ଗୋଟିଏ ଟୁଇଟ୍‌ରେ ୧ ଲକ୍ଷ ଟଙ୍କା ସହାୟତା କରି ଚର୍ଚ୍ଚାରେ ଏହି ଅଭିନେତ୍ରୀ

ବମ୍ବେ: ପ୍ରଶଂସକଙ୍କ ସହାୟତା କରି ଚର୍ଚ୍ଚାରେ ଟଲିଉଡ୍‌ ବିଉଟି କାଜଲ ଅଗ୍ରଓ୍ବାଲ। ସେ ଜଣେ ଯୁବତୀଙ୍କ ପାଠପଢ଼ା ନିମନ୍ତେ ଏକ ଲକ୍ଷ ଟଙ୍କା ଦେଇଛନ୍ତି। ଏହା ଜଣାପଡ଼ିବା ପରେ ଅଭିନେତ୍ରୀଙ୍କ ମହତ କାର୍ଯ୍ୟକୁ ନେଇ ପ୍ରଶଂସା କରାଯାଉଛି।

ହାଇଦ୍ରାବାଦର ସୁମା ନାମକ ଜଣେ ଯୁବତୀ ଟୁଇଟରରେ କାଜଲଙ୍କୁ ସହାୟତା ମାଗିଥିଲେ। ନିକଟରେ ସେ ଚାକିରି ହରାଇଛନ୍ତି। ତାଙ୍କ ପାଖରେ ଟଙ୍କାଟିଏ ବି ନାହିଁ। ଫଳରେ ପାଠପଢ଼ା ଖର୍ଚ୍ଚ ୮୩ହଜାର ଟଙ୍କା ସେ କିଭଳି ଦେବେ ତାହା ଭାବି ପାରୁନାହାନ୍ତି ବୋଲି ଅଭିନେତ୍ରୀଙ୍କୁ କହିଥିଲେ।

ସୋସିଆଲ ମିଡିଆରେ ସକ୍ରିୟ ଥିବା କାଜଲ ନିଜ ପ୍ରଶଂସକଙ୍କ ଏଭଳି ଗୁହାରି ଶୁଣି ସହାୟତାର ହାତ ବଢ଼ାଇଥିଲେ। ସେ ନିଜ ଆକାଉଣ୍ଟରୁ ୧ ଲକ୍ଷ ଟଙ୍କା ପଠାଇଥିଲେ। ଏହାପରେ ଯୁବତୀଜଣଙ୍କ ଟଙ୍କା ନେଣଦେଣର ଏକ ସ୍କ୍ରିନଶଟ୍‌କୁ ଶେୟାର କରି ଅଭିନେତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହା ଭାଇରାଲ ହେବା ସହ କାଜଲଙ୍କ ପ୍ରଶଂସା କରାଯାଉଛି। ସେଲିବ୍ରିଟି ହେଲେ ହେଁ ଅନ୍ୟର ସହାୟତା କରିବାକୁ ଆଗକୁ ଆସିଥିବାରୁ ତାଙ୍କୁ ହୃଦୟବାନ ବୋଲି ଅନେକ ଅବିହିତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଭଦ୍ରା ଟଙ୍କା ଆସିବା ଆଗରୁ ମୋଦିଙ୍କୁ ଭେଟିଲେ ପ୍ରଭାତୀ ପରିଡ଼ା, ହୋଇପାରେ ବଡ଼ ଘୋଷଣା!

ଭୁବନେଶ୍ୱର,୨୫।୮: ବଡ଼ ଖବର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି…

ସୂର୍ଯ୍ୟ-କେତୁ ଆଣିବେ ବଡ଼ ସଙ୍କଟ! ଆଗାମୀ ୨୬ ଦିନ ୩ ରାଶି ପାଇଁ ବଢିବ ଅଯଥା ଟେନସନ୍, ହୋଇଯାଆନ୍ତୁ ସାବଧାନ…

ଜ୍ୟୋତିଷ ଶାସ୍ତ୍ରରେ, ସୂର୍ଯ୍ୟ ଦେବତାଙ୍କୁ ଆତ୍ମା, ପିତା, ସମ୍ମାନ ଏବଂ ନେତୃତ୍ୱର କାରକ ଭାବରେ ବିବେଚନା କରାଯାଏ । ସମାନକ୍ରମରେ ପାପି କେତୁଙ୍କୁ ଏକ ଛାୟା ଗ୍ରହ…

ହଠାତ୍‌ ଏତେ ଟଙ୍କା କମିଗଲା ଚିନିଦର! ଜାଣନ୍ତୁ କେବେଠୁ ଲାଗୁ ହେବ…

ନୂଆଦିଲ୍ଲୀ,୨୫।୮: କେନ୍ଦ୍ର ସରକାରଙ୍କ କହିବା ଅନୁସାରେ, ସରକାର ଚିନି ଆମଦାନୀ ପାଇଁ ଅନୁମତି ଦେବା ଏବଂ କଳାବଜାରୀ ଉପରେ କଡ଼ା ପଦକ୍ଷେପ ନେବା ପରେ ଚିନିର ଏକ୍ସ-ମିଲ୍…

କିରିକୁଟିରେ ‘ଆମ ଗାଁ ଆମ ତହସିଲ: ଅଭିଯୋଗ ଶୁଣିଲେ

ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ତହସିଲ ଅଧୀନ କିରିକୁଟି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ‘ଆମ ଗାଁ ଆମ ତହସିଲ’ ଶିବିର ଅନୁଷ୍ଠିତ…

ଟ୍ରେନରେ ଆସୁଛି ୮୦୦ଟନ୍‌ ପିଆଜ, କିଲୋ ପ୍ରତି ଏତେ କମିଯିବ ପିଆଜ ଦର?

ନୂଆଦିଲ୍ଲୀ,୨୫।୮: ଏହି ଦିନଗୁଡ଼ିକରେ ପିଆଜ ଦର ଆକାଶଛୁଆଁ ହେଉଛି। ପିଆଜ କିଣିବା ଦାମ୍‌ରେ ହାରାହାରି ୫୯ ପ୍ରତିଶତରୁ ଅଧିକ ବୃଦ୍ଧି ରେକର୍ଡ କରାଯାଇଛି। ଏଭଳି ପରିସ୍ଥିତିରେ କେନ୍ଦ୍ର…

ତୃତୀୟ ଦିନରେ ଶ୍ରୀଲଙ୍କାର ଲଢ଼ୁଆ ବ୍ୟାଟିଂ, ଭାରତର ନିୟନ୍ତ୍ରଣରେ ଦ୍ୱିତୀୟ ଟେଷ୍ଟ

କଲମ୍ବୋ,୨୫ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ତୃତୀୟ ଦିନ ଶେଷ ସୁଦ୍ଧା ଭାରତ ନିୟନ୍ତ୍ରଣରେ ରହିଛି। ପ୍ରଥମ ଇନିଂସ୍‌ରେ ଭାରତ ୫୦୩/୯ ସ୍କୋର କରିଥିବା ବେଳେ…

ଦାରିଙ୍ଗବାଡ଼ି ମିଳିତ ମଞ୍ଚ ଗଠନ, କର୍ମକର୍ତ୍ତା ଚୟନ: ବ୍ରାହ୍ମଣୀଗାଁରେ ବ୍ଲକ୍ କାର୍ଯ୍ୟାଳୟ ସ୍ଥାପନ ଦାବି

ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍ ପାଳକ ସଂଘର କମ୍ୟୁନିଟି ହଲ୍‌ରେ ମଙ୍ଗଳବାର ଦାରିଙ୍ଗବାଡ଼ି ମିଳିତ ମଞ୍ଚ ଗଠନ ଓ କର୍ମକର୍ତ୍ତା ଚୟନ…

ସିଡିପିଓଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି ନେଇ ଅଙ୍ଗନୱାଡି ସଂଘର ଅନଶନ ଆରମ୍ଭ

ଗୁଣପୁର, ୨୫।୮ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁରରେ ବିଭିନ୍ନ ଦାବି ନେଇ ଅଙ୍ଗନୱାଡି କର୍ମୀ ଓ ସହାୟିକାମାନେ ମଙ୍ଗଳବାରଠାରୁ ଅନଶନ ଆରମ୍ଭ କରିଛନ୍ତି। ଅନଶନ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri