ବିପ୍ଳବର ପ୍ରଜ୍ୱଳନ୍ତ ବହ୍ନିଶିଖା

ବିମଳ ପ୍ରସନ୍ନ ଦାସ

ବିପ୍ଳବର ଦୀପ୍ତସୂର୍ଯ୍ୟ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ୧୨୬ତମ ପବିତ୍ର ଜୟନ୍ତୀ ଚଳିତ ଜାନୁୟାରୀ ୨୩ ତାରିଖ ସାରା ଦେଶରେ ପାଳନ ହେଉଛି। ଏଥିନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରୀୟ ସ୍ତରରେ ଏକ କମିଟି ଗଠନ କରାଯାଇଛି, ଯେଉଁଥିରେ ଆମ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ପୂର୍ବତନ ପ୍ରଧାନମନ୍ତ୍ରୀ, ପୂର୍ବତନ ଲୋକ ସଭା ବାଚସ୍ପତି ଓ ପ୍ରତିଷ୍ଠିତ ରାଜନେତା ସଦସ୍ୟ ରହିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମେଘାଳୟ ମୁଖ୍ୟମନ୍ତ୍ରୀ କିନ୍‌ରାଓ ସାଙ୍ଗମା, ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନାଫୁରିଓ, ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ, ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମ ଥାଙ୍ଗା, ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ ପ୍ରମୁଖ ସଦସ୍ୟ ଅଛନ୍ତି। ଏମାନଙ୍କ ବ୍ୟତୀତ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ, କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକର, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି. ଦେବେଗୌଡା, ମନମୋହନ ସିଂହ, ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା, ରାଜ୍ୟ ସଭାର ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ ପ୍ରମୁଖ ସଦସ୍ୟଙ୍କ ସହ ସାଂସଦ ଭର୍ତ୍ତୃହରି ମହତାବ ଓ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର ସଦସ୍ୟ ଅଛନ୍ତି। ଏହା ବ୍ୟତୀତ ଦେଶର ପ୍ରମୁଖ ବ୍ୟକ୍ତିବିଶେଷଙ୍କ ସମେତ ବରିଷ୍ଠ ଐତିହାସିକ, ଲେଖକ, ବିଶେଷଜ୍ଞ, ନେତାଜୀଙ୍କ ପରିବାର ସଦସ୍ୟ ଏବଂ ଆଜାଦ ହିନ୍ଦ୍‌ ଫୌଜର ବିଶିଷ୍ଟ କର୍ମକର୍ତ୍ତାମାନେ ମଧ୍ୟ ଏଥିରେ ସଦସ୍ୟ ଅଛନ୍ତି। ଉଦ୍ଦେଶ୍ୟ ହେଉଛି ଜାନୁୟାରୀ ୨୩ ତାରିଖରୁ ବର୍ଷବ୍ୟାପୀ ହେବାକୁ ଥିବା ନେତାଜୀଙ୍କ ଜନ୍ମୋତ୍ସବ କାର୍ଯ୍ୟକ୍ରମର ତଦାରଖ କରିବ।
ଦେଶ ଓ ଜାତି ପାଇଁ ଯେଉଁମାନେ ବଳିଦାନ ଦେଇଯାଇଛନ୍ତି ସେମାନେ ଜାତିର ଚିରନମସ୍ୟ। ବିଦେଶୀ ସରକାରଙ୍କ ବିରୋଧରେ ଓଡ଼ିଶା ମାଟିରେ ପ୍ରଥମେ ରଣ ଦୁନ୍ଦୁଭି ବାଜି ଉଠିଥିଲା। ୧୮୫୭ ମସିହାରେ ସିନା ପାଇକ ବିଦ୍ରୋଦ ହେଲା, କିନ୍ତୁ ତା’ର ୫୦ ବର୍ଷ ପୂର୍ବରୁ ଓଡ଼ିଶାରେ ପାଇକ ବିଦ୍ରୋହ ବାସ୍ତବତଃ ଆରମ୍ଭ ହୋଇଥିତ୍ବାର ଐତିହାସିକ ପ୍ରମାଣ ରହିଛି। ‘ବରୁଣେଇ’ ତା’ର ମୂକସାକ୍ଷୀ। ଲକ୍ଷ ପାଇକ ବକ୍ଷ ରକତ ସିକ୍ତ ଏ ବୀର ମାଟିରେ ୧୮୯୭ ମସିହା ଜାନୁୟାରୀ ୨୩ ତାରିଖରେ ନେତାଜୀ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଜାନକୀ ନାଥ ବୋଷ ଓଡ଼ିଶାର ପ୍ରାଣକେନ୍ଦ୍ର କଟକରେ ଜଣେ ବିଖ୍ୟାତ ଆଇନଜୀବୀ। ମା’ ପ୍ରଭାବତୀ ଦେବୀଙ୍କ ପ୍ରଭାବ ତାଙ୍କ ଜୀବନକୁ ବହୁଳାଂଶରେ ନିୟନ୍ତ୍ରିତ କରିଥିଲା।
ପ୍ରଥମେ ସେ ଏକ ଆଙ୍ଗ୍ଲୋଭାରତୀୟ ବିଦ୍ୟାଳୟରେ ବାଲ୍ୟଶିକ୍ଷା ପରେ ରେଭେନ୍‌ଶା କଲେଜିଏଟ ସ୍କୁଲରୁ ମାଟ୍ରିକ ପାସ୍‌ କରିଥିଲେ। କଲିକତା ପ୍ରେସିଡେନ୍‌ସି କଲେଜରୁ ଆଇ.ଏ. ପାସ୍‌ କରିବା ପରେ ସ୍କଟିସ୍‌ ଚର୍ଚ୍ଚ କଲେଜରୁ ଦର୍ଶନଶାସ୍ତ୍ରରେ ଅନର୍ସ ସହିତ ବି.ଏ. ପାସ୍‌ କରି ପିତାଙ୍କ ନିର୍ଦ୍ଦେଶରେ ବିଲାତ ଯାଇ ଆଇସିଏସ୍‌ ପରୀକ୍ଷା ଦେଲେ ଓ ଚତୁର୍ଥ ସ୍ଥାନ ଅଧିକାର କରିବାର କୃତିତ୍ୱ ହାସଲ କଲେ। ମହାଯୋଗୀ ଶ୍ରୀଅରବିନ୍ଦଙ୍କୁ ଯେପରି ଆଇସିଏସ୍‌ ଆକର୍ଷିତ କଲାନାହିଁ, ଅନରୂପ ଭାବରେ ଭାରତମାତାଙ୍କୁ ବ୍ରିଟିଶ ଶାସନର ଶୃଙ୍ଖଳରୁ ମୁକ୍ତ କରିବା ନିମନ୍ତେ ଦେଶପ୍ରାଣ ସୁଭାଷ (ନେତାଜୀ) ଆଇସିଏସ୍‌ରୁ ଇସ୍ତଫା ଦେଇ ଜାତିର ଜନକ ବାପୁଜୀଙ୍କ ନେତୃତ୍ୱରେ ଅସହଯୋଗ ଆନ୍ଦୋଳନରେ ଝାସ ଦେଲେ। କ୍ଷମତା, ସ୍ବାର୍ଥ, ଅର୍ଥ, ପଦ-ପଦବୀର ମୋହ ଓ ପ୍ରତିଷ୍ଠା ତଥା ପ୍ରତିପତ୍ତି ତାଙ୍କୁ ଆବଦ୍ଧ କରିପାରି ନ ଥିଲା। ନିଃସ୍ବାର୍ଥପର ସେବା ଦିଗରେ ବାରିଷ୍ଟର ଦେଶବନ୍ଧୁ ଚିତ୍ତରଞ୍ଜନ ଦାସ ଥିଲେ ତାଙ୍କ ପ୍ରେରଣାର ଉତ୍ସ। ଚିତ୍ତରଞ୍ଜନ ମଧ୍ୟ ଥିଲେ ଶ୍ରୀଅରବିନ୍ଦଙ୍କ ବନ୍ଧୁ ଓ ହିତାକାଙ୍‌କ୍ଷୀ। ଦେଶବନ୍ଧୁଙ୍କ ବଳିଷ୍ଠ ପ୍ରେରଣାରେ ସେ ବଙ୍ଗଳାର ଗ୍ରାମେ ଗ୍ରାମେ ବୁଲି ଛାତ୍ର, ଶିକ୍ଷକ, ଶ୍ରମିକ, କୃଷକ, ଅଧ୍ୟାପକ, ସରକାରୀ, ବେସରକାରୀ କର୍ମଚାରୀ ସମସ୍ତଙ୍କୁ ବାପୁଜୀଙ୍କ ଅସହଯୋଗ ଆନ୍ଦୋଳନର ବାର୍ତ୍ତାରେ ଉଦ୍‌ବୁଦ୍ଧ କଲେ। ବିପ୍ଳବର ବହ୍ନି ବନାଗ୍ନିର ରୂପ ନେଲା। କିନ୍ତୁ ମୌଳିକତଃ ସେ ଥିଲେ ସ୍ବାଧୀନଚେତା ପୁରୁଷ। ଭାରତର ସ୍ବାଧୀନତା ତାଙ୍କୁ ଅହରହ ଉଦ୍‌ବେଳିତ କରୁଥିଲା। କିନ୍ତୁ ଗାନ୍ଧିଜୀଙ୍କ ନୀତି ସମ୍ପୂର୍ଣ୍ଣ ଅହିଂସାତ୍ମକ ଥିବାବେଳେ ନେତାଜୀଙ୍କ ସଂଗ୍ରାମୀ ଚେତନା ତାଙ୍କୁ ପ୍ରତ୍ୟକ୍ଷ ସଂଗ୍ରାମ ପାଇଁ ଉଦ୍‌ବେଳିତ କରୁଥିଲା। ତଥାପି ସେ ବାପୁଜୀଙ୍କୁ ସମ୍ମାନପୂର୍ବକ ଅସହଯୋଗ ଆନ୍ଦୋଳନରେ ଯୋଗଦେଇ ଏକାଧିକବାର କାରାବରଣ କଲେ। ଗାନ୍ଧିଜୀ ପ୍ରଥମେ ବ୍ରିଟିଶ ସରକାରଙ୍କ ବିରୋଧରେ ଯେଉଁ ଯୁବବାହିନୀ ଗଠନ କରିଥିଲେ, ଏହାର ନେତୃତ୍ୱ ନେଇଥିଲେ ସ୍ବୟଂ ନେତାଜୀ, ନିଜର ବ୍ୟକ୍ତିଗତ ତ୍ୟାଗ, ନିଷ୍ଠା, କର୍ମଦକ୍ଷତା ଯୋଗୁ ସେ ଜଣେ ବୀରପୁରୁଷ ତଥା ତୁଙ୍ଗନେତା ଭାବରେ ସ୍ବୀକୃତ ହେଲେ। ଦେଶର ବିଭିନ୍ନ ସ୍ଥାନରେ ତାଙ୍କର ଅଗ୍ନିବର୍ଷୀ ଉଦ୍‌ବୋଧନରେ ଯୁବପିଢ଼ି ଆଗ୍ନେୟ ଶପଥ ଗ୍ରହଣ କଲେ। ଏଥିପାଇଁ ନେତାଜୀଙ୍କୁ ବାରମ୍ବାର କାରାରୁଦ୍ଧ କରାଯିବାରୁ ତାଙ୍କ ସ୍ବାସ୍ଥ୍ୟ ଭଙ୍ଗ ହେଲା ଓ ଚିକିତ୍ସା ପାଇଁ ତାଙ୍କୁ ସୁଇଜରଲାଣ୍ଡ ଯିବାକୁ ହେଲା। ସେଠାରୁ ଫେରିବା ପରେ ୧୯୩୮ ଓ ୧୯୩୯ରେ ସେ ଦୁଇଥର ଜାତୀୟ କଂଗ୍ରେସର ସଭାପତି ଭାବରେ ନିର୍ବାଚିତ ହୋଇ ଜଣେ ଅବିସମ୍ବାଦିତ ଜନନାୟକ ଭାବରେ ଆବିର୍ଭୂତ ହେଲେ।
ଭାଗ୍ୟର ବିଡ଼ମ୍ବନା- ଗାନ୍ଧିଜୀ ଓ ଗାନ୍ଧିବାଦୀ ନେତାଙ୍କ ସହ ତାଙ୍କର ମତଭେଦ ତଥା ମନୋମାଳିନ୍ୟ ସୃଷ୍ଟିହେଲା। କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇ ‘ଫର୍‌ୱାଡ ବ୍ଲକ’ନାମରେ ଏକ ନୂତନ ଦଳ ଗଠନ କଲେ। ୧୯୪୦ ମସିହା ଥିଲା ନେତାଜୀଙ୍କ ନିମନ୍ତେ ଏକ ‘ଅଗ୍ନି ପରୀକ୍ଷାର’ ସମୟ। ‘ଫର୍‌ୱାଡ ବ୍ଲକ’ ଖବରକାଗଜରେ ଏକ ଲେଖା ପାଇଁ ବିଚାରାଳୟରେ ଜଣେ ଅଭିଯୁକ୍ତ ଆସାମୀ ଭାବରେ ତାଙ୍କୁ ହାଜର ହେବାକୁ ହେଲା। ଜାମିନରେ ଥିବାବେଳେ ସେ ତାଙ୍କ କଲିକତା ବାସଭବନରୁ ଗୁପ୍ତରେ ପଳାୟନ କଲେ। ପାଦରେ ଚାଲି ଚାଲି କାବୁଲରେ ଉପନୀତ ହେଲେ। ସେଠାରେ ‘ନାଜି’ ସରକାରଙ୍କ ସହାୟତା ଲାଭ କରି ଜର୍ମାନୀରେ ଥିବା ଭାରତୀୟ ସୈନ୍ୟମାନଙ୍କୁ ନେଇ ଇଂରେଜମାନଙ୍କ ବିରୋଧରେ ‘ଆଜାଦ ହିନ୍ଦ୍‌ ଫୌଜ’ ନାମକ ଏକ ସୈନ୍ୟବାହିନୀ ଗଠନ କଲେ।
୧୯୪୩ରେ ନେତାଜୀ ସମୁଦ୍ର ପଥରେ ବୁଡ଼ାଜାହାଜ ଯୋଗେ ଯାତ୍ରାକରି ସିଙ୍ଗାପୁରରେ ପହଞ୍ଚତ୍ଲେ। ସେଠାରେ ତାଙ୍କୁ ଜାପାନର ସହାୟତା ମିଳିଲା। ତାଙ୍କ ନେତୃତ୍ୱରେ ଏହି ସୈନ୍ୟବାହିନୀ ଦିଲ୍ଲୀ ଅଭିମୁଖେ ଯାତ୍ରା କଲେ। ନେତାଜୀଙ୍କ ଆଗ୍ନେୟ ଆହ୍ବାନ ଥିଲା। ‘ଦିଲ୍ଲୀ ଚଲୋ’, ମଣିପୁରର ଇମ୍ଫାଲ ପର୍ଯ୍ୟନ୍ତ ଅଗ୍ରସର ହୋଇ ମଧ୍ୟ ତାଙ୍କ ଲକ୍ଷ୍ୟ ସଫଳ ହେଲାନାହିଁ। କାରଣ ଜାପାନୀମାନେ ଇଂରେଜମାନଙ୍କ ଦ୍ୱାରା ପରାସ୍ତ ହୋଇ ସନ୍ଧି କଲେ। ଏଥିରେ କିନ୍ତୁ ନେତାଜୀ ଭାଙ୍ଗି ନ ପଡ଼ି ୧୯୪୪ରେ ଜଣେ ଅନ୍ତରଙ୍ଗ ବନ୍ଧୁଙ୍କ ସହ ଟୋକିଓ ଅଭିମୁଖେ ଯାତ୍ରା ଆରମ୍ଭ କଲେ। ମାତ୍ର ଦୁର୍ଭାଗ୍ୟ ବିମାନଟି ଦୁର୍ଘଟଣାର ସମ୍ମୁଖୀନ ହେବାରୁ ଭାରତମାତାର ଏହି ବିରଳ ଓ ବୀର ସନ୍ତାନ ‘ସୁଭାଷ’ ମୁତ୍ୟୁବରଣ କରିଥିବାର ଖବର ବିଶ୍ୱର କୋଣ ଅନୁକୋଣରେ ପ୍ରଚାରିତ ହେଲା। କିନ୍ତୁ ସେ ପ୍ରବାଦପୁରୁଷ ଅଦ୍ୟପି ଜୀବିତ ଓ ତାଙ୍କର ଅନ୍ତିମ ପରିଣତି ରହସ୍ୟାବୃତ।
କିନ୍ତୁ ତାଙ୍କର ଆଦର୍ଶ ଚିର ବହ୍ନିମାନ ରହିଛି ଓ ରହିଥିବ କାଳକାଳକୁ। ତାଙ୍କ ୧୨୬ ତମ ପବିତ୍ର ଜୟନ୍ତୀ ପାଳନ ସାର୍ଥକ ହେଉ ଏବଂ ନେତାଜୀ ଏ ଜାତିର ଆକାଶରେ ଚିର ପ୍ରଦୀପ୍ତ ଧ୍ରୁବତାରା ସଦୃଶ ଜାଜ୍ୱଲ୍ୟମାନ ରହିଥାନ୍ତୁ।
ମୋ : ୯୪୩୮୧୮୬୨୨୬


Enter your email to get our daily news in your inbox.

All Right Reserved By Dharitri.Com

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?