ଭିନ୍ନ ଉତ୍ତରଭାରତ

ଦେଶର ସର୍ବବୃହତ୍‌ ରାଜ୍ୟ ଉତ୍ତରପ୍ରଦେଶ ସମେତ ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁରରେ ହୋଇଥିବା ବିଧାନସଭା ନିର୍ବାଚନ ଫଳାଫଳ ଇତିମଧ୍ୟରେ ପ୍ରକାଶ ପାଇସାରିଛି। ପଞ୍ଜାବରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଐତିହାସିକ ରେକର୍ଡ କରିଥିବା ବେଳେ ଅନ୍ୟ ୪ ରାଜ୍ୟରେ ଭାରତୀୟ ଜନତା ପାର୍ଟି (ଭାଜପା) ବିଜୟଲାଭ କରିଛି। ପଞ୍ଜାବରେ ୧୧୭ ଆସନରୁ ଏଏପି ୯୨ ଆସନ ପାଇଛି, ଯାହାର ଭୋଟ ପ୍ରତିଶତ ରହିଛି ୪୨.୦୧। ଆଞ୍ଚଳିକ ଦଳ ଭାବେ ପ୍ରାର୍ଥୀ ଦେଇଥିବା ଏଏପିର ଏଭଳି ବିପୁଳ ବିଜୟ ଭାରତୀୟ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି କରିଛି। ଅନ୍ୟତମ ଜାତୀୟ ଦଳ କଂଗ୍ରେସର ଶୋଚନୀୟ ପରାଜୟ ଏଏପିକୁ ପଞ୍ଜାବରେ ସୁଦୃଢ଼ କରିଦେଇଛି। ଭାଜପାକୁ ମାତ୍ର ୨ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଅନ୍ୟପକ୍ଷରେ ଦେଶର ସର୍ବବୃହତ୍‌ ରାଜ୍ୟ ଉତ୍ତରପ୍ରଦେଶରେ ଭାଜପା ମୋଟ ୪୦୩ ଆସନ ମଧ୍ୟରୁ ୨୭୪ ପାଇ ସରକାର ଗଢ଼ିବାକୁ ଯାଉଛି। ଗତ ୨୦୧୭ରେ ଏହାର ସିଟ୍‌ ସଂଖ୍ୟା ୩୨୫ ଥିଲା। ତେବେ ଗତ ନିର୍ବାଚନଠାରୁ ଚଳିତ ନିର୍ବାଚନରେ ଭାଜପାର ଭୋଟ ପ୍ରତିଶତ ବୃଦ୍ଧି ପାଇଛି। ଗତ ଥର ଏହା ୩୯.୭ ପ୍ରତିଶତ ରହିଥିବା ବେଳେ ଚଳିତ ଥର ଏହା ବୃଦ୍ଧି ପାଇ ୪୧.୨୯ ପ୍ରତିଶତରେ ପହଞ୍ଚତ୍ଛି। କିନ୍ତୁ ସେଠାରେ ଭାଜପା ପୂର୍ବାପେକ୍ଷା ୫୦ ସିଟ୍‌ ହରାଇଛି। ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି (ଏସ୍‌ପି), ବହୁଜନ ସମାଜ ପାର୍ଟି (ବିଏସ୍‌ପି) ଓ କଂଗ୍ରେସ ପାଇଥିବା ମୋଟ୍‌ ଭୋଟ ପ୍ରତିଶତ ୪୭.୨୭ ପ୍ରତିଶତ ହୋଇଛି। ଦେଖିବାକୁ ଗଲେ ବିରୋଧୀଙ୍କ ଭୋଟ ଭାଜପାଠାରୁ ପ୍ରାୟ ୬ ପ୍ରତିଶତ ଅଧିକ ରହିଛି।
ଉପରଲିଖିତ ଭୋଟ ପ୍ରତିଶତକୁ ଦେଖିଲେ ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଗୋଟିଏ ବିଜୟୀ ଦଳ ସମୁଦାୟ ଭୋଟର ଅର୍ଦ୍ଧେକ ପାଇପାରୁ ନ ଥିଲେ ମଧ୍ୟ ସରକାର ଗଢ଼ିବାକୁ ସକ୍ଷମ ହେଉଛି। ଏହି ବ୍ୟବସ୍ଥାରେ ଅଧିକ ଲୋକଙ୍କ ମତ ପ୍ରକାଶ ପାଇପାରୁ ନାହିଁ। ଏହା ହେଉଛି ଗଣତନ୍ତ୍ରର ବିଶେଷତା। ଇଂଲିଶ୍‌ରେ ଏହି ପରିସ୍ଥିତିକୁ କୁହାଯାଏ ‘ଫାଷ୍ଟ୍‌ ପାଷ୍ଟ୍‌ ଦି ପୋଷ୍ଟ୍‌’। ଏହାର ଅର୍ଥ ହେଉଛି ଭୋଟ ବିଭାଜନ ହେଲେ ମଧ୍ୟ ଯିଏ ସର୍ବାଧିକ ଭୋଟ ପାଇଲେ ସିଏ ଜିତିଲେ। କିନ୍ତୁ ତାଙ୍କ ବିରୋଧରେ ପଡ଼ିଥିବା ଭୋଟର ସଂଖ୍ୟା ଯଥେଷ୍ଟ ହୋଇଥାଇପାରେ।
ଭାରତର କେତେକ ଗଣମାଧ୍ୟମରେ ଆମ୍‌ ଆଦ୍‌ମୀ ଦଳର ବିଜୟକୁ ଗୁରୁତ୍ୱ ଦିଆଯିବା ଉଲ୍ଲେଖନୀୟ। ଭାଜପା ବିରୋଧରେ ଲୋକମତ ବୃଦ୍ଧି ପାଇଥିବା ସତ୍ତ୍ୱେ ବିରୋଧୀ ଦଳଗୁଡ଼ିକର ଶୋଚନୀୟ ପରାଜୟ ପ୍ରମାଣ କରିଦେଉଛି ଯେ ଗଣତନ୍ତ୍ର ପରିବର୍ତ୍ତେ ବିରୋଧୀମାନଙ୍କର ଲକ୍ଷ୍ୟ କେବଳ ଶାସନ ଦଖଲ କରିବାରେ ସୀମିତ। ସେଥିପାଇଁ ଏଏପି ଏବେ ଏକ ଭିନ୍ନ ସ୍ବାଦ ରାଜନୀତିର ପରିଚୟ ଦେଉଥିବା ଭଳି ଅନେକେ ଚିନ୍ତା କରନ୍ତି। ଅରବିନ୍ଦ୍‌ କେଜ୍‌ରିଓ୍ବାଲ୍‌ଙ୍କ ସରକାର ଦିଲ୍ଲୀରେ ସବୁ ପ୍ରକାରର କ୍ଷମତାବିହୀନ ବୋଲି କହିହେବ। ଦିଲ୍ଲୀର ପୋଲିସ ବଳ ମଧ୍ୟ ରାଜ୍ୟ ସରକାର ନିୟନ୍ତ୍ରଣାଧୀନ ନୁହେଁ। କିନ୍ତୁ ପଞ୍ଜାବରେ ଆସନ୍ତା ୫ ବର୍ଷର ଶାସନ ସେହି ଦଳର ଭବିଷ୍ୟତ ନିର୍ଦ୍ଧାରଣ କରିବ। ଅନ୍ୟପଟେ ପଞ୍ଜାବରେ କ୍ଷମତାରେ ଥିବା କଂଗ୍ରେସ ସେହି ରାଜ୍ୟ ବ୍ୟତୀତ ଅନ୍ୟ ୪ଟି ରାଜ୍ୟରେ ନିଜର ସ୍ଥିତିକୁ ଅତ୍ୟନ୍ତ ଦୁର୍ବଳ କରିଦେଇଛି। ଏପରିକି ଉତ୍ତରପ୍ରଦେଶରେ ୯୭ ପ୍ରତିଶତ କଂଗ୍ରେସ ପ୍ରାର୍ଥୀ ଅମାନତ ହରାଇଛନ୍ତି। ଏହି ପ୍ରତିଦ୍ୱନ୍ଦ୍ୱିତାରେ କଂଗ୍ରେସର ପ୍ରିୟଙ୍କା ଗାନ୍ଧୀ ନେତୃତ୍ୱ ନେଇଥିବା ସତ୍ତ୍ୱେ ଏଭଳି ପରାଜୟ ପ୍ରମାଣ କରିଦେଉଛି ଯେ, ଆଜିର ଯେଉଁ କେତେଜଣ ଗାନ୍ଧୀ ନାମଧାରୀ ଅଛନ୍ତି ସେମାନଙ୍କ ଉପରେ କାହାର ବିଶ୍ୱାସ ନାହିଁ। ସମୟର ଚାହିଦା ଅନୁସାରେ ସେହି ପରିବାର ତା’ର ଗାନ୍ଧୀ ନାମକୁ ପରିବର୍ତ୍ତନ କରିପାରନ୍ତା। ଯାହାଦ୍ୱାରା ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କ ସହ ନାମରେ ସାମଞ୍ଜସ୍ୟ ରହନ୍ତା ନାହିଁ। ସର୍ବଭାରତୀୟ ସ୍ତରରେ କଂଗ୍ରେସର ଉପସ୍ଥିତି ଥିବା ସତ୍ତ୍ୱେ ଆଜି ସେହି ଦଳ ଲିଭିଯିବା ପଛରେ କେବଳ ଗାନ୍ଧୀ ପରିବାର ଦାୟୀ। ହୁଏତ ସେଥିପାଇଁ କେତେକ ରାଜନୈତିକ ପର୍ଯ୍ୟବେକ୍ଷକ ଏଏପିକୁ ‘ନୂତନ କଂଗ୍ରେସ’ର ଆଖ୍ୟା ଦେବାକୁ ଆରମ୍ଭ କଲେଣି।
ଭାରତର ଦକ୍ଷିଣ ଓ ପୂର୍ବରେ ଉଭୟ ଭାଜପା ଏବଂ କଂଗ୍ରେସ ଦୁର୍ବଳ ହେବାରେ ଲାଗିଛନ୍ତି। ଓଡ଼ିଶା ଓ ପଶ୍ଚିମବଙ୍ଗ ଭଳି ରାଜ୍ୟରେ ଭାଜପାର ସ୍ଥିତି ମୁଖ୍ୟ ବିରୋଧୀଦଳ ଭାବେ ଥିବାବେଳେ କଂଗ୍ରେସ ତୃତୀୟ କିମ୍ବା ଚତୁର୍ଥ ସ୍ଥାନକୁ ଖସିଗଲାଣି। ଦକ୍ଷିଣରେ କଂଗ୍ରେସର ଦୁର୍ବଳ ଉପସ୍ଥିତି ଥିବାବେଳେ ଭାଜପାର ଶକ୍ତି ବୃଦ୍ଧି ପାଇପାରୁ ନାହିଁ। ପଶ୍ଚିମରେ ଥିବା ମହାରାଷ୍ଟ୍ରରେ ସେଠାକାର ମେଣ୍ଟ ସରକାର ଭାଜପାକୁ ପଛରେ ପକାଇ ରଖିଛି। କେବଳ ଉତ୍ତର ଭାରତର ସ୍ଥିତି ଭିନ୍ନ। ହିନ୍ଦୀଭାଷୀ ଅଞ୍ଚଳରେ ଭାଜପାର ଉପସ୍ଥିତି ବେଶ୍‌ ଦୃଢ଼ ରହିଥିବା ବେଳେ ଜନସମର୍ଥନ ବୃଦ୍ଧି ପରିବର୍ତ୍ତେ ହ୍ରାସ ପାଉଛି। ଯଦି ଉତ୍ତର ପ୍ରଦେଶରେ ମାତ୍ର ୪୧.୨୯ ପ୍ରତିଶତ ଭୋଟ ପାଇ ଭାଜପା ସରକାର ଗଠନ କରିପାରୁଛି, ସେହିପରି ଗୋଆରେ ମୋଟ ୪୦ରୁ ୨୦ ଆସନ ଜିଣିଥିବା ଭାଜପା ମାତ୍ର ୩୩.୩୧ ପ୍ରତିଶତ ଭୋଟ୍‌ ପାଇ ସେହି ରାଜ୍ୟକୁ ଶାସନ କରିବ। ଅନ୍ୟପଟେ ଉତ୍ତରାଖଣ୍ଡରେ ଭାଜପାର ଭୋଟ ପ୍ରତିଶତ ୪୪.୩୩ ରହିଥିବା ହେତୁ ସେଠାକାର ବିଜୟ ଆଖିଦୃଶିଆ ହେବା କଥା। କିନ୍ତୁ ୨୦୨୪ରେ ଦିଲ୍ଲୀକୁ ଆଖିରେ ରଖି ସବୁପ୍ରକାରର କଳ୍ପନାଜଳ୍ପନା ହେଉଥିବାରୁ ଉତ୍ତର ପ୍ରଦେଶର ଫଳାଫଳ ଅନେକଙ୍କୁ ଚକିତ କରିଛି। ଏହି ଭୋଟରୁ ମିଳିଥିବା ଶିକ୍ଷାକୁ ଯଦି ରାଜନୈତିକ ଦଳଗୁଡ଼ିକ ଆଭ୍ୟନ୍ତରୀଣ ବିଶ୍ଳେଷଣ କରି ନିଜ ଚରିତ୍ରକୁ ଅନୁଧ୍ୟାନ କରନ୍ତେ ତେବେ ଦେଶର ମଙ୍ଗଳ ହେବାର ସମ୍ଭାବନା ବୃଦ୍ଧି ପାଇପାରନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁକୈନ୍ଦ୍ରିକ ଶିକ୍ଷା

ଅନେକ ସମୟରେ ମନକୁ ଆସେ ଆଜି ପର୍ଯ୍ୟନ୍ତ ଆମେ ଏମିତି ପରିବେଶଟେ ସୃଷ୍ଟି କରିପାରିଲେନି ଯେଉଁଠି ବିଦ୍ୟାଳୟ ଖୋଲିବାର ସମୟ ଏବଂ ଛୁଟି ସମୟର ଚିତ୍ର ପ୍ରାୟତଃ…

ସରକାର ଠିକାରେ ଚାଲିଛି

ଏକ ଚୁକ୍ତିବଦ୍ଧ କାମ ବା ସର୍ତ୍ତ ଆରୋପିତ କାର୍ଯ୍ୟକୁ ଠିକା କୁହାଯାଏ। ଯିଏ ସର୍ତ୍ତ ଅନୁଯାୟୀ କାମ ନ କରେ ତା’ଠାରୁ କାମ ଛଡାଇ ନିଆଯାଏ, ଏ…

ସିଇଓ ଅପେକ୍ଷାରେ

ନୀତି ଆୟୋଗ ସିଇଓ ଭାବେ ବିଭିଆର୍‌ ସୁବ୍ରମଣ୍ୟମଙ୍କ ବୃଦ୍ଧି ହୋଇଥିବା କାର୍ଯ୍ୟକାଳ ଏବେ ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ ଦିଲ୍ଲୀରେ ପରବର୍ତ୍ତୀ ସିଇଓ କିଏ ହେବେ ତାହାକୁ…

ଘଣ୍ଟା ଅଛି, ସମୟ କାହିଁ

ଆଜିକୁ ପ୍ରାୟ ପଚାଶ ବର୍ଷତଳେ ବାହାଘରରେ ଜ୍ୱାଇଁଙ୍କୁ ଉପହାର ଦିଆଯାଉଥିଲା ଘଣ୍ଟା, ସାଇକେଲ ଓ ରେଡିଓ। ସମୟର ଦୌଡ଼ରେ ଧୀରେ ଧୀରେ ସାଇକେଲ୍‌ର ଚାହିଦା କମି କମି…

ଧ୍ୟାନ ଭଗ୍ନକାରୀ ନୀତି ବନାମ ଉତ୍ତରଦାୟିତ୍ୱ

ନିଜର ଦୋଷଦୁର୍ବଳତା ତଥା ଅପାରଗତା ଲୁଚାଇବାକୁ ଚେଷ୍ଟା କରି ଅନେକ ବ୍ୟକ୍ତି ଅନ୍ୟ ଉପରେ ଦୋଷ ଲଦିଦେଇ ଅନ୍ୟର ଉପକାର ନିମିତ୍ତ କୃତଜ୍ଞତା ବଦଳରେ କୃତଘ୍ନ ରୂପେ…

ଦୁଇ ବିପଜ୍ଜନକ ନିଷ୍ପତ୍ତି

୨୦୦୦ ମସିହାରେ ଜିମ୍ବାଓ୍ବେର ପୂର୍ବତନ ଏକଚ୍ଛତ୍ରବାଦୀ ଶାସକ ରବର୍ଟ ମୁଗାବେ ଦେଶର ଜାତୀୟ ଲଟେରିରେ ସବୁଠୁ ବଡ଼ ପୁରସ୍କାର ଜିତିଥିଲେ। ସେ ଏକ ସାଧାରଣ କାରଣ ପାଇଁ…

ପ୍ରେମ ଓ ଫଲ୍‌ଗୁର ଯାତ୍ରା

ଆଜକୁ ୮୦୦ ବର୍ଷ ତଳୁ ଓଡ଼ିଶାରେ ଦୋଳଯାତ୍ରା ପାଳନ ହୋଇଆସୁଛି। ଏହା କେବଳ ଓଡ଼ିଶାର ଆଞ୍ଚଳିକ ପର୍ବ ନୁହେଁ, ସମଗ୍ର ଭାରତ ଓ ଭାରତ ବାହାରେ ଥିବା…

ଆଧୁନିକ ଭସ୍ମାସୁର

ଭସ୍ମାସୁର ଗପ ଆମେ ସମସ୍ତେ ପଢ଼ିଛନ୍ତି ପିଲାବେଳେ କିମ୍ବା ଶୁଣିଛନ୍ତି ଗୁରୁଜନଙ୍କ ପାଖରୁ। ଭାରତୀୟ ପୁରାଣ ସାହିତ୍ୟରେ ଥିବା ରାଶିରାଶି ଗଳ୍ପରାଜି ଭିତରୁ ଏହା ଏକ ପ୍ରତୀକାତ୍ମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri