ଡିଜିଟାଲ ଡ୍ରଗ୍ସ

ଡିଜିଟାଲ ଦୁନିଆ ପାଇଁ ଆମ ସମସ୍ତଙ୍କ କାର୍ଯ୍ୟପ୍ରଣାଳୀ ଯେତିକି ସହଜ ହୋଇପାରିଛି, ଯୁବପିଢ଼ି ଓ ଶିଶୁଙ୍କ ଉପରେ ସେତିକି କୁପ୍ରଭାବ ପଡ଼ିଛି। ସାଧାରଣ ଜୀବନରେ ଏହା ଅନେକଙ୍କ ପାଇଁ ଏକ ଅତ୍ୟାବଶ୍ୟକତା ପାଲଟିଗଲାଣି। ଓଡ଼ିଆରେ ଏକ ଲୋକକଥା ଅଛି ‘ଦେଖାଶିଖା ଓଡ଼ିଶା’। ଅର୍ଥାତ୍‌ ନ ଜାଣି ନ ବୁଝି ଆମ ପାଖରେ ଜଣେ ଯଦି ଏକ ଭିନ୍ନ ଆଚରଣ ବା ଢଙ୍ଗରଙ୍ଗ ଦେଖାଏ ଆମ୍ଭେମାନେ ସେହିପରି ନିଜକୁ ଅଭ୍ୟସ୍ତ କରାଇଲେ। କିଛିଦିନ ହେବ ବିଶେଷ ଭାବରେ ଟିନ୍‌ଏଜମାନେ ଦକ୍ଷିଣ କୋରିଆନ ମ୍ୟୁଜିକ ବ୍ୟାଣ୍ଡ ବିଟିଏସ୍‌ ପାଇଁ ପାଗଳ ହୋଇଉଠିଛନ୍ତି। କେବଳ ସଙ୍ଗୀତ ନୁହେଁ, ତାଙ୍କ ଭଳି ପୋଷାକ ପିନ୍ଧିବା ଏବଂ ତାଙ୍କର ଖାଦ୍ୟ ଶୈଳୀକୁ ଅନୁସରଣ କରୁଛନ୍ତି। ଏ କ୍ଷେତ୍ରରେ କେତେ ଜଣ ପିଲା ହସ୍ପିଟାଲରେ ଭର୍ତ୍ତି ହୋଇଥିବାର ଖବର ମିଳିଛି। ଏହାକୁ ଆମ ମନସ୍ତାତ୍ତ୍ୱିକ ଭାଷାରେ ଡିଜିଟାଲ ଡ୍ରଗ୍ସ ବୋଲି ବୁଝାଯାଇଥାଏ। ଏହାକୁ ‘ବାଇନୋରଲ୍‌ ବିଟ୍ସ’ ବା ‘ଅଡିଓ ଡ୍ରଗ୍ସ’ ମଧ୍ୟ କୁହାଯାଏ। ପ୍ରକୃତରେ ଡିଜିଟାଲ ଡ୍ରଗ୍ସର ଅର୍ଥ ହେଉଛି, ଉଚ୍ଚ ଧ୍ୱନିସମ୍ପନ୍ନ ସଙ୍ଗୀତ ଶୁଣିବାର ଏକ ଅଭ୍ୟାସ। ଯଦି ସେଭଳି ସଙ୍ଗୀତ ଶୁଣିବାକୁ ନ ମିଳେ, ତେବେ ଡ୍ରଗ୍ସ ଅଭାବରେ ହେଉଥିବା ଲକ୍ଷଣଗୁଡ଼ିକ ଦେଖାଯାଏ। ଏହି ସଙ୍ଗୀତରେ ଦୁଇଟି ଭିନ୍ନ ଫ୍ରିକ୍ୱେନ୍ସିର ସଙ୍ଗୀତ ତରଙ୍ଗ କାନ ଦ୍ୱାରା ମସ୍ତିଷ୍କକୁ ଯାଇଥାଏ, ଯାହା ମନୋରଞ୍ଜନ କରେ। ଏହାକୁ ଶୁଣିବା ଦ୍ୱାରା ମାଦକଦ୍ରବ୍ୟ ଖାଇବା ଭଳି ଅନୁଭୂତ ହୁଏ। ସୋସିଆଲ ମିଡ଼ିଆରେ ଏଭଳି ସଙ୍ଗୀତର ଅଡିଓ ଓ ଭିଡିଓ ରହିଛି, ଯାହାକୁ ଶୁଣିବା ପରେ ଯୁବଗୋଷ୍ଠୀ ମାନସିକ ଅସୁସ୍ଥତାରେ ପୀଡ଼ିତ ହେଉଛନ୍ତି। ଏହି ମାନସିକ ଅସୁସ୍ଥତାର ଶିକାର ଅଧିକାଂଶ କେବଳ ଯୁବପିଢ଼ି ନୁହନ୍ତି କର୍ମଜୀବୀଙ୍କ ଭିତରେ ଏହା ବଢ଼ୁଥିବାରୁ ସେମାନଙ୍କ କର୍ମ ସଂସ୍ଥାନରେ ବିଶୃଙ୍ଖଳା ସହ ବ୍ୟକ୍ତିଗତ ଜୀବନରେ ମଧ୍ୟ କେତେକ ବିଲକ୍ଷଣ ସୃଷ୍ଟି କରିବା ସ୍ବାଭାବିକ। ପ୍ରାଥମିକ ଅବସ୍ଥାରେ ଏହି ‘ବାଇନୋରଲ୍‌ ବିଟ୍ସ’ର ସହଜ ଶିକାର ହେଉଥିବା ଲୋକମାନେ ପରବର୍ତ୍ତୀ ସମୟରେ ଉଚ୍ଚ ଫ୍ରିକ୍ୱେନ୍ସିର କେବଳ ସଂଗୀତ ନୁହେଁ କଥାବାର୍ତ୍ତା ଶୁଣିବାକୁ ଭଲପାଆନ୍ତି, ଯାହାକି କେବଳ ଏକ ପ୍ରକାର ମାନସିକ ବିକାରତା ନୁହଁ ବରଂ ଏକ ସାମାଜିକ ବିକାରତା। କାରଣ ଉଚ୍ଚ ଧ୍ୱନି ବା ସଂଗୀତ କିମ୍ବା କଥାବାର୍ତ୍ତା ଆପଣଙ୍କ ଆଖପାଖର ପରିବେଶକୁ ଖରାପ କରିଥାଏ। ଅନ୍ୟମାନଙ୍କ ପାଇଁ ଏହା ଶ୍ରୁତିକଟୁ ହେବା ମଧ୍ୟ ସ୍ବାଭାବିକ ଏବଂ ଏହାକୁ ନେଇ ବେଳେ ବେଳେ କୌଣସି କୌଣସି ସ୍ଥାନରେ ଅଭାବନୀୟ ଘଟଣା ଘଟିବାର ନଜିର ମଧ୍ୟ ରହିଛି।
ଗୋଟିଏ କାନରେ ୫୦୦ ହର୍ଜ ଏବଂ ଦ୍ୱିତୀୟ କାନରେ ୫୨୦ ହର୍ଜର ଫ୍ରିକ୍ୱେନ୍ସି ସଙ୍ଗୀତ ଶୁଣିବା ଦ୍ୱାରା ମସ୍ତିଷ୍କରେ ଏକ ଅଡିଟରି ଇଲ୍ୟୁଜନ ସୃଷ୍ଟି ହୋଇଥାଏ। ଏହାପରେ ମସ୍ତିଷ୍କରୁ ଆସୁଥିବା ବାୟୋଫିଡ଼ବ୍ୟାକ ଦ୍ୱାରା ଶାନ୍ତି ଓ ଖୁସିର ଅନୁଭବ ହୁଏ। ଅନେକଥର ଏଭଳି ସଙ୍ଗୀତ ଶୁଣିବା ଦ୍ୱାରା ବ୍ୟକ୍ତି ଭାବୁକ ହୋଇଉଠେ, ଭୁଲ୍‌ ଠିକର ବିଚାର କରିବାର ଶକ୍ତି ହରାଇବସେ, ନିଜ ଦୈନନ୍ଦିନ କାମରେ ରୁଚି ରଖେନାହିଁ, ହାତ ଗୋଡ଼ ଦୁର୍ବଳ ହେଲା ଭଳି ଅନୁଭବ ହୁଏ, ମାଂସପେଶୀ ଟାଣି ହୋଇଗଲା ଭଳି ମନେହୁଏ। ତେଣୁ ଏହି ସଙ୍ଗୀତକୁ ଭାଙ୍ଗ ବିଟ୍ସ ମଧ୍ୟ କୁହାଯାଏ। ଯଦି ଏହି ସଙ୍ଗୀତ ଗୋଟିଏ ଦିନ ଶୁଣିବାକୁ ନ ମିଳେ, ତା’ହେଲେ ଆକ୍ରମଣାତ୍ମକ ବ୍ୟବହାର, ବ୍ୟସ୍ତ ବିବ୍ରତ ଚିନ୍ତାଧାରା, ଅସ୍ତବ୍ୟସ୍ତ ଲାଗିବା ଭଳି ଲକ୍ଷଣ ଦେଖାଯାଏ। ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଡିଜିଟାଲ ଡ୍ରଗ୍ସର ଅଭ୍ୟାସ କବଳରେ ୫.୩% କମ ବୟସର ପିଲାମାନେ ଅଛନ୍ତି। ଏହାକୁ ଦୂର କରିବା ପାଇଁ ମନୋଚିକିତ୍ସକଙ୍କ ପରାମର୍ଶ ସହ ସିବିଟି (କଗ୍‌ନିଟିଭ ବିହେଭିଅର ଥେରାପି) ନେବା ଉଚିତ। ପିଲାମାନେ ଏଥିରେ ଏପରି ଆସକ୍ତ ହୋଇପଡ଼ିଥାନ୍ତି ଯେ ସେମାନେ କେବଳ ନିଜ ପାଠପଢ଼ା ନୁହେଁ, ନିଜ ଖାଇବା ପିଇବାକୁ ମଧ୍ୟ ଏକ ପ୍ରକାର ଭୁଲି ଯାଇଥାନ୍ତି। ସେମାନଙ୍କ ଶାରୀରିକ ଅଭିବୃଦ୍ଧି ଓ ସୃଜନଶୀଳତା ସବୁକିଛି ବାଧାପ୍ରାପ୍ତ ହୋଇଥାଏ। ସେହିପରି ଆପଣଙ୍କ ନିତିଦିନିଆ ଜୀବନରେ ଅତ୍ୟଧିକ ସମୟ କାନରେ ହିୟରିଂଏଡ ଦେଇ ସଙ୍ଗୀତ ଶୁଣିବା ହେଉ ବା ମୋବାଇଲ ବ୍ୟବହାର ଏହା ଖରାପ ନିଶ୍ଚୟ। ଏହା କାନକୁ ପ୍ରଭାବିତ କରିବା ସହ ଜଣକୁ ନିଜେ ଉପସ୍ଥିତ ଥିବା ସ୍ଥାନଠାରୁ ଏକ ପ୍ରକାର ଅସ୍ବାଭାବିକ କରିଦିଏ, ଯାହାପାଇଁ କି ଅନେକ ସମୟରେ ଦୁର୍ଘଟଣାର ଅଘଟଣ ସୃଷ୍ଟି କରିଥାଏ। ଅନେକେ ଏହାକୁ ନିଜ ଭୋକଶୋଷ ଭୁଲି କାମଧନ୍ଦାକୁ ଅବହେଳା କରିଥାନ୍ତି। ସେମାନଙ୍କ ଜୀବନର ରୁଟିନ ଏକ ଭିନ୍ନ ଢଙ୍ଗରେ ଚାଲିଥାଏ। ଘଣ୍ଟା ଘଣ୍ଟା ଧରି ଏହା କାନରେ ରହିବା ଦ୍ୱାରା ପ୍ରଥମତଃ ଜଣଙ୍କ ଏକାଗ୍ରତା ନଷ୍ଟ ହୋଇଥାଏ, ଦ୍ୱିତୀୟତଃ ଏହା ଆପଣଙ୍କ ପରବର୍ତ୍ତୀ ସମୟରେ ଶ୍ରବଣ ଶକ୍ତି ଉପରେ ଗୁରୁତର ପ୍ରଭାବ ପକାଇଥାଏ। ବିଶେଷକରି କାନ ଝିଲ୍ଲୀ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ମଧ୍ୟ ରହିଥାଏ। ପରବର୍ତ୍ତୀ ସମୟରେ ଏହା ଅନେକ ଅସୁବିଧାର କାରଣ ହୋଇଥାଏ। ଅନେକେ ଏହାପରେ ବିଭିନ୍ନ ନିଶା ସେବନର ଅଭ୍ୟାସ କରିଥାନ୍ତି, ଠିକ ସମୟରେ ନିଦ ହୋଇ ନ ଥାଏ ଏବଂ ଜଣେ ଅଯଥାରେ ଅନ୍ୟମାନଙ୍କ ଉପରେ ଚିଡ଼ିଚିଡ଼ା ବ୍ୟବହାର ମଧ୍ୟ ଦେଖାଇଥାଏ। ତେଣୁ ଏହାଠାରୁ ଦୂରେଇବା ସବୁଠାରୁ ଭଲ। ଜଣଙ୍କ ଜୀବନରେ ଯେତିକି ସମୟ ଆବଶ୍ୟକ ପଡ଼ୁଛି ସାମାଜିକ ଗଣମାଧ୍ୟମ ସହ ସକ୍ରିୟ ରୁହନ୍ତୁ ଏବଂ ମନେରଖନ୍ତୁ ଯେ, ଆପଣଙ୍କର ଜୀବନ ଅଛି, ଆପଣଙ୍କର କର୍ମ ସଂସ୍ଥାନ ଅଛି ଏବଂ ଘର ପରିବାର ଅଛି। ଏସବୁ ଭିତରେ ଭାରସାମ୍ୟ ରଖନ୍ତୁ। ଏ କ୍ଷେତ୍ରରୁ ଯଥା ସମ୍ଭବ ଦୂରେଇବା ପାଇଁ ଚେଷ୍ଟା କରନ୍ତୁ। ପ୍ରଥମତଃ ନିଜ ସମୟ ଓ କାର୍ଯ୍ୟ ନିର୍ଘଣ୍ଟ ସହ ଆପଣଙ୍କ ପ୍ରତିଦିନର ରୁଟିନ ବନ୍ଧା ଜୀବନକୁ ଦେଖନ୍ତୁ। ଏହା ଯେପରି ଅନ୍ୟମାନଙ୍କ ପାଇଁ ବିରକ୍ତିକର ଓ ଶ୍ରୁତିକଟୁ ନ ହୁଏ ସେ ଦିଗକୁ ଅଣଦେଖା କରନ୍ତୁ ନାହିଁ। କେହି କେହି କେବଳ ଶାରୀରିକ କ୍ରୀଡ଼ା କୌଶଳ, ବ୍ୟାୟାମ ବା ଜଗିଂ ବା ମର୍ନିଂୱାକ ନୁହେଁ ବରଂ ଯୋଗ ପ୍ରାଣାୟମ ସମୟରେ ମଧ୍ୟ ଏହାର ସାହାରା ନେଇଥାନ୍ତି, ଯାହାକି ଆଦୌ ଠିକ ନୁହେଁ। ଏହା ଯେପରି ଆପଣଙ୍କ ସର୍ବନିମ୍ନ ଖାଇବା ପିଇବା ଓ ବିଶ୍ରାମକୁ ଅସଜଡ଼ା ନ କରେ ସେ ଦିଗ ପ୍ରତି ସତର୍କ ରୁହନ୍ତୁ। କାରଣ ଅନେକଙ୍କ ଏହି କୁଅଭ୍ୟାସ କେବଳ ଘର ପରିବାରର ଜୀବନ ନୁହେଁ, ସେମାନଙ୍କ କର୍ମମୟ ବା କର୍ମ ସଂସ୍ଥାନର କ୍ଷେତ୍ରକୁ ପ୍ରଭାବିତ ମଧ୍ୟ କରିଥାଏ। ଆପଣଙ୍କ ସର୍ବନିମ୍ନ ଦୂରତାରେ କୌଣସି ଗୀତ ସଂଗୀତ ଭିତରେ ଯୋଗ ପ୍ରାଣାୟମ ବା ଅନ୍ୟ କାର୍ଯ୍ୟ କରିପାରନ୍ତି ଏହା ଏକ ଭଲ ଅଭ୍ୟାସ କିନ୍ତୁ ଆପଣଙ୍କ ଜୀବନଚର୍ଯ୍ୟା ଓ ଦାୟିତ୍ୱ ସହ ଜୀବନ ଚେତନାକୁ ଯେପରି ଏହା ଦୁଃଖଦର କାରଣ ନ ହୁଏ ଆପଣ ଏହାକୁ ବିଚାର କରି ଜୀବନକୁ ପ୍ରସ୍ତୁତ କରନ୍ତୁ।

ଡା. ସମ୍ରାଟ କର

ମାନସିକ ରୋଗ ବିଶେଷଜ୍ଞ, ଦି’ବ୍ରେନ, ପୁରୀଘାଟ ରୋଡ୍‌, କଟକ
ମୋ : ୯୧୩୨୪୩୩୩୩୩


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?