Posted inଜାତୀୟ

ହୋସବାଲେଙ୍କ ଚିତ୍ରର ଭିନ୍ନ ରଙ୍ଗ

ନୂଆଦିଲ୍ଲୀ,୩ା୧୦: ଦେଶରେ ଦାରିଦ୍ର୍ୟ, ବେକାରି ଏବଂ ଅର୍ଥନୈତିକ ଅସମାନତା ଭଳି ଗୁରୁତ୍ୱପୂର୍ଣ୍ଣ ସାମାଜିକ ଦୁଃସ୍ଥିତିରେ ସୁଧାର ଆଣିବା ପାଇଁ ୨୦୧୪ ଲୋକ ସଭା ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁସବୁ ପ୍ରତିଶ୍ରୁତି ଦେଇଥିଲେ ତାହା କେବଳ ପମ୍ପା ମାଠିଆ ବୋଲି କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ କହିଆସୁଛନ୍ତି। ଏବେ ରାହୁଲଙ୍କ କଥାକୁ ଦୋହରାଉଛି ଭାଜପାର ପ୍ରେରଣା କେନ୍ଦ୍ର କୁହାଯାଉଥିବା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)। କେନ୍ଦ୍ରରେ ମୋଦିଙ୍କ ଶାସନକୁ ଇତିମଧ୍ୟରେ ପ୍ରାୟ ସାଢ଼େ ୮ ବର୍ଷ ବିତିଥିବାବେଳେ ଦାରିଦ୍ର୍ୟ, ବେକାରି ଏବଂ ଅସମାନତା ଭଳି ସମସ୍ୟା ଉତ୍କଟ ହୋଇଛି। ଆର୍‌ଏସ୍‌ଏସ୍‌ର ସାଧାରଣ ସମ୍ପାଦକ ଦତ୍ତାତ୍ରେୟ ହୋସବାଲେ ଦେଶର ଦାରିଦ୍ର୍ୟ ଅବସ୍ଥାକୁ ଏକ ଦାନବ ଭାବେ ଚିତ୍ରଣ କରି ତାହାକୁ ବିନାଶ କରିବା ବର୍ତ୍ତମାନର ଆହ୍ବାନ ବୋଲି କହିଛନ୍ତି।

ଆର୍‌ଏସ୍‌ଏସ୍‌ର ସହଯୋଗୀ ସଂଗଠନ ସ୍ବଦେଶୀ ଜାଗରଣ ମଞ୍ଚ ପକ୍ଷରୁ ସ୍ବାବଲମ୍ବୀ ଭାରତ ଅଭିଯାନର ଅଂଶ ଭାବେ ଆୟୋଜିତ ଏକ ଓ୍ବେବନାର୍‌ରେ ହୋସବାଲେ କେବଳ ଉପରୋକ୍ତ ପ୍ରସଙ୍ଗ ଉଠାଇନାହାନ୍ତି, ବରଂ ତଥ୍ୟ ସହ ଦେଶର ବାସ୍ତବ ସ୍ଥିତିକୁ ସାମ୍ନାକୁ ଆଣିଛନ୍ତି। ସେ କହିଛନ୍ତି ଯେ, ଏବେ ବି ୨୦ କୋଟି ଲୋକ ଦାରଦ୍ର୍ୟ ସୀମାରେଖା ତଳେ ରହିଛନ୍ତି, ଯାହା ପରିତାପର ବିଷୟ। ସେହିପରି ୨୩ କୋଟି ଲୋକଙ୍କ ଦୈନିକ ଆୟ ୩୭୫ ଟଙ୍କାରୁ କମ୍‌ ରହିଛି।

ଲେବର ଫୋର୍ସ ସର୍ଭେ ଅନୁଯାୟୀ ଦେଶର ବେକାରି ହାର ୭.୬ ପ୍ରତିଶତ ରହିଛି। ଆର୍ଥିକ ଅସମାନତା ଉପରେ ହୋସ୍‌ବାଲେ କହିଛନ୍ତି ଯେ, ବିଶ୍ୱର ପ୍ରମୁଖ ୬ ଅର୍ଥନୀତି ମଧ୍ୟରେ ଭାରତ ଗଣାଯାଉଛି। ହେଲେ ବାସ୍ତବରେ ଦେଶରେ ଭଲ ସ୍ଥିତି ଅଛି କି ବୋଲି ସେ ପ୍ରଶ୍ନ କରିଛନ୍ତି। ଦେଶର ମୋଟ ଆୟର ୨୦ ପ୍ରତିଶତ ମୋଟ ଜନସଂଖ୍ୟାର ୧ ପ୍ରତିଶତ ବର୍ଗ ହାତଉଛନ୍ତି ଏବଂ ୫୦% ଜନସଂଖ୍ୟା ପାଉଛନ୍ତି ୧୩ ପ୍ରତିଶତ ଆୟ। ଭାରତର ଦାରିଦ୍ର୍ୟ ଏବଂ ବିକାଶ ଉପରେ ଜାତିସଂଘର ପର୍ଯ୍ୟବେକ୍ଷଣକୁ ଉଦ୍ଧୃତ କରି ହୋସ୍‌ବାଲେ କହିଛନ୍ତି ଯେ, ଦେଶର ବୃହତ୍‌ ଅଞ୍ଚଳର ଲୋକେ ଏବେ ବି ସ୍ବଚ୍ଛ ପାଣି ଏବଂ ପୁଷ୍ଟିକର ଖାଦ୍ୟ ପାଇପାରୁନାହାନ୍ତି। ଆଭ୍ୟନ୍ତରୀଣ ଅଶାନ୍ତ ପରିସ୍ଥିତି, ନିମ୍ନମାନର ଶିକ୍ଷା, ଜଳବାୟୁ ପରିବର୍ତ୍ତନ ଏବଂ ସରକାରଙ୍କ ଅକ୍ଷମତା ଦାରିଦ୍ର୍ୟର ପ୍ରମୁଖ କାରଣ। କେବଳ ସହରାଞ୍ଚଳରେ ଚାକିରି ହେବ ବୋଲି ଧାରଣା ଗ୍ରାମଗୁଡ଼ିକୁ ଖାଲି କରିଦେଇଛି ଏବଂ ସହରୀ ଜୀବନକୁ ନର୍କରେ ପରିଣତ କରିଛି ବୋଲି ହୋସ୍‌ବାଲେ କହିଛନ୍ତି।

ଆର୍‌ଏସ୍‌ଏସ୍‌ର ଉଚ୍ଚ ପଦାଧିକାରୀଙ୍କ ଏହିି ଟିପ୍ପଣୀ ଏଭଳି ସମୟରେ ଆସିଛି, ଯାହାକି ଅନେକ ରାଜନୈତିକ ରଙ୍ଗ ରଖିଥିବା ଭଳି ମନେ ହୁଏ। ଏହି ସମୟରେ ରାହୁଲ ଗାନ୍ଧୀ ‘ଭାରତ ଯୋଡ଼ୋ’ ଯାତ୍ରାରେ ସାରା ଦେଶର ବିଭିନ୍ନ ସ୍ଥାନ ଭ୍ରମଣ କରୁଛନ୍ତି। ଲୋକଙ୍କ ସହ କଥାବାର୍ତ୍ତା ବେଳେ ରାହୁଲ ଦାରିଦ୍ର୍ୟ, ବେକାରି ଏବଂ ଆର୍ଥିକ ଅସମାନତା ବିଷୟ ଉଠାଉଛନ୍ତି। ତେବେ ହଠାତ୍‌ ଆର୍‌ଏସ୍‌ଏସ୍‌ର କେନ୍ଦ୍ର ସରକାର ବିରୋଧୀ କଡ଼ା ଆଭିମୁଖ୍ୟକୁ ଅନେକେ ଭିନ୍ନ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି। କୁହାଯାଉଛି ଯେ, ଆର୍‌ଏସ୍‌ଏସ୍‌ ଏବଂ ଏହାର ବିଚାର ସହ ଦୃଢ଼ରହି କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷଙ୍କଠାରୁ ମୋଦି ସରକାର ଦୂରେଇଯାଉଛି। ଏନେଇ କେତେଜଣ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଉଦାହରଣ ଦେଉଛନ୍ତି। ତାଙ୍କୁ ମୋଦି ଗୁରୁତ୍ୱ ଦେଉ ନ ଥିବା କୁହାଯାଉଛି।

କାରଣ ଭାଜପାର ସର୍ବୋଚ୍ଚ ନୀତି ନିଦ୍ଧାରଣକାରୀ ପାର୍ଲାମେଣ୍ଟାରୀ ବୋର୍ଡରୁ ଗଡ଼କରୀଙ୍କୁ ନିକଟରେ ବିଦା କରିଦିଆଯାଇଛି। ଏହା ପୂର୍ବରୁ ଗଡ଼କରୀ ଏକ ସଭାରେ ଉଦ୍‌ବୋଧନ ଦେବାବେଳେ ରାଜନୀତିରୁ ସନ୍ନ୍ୟାସ ନେବା କଥା ଉଠାଇଥିଲେ। ଗଡ଼କରୀ ଜଣେ ବ୍ରାହ୍ମଣ ହୋଇଥିବାରୁ ତାଙ୍କୁ ଟାର୍ଗେଟ୍‌ କରାଯାଇଥାଇପାରେ ବୋଲି ଆଲୋଚନା ହେଉଛି। କାରଣ ମୋଦି ଜଣେ ଓବିସି ବର୍ଗର ହୋଇଥିବା ବେଳେ ଆଦିବାସୀ, ଦଳିତ ବର୍ଗରୁ ଭାଜପା ଏବଂ ଦେଶର ଗୁରୁତ୍ୱପୂର୍ଣ୍ଣ ପଦରେ ଅବସ୍ଥାପିତ କରାଯାଉଥିବା ସମସ୍ତଙ୍କ ନଜରକୁ ଆସିଛି। ଅନ୍ୟପକ୍ଷରେ ଏକ ରୋଚକ ଉକ୍ତି ପ୍ରକାଶ ପାଇଛି ଯେ, ହନୁ ମଲା ବେଳେ ସତ କହେ। ୨୦୨୪ ଲୋକ ସଭା ନିର୍ବାଚନରେ ଭାଜପାର ବିପର୍ଯ୍ୟୟକୁ ଆର୍‌ଏସ୍‌ଏସ୍‌ ଅନୁମାନ କରିସାରିଲାଣି ବୋଲି ହୋସବାଲେଙ୍କ ଟିପ୍ପଣୀରୁ ଏହି ଉକ୍ତି ଲୋକଙ୍କ ମନକୁ ଆସିଥାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri