ଆଜିଠାରୁ ଡିଜିଟାଲ କରେନ୍ସି

ନୂଆଦିଲ୍ଲୀ,୧।୧୧: ଚଳିତ ବର୍ଷ ନଭେମ୍ବର ୧ ତାରିଖ(ମଙ୍ଗଳବାର)ଠାରୁ ସାରା ଦେଶରେ ଡିଜିଟାଲ କରେନ୍ସିର ପ୍ରଚଳନ ହେବାକୁ ଯାଉଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଘୋଷଣା କରାଯାଇଛି। ଏପରିକି ମଙ୍ଗଳବାରଠାରୁ ଭାରତରେ ଡିଜିଟାଲ କରେନ୍ସି ‘ଇ-ରୂପୀ’ର ପାଇଲଟ ପ୍ରୋଜେକ୍ଟ ମଧ୍ୟ ଆରମ୍ଭ ହେଉଛି। ବିଶେଷ କରି ପ୍ରଥମ ପର୍ଯ୍ୟାୟରେ କେବଳ ଟିଜିଟାଲ ଟଙ୍କାକୁ ହୋଲସେଲ ଜରିଆରେ ପ୍ରଚଳନ କରାଯିବ। ଏପରିକି ପରୀକ୍ଷାମୂଳକ ଭାବେ ଏହାର ପ୍ରଚଳନ କେତେକ ସୀମିତ କ୍ଷେତ୍ରରେ କରାଯିବ ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି। ଏହି ପାଇଲଟ ପ୍ରକଳ୍ପରେ ଦେଶର ପ୍ରମୁଖ ୯ ବ୍ୟାଙ୍କ ଯଥା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ବ୍ୟାଙ୍କ ଅଫ ବରୋଦା, ୟୁନିୟନ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, କୋଟାକ ମହିନ୍ଦ୍ରା ବ୍ୟାଙ୍କ, ୟେସ ବ୍ୟାଙ୍କ, ଆଇଡିଏଫସି ବ୍ୟାଙ୍କ ଓ ଏଚଏସବିସିକୁ ସାମିଲ କରାଯାଇଛି। ସେହିଭଳି ଆଗକୁ ମଧ୍ୟ ଏହି ପରୀକ୍ଷାମୂଳକ ପ୍ରୟୋଗର ପରିସର ବଢାଯାଇ ଅନ୍ତର୍ଜାତୀୟ ନେଣଦେଣ, ହୋଲସେଲ କାରବାର ପାଇଁ ଏହାର ବ୍ୟବହାର କରାଯିବ। ସେହିପରି ମାସକ ମଧ୍ୟରେ ଡିଜିଟାଲ ଟଙ୍କା (ଖୁଚୁରା) ର ପାଇଲଟ ପ୍ରକଳ୍ପ ଆରମ୍ଭ ହେବ। ଅପରପକ୍ଷରେ କିଛି ସୀମିତ ଗ୍ରାହକ ଓ ସ୍ଥାନରେ ଏହାର ପରୀକ୍ଷାମୂଳକ ପ୍ରଚଳନ କରାଯିବ ବୋଲି ଆରବିଆଇ ଯୋଜନା କରିଛି। ଦେଶରେ ଡିଜିଟାଲ ଟଙ୍କାର ପ୍ରଚଳନ ସଂପର୍କରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଗତ ବଜେଟ ଅଭିଭାଷଣ ବେଳେ ଘୋଷଣା କରିଥିଲେ। ସେ କହିଥିଲେ ଯେ,ବ୍ଲକଚେନ ଓ ଅନ୍ୟ ପ୍ରକାରର ଟେକ୍ନୋଲୋଜି ବ୍ୟବହାର କରି ଡିଜିଟାଲ ଟଙ୍କାର ପ୍ରସ୍ତୁତ କରାଯିବ। ଏହା ଅର୍ଥନୈତିକ କାର୍ଯ୍ୟକଳାପକୁ ମଧ୍ୟ ବୃଦ୍ଧି କରିବାରେ ବେଶ ସହାୟକ ହେବ ବୋଲି ନିର୍ମଳା ମତପ୍ରକାଶ କରିଥିଲେ। ଏ ସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସ କହିଥିଲେ ଯେ ଦେଶରେ ଧୀରେ ଧୀରେ ଏବଂ ପର୍ଯ୍ୟାୟକ୍ରମେ ଡିଜିଟାଲ ଟଙ୍କାର ପ୍ରଚଳନ କରାଯିବ। ଯେପରିକି ତା’ର ବିଶେଷ କୁପ୍ରଭାବ ଆର୍ଥିକ ବ୍ୟବସ୍ଥା ଓ ବ୍ୟାଙ୍କ ବ୍ୟବସ୍ଥା ଉପରେ ପଡ଼ିବ ନାହିଁ। ବିଶେଷ କରି କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ହୋଲସେଲ ସେଗମେଣ୍ଟରେ ଡିଜିଟାଲ କରେନ୍ସିର ବ୍ୟବହାର କରାଯିବ। ଅପରପକ୍ଷରେ ଉପରୋକ୍ତ ବ୍ୟାଙ୍କ ଜରିଆରେ କାରବାର ସହ ଏହାର ଫଳାଫଳ ଅନୁଯାୟୀ ଅନ୍ୟସବୁ କ୍ଷେତ୍ରରେ ହୋଲସେଲ୍‌ ଟ୍ରାଞ୍ଜାକ୍ସନ ଏବଂ କ୍ରସ୍‌ ବୋର୍ଡର ପେମେଣ୍ଟ ବି ମୂଳ ଲକ୍ଷ୍ୟ ରହିବ ବୋଲି ଆରବିଆଇ ପକ୍ଷରୁ ମତ ପ୍ରକାଶ ପାଇଛି। ଉଲ୍ଳେଖଯୋଗ୍ୟ ଯେ ଆରବିଆଇ ଅକ୍ଟୋବର ୭ରେ ଡିଜିଟାଲ ମୁଦ୍ରା ପ୍ରଚଳନ ନେଇ ସୂଚନା ଦେଇଥିଲା। ଆରବିଆଇ ଇ-ରୂପୀରେ ସ୍ବତନ୍ତ୍ର ଫିଚର ଓ ଲାଭ ବିଷୟରେ ଉପଭୋକ୍ତାଙ୍କୁ ସୂଚନା ଦେବ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ବାରବାଟୀରେ ଏକାକୀ ପ୍ରାକ୍ଟିସ କଲେ ହାର୍ଦ୍ଦିକ ପାଣ୍ଡ୍ୟା

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପାଇଁ କ୍ରିକେଟ୍‌...

ପୁତ୍ର ବିଚ୍ଛେଦରୁ ମୁକୁଳି ପାରୁନାହାନ୍ତି ହ୍ୟୁମାନଙ୍କ ମାଆ, ସ୍ତ୍ରୀ କହିଲେ ”ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି”

ବଲାଙ୍ଗୀର,୭ା୧୨: ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଥରେ ପୁଅର ମୃତ୍ୟୁ ପାଇଁ ପୂର୍ବରୁ କରିଥିବା ଅଭିଯୋଗକୁ ଦୋହରାଇଛନ୍ତି ତାଙ୍କ ମାଆ ।...

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ପୁଟିନ୍‌ଙ୍କ ପାଇଁ ଭୋଜିରେ ଥିଲା ୪୦,୦୦୦ ଟଙ୍କା କେଜିର ଛତୁ, ଜାଣନ୍ତୁ ଏହାର ବିଶେଷତ୍ୱ

ନୂଆଦିଲ୍ଲୀ,୭ା୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ତାଙ୍କ ଭାରତ-ରୁଷିଆ ଶିଖର ସମ୍ମିଳନୀ ପାଇଁ ନୂଆଦିଲ୍ଲୀରେ ପହଞ୍ଚିଥିଲେ। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆୟୋଜନ କରିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri