ୍କ ନାମରେ ଘର ଆସିଛ। ଜିଲା ପ୍ରଶାସନ ଏହାର ତଦନ୍ତ କରି ଆବାସ ଯୋଜନାର ନୂତନ ତାଲିକାରୁ ଅଯୋଗ୍ୟ ହିତାଧିକାରୀଙ୍କ ନାମକୁ ହଟାଇ ପ୍ରକୃତ ଯୋଗ୍ୟ ହିତାଧିକାରୀଙ୍କୁ ଘର ଯୋଗାଇ ଦେବାକୁ ଦାବି ହେଉଛି। ଏହାଛଡା ଦିଲୀପଙ୍କୁ ୫ କେଜି ଚାଉଳ ବଦଳରେ ଅନ୍ତୋଦୟ ଯୋଜନାରେ ୩୫ କେଜି ଚାଉଳ, ଭତ୍ତା ଏବଂ ଘରକୁ ବିଦ୍ୟୁତ୍‌ ସଂଯୋଗ ଯୋଗାଇ ଦେବାକୁ ଦାବି ହେଉଛି। ଏ ସମ୍ପର୍କରେ ବାଉଁଶୁଣୀ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରହଲ୍ଲାଦ ଭୋଇଙ୍କୁ ପଚାରିବାରୁ ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡିବ ବୋଲି କହିଥିଲେ। ସୂଚନାଯୋଗ୍ୟ,ଆବାସ ଯୋଜନା ଦୁର୍ନୀତିର ଗନ୍ତାଘର ପାଲଟିଛି ବାଉଁଶୁଣୀ ପଞ୍ଚାୟତ। ତୁରନ୍ତ ବୌଦ୍ଧ ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଠ୍ୟପୁସ୍ତକରେ ତ୍ରୁଟି: କଂଗ୍ରେସର ୧୨ ଘଣ୍ଟିଆ ନବରଙ୍ଗପୁର ଜିଲା ବନ୍ଦ ଡାକରା: ଜନଜୀବନ ପ୍ରଭାବିତ

ନବରଙ୍ଗପୁର, ୧।୭ (ସଦାଶିବ ପ୍ରହରାଜ): ଗଣଶିକ୍ଷା ବିଭାଗ ଅଧୀନ ପାଠ୍ୟପୁସ୍ତକରେ ରହିଥିବା ତ୍ରୁଟିକୁ ନେଇ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ନବରଙ୍ଗପୁର ଜିଲାବନ୍ଦ ଡାକରାର ବୁଧବାର…

କୋଟଗଡ଼ ବ୍ଲକର ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀଙ୍କୁ ଗିରଫ କଲା ଭିଜିଲାନ୍ସ

ଫୁଲବାଣୀ, ୧।୭ (ରାକେଶ କୁମାର ରାଉତ): କନ୍ଧମାଳ ଜିଲାର କୋଟଗଡ଼ ବ୍ଲକରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ (MGNREGS) ଯୋଜନାରେ ହୋଇଥିବା ଦୁର୍ନୀତି ଘଟଣାରେ ବ୍ଲକର ସହକାରୀ ଯନ୍ତ୍ରୀ ଓ କନିଷ୍ଠ…

ଘରୋଇ ସ୍କୁଲ ବସ୍‌ ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ: ଚାଲିଛି ସିସିଟିଭି ଫୁଟେଜ୍‌ ଯାଞ୍ଚ

ବଲାଙ୍ଗୀର, ୧।୭ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ସର୍କିଟ ହାଉସ ନିକଟରେ ବୁଧବାର ସକାଳେ ଏକ ଘରୋଇ ସ୍କୁଲ ବସ୍‌ ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ…

ଧରିତ୍ରୀ’ ପ୍ରଭାବ: ଜଗନ୍ନାଥପ୍ରସାଦ ମୁଖ୍ୟ ବଜାରରୁ ହଟିଲା ଅଳିଆ ପାହାଡ଼, ସ୍ୱଚ୍ଛତା ଅଭିଯାନରେ ନିଜେ ସାମିଲ ହେଲେ ବିଡିଓ

ଜଗନ୍ନାଥପ୍ରସାଦ, ୧।୭(ବିଭୁ ପ୍ରସାଦ ପଟ୍ଟନାୟକ): ଅଞ୍ଚଳର ସମସ୍ୟାକୁ ପ୍ରଶାସନର ସାମ୍ନାକୁ ଆଣିବା ଏବଂ ସମାଜରେ ସକାରାତ୍ମକ ପରିବର୍ତ୍ତନର ସୂତ୍ରଧର ସାଜିବା ହିଁ ଜଣେ ସଚେତନ ଖବରଦାତାଙ୍କ ପ୍ରକୃତ କର୍ତ୍ତବ୍ୟ।…

ତାମିଲନାଡୁଗ୍ୟାସ ଟ୍ରାଜେଡି: ଆଖି ବୁଜିଲେ ଆଉ ଜଣେ ଓଡ଼ିଆ ଯୁବତୀ

ଭୁବନେଶ୍ୱର,୧।୭: ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍‌ ଲିକ୍‌ ଘଟଣାରେ ବୁଧବାର ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଆଉ ଜଣେ…

୨୨ ବର୍ଷ ଧରି ବସବାସ ପରେ ବି ମିଳିଲାନି ମୌଳିକ ପରିଚୟ: ଉଚ୍ଛେଦ ଭୟରେ କୁର୍ଲୁପଡ଼ା କଲେକ୍ଟରପଡ଼ାର ୩୨ ପରିବାର

କେସିଙ୍ଗା, ୧।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କୁର୍ଲୁପଡ଼ା ଗ୍ରାମର କଲେକ୍ଟରପଡ଼ାରେ ବସବାସ କରୁଥିବା ପ୍ରାୟ ୩୨ଟି ଗରିବ ପରିବାର ଗତ ୨୨ ବର୍ଷ…

୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ଡାକ୍ତର: ରୋଗୀ ସେବା ପ୍ରଭାବିତ

ଦାରିଙ୍ଗବାଡି,୧।୭(ଅରୁଣ ସାହୁ): ରାଜ୍ୟବ୍ୟାପୀ ଓଡିଶା ମେଡିକାଲ ସର୍ଭିସେସ ଆସୋସିଏସନ(ଓଏମଏସଏ) ପକ୍ଷରୁ ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହି କ୍ରମରେ କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଷ୍ଠୀ…

ଯୁବତୀଙ୍କୁ କାର୍‌ରେ ଅପହରଣ କରି ନେଇଥିଲେ ମନୋଜ: ୨୪ ଘଣ୍ଟାରେ ମିଳିଲା…

ପାରଳାଖେମୁଣ୍ଡି,୧।୭(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ପୋଲିସ ଜଣେ ଯୁବତୀଙ୍କ ଅପହରଣ ମାମଲାରେ ତ୍ୱରିତ ପଦକ୍ଷେପ ନେଇ ମାତ୍ର ୨୪ ଘଣ୍ଟା ମଧ୍ୟରେ ଅପହୃତାଙ୍କୁ ସୁରକ୍ଷିତ ଉଦ୍ଧାର କରିବା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri