ଏକ୍‌ଜିଟ୍‌ ପୋଲ୍‌ ଏବଂ ଓପିନିଅନ୍‌ ପୋଲ୍‌ ମଧ୍ୟରେ ଫରକ କ’ଣ? କେଉଁଭଳି ଭାବେ ଏକାଠି କରାଯାଏ ଡାଟା, ଜାଣନ୍ତୁ ସବିଶେଷ 

ନୂଆଦିଲ୍ଲୀ,୩୧।୫: ଲୋକ ସଭା ନିର୍ବାଚନ ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଜୁନ ପହିଲା ଅପରାହ୍ନ ୬ଟାରେ ମତଦାନ ସମାପ୍ତ ହୋଇଯିବ। ଜୁନ୍‌ ୪ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ହେଲେ ନିର୍ବାଚନରେ କିଏ ବିଜେତା ହେବା ଜାଣିବା ପୂର୍ବରୁ ସମସ୍ତଙ୍କ ନଜର ଏଗ୍‌ଜିଟ୍‌ ପୋଲ ଉପରେ ରହିଛି। ଏହା ଜୁନ୍‌ ୧ରେ ଭୋଟ ଗ୍ରହଣ ସମାପ୍ତ ହେବା ପରେ ଏଜେନ୍ସିମାନଙ୍କ ପକ୍ଷରୁ ନିଜ ନିଜର ଏକ୍‌ଜିଟ୍‌  ପୋଲ୍‌ ଜାରି କରାଯିବ। ଏହା ଜରିଆରେ କିଏ ସରକାର ଗଠନ କରିପାରେ ତାହା ଅନୁମାନ କରାଯାଇପାରିବ। ହେଲେ ଏହା ସତ ପ୍ରତିଶତ ସତ ହେବା ଜରୁରୀ ନୁହେଁ। ଅନେକ ସମୟରେ ନିର୍ବାଚନୀ ଫଳାଫଳ ଏଗ୍‌ଜିଟ୍‌ ପୋଲଠାରୁ ଭିନ୍ନ ଥାଏ।
ଏଭଳି ଦେଖିବାକୁ ମିଳେ କିଛି ଲୋକ ଏକ୍‌ଜିଟ୍‌ ପୋଲ୍‌ ଏବଂ ଓପିନିଅନ୍‌ ପୋଲ୍‌କୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଥାନ୍ତି। ଏହା ସମାନ ବୋଲି ଅନେକେ ଭାବିଥାନ୍ତି। ହେଲେ ସେଭଳି ନୁହେଁ। ଆମେ ଆପଣଙ୍କୁ ଉଭୟଙ୍କ ମଧ୍ୟରେ ଥିବା ଫରକ ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେବୁ।
ଏକ୍‌ଜିଟ୍‌ ପୋଲ୍‌ କ’ଣ?
ମତଦାନ ପରେ ଜନତାଙ୍କୁ ପଚରାଯାଇଥିବା ପ୍ରଶ୍ନର ଆଧାରରେ ଏକାଠି କରାଯାଇଥିବା ଡାଟାକୁ ଏଗ୍‌ଜିଟ୍‌ ପୋଲ୍‌ କୁହାଯାଏ। ଏହା ଏକ ପ୍ରକାର ନିର୍ବାଚନୀ ସର୍ଭେ। ଯେତେବେଳେ ମତଦାତା ନିଜର ମତାଧିକାର ବ୍ୟବହାର କରି ପୋଲିଂ ବୁଥ୍‌ରୁ ବାହାରକୁ ଆସେ  ସେତେବେଳେ ଭିନ୍ନ ଭିନ୍ନ ସର୍ଭେ ଏଜେନ୍ସି ଏବଂ ନ୍ୟୁଜ ଚ୍ୟାଲେଲ ମତଦାନକୁ ନେଇ ପ୍ରଶ୍ନ ପଚାରିଥାନ୍ତି। ଏଥିରେ ଭୋଟରଙ୍କ ମନକୁ ପଢ଼ିବାକୁ ଚେଷ୍ଟା କରାଯାଏ। ଯେମିତି କି-ଆପଣ କାହାକୁ ଭୋଟ୍‌ ଦେଲେ? ଆପଣଙ୍କୁ କେଉଁ ଦଳର କାମ ପସନ୍ଦ? ଇତ୍ୟାଦି।
ମତଦାନ ଶେଷ ହେବା ପରେ ସର୍ଭେ ଏଜେନ୍ସି ଏବଂ ନ୍ୟୁଜ ଚ୍ୟାନେଲ ପାଖରେ ସମସ୍ତ ସୂଚନା ଏକତ୍ରିତ ହୋଇଯାଇଥାଏ। ଏହି ଅଙ୍କ ଆଧାରରେ ଡାଟା ପ୍ରସ୍ତୁତ କରାଯାଇଥାଏ। ଏଥିରେ ଦଳ, ରାଜ୍ୟ ଏବଂ ଜାତି ଆଧାରରେ ଡାଟା ବାହାର କରାଯାଇଥାଏ।
ଓପିନିଅନ ପୋଲ୍‌ କ’ଣ?
ଓପିନିଅନ ପୋଲ ନିର୍ବାଚନ ପୂର୍ବରୁ କରାଯାଇଥାଏ। ଏହା ଜରିଆରେ ଜନତାଙ୍କ ମନୋଗତି ବୁଝାଯାଇଥାଏ। ଏଥିରେ ଭୋଟରଙ୍କୁ ପଚରା ଯାଇଥାଏ ଯେ ସେ କେଉଁ ଦଳ ଏବଂ କେଉଁ ଆଧାରରେ ଭୋଟ ଦେବେ? ହେଲେ ଓପିନିଅନ ପୋଲ୍‌ ଅଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇପାରେ।
କେତେବେଳେ ଏକ୍‌ଜିଟ୍‌ ପୋଲ୍‌ ଜାରି କରାଯାଏ?
ଲୋକ ପ୍ରତିନିଧିତ୍ୱ ଅଧିନିୟମ ୧୯୫୧ ଧାରା ୧୨୬ ଏ ଅନୁଯାୟୀ ଅନ୍ତିମ ପର୍ଯ୍ୟାୟ ମତଦାନ ସମାପ୍ତ ହେବାର ଅଧା ଘଣ୍ଟା ଯାଏ ଏହା ଉପରେ ରୋକୋ ଥାଏ। ଯଦି ଏହି ନିୟମର କେହି ଉଲ୍ଲଂଘନ କରନ୍ତି ତେବେ ତାକୁ ଦଣ୍ଡିତ କରାଯାଇପାରେ। ଏପରିକି ଏଥିଯୋଗୁ ୨ ବର୍ଷ ଜେଲ, ଜରିମାନା ନଚେତ ଉଭୟ ଲାଗିପାରେ।
ଏକ୍‌ଜିଟ୍‌ ପୋଲ ଏବଂ ଓପିନିୟନ ପୋଲ୍‌ ମଧ୍ୟରେ ଅନ୍ତର:
-ଓପିନିଅନ ପୋଲ ନିର୍ବାଚନ ପୂର୍ବରୁ କରାଯାଇଥାଏ। ହେଲେ ଏକ୍‌ଜିଟ୍‌ ପୋଲ ପୋଲିଂ ବୁଥ୍‌ ବାହାରେ ଭୋଟ ଦେଇସାରିଥିବା ମତଦାତାଙ୍କ ଆଧାରରେ କରାଯାଇଥାଏ।
-ଓପିନିଅନ ପୋଲ୍‌ ଜନତାଙ୍କ ପସନ୍ଦ ଜାଣିବାକୁ କରାଯାଏ। ହେଲେ ଏକ୍‌ଜିଟ୍‌ ପୋଲ ମତଦାତା କାହାକୁ ଭୋଟ ଦେଲେ ଜାଣିବାକୁ କରାଯାଇଥାଏ।
-ଓପିନିଅନ ପୋଲ ତୁଳନାରେ ଏକ୍‌ଜିଟ୍‌ ପୋଲର୍‌ ଭବିଷ୍ୟବାଣୀ ସଠିକ୍‌ ଥାଏ, କାରଣ ଏଥିରେ ମତଦାତାଙ୍କ ବ୍ୟବହାରରେ ଫରକ ଥାଏ।

Enter your email to get our daily news in your inbox.

All Right Reserved By Dharitri.Com

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

ଜାପାନରରେ ଶକ୍ତିଶାଳୀ ୭.୨ ତୀବ୍ରତାର ଭୂକମ୍ପ, ସୁନାମି ସତର୍କତା ଜାରି

ନୂଆଦିଲ୍ଲୀ,୮।୧୨: ସୋମବାର ଜାପାନର ଉତ୍ତର ଉପକୂଳରେ ଏକ ଶକ୍ତିଶାଳୀ ୭.୨ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି, ଯାହାପରେ ଜାପାନ ପାଣିପାଗ ଏଜେନ୍ସି (JMA) ପକ୍ଷରୁ ସୁନାମି...

ନବଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ, ମହଙ୍ଗା ପଡିଲା ‘୫୦୦ କୋଟି’ ମନ୍ତବ୍ୟ

ନୂଆଦିଲ୍ଲୀ,୮।୧୨: ମୁଖ୍ୟମନ୍ତ୍ରୀ ପଦ ପାଇଁ କଂଗ୍ରେସ ‘୫୦୦ କୋଟି ଟଙ୍କାର ସୁଟକେସ୍’ ନେଇଥାଏ ବୋଲି ଅଭିଯୋଗ କରି ରାଜନୈତିକ ବିବାଦ ସୃଷ୍ଟି କରିଥିବା ପଞ୍ଜାବ କଂଗ୍ରେସ...

ଭାରତରେ ଷ୍ଟାରଲିଙ୍କ୍ ଇଣ୍ଟରନେଟ ମୂଲ୍ୟ ଘୋଷଣା କଲେ ମସ୍କ: ମାସିକ ଖର୍ଚ୍ଚ ଏତିକି ଟଙ୍କା

ନୂଆଦିଲ୍ଲୀ,୮।୧୨: ଏଲନ୍ ମସ୍କଙ୍କ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଷ୍ଟାରଲିଙ୍କ୍ ଭାରତରେ ଏହାର ମୂଲ୍ୟ ଘୋଷଣା କରିଛି। ଖୁବ୍ ଶୀଘ୍ର ଭାରତରେ ଆରମ୍ଭ ହେବାକୁ ଥିବା ଏହି...

ଡିସେମ୍ବର ୩୧ ସୁଦ୍ଧା ଶେଷ କରନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍‌ ଆଉ ମିଳିବନି ବାରମ୍ବାର ସୁଯୋଗ

ନୂଆଦିଲ୍ଲୀ,୮।୧୨: ଡିସେମ୍ବର ଆରମ୍ଭ ହେବା ସହିତ, ଟିକସ, ଡକ୍ୟୁମେଣ୍ଟ ଏବଂ ସରକାରୀ ଯୋଜନା ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଶେଷ ତାରିଖ ପାଖେଇ ଆସୁଛି।...

୫ ବର୍ଷ ପରେ ଭାରତରେ ଏହି ସେବା ଆରମ୍ଭ କରିବାକୁ ଯାଉଛି ଚାଇନା, ଜାଣନ୍ତୁ କ’ଣ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୮।୧୨: ପ୍ରାୟ ପାଞ୍ଚ ବର୍ଷ ପୂର୍ବେ ଭାରତ ଏବଂ ଚାଇନା ମଧ୍ୟରେ ସମ୍ପର୍କରେ ତିକ୍ତତା ଦେଖାଦେବା ପରେ, ଉଭୟ ଦେଶ ଏବେ ପୂର୍ବ ତିକ୍ତତାକୁ ପଛରେ...

ନ୍ୟାୟ ପାଇଁ ପିଏମ ମୋଦିଙ୍କୁ ଏହି ନିବେଦନ କଲେ ପାକିସ୍ତାନୀ ମହିଳା, କରାଚୀରୁ ଭିଡିଓ ଶେୟାର କରି କହିଲେ…

ନୂଆଦିଲ୍ଲୀ,୮।୧୨: ପାକିସ୍ତାନରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ପାକିସ୍ତାନୀ ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ନ୍ୟାୟ ପାଇଁ ନିବେଦନ କରିଛନ୍ତି।...

Apple ଜାରି କଲା ବଡ଼ ସତର୍କତା: ଏସବୁ ଉପଭୋକ୍ତାଙ୍କ ପାଇଁ ସୁରକ୍ଷିତ ନୁହେଁ ଗୁଗଲ୍ Chrome

ନୂଆଦିଲ୍ଲୀ,୮।୧୨: ଗୁଗୁଲର ସବୁଠାରୁ ଲୋକପ୍ରିୟ ଉତ୍ପାଦ ବିରୋଧରେ ଆପଲ୍ ଏକ ବଡ଼ ସତର୍କତା ଜାରି କରିଛି। ଆପଲ୍ ପକ୍ଷରୁ କୁହାଯାଇଛି ଯେ, iPhone ଏବଂ Mac...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri