ସ୍ବାମୀଙ୍କ ମୃତ୍ୟୁର ୧୦ବର୍ଷ ପରେ ମିଳିନି ଭତ୍ତା

କଣ୍ଟାବାଞ୍ଜି, ୨ା୯(ଡି.ଏନ.ଏ.) – ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ ହିଆଁଲ ପଞ୍ଚାୟତ ଅନ୍ତର୍ଗତ ଦାବିରି ଗାଁର ଭୁଲେଶ୍ୱରୀ ମଲ୍ଲିକ(୪୭)। ୨୦୧୦ରେ ସ୍ବାମୀ ଶ୍ରୀଧର ମଲ୍ଲିକଙ୍କ ମୃତ୍ୟୁ ପରେ ପରିବାର ଭରଣ ପୋଷଣର ବୋଝ ତାଙ୍କ ଉପରେ ପଡିଲା। ସେହିଦିନୁ ପୁଅ, ଦୁଇ ଝିଅଙ୍କୁ ନେଇ ସେ ଦୁଃଖକଷ୍ଟରେ ପରିବାର ଚଳାଇଛନ୍ତି। ଏକ ଏକରରୁ କମ୍‌ ତାଙ୍କର ଜମି ବାଡି। ସ୍ବାମୀର ମୃତ୍ୟୁ ପରେ ବିଧବା ଭତ୍ତା ଏବଂ ପରିବାର ମଙ୍ଗଳ ଯୋଜନାରେ ମିଳିବାକୁ ଥିବା କୋଡିଏ ହଜାର ଟଙ୍କାର ସହାୟତା ଏ ଯାଏ ତାଙ୍କୁ ମିଳିନାହିଁ। ଏ ନେଇ ସେ ପଞ୍ଚାୟତ ଏବଂ ବ୍ଲକ କାର୍ଯ୍ୟାଳୟକୁ ବାରମ୍ବାର ଯାଇ ନିରାଶ ହୋଇଛନ୍ତି। ଭଙ୍ଗା କୁଡିଆରେ ରହୁଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ କିମ୍ବା ଇନ୍ଦିରା ଆବାସ ଯୋଜନାରେ ତାଙ୍କୁ ଘର ମିଳିନାହିଁ। ସବୁଥିରୁ ନିରାଶ ହେବା ପରେ ପୁଅ ଓ ଦୁଇ ଝିଅକୁ ଧରି ଅନେକ ଥର ସେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଛନ୍ତି। ୨୦୧୯ରେ କାମ କରିବାକୁ ହାଇଦ୍ରାବାଦ ଯାଇଥିଲେ । କରୋନା ପରେ ସେଠାରେ କାମ ବନ୍ଦ ହୋଇଯିବାରୁ ସେ ଏଠାକୁ ଫେରି ଆସି ଦୁର୍ବିଷହ ଜୀବନ ବିତାଉଛନ୍ତି। ଜବ୍‌କାର୍ଡ ନ ଥିବାରୁ ଏମଜିଏନଆରଇଜିଏସ କିମ୍ବା ଅନ୍ୟ କୌଣସି ଯୋଜନାରେ କାମ କରି ପାରୁନାହାନ୍ତି। ତେଣୁ ପୁଣିଥରେ ସେ ଦାଦନ ଖଟି ଯିବାକୁ ବାଧ୍ୟ ହେବେ ବୋଲି କହନ୍ତି ଭୁଲେଶ୍ୱରୀ । ଏ ନେଇ ସରପଞ୍ଚ ହରିସି ପୋଢଙ୍କୁ ପଚାରିବାରୁ ଭୁଲେଶ୍ୱରୀଙ୍କ ସମସ୍ୟା ସମ୍ପର୍କରେ ତାଙ୍କ ପାଖରେ ଖବର ନାହିଁ। ବିଧବା ଭତ୍ତା ଏବଂ ଅନ୍ୟାନ୍ୟ ସରକାରୀ ସହାୟତା ପାଇଁ ଆବେଦନ କଲେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିଚ୍ଛା କଲେ ଗୁଳି ଫୁଟାଇ ଟେକିନେଲେ: ସକାଳୁ ପଡ଼ିଥିଲା ରକ୍ତ ଜୁଡ଼ୁଜୁଡ଼ୁ ମୃତଦେହ

ରାୟଗଡ଼ା,୯।୫(ସୁଜାତା ପାଢ଼ୀ): ରାୟଗଡ଼ା ସହର ଇନ୍ଦିରା ନଗର ୩ୟ ଲାଇନ୍‌ରେ ଅଜଣା ଦୁର୍ବୃତ୍ତମାନେ ଶନିବାର ରାତିରେ ଗୁଳିକାଣ୍ଡ କରି  ରାୟଗଡା ସହରସ୍ଥିତ ରେଲି ସାହିର ଯୁବକ ନିଖିଲ…

ଭୟାବହ ଅଗ୍ନିକାଣ୍ଡ: ଜଳିଲା ରାଇସ୍‌ ମିଲ୍‌, ଧୂପ କାରଖାନା

ବନ୍ତ,୧୦।୫(କିଶୋର କୁମାର ସେଠୀ/ ହରି ନାରାୟଣ ମହାନ୍ତି): ଭଦ୍ରକ ଜିଲା ବନ୍ତ ତହସିଲ ଅନ୍ତର୍ଗତ  ନିଳୋକ କୁମ୍ଭାରିଆ ନିକଟରେ ଶନିବାର ବିଳମ୍ବିତ ରାତିରେ ଏକ ବଡ଼ ଧରଣର…

ସୀମାନ୍ତ ଗାଁରେ ଜନଗଣନା ବିବାଦ

ଗଜପତି ଜିଲାର ସୀମାନ୍ତ ଗାଁରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ପକ୍ଷରୁ ଜନଗଣନାକୁ ନେଇ ବିବାଦ ସୃଷ୍ଟି ହୋଇଛି। ରାୟଗଡ଼ ବ୍ଲକ ଗଙ୍ଗାବାଡ଼ ପଞ୍ଚାୟତର ମାଣିକପାଟଣା ଗ୍ରାମରେ ଓଡ଼ିଶା…

କାର ଭର୍ତ୍ତି ଗଞ୍ଜେଇ ଗଞ୍ଜେଇ ଜବତ

ଡୁଙ୍ଗୁରିପାଲି,୯।୫(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ବେହେରାମାଳ ପଞ୍ଚାୟତ ଲଙ୍ଗଳକଟା ଗାଁରୁ ପୋଲିସ ଶନିବାର ୨ କୁଇଣ୍ଟାଲ ୭୨ କିଗ୍ରା ୨୦୦ ଗ୍ରାମ ଗଞ୍ଜେଇ ଜବତ…

ଭାଣିଜୀ ବାହାଘରକୁ ଆସିଥିଲେ, ନିୟନ୍ତ୍ରଣ ହରାଇ ଖୁଣ୍ଟରେ ପିଟି ହୋଇଗଲା ବାଇକ୍‌; ୩ ବ୍ୟକ୍ତି…

ବଲାଙ୍ଗୀର, ୯।୫(ସୁନୀଲ କୁମାର ମହାନ୍ତି): ଭାଣିଜୀର ବାହାଘର ଖୁସି ଏବେ ଶୋକରେ ପରିଣତ ହୋଇଛି। ଭାଣିଜୀ ବାହାଘରରେ ଯୋଗ ଦେବାକୁ ଆସି ଏକ ବାଇକ ଦୁର୍ଘଟଣାରେ ତିନି…

ଦୁଃଖ ଦେଲା କାଳବୈଶାଖୀ: ଧାନ ଭିଜିଲା, ଗଛ ଭାଙ୍ଗିଲା

ବରଗଡ଼,୯।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଶନିବାର ପ୍ରବଳ ଝଡବତାସ ସହିତ ବର୍ଷା ହୋଇଛି । ଏହାର ପ୍ରଭାବରେ ଧାନ ଫସଲ ପ୍ରଭାବିତ ହୋଇଛି। ବିଭିନ୍ନ ସ୍ଥାନରେ ଅମଳ…

ତାରସିଂ ରେଞ୍ଜରେ ଦନ୍ତା ହାତୀର ମୃତ୍ୟୁ, ନୟାଗଡ଼ ବନଖଣ୍ଡରେ ଚିକିତ୍ସାଧୀନ ଥିଲା

ଭଞ୍ଜନଗର,୯।୫(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ତାରସିଂ ରେଞ୍ଜରେ ଶନିବାର ଅପରାହ୍ନରେ ଏକ ଦନ୍ତା ହାତୀ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ହାତୀର ବୟସ ପ୍ରାୟ…

ବସୁଧା ଯୋଜନା: ଲୋକଙ୍କୁ ମିଳୁନାହିଁ ପାଣି

କର୍ଲାମୁଣ୍ଡା,୯ା୫(ପ୍ରଦୀପ କୁମାର ସାହୁ): ସରକାର ସମସ୍ତଙ୍କୁ ପିଇବାପାଣି ଯୋଗାଇବା ନିମନ୍ତେ ବିଭିନ୍ନ ସ୍ଥାନରେ ବସୁଧା ଯୋଜନାରେ ପାଣି ଟାଙ୍କି ନିର୍ମାଣ ପାଇଁ ଟେଣ୍ଡର ଜରିଆରେ ବ୍ୟବସ୍ଥା କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri