ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ଯା ପୀଠ ବିଦ୍ୟାଳୟ ପରିସରରେ ‘ସଶକ୍ତ ଶିଶୁ ସଶକ୍ତ ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରୋଟାରୀ କ୍ଲବ ସିଲ୍କ ସିଟି ବ୍ରହ୍ମପୁର ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା, କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର, ଅବସରପ୍ରାପ୍ତ ଅଧ୍ୟାପକ କ୍ରୀଷ୍ଣା ହୋତା, ବ୍ରହ୍ମପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ଉପ ନିର୍ଦ୍ଦେଶକ ଡ଼ . ସିଦ୍ଧାର୍ଥ ଶଙ୍କର ପାଢ଼ୀ, ରୋଟାରୀ କ୍ଳବ୍ ସଭାପତି ଲକ୍ଷ୍ମୀ ନାରାୟଣ ପତି, କାଉନସିଲର ଜ୍ୟୋତ୍ସ୍ନା ଜେନା, ପ୍ରଧାନ ଶିକ୍ଷୟତ୍ରୀ ଭାଗ୍ୟଲକ୍ଷ୍ମୀ ପାଣିଗ୍ରାହୀ, ସିଆରସିସି ଅନୀଲ କୁମାର ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ। ବର୍ତ୍ତମାନର ଶିଶୁ ଦେଶର ଭବିଷ୍ୟତ ତେଣୁ ସେମାନଙ୍କୁ ସଶକ୍ତ କରାଇବା ପାଇଁ ପ୍ରଥମେ ମୋବାଇଲ ଠାରୁ ସେମାନଙ୍କୁ ଦୂରେଇ ରଖିବା ସହ ସେମାନଙ୍କୁ ଘରେ ଆବଦ୍ଧ ନ ରଖି ଖେଳପଡିଆକୁ ସାଙ୍ଗରେ ନେଇ ଖେଳିବାକୁ ଛାଡ଼ିବା ଉଚିତ। ଯାହାଫଳରେ ଶିଶୁମାନେ ମାନସିକ ଚାପରୁ ମୁକ୍ତି ପାଇପାରିବେ ଏବଂ ସେମାନଙ୍କ ଶରୀର ମଧ୍ୟ ସୁସ୍ଥ ରହିବ ବୋଲି ବିଧାୟକ ଉପସ୍ଥିତ ଅଭିଭାବକ ମାନଙ୍କୁ ପରାମର୍ଶ ଦେଇଥିଲେ। ।
ଏପରିକି ବିଦ୍ୟାଳୟରେ ଶିଶୁର ବୈଷୟିକ ଜ୍ଞାନ କୌଶଳକୁ ବୃଦ୍ଧି ପାଇଁ ଗୁରୁତ୍ବ ଦେବାକୁ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ପରାମର୍ଶ ଦେଇଥିଲେ।ସହକାରୀ ଶିକ୍ଷକ ଉପେନ୍ଦ୍ର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ରୋଟାରୀ କ୍ଳବ୍ କାର୍ଯ୍ୟକର୍ତ୍ତା ଡ . ତ୍ରିଲୋଚନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ରୋଟାରୀ ସିଲ୍କ ସିଟି କ୍ଳବ୍ ପକ୍ଷରୁ ଛାତ୍ରୀଛାତ୍ର ମାନଙ୍କୁ ପାଠ୍ୟ ଉପକରଣ, ଖେଳ ଉପକରଣ, ସ୍କୁଲ ବ୍ୟାଗ୍ ପ୍ରଦାନ କରାଯିବା ସହ ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀଛାତ୍ରମାନଙ୍କୁ ପୁରସ୍କୃତ କରାଯାଇଥିଲା ।
ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଗୈାରଚନ୍ଦ୍ର ପଟ୍ଟନାୟକଙ୍କ ସମେତ ପରିଚାଳନା କମିଟି କର୍ମକର୍ତ୍ତା, ଶିକ୍ଷୟତ୍ରୀ ଶିକ୍ଷକ ଏବଂ ରୋଟାରୀ କ୍ଳବର ସମସ୍ତ ସଦସ୍ୟ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଛାତ୍ରୀଛାତ୍ରମାନଙ୍କ ପକ୍ଷରୁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।