Posted inଜାତୀୟ

‘ବାଏ ବାଏ ଡିକୁ, ଖୁସିରେ ରୁହ…’ପ୍ରେମିକାଙ୍କ ଏଭଳି ମେସେଜ ଦେଖି ସୁଇସାଇଡ୍‌ କରିନେଲେ ପ୍ରେମିକ, ଦେଢ଼ ମାସ ପରେ… 

ଜୟପୁର,୧୩।୧: ରାଜସ୍ଥାନର ଜାଲୋର ଜିଲାରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଆହୋର ଥାନା ଅଞ୍ଚଳର ଗୋଦନ ଗାଁରେ ୨୧ ବର୍ଷୀୟ ସୁରେଶ କୁମାର ମେଘୱାଲ ୨୯ ନଭେମ୍ବର ୨୦୨୫ରେ ଘରେ ପଙ୍ଖାରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ପ୍ରାରମ୍ଭିକ ତଦନ୍ତରେ ଏହାକୁ ଆତ୍ମହତ୍ୟା ଭାବରେ ମାନି ମାମଲାକୁ ବନ୍ଦ କରିଦିଆଯାଇଥିଲା। କିନ୍ତୁ ପ୍ରାୟ ଦେଢ଼ ମାସ (ଅର୍ଥାତ ଜାନୁଆରୀ ୨୦୨୬ରେ) ସୁରେଶଙ୍କ ବାପା ଦୂଦାରାମ ତାଙ୍କ କୋଠରୀର ଆଲମାରୀ ସଫା କରୁଥିବା ବେଳେ ଏକ ସୁଇସାଇଡ୍‌ ନୋଟ ପାଇଥିଲେ। ଯେଉଁଥିରୁ ସୁରେଶଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିଥିଲା।
ସୁଇସାଇଡ୍‌ ନୋଟ୍‌ରେ ସୁରେଶ ତାଙ୍କ ପ୍ରେମିକାଙ୍କୁ ସମ୍ବୋଧନ କରି ଭାବୁକ ଭାବରେ  ‘କୋଇ ବାତ୍‌ ନେହିଁ ମେରି ଜାନ୍‌..ଅବ୍‌ ମେ’ ଅଲବିଦା କହ ରହାଁ ହୁଁ’ ଲେଖିଥିବା ଦେଖା ଯାଇଥିଲା। ସେ ତାଙ୍କ ପ୍ରେମିକାଙ୍କୁ ତାଙ୍କର ପ୍ରଥମ ଏବଂ ଶେଷ ପ୍ରେମ ବୋଲି ବର୍ଣ୍ଣନା କରିଥିଲେ। ସେ ଲେଖିଥିଲେ ଯେ ସେ ତାଙ୍କୁ ତାଙ୍କ ସ୍ତ୍ରୀ ବୋଲି ମାନୁଥିଲେ ଏବଂ ତାଙ୍କ ସହିତ ଭବିଷ୍ୟତର ସ୍ୱପ୍ନ ଦେଖିଥିଲେ। ନୋଟରେ ଏହା ମଧ୍ୟ ଉଲ୍ଲେଖ ଥିଲା ଯେ ସେ ତାଙ୍କ ସହ କଥା ନ ହେବାରୁ ସାରା ରାତି କାନ୍ଦିଥିଲେ। ଏହି ନୋଟ୍‌ ଦେଖି ସୁରେଶଙ୍କ ବାପା ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତାଙ୍କ କହିବାନୁସାରେ ସୁରେଶ ଓ ତାଙ୍କ ପ୍ରେମିକା ସମ୍ପର୍କୀୟ ହୋଇଥିବାରୁ ଦୁଇ ପରିବାର ସମ୍ପର୍କକୁ ବିରୋଧ କରୁଥିଲେ। ହେଲେ ପ୍ରେମିକା ବାରମ୍ବାର ସୁରେଶଙ୍କୁ ମେସେଜ କରୁଥିଲେ। ସୁରେଶଙ୍କ ମା’ ମଧ୍ୟ ସେହି ଯୁବତୀଙ୍କ ଘରକୁ ଯାଇ ବାରମ୍ବାର ଯୋଗାଯୋଗ ନ କରିବାକୁ ବୁଝାଇସାରିଥିଲେ।
ସୁରେଶ ଆତ୍ମହତ୍ୟା କରିବାର ଗୋଟିଏ ଦିନ ଆଗରୁ ପ୍ରେମିକା ସୁରେଶଙ୍କୁ ବିଷ ବୋତଲର ଫଟୋ ପଠାଇ ମେସେଜ ଲେଖିଥିଲେ‘ବାୟ ବାୟ ଡିକୁ, ଖୁଶ ରେହନା। ମୈ ବହୁତ ପରେଶାନ କରତୀ ହୁଁ ନା। ଅବ ତୁମ୍‌କୋ ଜୋ ଠିକ ଲଗେ, ବୋ କର ଲେନା। ଜବ ମୈ ହି ନହିଁ ରହୁଙ୍ଗି ତୋ….’। ଏହି ମେସେଜ ଦେଖି ସୁରେଶ ଭାବିଥିଲେ ଯେ ତାଙ୍କ ପ୍ରେମିକା ବିଷ ଖାଇ ଆତ୍ମହତ୍ୟା କରିବାକୁ ଯାଉଛନ୍ତି। ଫଳରେ ସେ ନିଜେ ଫାଶୀ ଲଗାଇ ଜୀବନ ତ୍ୟାଗ କରିଦେଲେ।

ସୁରେଶଙ୍କ ବାପା ଏବେ ଆତ୍ମହତ୍ୟା ପାଇଁ ଉକସାଇବା (abetment to suicide) ଅଭିଯୋଗରେ ପ୍ରେମିକାଙ୍କ ବିରୋଧରେ FIR ରୁଜୁ କରାଇଛନ୍ତି। ପୋଲିସ ସୁସାଇଡ ନୋଟ୍‌, ମୋବାଇଲ ଚାଟ୍‌ ଓ ହ୍ୟାଣ୍ଡ୍ରାଇଟିଂ ପରୀକ୍ଷା କରୁଛି। ଏହି ଘଟଣାରୁ ପ୍ରେମ ସମ୍ପର୍କ, ପାରିବାରିକ ବିରୋଧ ଯୋଗୁ ମାନସିକ ଚାପରେ ପଡ଼ି ଯୁବକ-ଯୁବତୀ କେତେ ଶୀଘ୍ର ନିଜର ଜୀବନ ନେଇ ନେବାର ନିଷ୍ପତ୍ତି ନେଇ ଯାଆନ୍ତି ତାହା ଚର୍ଚ୍ଚାରେ ରହିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ସରକାରଙ୍କ ବଡ଼ ନିଷ୍ପତ୍ତି: ୧୮ ବର୍ଷ ପରେ ନୂଆ ଆଧାର ମନା, ମୁଖ୍ୟମନ୍ତ୍ରୀ କହିଲେ…

ଗୁଆହାଟୀ,୧୩ା୬(ପି.ଟି.): ବେଆଇନ ଆପ୍ରବାସୀମାନେ ଯେପରି ଆଧାର କାର୍ଡ ହାସଲ ନ କରନ୍ତି, ସେଥିପାଇଁ ଆସାମରେ ୧୮ ବର୍ଷ ବୟସରୁ ଊର୍ଦ୍ଧ୍ୱଙ୍କୁ ଆଉ ନୂଆ ଆଧାର କାର୍ଡ ଜାରି…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri