Posted inଜାତୀୟ

ରିକ୍ସା ଚାଳକଙ୍କ ଘରେ ତଳେ ବସି ଭୋଜନ କଲେ ସ୍ବରାଷ୍ଟମନ୍ତ୍ରୀ

କୋଲକାତା,୭।୪: ବିଧାନସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗ ଏବେ ସରଗରମ ରହିଛି। ଚତୃର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଭାଜପା ପକ୍ଷରୁ ପ୍ରଚାରକୁ ଜୋରଦାର କରାଯାଇଛି। ପ୍ରଚାର ପାଇଁ ଭାଜପାର ଚାଣକ୍ୟ ତଥା ଖୋଦ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଇଦାନକୁ ଓହ୍ଲାଇଛନ୍ତି। ବୁଧବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗର ୪ଟି ସ୍ଥାନ ସିଙ୍ଗୁର, ଡୋମଜୁର, ହାଓ୍ବଡା ଓ ବେହାଲା ପୂର୍ବାରେ ରୋଡ ଶୋ’ କରିଥିଲେ। ହାଓ୍ବଡା ଜିଲାର ଡୋମଜୁରରେ ରୋଡ ଶୋ’ କରୁଥିବା ସମୟରେ ଭାଜପା ସମର୍ଥକ ତଥା ଜଣେ ରିକ୍ସା ଚାଳକ ଘରେ ପହଞ୍ଚି ଅମିତ ଶାହ ଭୋଜନ କରିଥିବା ଦେଖିବାକୁ ମିଳିଛି। ଏହି ସମୟରେ ଦଳର ଅନ୍ୟ କର୍ମକର୍ତ୍ତା ଓ ଡୋମଜୁର ବିଧାନସଭା ଆସନର ଭାଜପା ପ୍ରାର୍ଥୀ ରାଜୀବ ବାନାର୍ଜୀ ମଧ୍ୟ ସାମିଲ ଥିଲେ। ଶାହ ତଳେ ବସି ପାରମ୍ପାରିକ ଅନ୍ଦାଜରେ ଭୋଜନ କରୁଥିବା ନଜର ଆସିଛନ୍ତି। ଭୋଜନ କରୁଥିବା ସମୟର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହା ପୂର୍ବରୁ ଅନେକଥର ଭାଜପା କର୍ମକର୍ତ୍ତା ଓ ଅନ୍ୟ ଲୋକଙ୍କ ଘରେ ଶାହା ଭୋଜନ କରୁଥିବାର ନଜିର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଲଓସି ନିକଟରେ ପାକ୍‌ ସେନା

ଶ୍ରୀନଗର,୫।୯: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଯିବା ପରେ ବିଚଳିତ ହୋଇପଡ଼ିଥିବା ପାକିସ୍ତାନ ଭାରତ ବିରୋଧରେ ପ୍ରତ୍ୟକ୍ଷ ଭାବେ କିଛି କରି ପାରୁ ନ ଥିବା ବେଳେ...

ଅକ୍ସଫୋର୍ଡ ଡିକ୍ସନାରିରେ ‘ଆଧାର’

ନୂଆଦିଲ୍ଲୀ,୨୫ା୧: ଅକ୍ସଫୋର୍ଡ ଡିକ୍‌ସନାରିରେ ‘ଆଧାର’ ଶବ୍ଦ ସ୍ଥାନ ପାଇଛି। ଏହାର ଦଶମ ସଂସ୍କରଣରେ ଆହୁରି ୨୫ଟି ଭାରତୀୟ ଶବ୍ଦକୁ ସାମିଲ କରାଯାଇଛି। ଅକ୍ସଫୋର୍ଡ ଆଡଭାନ୍ସଡ ଲର୍ନର...

ଗୈରସୈଣ ଉତ୍ତରାଖଣ୍ଡର ଦ୍ୱିତୀୟ ରାଜଧାନୀ

ଡେରାଡୁନ୍‌,୯ା୬(ପି.ଟି.): ଚାମୋଲି ଜିଲାର ଗୈରସୈଣକୁ ଉତ୍ତରାଖଣ୍ଡର ଗ୍ରୀଷ୍ମକାଳୀନ ରାଜଧାନୀ ଭାବେ ସୋମବାର ଘୋଷଣା କରାଯାଇଛି। ପ୍ରଶାସନ ପାଇଁ ଏହାକୁ ଏକ ଆଦର୍ଶ ସ୍ଥାନ ଭାବେ ବିକଶିତ...

ବିପର୍ଯ୍ୟୟ ସମୟରେ କାନ୍ଦିବା ଭାରତର ଲକ୍ଷଣ ନୁହେଁ, କରୋନା ଦେଶପାଇଁ ଏକ ସୁଯୋଗ: ମୋଦି

ନୂଆଦିଲ୍ଲୀ,୧୮।୬: ଆତ୍ମନିର୍ଭରଶୀଳ ଭାରତ ଅଭିଯାନକୁ ନେଇ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଣିଜି୍ୟକ କ୍ଷେତ୍ର ପାଇଁ ୪୧ କୋଇଲା ଖଣିର ନିଲାମ ପ୍ରକ୍ରିୟା ଆରମ୍ଭ କରିଛନ୍ତି।...

୪୪ ଡିଗ୍ରୀ ତାପମାତ୍ରାରେ ସିଝୁଛି ରାଜଧାନୀ

ନୂଆଦିଲ୍ଲୀ,୨୪।୫: ରାଜଧାନୀ ଦିଲ୍ଲୀର ତାପମାତ୍ରା ଏବେ ୪୪ ଡିଗ୍ରୀ ଉପରେ ରହୁଥିବା ବେଳେ ସାଧାରଣ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇ ପଡିଛି। ଗୋଟିଏ ପଟେ କରୋନା ସଂକ୍ରମଣ...

୬୯ ହଜାର କୋଟିର ଦେଶଭକ୍ତି ବଜେଟ: ସ୍ବାସ୍ଥ୍ୟ ପାଇଁ ୯୯୩୪ କୋଟି

ନୂଆଦିଲ୍ଲୀ,୯।୩: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ସରକାର ପକ୍ଷରୁ ୬୯ ହଜାର କୋଟି ଟଙ୍କାର ଦେଶଭକ୍ତି ବଜେଟ ମଙ୍ଗଳବାର ଘୋଷଣା କରାଯାଇଛି। ଦିଲ୍ଲୀ ଅର୍ଥମନ୍ତ୍ରୀ ମନିଶ ସିସୋଦିଆ...

୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୭୫ ପୋଲିସକର୍ମୀ କରୋନା ପଜିଟିଭ୍‌

ମୁମ୍ବାଇ, ୨୭।୫: ଦେଶରେ ଲଗାତାର କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ୬୩୮୭ଟି ମାମଲା ସାମ୍ନାକୁ ଆସିଥିବାବେଳେ ୧୭୦ ଜଣଙ୍କ...

ସିଏଏକୁ ନେଇ ଭାରତ ବନ୍ଦ: ପଶ୍ଚିମବଙ୍ଗରେ ହିଂସା; ୨ ମୃତ

କୋଲକାତା,୨୯।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଏବଂ ରାଷ୍ଟ୍ରୀୟ ନାଗରିକତ୍ୱ ପଞ୍ଜିକା(ଏନ୍‌ଆର୍‌ସି)କୁ ନେଇ ହୋଇଥିବା ଭାରତବନ୍ଦରେ ପଶ୍ଚିମବଙ୍ଗରେ ହିଂସାକାଣ୍ଡ ଘଟିଛି। ସ୍ଥାନୀୟ ମୁର୍ଶିଦାବାଦ୍‌ରେ ଭାରତବନ୍ଦ ହିଂସାରେ ୨...

Advertisement

BGU

Archives

Model This Week

Why Dharitri