ଡିଜିଟାଲ ଡ୍ରଗ୍ସ

ଡିଜିଟାଲ ଦୁନିଆ ପାଇଁ ଆମ ସମସ୍ତଙ୍କ କାର୍ଯ୍ୟପ୍ରଣାଳୀ ଯେତିକି ସହଜ ହୋଇପାରିଛି, ଯୁବପିଢ଼ି ଓ ଶିଶୁଙ୍କ ଉପରେ ସେତିକି କୁପ୍ରଭାବ ପଡ଼ିଛି। ସାଧାରଣ ଜୀବନରେ ଏହା ଅନେକଙ୍କ ପାଇଁ ଏକ ଅତ୍ୟାବଶ୍ୟକତା ପାଲଟିଗଲାଣି। ଓଡ଼ିଆରେ ଏକ ଲୋକକଥା ଅଛି ‘ଦେଖାଶିଖା ଓଡ଼ିଶା’। ଅର୍ଥାତ୍‌ ନ ଜାଣି ନ ବୁଝି ଆମ ପାଖରେ ଜଣେ ଯଦି ଏକ ଭିନ୍ନ ଆଚରଣ ବା ଢଙ୍ଗରଙ୍ଗ ଦେଖାଏ ଆମ୍ଭେମାନେ ସେହିପରି ନିଜକୁ ଅଭ୍ୟସ୍ତ କରାଇଲେ। କିଛିଦିନ ହେବ ବିଶେଷ ଭାବରେ ଟିନ୍‌ଏଜମାନେ ଦକ୍ଷିଣ କୋରିଆନ ମ୍ୟୁଜିକ ବ୍ୟାଣ୍ଡ ବିଟିଏସ୍‌ ପାଇଁ ପାଗଳ ହୋଇଉଠିଛନ୍ତି। କେବଳ ସଙ୍ଗୀତ ନୁହେଁ, ତାଙ୍କ ଭଳି ପୋଷାକ ପିନ୍ଧିବା ଏବଂ ତାଙ୍କର ଖାଦ୍ୟ ଶୈଳୀକୁ ଅନୁସରଣ କରୁଛନ୍ତି। ଏ କ୍ଷେତ୍ରରେ କେତେ ଜଣ ପିଲା ହସ୍ପିଟାଲରେ ଭର୍ତ୍ତି ହୋଇଥିବାର ଖବର ମିଳିଛି। ଏହାକୁ ଆମ ମନସ୍ତାତ୍ତ୍ୱିକ ଭାଷାରେ ଡିଜିଟାଲ ଡ୍ରଗ୍ସ ବୋଲି ବୁଝାଯାଇଥାଏ। ଏହାକୁ ‘ବାଇନୋରଲ୍‌ ବିଟ୍ସ’ ବା ‘ଅଡିଓ ଡ୍ରଗ୍ସ’ ମଧ୍ୟ କୁହାଯାଏ। ପ୍ରକୃତରେ ଡିଜିଟାଲ ଡ୍ରଗ୍ସର ଅର୍ଥ ହେଉଛି, ଉଚ୍ଚ ଧ୍ୱନିସମ୍ପନ୍ନ ସଙ୍ଗୀତ ଶୁଣିବାର ଏକ ଅଭ୍ୟାସ। ଯଦି ସେଭଳି ସଙ୍ଗୀତ ଶୁଣିବାକୁ ନ ମିଳେ, ତେବେ ଡ୍ରଗ୍ସ ଅଭାବରେ ହେଉଥିବା ଲକ୍ଷଣଗୁଡ଼ିକ ଦେଖାଯାଏ। ଏହି ସଙ୍ଗୀତରେ ଦୁଇଟି ଭିନ୍ନ ଫ୍ରିକ୍ୱେନ୍ସିର ସଙ୍ଗୀତ ତରଙ୍ଗ କାନ ଦ୍ୱାରା ମସ୍ତିଷ୍କକୁ ଯାଇଥାଏ, ଯାହା ମନୋରଞ୍ଜନ କରେ। ଏହାକୁ ଶୁଣିବା ଦ୍ୱାରା ମାଦକଦ୍ରବ୍ୟ ଖାଇବା ଭଳି ଅନୁଭୂତ ହୁଏ। ସୋସିଆଲ ମିଡ଼ିଆରେ ଏଭଳି ସଙ୍ଗୀତର ଅଡିଓ ଓ ଭିଡିଓ ରହିଛି, ଯାହାକୁ ଶୁଣିବା ପରେ ଯୁବଗୋଷ୍ଠୀ ମାନସିକ ଅସୁସ୍ଥତାରେ ପୀଡ଼ିତ ହେଉଛନ୍ତି। ଏହି ମାନସିକ ଅସୁସ୍ଥତାର ଶିକାର ଅଧିକାଂଶ କେବଳ ଯୁବପିଢ଼ି ନୁହନ୍ତି କର୍ମଜୀବୀଙ୍କ ଭିତରେ ଏହା ବଢ଼ୁଥିବାରୁ ସେମାନଙ୍କ କର୍ମ ସଂସ୍ଥାନରେ ବିଶୃଙ୍ଖଳା ସହ ବ୍ୟକ୍ତିଗତ ଜୀବନରେ ମଧ୍ୟ କେତେକ ବିଲକ୍ଷଣ ସୃଷ୍ଟି କରିବା ସ୍ବାଭାବିକ। ପ୍ରାଥମିକ ଅବସ୍ଥାରେ ଏହି ‘ବାଇନୋରଲ୍‌ ବିଟ୍ସ’ର ସହଜ ଶିକାର ହେଉଥିବା ଲୋକମାନେ ପରବର୍ତ୍ତୀ ସମୟରେ ଉଚ୍ଚ ଫ୍ରିକ୍ୱେନ୍ସିର କେବଳ ସଂଗୀତ ନୁହେଁ କଥାବାର୍ତ୍ତା ଶୁଣିବାକୁ ଭଲପାଆନ୍ତି, ଯାହାକି କେବଳ ଏକ ପ୍ରକାର ମାନସିକ ବିକାରତା ନୁହଁ ବରଂ ଏକ ସାମାଜିକ ବିକାରତା। କାରଣ ଉଚ୍ଚ ଧ୍ୱନି ବା ସଂଗୀତ କିମ୍ବା କଥାବାର୍ତ୍ତା ଆପଣଙ୍କ ଆଖପାଖର ପରିବେଶକୁ ଖରାପ କରିଥାଏ। ଅନ୍ୟମାନଙ୍କ ପାଇଁ ଏହା ଶ୍ରୁତିକଟୁ ହେବା ମଧ୍ୟ ସ୍ବାଭାବିକ ଏବଂ ଏହାକୁ ନେଇ ବେଳେ ବେଳେ କୌଣସି କୌଣସି ସ୍ଥାନରେ ଅଭାବନୀୟ ଘଟଣା ଘଟିବାର ନଜିର ମଧ୍ୟ ରହିଛି।
ଗୋଟିଏ କାନରେ ୫୦୦ ହର୍ଜ ଏବଂ ଦ୍ୱିତୀୟ କାନରେ ୫୨୦ ହର୍ଜର ଫ୍ରିକ୍ୱେନ୍ସି ସଙ୍ଗୀତ ଶୁଣିବା ଦ୍ୱାରା ମସ୍ତିଷ୍କରେ ଏକ ଅଡିଟରି ଇଲ୍ୟୁଜନ ସୃଷ୍ଟି ହୋଇଥାଏ। ଏହାପରେ ମସ୍ତିଷ୍କରୁ ଆସୁଥିବା ବାୟୋଫିଡ଼ବ୍ୟାକ ଦ୍ୱାରା ଶାନ୍ତି ଓ ଖୁସିର ଅନୁଭବ ହୁଏ। ଅନେକଥର ଏଭଳି ସଙ୍ଗୀତ ଶୁଣିବା ଦ୍ୱାରା ବ୍ୟକ୍ତି ଭାବୁକ ହୋଇଉଠେ, ଭୁଲ୍‌ ଠିକର ବିଚାର କରିବାର ଶକ୍ତି ହରାଇବସେ, ନିଜ ଦୈନନ୍ଦିନ କାମରେ ରୁଚି ରଖେନାହିଁ, ହାତ ଗୋଡ଼ ଦୁର୍ବଳ ହେଲା ଭଳି ଅନୁଭବ ହୁଏ, ମାଂସପେଶୀ ଟାଣି ହୋଇଗଲା ଭଳି ମନେହୁଏ। ତେଣୁ ଏହି ସଙ୍ଗୀତକୁ ଭାଙ୍ଗ ବିଟ୍ସ ମଧ୍ୟ କୁହାଯାଏ। ଯଦି ଏହି ସଙ୍ଗୀତ ଗୋଟିଏ ଦିନ ଶୁଣିବାକୁ ନ ମିଳେ, ତା’ହେଲେ ଆକ୍ରମଣାତ୍ମକ ବ୍ୟବହାର, ବ୍ୟସ୍ତ ବିବ୍ରତ ଚିନ୍ତାଧାରା, ଅସ୍ତବ୍ୟସ୍ତ ଲାଗିବା ଭଳି ଲକ୍ଷଣ ଦେଖାଯାଏ। ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଡିଜିଟାଲ ଡ୍ରଗ୍ସର ଅଭ୍ୟାସ କବଳରେ ୫.୩% କମ ବୟସର ପିଲାମାନେ ଅଛନ୍ତି। ଏହାକୁ ଦୂର କରିବା ପାଇଁ ମନୋଚିକିତ୍ସକଙ୍କ ପରାମର୍ଶ ସହ ସିବିଟି (କଗ୍‌ନିଟିଭ ବିହେଭିଅର ଥେରାପି) ନେବା ଉଚିତ। ପିଲାମାନେ ଏଥିରେ ଏପରି ଆସକ୍ତ ହୋଇପଡ଼ିଥାନ୍ତି ଯେ ସେମାନେ କେବଳ ନିଜ ପାଠପଢ଼ା ନୁହେଁ, ନିଜ ଖାଇବା ପିଇବାକୁ ମଧ୍ୟ ଏକ ପ୍ରକାର ଭୁଲି ଯାଇଥାନ୍ତି। ସେମାନଙ୍କ ଶାରୀରିକ ଅଭିବୃଦ୍ଧି ଓ ସୃଜନଶୀଳତା ସବୁକିଛି ବାଧାପ୍ରାପ୍ତ ହୋଇଥାଏ। ସେହିପରି ଆପଣଙ୍କ ନିତିଦିନିଆ ଜୀବନରେ ଅତ୍ୟଧିକ ସମୟ କାନରେ ହିୟରିଂଏଡ ଦେଇ ସଙ୍ଗୀତ ଶୁଣିବା ହେଉ ବା ମୋବାଇଲ ବ୍ୟବହାର ଏହା ଖରାପ ନିଶ୍ଚୟ। ଏହା କାନକୁ ପ୍ରଭାବିତ କରିବା ସହ ଜଣକୁ ନିଜେ ଉପସ୍ଥିତ ଥିବା ସ୍ଥାନଠାରୁ ଏକ ପ୍ରକାର ଅସ୍ବାଭାବିକ କରିଦିଏ, ଯାହାପାଇଁ କି ଅନେକ ସମୟରେ ଦୁର୍ଘଟଣାର ଅଘଟଣ ସୃଷ୍ଟି କରିଥାଏ। ଅନେକେ ଏହାକୁ ନିଜ ଭୋକଶୋଷ ଭୁଲି କାମଧନ୍ଦାକୁ ଅବହେଳା କରିଥାନ୍ତି। ସେମାନଙ୍କ ଜୀବନର ରୁଟିନ ଏକ ଭିନ୍ନ ଢଙ୍ଗରେ ଚାଲିଥାଏ। ଘଣ୍ଟା ଘଣ୍ଟା ଧରି ଏହା କାନରେ ରହିବା ଦ୍ୱାରା ପ୍ରଥମତଃ ଜଣଙ୍କ ଏକାଗ୍ରତା ନଷ୍ଟ ହୋଇଥାଏ, ଦ୍ୱିତୀୟତଃ ଏହା ଆପଣଙ୍କ ପରବର୍ତ୍ତୀ ସମୟରେ ଶ୍ରବଣ ଶକ୍ତି ଉପରେ ଗୁରୁତର ପ୍ରଭାବ ପକାଇଥାଏ। ବିଶେଷକରି କାନ ଝିଲ୍ଲୀ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ମଧ୍ୟ ରହିଥାଏ। ପରବର୍ତ୍ତୀ ସମୟରେ ଏହା ଅନେକ ଅସୁବିଧାର କାରଣ ହୋଇଥାଏ। ଅନେକେ ଏହାପରେ ବିଭିନ୍ନ ନିଶା ସେବନର ଅଭ୍ୟାସ କରିଥାନ୍ତି, ଠିକ ସମୟରେ ନିଦ ହୋଇ ନ ଥାଏ ଏବଂ ଜଣେ ଅଯଥାରେ ଅନ୍ୟମାନଙ୍କ ଉପରେ ଚିଡ଼ିଚିଡ଼ା ବ୍ୟବହାର ମଧ୍ୟ ଦେଖାଇଥାଏ। ତେଣୁ ଏହାଠାରୁ ଦୂରେଇବା ସବୁଠାରୁ ଭଲ। ଜଣଙ୍କ ଜୀବନରେ ଯେତିକି ସମୟ ଆବଶ୍ୟକ ପଡ଼ୁଛି ସାମାଜିକ ଗଣମାଧ୍ୟମ ସହ ସକ୍ରିୟ ରୁହନ୍ତୁ ଏବଂ ମନେରଖନ୍ତୁ ଯେ, ଆପଣଙ୍କର ଜୀବନ ଅଛି, ଆପଣଙ୍କର କର୍ମ ସଂସ୍ଥାନ ଅଛି ଏବଂ ଘର ପରିବାର ଅଛି। ଏସବୁ ଭିତରେ ଭାରସାମ୍ୟ ରଖନ୍ତୁ। ଏ କ୍ଷେତ୍ରରୁ ଯଥା ସମ୍ଭବ ଦୂରେଇବା ପାଇଁ ଚେଷ୍ଟା କରନ୍ତୁ। ପ୍ରଥମତଃ ନିଜ ସମୟ ଓ କାର୍ଯ୍ୟ ନିର୍ଘଣ୍ଟ ସହ ଆପଣଙ୍କ ପ୍ରତିଦିନର ରୁଟିନ ବନ୍ଧା ଜୀବନକୁ ଦେଖନ୍ତୁ। ଏହା ଯେପରି ଅନ୍ୟମାନଙ୍କ ପାଇଁ ବିରକ୍ତିକର ଓ ଶ୍ରୁତିକଟୁ ନ ହୁଏ ସେ ଦିଗକୁ ଅଣଦେଖା କରନ୍ତୁ ନାହିଁ। କେହି କେହି କେବଳ ଶାରୀରିକ କ୍ରୀଡ଼ା କୌଶଳ, ବ୍ୟାୟାମ ବା ଜଗିଂ ବା ମର୍ନିଂୱାକ ନୁହେଁ ବରଂ ଯୋଗ ପ୍ରାଣାୟମ ସମୟରେ ମଧ୍ୟ ଏହାର ସାହାରା ନେଇଥାନ୍ତି, ଯାହାକି ଆଦୌ ଠିକ ନୁହେଁ। ଏହା ଯେପରି ଆପଣଙ୍କ ସର୍ବନିମ୍ନ ଖାଇବା ପିଇବା ଓ ବିଶ୍ରାମକୁ ଅସଜଡ଼ା ନ କରେ ସେ ଦିଗ ପ୍ରତି ସତର୍କ ରୁହନ୍ତୁ। କାରଣ ଅନେକଙ୍କ ଏହି କୁଅଭ୍ୟାସ କେବଳ ଘର ପରିବାରର ଜୀବନ ନୁହେଁ, ସେମାନଙ୍କ କର୍ମମୟ ବା କର୍ମ ସଂସ୍ଥାନର କ୍ଷେତ୍ରକୁ ପ୍ରଭାବିତ ମଧ୍ୟ କରିଥାଏ। ଆପଣଙ୍କ ସର୍ବନିମ୍ନ ଦୂରତାରେ କୌଣସି ଗୀତ ସଂଗୀତ ଭିତରେ ଯୋଗ ପ୍ରାଣାୟମ ବା ଅନ୍ୟ କାର୍ଯ୍ୟ କରିପାରନ୍ତି ଏହା ଏକ ଭଲ ଅଭ୍ୟାସ କିନ୍ତୁ ଆପଣଙ୍କ ଜୀବନଚର୍ଯ୍ୟା ଓ ଦାୟିତ୍ୱ ସହ ଜୀବନ ଚେତନାକୁ ଯେପରି ଏହା ଦୁଃଖଦର କାରଣ ନ ହୁଏ ଆପଣ ଏହାକୁ ବିଚାର କରି ଜୀବନକୁ ପ୍ରସ୍ତୁତ କରନ୍ତୁ।

ଡା. ସମ୍ରାଟ କର

ମାନସିକ ରୋଗ ବିଶେଷଜ୍ଞ, ଦି’ବ୍ରେନ, ପୁରୀଘାଟ ରୋଡ୍‌, କଟକ
ମୋ : ୯୧୩୨୪୩୩୩୩୩


Enter your email to get our daily news in your inbox.

All Right Reserved By Dharitri.Com

ଉପସ୍ଥିତ ବୁଦ୍ଧି ଦେଖାଇଲେ ସରପଞ୍ଚ: ଠକକୁ ଏମିତି ଦେଲେ ପାନେ

ନୂଆପଡ଼ା,୧୧ା୭ (ମକାରୁ ବେମାଲ):ସତର୍କତା ଯୋଗୁ ନୂଆପଡ଼ା ଜିଲା କୋମନା ବ୍ଲକ କୁରେଶ୍ୱର ପଞ୍ଚାୟତର ସରପଞ୍ଚ ସତ୍ୟବାନ ସାହୁ ଏକ ସାଇବର ଠକେଇରୁ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ,…

ନୀରବ ଆକ୍ରମଣ

କାଳସ୍ରୋତର ଅନବରତ ପ୍ରବାହରେ ଓଡ଼ିଶାର ସାମାଜିକ-ଆର୍ଥିକ-ସାଂସ୍କୃତିକ ସଂରଚନା ଆଜି ଏକ ଭୟାବହ, ଦୁରାରୋଗ୍ୟ ଦୁର୍ବିପାକର ସମ୍ମୁଖୀନ – ତାହା ହେଉଛି ଜବରଦଖଲ । ଏହା କେବଳ ଏକ…

କ୍ଷମତା ଓ ଅହଂ

ଭାରତରେ ପାଞ୍ଚ ବର୍ଷରେ ଥରେ ନିର୍ବାଚନ ଅନୁଷ୍ଠିତ ହୁଏ। କେହି କେହି ଜିତନ୍ତି ଓ କେହି କେହି ପରାଜିତ ହୁଅନ୍ତି। ବେଳେବେଳେ ବିଭିନ୍ନ କାରଣରୁ ଅନେକ ଯୋଗ୍ୟ…

ପ୍ରଶାସନିକ ଦକ୍ଷତାକୁ ଗୁରୁତ୍ୱ

ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଭା ସୃଷ୍ଟି କରି ଗର୍ବ ଅନୁଭବ କରୁଥିବା ଭାରତ ନିଜର ବ୍ୟାଙ୍କର୍‌ଙ୍କ ଉପରେ କମ୍‌ ଭରସା ରଖେ। ଆମେ ଦୀପକ ପାରେଖଙ୍କ ଭଳି ଅନୁଷ୍ଠାନ…

ଇ୨୦ରୁ ପ୍ରିମିୟମ ପେଟ୍ରୋଲ ଆଡ଼କୁ ମୁହାଁଉଛନ୍ତି ଖାଉଟି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୧ା୭: ଇଥାନଲ ମିଶ୍ରିତ ଇ୨୦ ପେଟ୍ରୋଲ ବ୍ୟବହାରକୁ ନେଇ ଖାଉଟି ସ୍ତରରେ ଚିନ୍ତା ବଢ଼ିବା ପରେ ଏବେ ଦିଲ୍ଲୀ ସମେତ ବିଭିନ୍ନ ସହରରେ ଗାଡ଼ି ମାଲିକମାନେ ବିକଳ୍ପ…

ରାଜଧାନୀରୁ ନକଲି ପୋଲିସକୁ ଗିରଫକଲା ଅସଲି ପୋଲିସ: ୫ ବର୍ଷରେ ଗିରଫ ହେଲେଣି ୪୫

ଭୁବନେଶ୍ୱର,୧୧।୭(ତ୍ରିନାଥ ମହାନ୍ତି):ରାଜଧାନୀରୁ ପୁଣି ଗିରଫ ହୋଇଛନ୍ତି ଆଉ ଜଣେ ନକଲି ପୋଲିସ ଅଫିସର। ନିଜକୁ ଆଡିଶନାଲ ଏସ୍‌ପି ପରିଚୟ ଦେଇ ଧମକାଇବା ସହ ଠକୁଥିଲେ। ପୁରୁଣା ଏକ…

ଷଣ୍ଢକୁ ହାଣି ଜେଲ ଗଲେ ଯବାନ: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରାଜନଗର,୧୧ା୭ (ଭାସ୍କର ରାଉତରାୟ): ବିଲରେ ଷଣ୍ଢ ପଶିଲା ବୋଲି ଷଣ୍ଢକୁ ଖଣତିରେ ବାଡ଼େଇବା ସହ କଟୁରିରେ ହାଣି ଜଣେ ଯବାନ ହତ୍ୟା କରିଛନ୍ତି। ଏଥିରେ ଅନ୍ୟ ଗୋଟିଏ…

ଝିଅକୁ ବଳାତ୍କାର କଲେ ମା’ଙ୍କ ପୁରୁଷବନ୍ଧୁ, ଗର୍ଭବତୀ ହେବା ପରେ…

ଭୁବନେଶ୍ୱର,୧୧ା୭(ତ୍ରିନାଥ ମହାନ୍ତି): ରାଜଧାନୀରେ ପୁଣି ଜଣେ ୧୪ ବର୍ଷର ନାବାଳିକାଙ୍କୁ ଜଣେ ୪୨ ବର୍ଷୀୟ ବ୍ୟକ୍ତି ବଳାକତ୍ାର କରିଥିବା ଘଟଣା ପଦାକୁ ଆସିଛି। ଧଉଳି ଥାନା ଅଞ୍ଚଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri