ଦିଗାପୁର ମା’ ବୁଢ଼ୀ ଠାକୁରାଣୀଙ୍କ ଘଟଯାତ୍ରା

କୁନ୍ଦୁରା,୨୪।୩(ଡି.ଏନ.ଏ.): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଦିଗାପୁର ପଞ୍ଚାୟତର ଖିଲପୁଟତୋଟାଠାରେ ଦୀର୍ଘ ୫୦୦ ବର୍ଷ ପୁରୁଣା ମା’ ବୁଢ଼ୀ ଠାକୁରାଣୀଙ୍କ ଦୈବୀ ପୀଠ ରହଛି। ଏବେ ମା’ଙ୍କ ଘଟଯାତ୍ରା ସମୟ। ଚୈତ୍ରମାସର ଦ୍ୱିତୀୟ ମଙ୍ଗଳବାରରେ ଏହି ପୀଠରେ ଘଟଯାତ୍ରା ହୋଇଥାଏ l ୨୦୧୭ରେ ଘଟଯାତ୍ରା ବେଳେ ମା’ଙ୍କ ଲାଠି ଭାଙ୍ଗି ଯାଇଥିଲା। ଚଳିତ ଘଟଯାତ୍ରାକୁ ଦୃଷ୍ଟିରେ ରଖି ମା’ଙ୍କ ପୂଜକ ଜାଇ ଶିରା, ଗୁରୁମାଇଁ, ହୁଣ୍ଡି ପୂଜାରୀ ଓ ଖିଲପୁଟ, ଦିଗାପୁର, ନୂଆଁଗୁଡା, କଦମଗୁଡା, ପ୍ରଧାନୀପୁଟର ଶତାଧିକ ଶ୍ରଦ୍ଧାଳୁ ମା’ବୈଜାରିଣୀଙ୍କ ଲାଠି ଆଣିବାକୁ ବୈପାରୀଗୁଡା ବ୍ଲକ କାଠପଡା ପଞ୍ଚାୟତର କେନ୍ଦୁପୁଟ ଗ୍ରାମ ନିକଟସ୍ଥ ପାହାଡ଼କୁ ଯାଇଥିଲେ। ପରମ୍ପରା ଅନୁସାରେ ପୂଜକଙ୍କୁ ମା’ ସ୍ବପ୍ନାଦେଶ ଦେବା ପରେ ଲାଠି ଆଣିବାକୁ ଗ୍ରାମବାସୀ ବାହାରିଥିଲେ। ମୁଖ୍ୟ ପୂଜକ ଓ ଗ୍ରାମ ମୁଖିଆଙ୍କ ସହଯୋଗରେ ପାର୍ବତରେ ଏକାଧିକ ସ୍ଥାନରେ ଭିନ୍ନ ଭିନ୍ନ ପ୍ରକାରର ଭୋଗ ଦେବା ପରେ ସିରା ଗୁରୁମାଇଁଙ୍କ ଦ୍ୱାରା ପୂଜା କରାଯାଇ ଲାଠି ପାଇଁ ଗଛ କଟାଯାଇଥିଲା। ସେହି ଲାଠିକୁ ପୂଜାର୍ଚ୍ଚନା କରି କେନ୍ଦୁପୁଟ ଗ୍ରାମହୁଣ୍ଡି ମନ୍ଦିରକୁ ଅଣାଯାଇଥିଲା। ସେଠାରେ ସମସ୍ତେ ଏକତ୍ରିତ ହୋଇ ଲାଠିକୁ ବିଦାୟ ଜଣାଇଥିଲେ। ନିୟମ ଅନୁସାରେ ଲାଠିକୁ କଟାଯାଇଥିବା ସତ୍ୱେ କେନ୍ଦୁପୁଟ ଗ୍ରାମରୁ ବାହାରିବା ପରେ ରାସ୍ତାରେ ଯେତେ ଗ୍ରାମପଡେ ସେହି ଗ୍ରାମଗୁଡିକରେ ପୂଜାର୍ଚ୍ଚନା ହୋଇ ଲାଠିକୁ ମପାଯାଇ ବଢିଥିବା ଅଂଶ କଟାଯାଇଥିଲା l ଦିଗାପୁର ଆରମ୍ଭରେ ପ୍ରବାହିତ କଲାବନଦୀଠାରେ ଲାଠି ପୁଣି ମାପି ବଢିଥିବା ଅଂଶ କଟାଯିବା ପରେ ଲାଠି ଧୋଇ ନୂତନ ବାନା, ପିତଳ ଗୁବା ଚଢାଇବା ସହ ପୂଜାର୍ଚ୍ଚନା କରି ଦିଗାପୁର ମା’ବୁଢ଼ୀ ଠାକୁରାଣୀଙ୍କ ନିକଟକୁ ଅଣାଯାଇଥିଲା l ପରେ ଭାଙ୍ଗିଯାଇଥିବା ଲାଠିକୁ ନଦୀରେ ବିସର୍ଜନ କରାଯାଇଥିଲା l ବିଶ୍ୱାସ ରହିଛି ଯଦିଓ କୌଣସି କାରଣ ବଶତଃ ମା ଙ୍କର ଯାତ୍ରା ବନ୍ଦ ହୁଏ ତେବେ ଅଞ୍ଚଳରେ ଅନେକ ଅସୁବିଧା ଦେଖାଦିଏ।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଟାୱାର ଉପରକୁ ଚଢି ଏମିତି କାଣ୍ଡ କଲେ ଯୁବକ, ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

କୋରାପୁଟ, ୩୦।୩(ଅମିତାଭ ବେହେରା ): ମୋବାଇଲ ଟାୱାର ଉପରକୁ ଚଢି ଜଣେ ମଦ୍ୟପ ଯୁବକ ଉନ୍ମତ୍ତ କାଣ୍ଡ ସୃଷ୍ଟି କରିଥିବା ଘଟଣା କୋରାପୁଟ ଜିଲାରେ ଚର୍ଚ୍ଚାର ବିଷୟ…

ଶହୀଦ ଗ୍ରାମରକ୍ଷୀଙ୍କ ପରିବାରକୁ ଭେଟି ସମ୍ବର୍ଦ୍ଧିତ ଜଣାଇଲେ ଏସଡିପିଓ, ଝିଅର ପାଠପଢାକୁ ନେଇ ଦେଲେ ଏମିତି ପ୍ରତିଶ୍ରୁତି

ପଟ୍ଟାଙ୍ଗି, ୩୦।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅଧୀନରେ କାର୍ଯ୍ୟ କରୁଥିବା ସ୍ବର୍ଗତ ଗ୍ରାମରକ୍ଷୀ ଜଗା ଖିଲଙ୍କ ମା , ଝିଅ ଏବଂ ସ୍ତ୍ରୀଙ୍କୁ…

କାଳବୈଶାଖୀ: ରାସ୍ତାରେ ପଡ଼ିଲା ଗଛ, ଭାଙ୍ଗିଲା ଘର

ନନ୍ଦପୁର,୩୦।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଓ ଲମତାପୁଟ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି। ଘୂର୍ଣ୍ଣିଝଡ଼ ଓ ପ୍ରବଳ ବର୍ଷା ଯୋଗୁ…

ଶୁଣୁନି ପ୍ରଶାସନ: ରାଶନ କାର୍ଡ, ଭତ୍ତାରୁ ବଞ୍ଚିତ ମହିଳା

ନନ୍ଦପୁର/ପାଡୁଆ, ୩୦।୩(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ)-କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ପାଡୁଆ ପଞ୍ଚାୟତ ସଦର ମହକୁମା ଉପରସାହିର ଲକ୍ଷ୍ମୀ ଖରା(୬୬) ସରକାରଙ୍କ ରାଶନ କାର୍ଡ, ଭତ୍ତା ଆଦି…

ଫୁଲ ତୋଳିବା ହେଲା କାଳ, କୂଅରେ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ନନ୍ଦପୁର,୩୦।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ବାହିରିପଡ଼ା ଜମି ଭିତରେ ଥିବା ଏକ ପରିତ୍ୟକ୍ତ କୂଅରେ ପଡ଼ି ଜଣେ ବୃଦ୍ଧା ମହିଳାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri