ଦ୍ୱନ୍ଦ୍ୱବାଦ ବିପ୍ଳବର ବୀଜଗଣିତ

ଜୀବନକୁ ଉନ୍ନତ କରିବା ପାଇଁ, ଦାରିଦ୍ର୍ୟ ଓ ଦୁଃଖକଷ୍ଟ, ଅବିଚାର ଓ ଯଥେଚ୍ଛାଚାର ଶାସନକୁ ଜୀବନରୁ ଦୂର କରିବା ପାଇଁ ଲୋକମାନେ ଚିରକାଳ ସ୍ବପ୍ନ ଦେଖି ଆସିଛନ୍ତି। ସେମାନେ ସେମାନଙ୍କର ମର୍ଯ୍ୟାଦାକୁ ବଜାୟ ରଖିବା ପାଇଁ ସଦାସର୍ବଦା ଉଦ୍ୟମ ଜାରି ରଖିଛନ୍ତି। ଦିନ ଥିଲା କ୍ରୀତଦାସମାନେ ସେମାନଙ୍କ ମାଲିକଙ୍କ ବିରୋଧରେ ବିଦ୍ରୋହ କରିଛନ୍ତି। ସ୍ପାଟାକସ୍‌ଙ୍କ ଅଭ୍ୟୁତ୍‌ଥାନ ସମେତ ବହୁ କ୍ରୀତଦାସଙ୍କ କଥା ଇତିହାସରେ କୁହାଯାଇଛି। ଭୂସ୍ବାମୀମାନଙ୍କ ବିରୋଧରେ କୃଷକମାନେ ଅଦ୍ୟାବଧି ସଂଗ୍ରାମ ଜାରି ରଖିଛନ୍ତି। କଳକାରଖାନାରେ ଶ୍ରମିକମାନେ ନିଜର ନ୍ୟାଯ୍ୟ ଦାବିରୁ ବଞ୍ଚିତ ହୋଇ ବିପ୍ଳବ କରିବା ସହ ଯନ୍ତ୍ରପାତି ଧ୍ୱଂସ କରିଛନ୍ତି। ଯୁଗ ଯୁଗ ଧରି ମଣିଷର ଇତିହାସ ହେଲା ଦରିଦ୍ର ଓ ଧନୀମାନଙ୍କ ମଧ୍ୟରେ ନିପୀଡ଼ିତ ଓ ନିପୀଡ଼ନକାରୀମାନଙ୍କ ମଧ୍ୟରେ ସଂଗ୍ରାମର ଇତିହାସ। ସମୟର ପ୍ରବହମାନରେ ବହୁଦିନ ବିତିଗଲାଣି, କିନ୍ତୁ ସବୁକିଛି ଅନେକ ଦିଗରୁ ସେଇଭଳି ରହିଯାଇଛି- ସଂଖ୍ୟାଲଘୁମାନେ ସଂଖ୍ୟାଗୁରୁମାନଙ୍କ ଉପରେ ଶାସନ କରିଆସିଛନ୍ତି। ସମାଜ ବ୍ୟବସ୍ଥା ସବୁ ଗୋଟିଏ ଅନ୍ୟଟିକୁ ସ୍ଥାନାନ୍ତରିତ କରିଥିଲେ, ଅଥଚ ଶ୍ରମଜୀବୀ ଜନସାଧାରଣଙ୍କ ଦାରିଦ୍ର୍ୟ ଓ ଅଧିକାରହୀନତା ଏବଂ ମଣିଷ ଦ୍ୱାରା ମଣିଷର ଶୋଷଣ ରହି ଯାଇଥିଲା। ସମାଜ ଗଢ଼ଣରେ ଏକ ମୌଳିକ ପରିବର୍ତ୍ତନ ଘଟାଇବାର ପ୍ରଥମ ସୁଯୋଗଟି ଆସିଥିଲା କେବଳ ଆମ ଯୁଗରେ, ଶୋଷିତ ଶ୍ରେଣୀଗୁଡ଼ିକ ମଧ୍ୟରେ ସବୁଠାରୁ ସଂଗଠିତ ଓ ରାଜନୈତିକ ଭାବେ ସଚେତନ ଶ୍ରେଣୀ, ଶ୍ରମିକ ଶ୍ରେଣୀର ଆତ୍ମପ୍ରକାଶ ସହିତ। ବ୍ରିଟେନ, ଫ୍ରାନ୍‌ସ ଓ ଜର୍ମାନୀର ଶ୍ରମିକ ଶ୍ରେଣୀ ସେଇ ଊଣେଇଶ ଶତାବ୍ଦୀରେ ତା’ର ଅଧିକାର ଦାବି କରିବାକୁ ଆରମ୍ଭ କରିଥିଲା କିନ୍ତୁ ତା’ର କର୍ମୋଦ୍ୟମ ଥିଲା ସ୍ବତଃସ୍ଫୂର୍ତ୍ତ ଧରଣର।
ଅତୀତର ଦାର୍ଶନିକମାନେ ସାମାଜିକ ବୈଷମ୍ୟର କାରଣ ସମୂହକୁ ବ୍ୟାଖ୍ୟା କରିବାକୁ ଚେଷ୍ଟା କରିଥିଲେ। ସେମାନେ ମନେକରୁଥିଲେ ଯେ ଜନସାଧାରଣଙ୍କ ଅଭିମତ ସମାଜ ଜୀବନରେ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ। ସୁତରାଂ ସେମାନେ ମନେକରୁଥିଲେ ମଣିଷର ଚେତନା, ତା’ର ଚିନ୍ତା ଓ ମତକୁ ପରିବର୍ତ୍ତିତ କରି ହିଁ କେବଳ ଏକ ଅନ୍ୟାୟ ବ୍ୟବସ୍ଥାର ପରିବର୍ତ୍ତନ କରିବା ସମ୍ଭବ। ଡାକ୍ତର ଯେପରି ରୋଗୀର ଚିକିତ୍ସା କରନ୍ତି, ସେଭଳି ସମାଜକୁ ‘ରୋଗ ମୁକ୍ତ’ ଓ ଉନ୍ନତ କରିହେବ ଜ୍ଞାନାଲୋକ ମାଧ୍ୟମରେ। ସମାଜର ଜ୍ଞାନୀ ଗୁଣୀ ମାନେ ଧନୀମାନଙ୍କୁ ବୁଝେଇ ଶୁଝେଇ ନିଜର ବଳକା ସମ୍ପଦକୁ ଦରିଦ୍ରମାନଙ୍କୁ ବିତରଣ କରିବା ପାଇଁ ପ୍ରଚେଷ୍ଟା କରିଥିଲେ। ସେମାନେ ବିଶ୍ୱାସ କରୁଥିଲେ ଯେ ସାମାଜିକ ଅନ୍ୟାୟକୁ ଏହି ପ୍ରକାରେ ଲାଘବ କରିହେବ, ମାତ୍ର ସେମାନଙ୍କର ସମସ୍ତ ଉଦ୍ୟମ ସ୍ବଭାବତଃ ବ୍ୟର୍ଥତାରେ ପର୍ଯ୍ୟବସିତ ହୋଇଥିଲା। ମାର୍କସ୍‌ ଏବଂ ଏଙ୍ଗେଲସ୍‌ ଦାର୍ଶନିକ ଚିନ୍ତା ଓ ବିଜ୍ଞାନର କୃତିରାଜି ତଥା ଆନ୍ତର୍ଜାତିକ ବିପ୍ଳବୀ ଆନ୍ଦୋଳନର ଅଭିଜ୍ଞତା ଉପରେ ନିର୍ଭର କରି ଏଭଳି ଏକ ଦର୍ଶନ ସୃଷ୍ଟି କରିଥିଲେ; ଯାହା ମଧ୍ୟରେ ବ୍ୟାପକ ଶ୍ରମଜୀବୀ ଜନସାଧାରଣଙ୍କ ସ୍ବାର୍ଥ ପ୍ରତିଫଳିତ ହୋଇଥିଲା। ତେଣୁ ମାର୍କସ୍‌ବାଦୀ ଦର୍ଶନ ବିଶ୍ୱ ଦର୍ଶନର ଉପାନ୍ତନର ଆବିର୍ଭୂତ ହୋଇନାହିଁ; ଏହାଥିଲା ଅତୀତର ସବୁଠାରୁ ପ୍ରଗତିଶୀଳ ଦର୍ଶନ ସମୂହର ଅନୁବର୍ତ୍ତନ। ମାର୍କସ୍‌ ସଦାସର୍ବଦା ମନେକରୁଥିଲେ ଦର୍ଶନର ପ୍ରଧାନ କାର୍ଯ୍ୟ ହେଲା ଜଗତକୁ ପୁନର୍ନିର୍ମାଣ କରିବାର ସମ୍ଭାବ୍ୟ ଉପାୟ ସମୂହକୁ ପ୍ରତିପାଦନ କରିବା। ଜଗତକୁ କେବଳ ବାଖ୍ୟା କରିବା ପରିବର୍ତ୍ତେ ବରଂ ବ୍ୟବହାରିକ ବିପ୍ଳବୀ ସଂଗ୍ରାମରେ ପ୍ରବୃତ୍ତ ହେବା। ସେମାନଙ୍କ ମତରେ, ଦର୍ଶନର ଦାୟିତ୍ୱ ହେଲା ଜଗତକୁ ରୂପାନ୍ତରିତ କରିବା କାର୍ଯ୍ୟରେ ଏକ ଯନ୍ତ୍ର ହିସାବରେ କାର୍ଯ୍ୟ କରିବା। ମାର୍କସ୍‌ବାଦୀ ଦର୍ଶନର ଏହା ହିଁ ଥିଲା ଏକ ଚାରିତ୍ରିକ ବୈଶିଷ୍ଟ୍ୟ: ଏହା ହିଁ ତା’ର ବୈପ୍ଳବିକ ଚରିତ୍ରର ସାରମର୍ମ। ରୁଷ୍‌ ବିପ୍ଳବୀ-ଗଣତନ୍ତ୍ରବାଦୀ ଆଲେକ୍‌ଜାଣ୍ଡାର ଗେର୍ତ୍ସେନ ମାଖୁନାରେ କହିଥିଲେ ”ଦ୍ୱନ୍ଦ୍ୱବାଦ ହେଉଛି ବିପ୍ଳବର ବୀଜଗଣିତ“।
ଦର୍ଶନ ତା’ର ଜନ୍ମଲଗ୍ନଠାରୁ ବର୍ତ୍ତମାନ ଯୁଗ ପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ କେତେକ ସାମାଜିକ ଶକ୍ତିର ସାମର୍ଥ୍ୟକୁ ପ୍ରତିଫଳିତ କରିଛି ଏବଂ କରିଚାଲିଛି। ମାର୍କସ୍‌ବାଦୀ ଦର୍ଶନ ହେଲା ଏଭଳି ଏକ ତତ୍ତ୍ୱ, ଯାହା ଶ୍ରମିକ ଶ୍ରେଣୀର ଓ ତା’ର ନେତୃତ୍ୱାଧୀନ ଶ୍ରମଜୀବୀ ଜନସାଧାରଣଙ୍କର ବିଶ୍ୱ ଦୃଷ୍ଟିକୋଣ ଓ ଭାବାଦର୍ଶକୁ ପ୍ରତିପାଦନ କରିଥାଏ। ମାର୍କସ୍‌ ଲେଖିଥିଲେ, ”ଦର୍ଶନ ଯେପରି ତା’ର ବସ୍ତୁଗତ ଅସ୍ତ୍ର ଖୋଜିପାଏ ସର୍ବହରା ମଧ୍ୟରେ, ସେହିପରି ସର୍ବହରା ତା’ର ଆଡ୍‌ମିକ ଅସ୍ତ୍ର ଖୋଜି ପାଏ ଦର୍ଶନ ମଧ୍ୟରେ।“

  • ଉମା ଶଙ୍କର ପ୍ରସାଦ
    ମୋ-୬୩୭୦୬୭୫୫୬୨

Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri