ସହଯୋଗୀଙ୍କ ଭିନ୍ନ ଆଭିମୁଖ୍ୟ

ଇସ୍ରାଏଲ-ହମାସ୍‌ ଯୁଦ୍ଧ ଇତିମଧ୍ୟରେ ୧୦ ମାସ ଅତିକ୍ରମ କଲାଣି। ସଦ୍ୟ ଘଟଣାକ୍ରମେ ଏହା ଭିତରକୁ ଲେବାନନ୍‌ର ଉଗ୍ରବାଦୀ ସଙ୍ଗଠନ ହେଜବୋଲ୍ଲା ପ୍ରବେଶ କରିଛି। ୨୫ ଅଗଷ୍ଟରେ ଇରାନ୍‌ ସମର୍ଥିତ ଏହି ସଙ୍ଗଠନ ଇସ୍ରାଏଲ ସେନା ଘାଟିକୁ ଲକ୍ଷ୍ୟ କରି ୩୨୦ରୁ ଅଧିକ କାଟ୍ୟୁଶ ରକେଟ ମାଡ଼ କରିଛି। ଅନ୍ୟପକ୍ଷରେ ଇସ୍ରାଏଲ ପ୍ରତିଆକ୍ରମଣ କରି ଦକ୍ଷିଣ ଲେବାନନ୍‌ରେ ଥିବା ହେଜବୋଲ୍ଲାର ଅନେକ ଆଡ୍ଡାକୁ ଧ୍ୱଂସ କରି ଦେଇଛି। ଫଳରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଘନଘଟା ଦେଖାଦେଇଛି। ଇସ୍ରାଏଲକୁ ଆମେରିକା ଓ ଅନ୍ୟ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ସମର୍ଥନ କରୁଥିବାରୁ ମୁସଲିମ୍‌ ଦେଶଗୁଡ଼ିକ ଏକଜୁଟ ହେବାରେ ଲାଗିଛନ୍ତି। ଏଭଳି ସ୍ଥଳେ ବିଶ୍ୱର କେଉଁ ରାଷ୍ଟ୍ର କାହା ପକ୍ଷ ନେଉଛନ୍ତି, ତାହା ଉପରେ କୂଟନୈତିକ ନଜର ରହିଛି। ଭାରତ ପରିପ୍ରେକ୍ଷୀରେ ଦେଖିଲେ କେନ୍ଦ୍ର ସରକାର ଇସ୍ରାଏଲକୁ ଯୁଦ୍ଧାସ୍ତ୍ର ଯୋଗାଇ ଆସୁଥିବାରୁ ତାହାକୁ ନେଇ ଦେଶ ଭିତରେ ବିରୋଧ ଆରମ୍ଭ ହୋଇଛି। କେନ୍ଦ୍ରରେ ଥିବା ଭାଜପା ସରକାରର ସହଯୋଗୀ ସଂଯୁକ୍ତ ଜନତା ଦଳ(ଜେଡିୟୁ)ର ସାଧାରଣ ସମ୍ପାଦକ କେ. ସି. ତ୍ୟାଗୀ ଉକ୍ତ ଯୁଦ୍ଧ ପ୍ରସଙ୍ଗରେ ମତଦେଇ ତୁରନ୍ତ ସରକାର ଇସ୍ରାଏଲକୁ ଯୁଦ୍ଧାସ୍ତ୍ର ଯୋଗାଣ ବନ୍ଦ କରିବା ଲାଗି କହିଛନ୍ତି। ବିରୋଧୀ ଗୋଷ୍ଠୀର ନେତା ସମାଜବାଦୀ ପାର୍ଟିର ରାଜ୍ୟ ସଭା ସଦସ୍ୟ ଜାଭେଦ ଅଲ୍ଲୀ ଖାନ୍‌, ଆମ୍‌ ଆଦ୍‌ମୀ ପାର୍ଟିର ସଞ୍ଜୟ ସିଂ, କଂଗ୍ରେସର ପୂର୍ବତନ ଏମ୍‌ପି କନଓ୍ବର ଡାନିସ ଅଲ୍ଲୀଙ୍କ ସହ ତ୍ୟାଗୀ ମିଶି ଅଲ୍‌-କଡ୍ସ (ଜେରୁଜେଲମ୍‌ର ଆରବୀୟ ନାମ) ପାଇଁ ଲିଗ୍‌ ଅଫ୍‌ ପାର୍ଲାମେଣ୍ଟାରିଆନ୍ସର ମହାସଚିବ ମହମ୍ମଦ ମକ୍ରାମ ବଲାଓ୍ବିଙ୍କୁ ଦିଲ୍ଲୀରେ ଭେଟିବା କେନ୍ଦ୍ର ସରକାରଙ୍କ ସକାଶେ ଆଉ ଏକ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ଉଲ୍ଲେଖଯୋଗ୍ୟ, ଜାତିସଂଘର ସଂକଳ୍ପ ଅନୁଯାୟୀ ଏହି ଲିଗ୍‌ ପଶ୍ଚିମ ଏସିଆରେ ଶାନ୍ତି ସ୍ଥାପନ ସହ ପାଲେଷ୍ଟାଇନକୁ ସମର୍ଥନ କରିଆସୁଛି। ଯେହେତୁ ଜେଡିୟୁ ଶକ୍ତି ବିହାରରେ ସୀମିତ ଓ ସେଠାକାର ମୁସଲମାନ ଭୋଟ ସେହି ଦଳ ପାଇଁ ଗୁରୁତ୍ୱପୂଣ୍ଣର୍ର୍, ସେହେତୁ ଏବେ କେନ୍ଦ୍ର ସରକାର ଇସ୍ରାଏଲକୁ ଯୁଦ୍ଧାସ୍ତ୍ର ଯୋଗାଇବାକୁ ବନ୍ଦ କରୁ ବୋଲି ତ୍ୟାଗୀ ଦାବି କରିଛନ୍ତି। ସୂଚନାଯୋଗ୍ୟ, ଗତ ଫେବୃଆରୀରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ହାଇଦ୍ରାବାଦରେ ଉତ୍ପାଦିତ ଡ୍ରୋନ୍‌କୁ ଭାରତ ଇସ୍ରାଏଲକୁ ଯୋଗାଇ ଥିଲା। ଉଦ୍‌ବେଗର ବିଷୟ ହେଉଛି, ଇସ୍ରାଏଲର ଏଲ୍‌ବିଟ୍‌ ସିଷ୍ଟମ ଓ ଭାରତର ଆଦାନୀ ଗ୍ରୁପ୍‌ ମିଳିତ ଭାବେ ହାଇଦ୍ରାବାଦରେ ଏହି ଯୁଦ୍ଧାସ୍ତ୍ର ଉତ୍ପାଦନ କରୁଥିଲେ। ସମ୍ଭବତଃ ଆଦାନୀ ଗ୍ରୁପ୍‌କୁ ଲାଭ ଦେବା ଲାଗି ଭାରତରୁ ଇସ୍ରାଏଲକୁ ଯୁଦ୍ଧାସ୍ତ୍ର ଯୋଗାଇ ଦିଆଯାଉଥିବା ବିଷୟ ଆଲୋଚନାକୁ ଆସିଛି। ତ୍ୟାଗୀଙ୍କ କହିବା ଅନୁଯାୟୀ ଭାଜପାର ବରିଷ୍ଠ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ପାଲେଷ୍ଟାଇନ୍‌କୁ ସମର୍ଥନ କରିଥିଲେ। ଏବର ସ୍ଥିତି ଦେଖିଲେ ପାଲେଷ୍ଟାଇନ୍‌ରେ ଇସ୍ରାଏଲର ନରସଂହାର ହେଉଥିବାରୁ ତାଙ୍କ ଦଳ କେନ୍ଦ୍ର ସରକାରଙ୍କୁ ଯୁଦ୍ଧାସ୍ତ୍ର ବନ୍ଦ କରିବା ଲାଗି ଅଡ଼ି ବସିଛି।
କେବଳ ଉପରଲିଖିତ ପ୍ରସଙ୍ଗ ନୁହେଁ, ୨୭ ଜୁଲାଇରେ ଶେଷ ହୋଇଥିବା ନୀତି ଆୟୋଗ ବୈଠକରେ ଜେଡିୟୁ ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଯୋଗଦେଇ ନ ଥିଲେ। କ୍ରମାଗତ ଦୁଇଟି ଘଟଣାକୁ ବିଶ୍ଳେଷଣ କଲେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଉଥିବା ନିଷ୍ପତ୍ତିରେ ଯେଉଁଠାରେ ଅସଙ୍ଗତି ଲକ୍ଷ୍ୟ କରାଯାଉଛି, ସେଥିରେ ସହଯୋଗୀ ଜେଡିୟୁ ପ୍ରତିବାଦ କରୁଛି। ଏଭଳି ବିରୋଧର ଧାରା ଜାରି ରହୁଥିବାରୁ ତାହା ରାଜନୈତିକ ବାତାବରଣକୁ ଚଳଚଞ୍ଚଳ କରିଛି ଓ କେନ୍ଦ୍ର ସରକାରଙ୍କୁ ହଇରାଣରେ ପକାଇଲାଣି। ନିକଟରେ ୟୁପିଏସ୍‌ସିରେ ଲାଟେରାଲ ଏଣ୍ଟ୍ରି ପ୍ରସ୍ତାବକୁ ଲୋକ ଜନଶକ୍ତି (ରାମ ବିଳାସ) ନେତା ତଥା କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ଚିରାଗ ପାଶ୍ୱାନ ବିରୋଧ କରିବାରୁ ସରକାର ପଛଘୁଞ୍ଚା ଦେଇଥିଲେ। ତେବେ ବିଶେଷକରି ଅନ୍ତର୍ଜାତୀୟ କୂଟନୀତି କ୍ଷେତ୍ରରେ କେନ୍ଦ୍ର ସରକାର ନିଷ୍ପତ୍ତି ନେବା ବେଳେ ଦଳମତ ନିର୍ବିଶେଷରେ ସମସ୍ତଙ୍କ ପରାମର୍ଶ ଲୋଡ଼ିବା ଦରକାର ହୋଇପଡ଼ିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଦିଗପହଣ୍ଡିରେ ଲଗାଣ ବର୍ଷା: ଘୋଡ଼ାହାଡ଼ ନଦୀକୂଳିଆ ଗ୍ରାମବାସୀଙ୍କୁ ଆଲର୍ଟ, ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା…

ରାହୁ-ଚନ୍ଦ୍ରଙ୍କ ଭାରି ଖରାପ ଯୋଗ: ୩ରାଶିରେ ଘଟିବ ଅଶୁଭ, ପାଖରୁ ସରିଯିବ ସବୁ ଟଙ୍କା

ଜ୍ୟୋତିଷ ଶାସ୍ତ୍ରରେ ସମୟ ସମୟରେ ଗ୍ରହମାନଙ୍କ ଯୁତି ଯୋଗୁଁ ଅନେକ ଶୁଭ ତଥା ଅଶୁଭ ଯୋଗ ସୃଷ୍ଟି ହୋଇଥାଏ। ଜ୍ୟୋତିଷରେ ରାହୁ ଏବଂ ଚନ୍ଦ୍ରଙ୍କ ଯୁତିରୁ ‘ଗ୍ରହଣ…

ରାଜ୍ୟ IPS ସ୍ତରରେ ବଡ଼ ଧରଣର ଅଦଳବଦଳ: ସର୍ବଣା ବିବେକ ହେଲେ ଭୁବନେଶ୍ୱର ଡିସିପି, ଅଭିନବ ସୋନକର ବ୍ରହ୍ମପୁର ଏସ୍‌ପି

ଭୁବନେଶ୍ୱର, ୨୨।୯: ରାଜ୍ୟ ପୋଲିସ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଆଇପିଏସ୍ (IPS) ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ…

ନୂଆପଡ଼ାରେ ଲଜ୍ଜା, ନାବାଳିକାଙ୍କୁ ଟେକି ନେଇ ବଳାତ୍କାର

ନୂଆପଡ଼ା,୨୨ା୯(ମକାରୁ ବେମାଲ): ନୂଆପଡ଼ା ଜିଲା ବେଲଟୁକୁରି ଥାନା ଅଞ୍ଚଳରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ମଙ୍ଗଳବାର ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଭାଲେଶ୍ୱର ପଞ୍ଚାୟତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?