ଡିଜିଟାଲ ଟୁଇନ୍‌

ଡ. ନରେନ୍ଦ୍ର ସେଠୀ

ଯାଁଆଳା ମଣିଷ ପିଲା କିମ୍ବା କୌଣସି ଜୀବର ଯମଜ ଦେଖିଲେ ବିଶେଷ କିଛି ଆଶ୍ଚର୍ଯ୍ୟ ହେବାର ନ ଥାଏ। କିନ୍ତୁ ଏବେ ବିଜ୍ଞାନ ତା’ର କରାମତି ଦେଖେଇ ଯେକୌଣସି ମଣିଷର ଅବିକଳ ତିଆରି କରିବାରେ ସମର୍ଥ ହେଲାଣି। ବଡ଼ କଥା ହେଲା ଏହି ଅବିକଳ ନିଜସ୍ବ ଯମଜ ଜଣକ ଡିଜିଟାଲ ଦୁନିଆରେ ରହିବ ବା ଏହା ଏକ ଡିଜିଟାଲ ଟୁଇନ୍‌ ହେବ। ଆମର ବାସ୍ତବ ଶରୀରର ସବୁ ଗୁଣ, ରୁଚି, ବ୍ୟବହାର, ଭଲମନ୍ଦ ଏହି ଡିଜିଟାଲ ଟୁଇନ୍‌ ଭିତରେ ଡାଟା ଆକାରରେ ରେକର୍ଡ ହୋଇ ରହିଯିବ ଓ ଆମ ଶରୀରର ଏକ ଅବିକଳ ଅଶରୀରୀ ଡିଜିଟାଲ ଦୁନିଆରେ ରହିବ।
ଡିଜିଟାଲ ଟୁଇନ୍‌ ଏକ ଗାଣିତିକ ୩ ଆୟାମୀ ବିଶିଷ୍ଟ ମଡେଲ ଯାହା ଭିତରେ ବାସ୍ତବ ମଣିଷର ସବୁ ଗୁଣ ଥାଏ ଓ ଏହା ମଣିଷ ସହ ୱାଇଫାଇ, ବ୍ଲୁ ଟୁଥ୍‌ କିମ୍ବା ଇଣ୍ଟରନେଟ ଦ୍ୱାରା ସର୍ବଦା ଯୋଗସୂତ୍ର ରକ୍ଷା କରିଥାଏ। ପ୍ରକୃତରେ କହିବାକୁ ଗଲେ ଆମେ ଧୀରେ ଧୀରେ ସମସ୍ତେ ଅଜାଣତରେ ନିଜ ନିଜର ଏକ ଡିଜିଟାଲ ଟୁଇନ୍‌ ତିଆରି କରି ଚାଲିଛୁ। ଆମେ କିପରି ଆମ ସ୍ମାର୍ଟ ଫୋନ୍‌ରେ ଇଣ୍ଟରନେଟ ସରଫ କରି କି କି ଜିନିଷ ବିଷୟରେ ଜାଣିବାକୁ ଚାଁହୁଛୁ, କୋଉ ସିନେମା ଦେଖୁଛୁ ଓ କୋଉ କୋଉ ଜିନିଷ କିଣୁଛୁ ତାହାକୁ ଆମ ଅଜାଣତରେ ଡିଜିଟାଲ ଦୁନିଆ ରେକର୍ଡ ରଖି ଭର୍ଚୁଆଲ ଦୁନିଆରେ ଆମର ଡୁପ୍ଲିକେଟ ତିଆରି କରିଥାଏ। ତେଣୁ ଆମେ ଲଗ୍‌ଇନ୍‌ କଲା ମାତ୍ରେ ଆମରି ପସନ୍ଦର ଜିନିଷର ବିଜ୍ଞାପନ, ଭିଡିଓ ଇତ୍ୟାଦି କମ୍ପ୍ୟୁଟର ପରଦାରେ ଆବିର୍ଭାବ ହୋଇଥାଏ। ତେବେ ଏହା ହେଉଛି କୃତ୍ରିମ ବୁଦ୍ଧିମତ୍ତା ବଳରେ ଜଣେ ମଣିଷର ରୁଚିକୁ ଜାଣିବା ଏକ ପ୍ରାରମ୍ଭିକ ପର୍ଯ୍ୟାୟ। ଆଗକୁ ପ୍ରତ୍ୟେକ ମଣିଷର ଅବିକଳ ଡିଜିଟାଲ ଟୁଇନ୍‌ ତିଆରି ହୋଇଯିବ। ଏପରିକି ବୟସ ସହିତ ବାସ୍ତବ ମଣିଷ ବଢ଼ିବା ସହିତ ଭର୍ଚୁଆଲ ଦୁନିଆରେ ଡିଜିଟାଲ ଟୁଇନ୍‌ ବଢ଼ିବ। ବାସ୍ତବ ମଣିଷର ଶରୀରରେ କିଛି ହଠାତ୍‌ ଅସୁବିଧା ହେବା ପୂର୍ବରୁ ଡିଜିଟାଲ ଟୁଇନ୍‌ ଆଗରୁ ସତର୍କ କରିଦେବ ଓ ମଣିଷ ତୁରନ୍ତ ତା’ ପାଇଁ ଉଚିତ ପଦକ୍ଷେପ ନେବ। ବାସ୍ତବିକ ମଣିଷର ବୟସ, ବ୍ୟବହାର, ଓଜନ, ଶାରୀରିକ ଗତିବିଧି, ଖାଦ୍ୟ ଅଭ୍ୟାସ, ନିଦ୍ରା, ରକ୍ତଚାପ, ହୃଦ୍‌ସ୍ପନ୍ଦନ ଇତ୍ୟାଦି ସବୁ ଡାଟା ଭର୍ଚୁଆଲ ଡିଜିଟାଲ ଟୁଇନ୍‌ ପାଖରେ ଥିବ ଓ ବାସ୍ତବିକ ମଣିଷର ଗତିବିଧି ଓ ଯେକୌଣସି ଶାରୀରିକ ପରିବର୍ତ୍ତନକୁ ଖୁବ୍‌ ଶୀଘ୍ର ଧରିନେଇ ଆଗୁଆ ସ୍ମାର୍ଟଫୋନରେ ଜଣେଇଦେବ। ଏପରିକି ଘର ପରିବାରର ସମ୍ପର୍କୀୟ ଓ ନିଜସ୍ବ ଡାକ୍ତର ଏ ବିଷୟରେ ଅବଗତ ହୋଇଯିବେ। ତେବେ ଡିଜିଟାଲ ଟୁଇନ୍‌ର ଆହୁରି ଅନେକ ଉପଯୋଗିତା ଅଛି।
ଏହି ଡିଜିଟାଲ ଯମଜ ମଣିଷର ଅନେକ କାମ କରିପାରିବ। ଏହା ଫଳରେ ଜଣେ ମଣିଷ ଏକାଧିକ ଜାଗାରେ ଏକ ସମୟରେ କାମ କରିପାରିବ ଯାହା ଜଣେ ମଣିଷ ପାଖରେ ସମ୍ଭବ ନୁହେଁ। ଏପରିକି ଜଣେ ମଣିଷ ମରିଗଲା ପରେ ତା’ର ଡିଜିଟାଲ ଯମଜ ସହ ଯୋଗସୂତ୍ର ରକ୍ଷାକରି ଦିଂବଗତ ବାସ୍ତବ ମଣିଷର କାର୍ଯ୍ୟକୁଶଳତାକୁ ବ୍ୟବହାର କରାଯାଇପାରିବ। ଅର୍ଥାତ୍‌ ଜଣେ ମରିଗଲା ପରେ ମଧ୍ୟ ତା’ର ଜ୍ଞାନ ଡିଜିଟାଲ ଯମଜ ସାହାଯ୍ୟରେ ଲୋକ କଲ୍ୟାଣରେ ଉପଯୋଗ ହେଇପାରିବ। ଅନ୍ୟ ଅର୍ଥରେ ଆମେ ନିଜର ଅତୀତ ଓ ଭବିଷ୍ୟତ ସହ ଏହି ଡିଜିଟାଲ ଟୁଇନ୍‌ ସାହାଯ୍ୟରେ ସମ୍ପର୍କ କରିପାରିବା ଯାହା ବାସ୍ତବ ଦୁନିଆରେ ଅସମ୍ଭବ। ବିଜ୍ଞାନର ଏହି ବିଚକ୍ଷଣ ସଫଳତା ମଣିଷକୁ ଆଗାମୀ ଦିନରେ ଅନେକ ଅସାଧ୍ୟ କାମ କରିବାରେ ସହାୟକ ହେବ। ଜଣେ ମଣିଷ ତା’ର ଡିଜିଟାଲ ଟୁଇନ୍‌ ସହିତ ଅନ୍ୟ କିଛି ନୂଆ ଜ୍ଞାନକୌଶଳ ଯଥା ନୂଆ ଭାଷା, ଯାନ୍ତ୍ରିକ ଜ୍ଞାନ ଇତ୍ୟାଦି ଯୋଡ଼ି ନିଜଠୁ ଅଧିକ ବିଚକ୍ଷଣ ଓ ଜ୍ଞାନୀ ଡିଜିଟାଲ ଆଉ ଏକ ଟୁଇନ୍‌ ତିଆରି କରି କାମରେ ଲଗେଇ ପାରିବ। ମଣିଷ ଡିଜିଟାଲ ଟୁଇନ୍‌ ତିଆରି ହେବା ପୂର୍ବରୁ ଶିଳ୍ପଜଗତରେ ଏହାର ବ୍ୟାପକ ବ୍ୟବହାର ହୋଇ ଆସିଛି। କୌଣସି ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ର ଯେମିତି ଯୁଦ୍ଧଜାହାଜ, ସ୍ପେସ୍‌ କ୍ରାଫ୍ଟ , କାର୍‌ ଇତ୍ୟାଦିର ନିର୍ମାଣ ପୂର୍ବରୁ ଏହାର ଡିଜିଟାଲ ଟୁଇନ୍‌ ପ୍ରସ୍ତୁତକରି ପରୀକ୍ଷା କରାଯାଇଥାଏ। ଏହାଦ୍ୱାରା ଅନେକ କାର୍ଯ୍ୟ କରାଯାଇପାରେ ଯାହା ବାସ୍ତବ ମଣିଷ ପାଖରେ କଷ୍ଟକର। ଉଦାହରଣ ସ୍ବରୂପ ଏକ କାର୍‌ କ୍ରାସ୍‌ ଟେଷ୍ଟ କରିବା ପାଇଁ ଭର୍ଚୁଆଲ ଦୁନିଆରେ ଡିଜିଟାଲ ଟୁଇନ୍‌ ସାହାଯ୍ୟରେ ଅନେକ ଥର କରି ଏହାର ପରିଣାମ ବିଷୟରେ ସହଜରେ ଜାଣିହୁଏ ଯାହା ବାସ୍ତବ ମଣିଷ ପକ୍ଷରେ ଅସମ୍ଭବ। ଏହି ଯୁଗାନ୍ତକାରୀ ଜ୍ଞାନକୌଶଳକୁ ଆମେରିକାର ମିଶିଗାନ ବିଶ୍ୱବିଦ୍ୟାଳୟର ପ୍ରଫେସର ମାଇକେଲ ଗ୍ରୀବସ୍‌ ୨୦୦୨ରେ ପ୍ରଥମ କରି ଶିଳ୍ପଜଗତରେ ଉତ୍ପାଦନ ବଢ଼େଇବା ଲକ୍ଷ୍ୟରେ ଡିଜିଟାଲ ଟୁଇନ୍‌ ସଫ୍ଟଓ୍ବେରକୁ ଲୋକ ଲୋଚନକୁ ଆଣିଥିଲେ। କିନ୍ତୁ ଏହା ପୂର୍ବରୁ ନାସା ୧୯୬୦ ଦଶକରେ ମହାକାଶ ଉକ୍ଷେପଣ କାର୍ଯ୍ୟକ୍ରମରେ ବ୍ୟାପକ ଭାବରେ ଡିଜିଟାଲ ଟୁଇନ୍‌ ଜ୍ଞାନକୌଶଳକୁ ବ୍ୟବହାର କରିଥିଲା ।
ଏଠାରେ ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ଏହି ଡିଜିଟାଲ ଟୁଇନ୍‌ର ବଜାର ଚାହିଦା ବିଶ୍ୱରେ ୩.୧ ବିଲିୟନ ଡଲାର ଯାହା ୨୦୨୬ ସୁଦ୍ଧା ୪୮ ବିଲିୟନ ଡଲାରରେ ପହଞ୍ଚିବ। ତେବେ ଏତିକି କୁହାଯାଇପାରେ ଯେ ଏହି ଡିଜିଟାଲ ଟୁଇନ୍‌ର ଭବିଷ୍ୟତ ଅସୀମିତ ଓ ଏହା ସମଗ୍ର ଦୁନିଆରେ ଏକ ଚହଳ ସୃଷ୍ଟି କରି ଆମର ଦୈନଦିନ ଜୀବନକୁ ବ୍ୟାପକ ଭାବରେ ପ୍ରଭାବିତ କରିବାକୁ ଯାଉଛି। ତେବେ ଭବିଷ୍ୟତରେ ଏହି ଡିଜିଟାଲ ଟୁଇନ୍‌ ଜ୍ଞାନକୌଶଳର ବ୍ୟାପକ ବ୍ୟବହାରକୁ ଆଖି ଆଗରେ ରଖି ବୃହତ୍‌ ଡାଟାର ସୁରକ୍ଷା ଓ ସଂରକ୍ଷଣ କରିବା ମଧ୍ୟ ଏକ ଚିନ୍ତାର ବିଷୟ। କୌଣସି ବ୍ୟକ୍ତି, ଅନୁଷ୍ଠାନ କିମ୍ବା ଦେଶର ଗୁରୁତ୍ୱପୂର୍ଣ୍ଣ ଡାଟା ଏହି ଯୁଗାନ୍ତକାରୀ ବିଜ୍ଞାନ ଚମତ୍କାର ବଳରେ ଭୁଲ୍‌ ହାତରେ ନ ପଡ଼ୁ ଏଥିପ୍ରତି ଧ୍ୟାନଦେବାକୁ ପଡ଼ିବ।
ମୋ- ୭୦୦୪୦୬୮୧୧୦


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri