ଆଜିଠାରୁ ଡିଜିଟାଲ କରେନ୍ସି

ନୂଆଦିଲ୍ଲୀ,୧।୧୧: ଚଳିତ ବର୍ଷ ନଭେମ୍ବର ୧ ତାରିଖ(ମଙ୍ଗଳବାର)ଠାରୁ ସାରା ଦେଶରେ ଡିଜିଟାଲ କରେନ୍ସିର ପ୍ରଚଳନ ହେବାକୁ ଯାଉଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଘୋଷଣା କରାଯାଇଛି। ଏପରିକି ମଙ୍ଗଳବାରଠାରୁ ଭାରତରେ ଡିଜିଟାଲ କରେନ୍ସି ‘ଇ-ରୂପୀ’ର ପାଇଲଟ ପ୍ରୋଜେକ୍ଟ ମଧ୍ୟ ଆରମ୍ଭ ହେଉଛି। ବିଶେଷ କରି ପ୍ରଥମ ପର୍ଯ୍ୟାୟରେ କେବଳ ଟିଜିଟାଲ ଟଙ୍କାକୁ ହୋଲସେଲ ଜରିଆରେ ପ୍ରଚଳନ କରାଯିବ। ଏପରିକି ପରୀକ୍ଷାମୂଳକ ଭାବେ ଏହାର ପ୍ରଚଳନ କେତେକ ସୀମିତ କ୍ଷେତ୍ରରେ କରାଯିବ ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି। ଏହି ପାଇଲଟ ପ୍ରକଳ୍ପରେ ଦେଶର ପ୍ରମୁଖ ୯ ବ୍ୟାଙ୍କ ଯଥା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ବ୍ୟାଙ୍କ ଅଫ ବରୋଦା, ୟୁନିୟନ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, କୋଟାକ ମହିନ୍ଦ୍ରା ବ୍ୟାଙ୍କ, ୟେସ ବ୍ୟାଙ୍କ, ଆଇଡିଏଫସି ବ୍ୟାଙ୍କ ଓ ଏଚଏସବିସିକୁ ସାମିଲ କରାଯାଇଛି। ସେହିଭଳି ଆଗକୁ ମଧ୍ୟ ଏହି ପରୀକ୍ଷାମୂଳକ ପ୍ରୟୋଗର ପରିସର ବଢାଯାଇ ଅନ୍ତର୍ଜାତୀୟ ନେଣଦେଣ, ହୋଲସେଲ କାରବାର ପାଇଁ ଏହାର ବ୍ୟବହାର କରାଯିବ। ସେହିପରି ମାସକ ମଧ୍ୟରେ ଡିଜିଟାଲ ଟଙ୍କା (ଖୁଚୁରା) ର ପାଇଲଟ ପ୍ରକଳ୍ପ ଆରମ୍ଭ ହେବ। ଅପରପକ୍ଷରେ କିଛି ସୀମିତ ଗ୍ରାହକ ଓ ସ୍ଥାନରେ ଏହାର ପରୀକ୍ଷାମୂଳକ ପ୍ରଚଳନ କରାଯିବ ବୋଲି ଆରବିଆଇ ଯୋଜନା କରିଛି। ଦେଶରେ ଡିଜିଟାଲ ଟଙ୍କାର ପ୍ରଚଳନ ସଂପର୍କରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଗତ ବଜେଟ ଅଭିଭାଷଣ ବେଳେ ଘୋଷଣା କରିଥିଲେ। ସେ କହିଥିଲେ ଯେ,ବ୍ଲକଚେନ ଓ ଅନ୍ୟ ପ୍ରକାରର ଟେକ୍ନୋଲୋଜି ବ୍ୟବହାର କରି ଡିଜିଟାଲ ଟଙ୍କାର ପ୍ରସ୍ତୁତ କରାଯିବ। ଏହା ଅର୍ଥନୈତିକ କାର୍ଯ୍ୟକଳାପକୁ ମଧ୍ୟ ବୃଦ୍ଧି କରିବାରେ ବେଶ ସହାୟକ ହେବ ବୋଲି ନିର୍ମଳା ମତପ୍ରକାଶ କରିଥିଲେ। ଏ ସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସ କହିଥିଲେ ଯେ ଦେଶରେ ଧୀରେ ଧୀରେ ଏବଂ ପର୍ଯ୍ୟାୟକ୍ରମେ ଡିଜିଟାଲ ଟଙ୍କାର ପ୍ରଚଳନ କରାଯିବ। ଯେପରିକି ତା’ର ବିଶେଷ କୁପ୍ରଭାବ ଆର୍ଥିକ ବ୍ୟବସ୍ଥା ଓ ବ୍ୟାଙ୍କ ବ୍ୟବସ୍ଥା ଉପରେ ପଡ଼ିବ ନାହିଁ। ବିଶେଷ କରି କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ହୋଲସେଲ ସେଗମେଣ୍ଟରେ ଡିଜିଟାଲ କରେନ୍ସିର ବ୍ୟବହାର କରାଯିବ। ଅପରପକ୍ଷରେ ଉପରୋକ୍ତ ବ୍ୟାଙ୍କ ଜରିଆରେ କାରବାର ସହ ଏହାର ଫଳାଫଳ ଅନୁଯାୟୀ ଅନ୍ୟସବୁ କ୍ଷେତ୍ରରେ ହୋଲସେଲ୍‌ ଟ୍ରାଞ୍ଜାକ୍ସନ ଏବଂ କ୍ରସ୍‌ ବୋର୍ଡର ପେମେଣ୍ଟ ବି ମୂଳ ଲକ୍ଷ୍ୟ ରହିବ ବୋଲି ଆରବିଆଇ ପକ୍ଷରୁ ମତ ପ୍ରକାଶ ପାଇଛି। ଉଲ୍ଳେଖଯୋଗ୍ୟ ଯେ ଆରବିଆଇ ଅକ୍ଟୋବର ୭ରେ ଡିଜିଟାଲ ମୁଦ୍ରା ପ୍ରଚଳନ ନେଇ ସୂଚନା ଦେଇଥିଲା। ଆରବିଆଇ ଇ-ରୂପୀରେ ସ୍ବତନ୍ତ୍ର ଫିଚର ଓ ଲାଭ ବିଷୟରେ ଉପଭୋକ୍ତାଙ୍କୁ ସୂଚନା ଦେବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?