Posted inଫୁରସତ

ସତ ହୋଇଗଲା ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ? ୧୦୦୦ରୁ ଅଧିକ ଭୂକମ୍ପରେ ଥରିଲା ମାଟି, ସମୁଦ୍ରରେ…

ଟୋକିଓ, ୫।୭: ଜାପାନର ପ୍ରଖ୍ୟାତ ମାଙ୍ଗା କଳାକାର ରିୟୋ ତାତସୁକିଙ୍କ ଦ୍ୱାରା କରାଯାଇଥିବା ଏକ ଭବିଷ୍ୟବାଣୀ ଏବେ ଆତଙ୍କ ସୃଷ୍ଟି କରିଛି। ତାଙ୍କର ୨୦୨୧ ମାଙ୍ଗା “ଦ ଫ୍ୟୁଚର ଆଇ ସ’”ରେ ସେ ଜୁଲାଇ ୫, ୨୦୨୫ରେ ଜାପାନରେ ଏକ ବିନାଶକାରୀ ପ୍ରାକୃତିକ ବିପର୍ଯ୍ୟୟ ଘଟିବ ବୋଲି ଭବିଷ୍ୟବାଣୀ କରିଥିଲେ। ଏହି ଭବିଷ୍ୟବାଣୀ ଅନୁଯାୟୀ, ଜାପାନ ଓ ଫିଲିପାଇନ୍ସ ମଧ୍ୟରେ ସମୁଦ୍ର ତଳେ ଏକ ଫାଟ ସୃଷ୍ଟି ହେବ, ଯାହା ୨୦୧୧ ସୁନାମୀ ଅପେକ୍ଷା ତିନି ଗୁଣ ବଡ଼ ଜୁଆର ସୃଷ୍ଟି କରିବ। ଏହି ଭବିଷ୍ୟବାଣୀକୁ “ଜାପାନର ବାବା ଭେଙ୍ଗା” ଭବିଷ୍ୟବାଣୀ କରିଥିଲେ।

ଜୁଲାଇ ୩ରେ ଜାପାନର ଟୋକାରା ଦ୍ୱୀପପୁଞ୍ଜରେ ୫.୫ ମାତ୍ରାର ଏକ ଭୂକମ୍ପ ହେବା ପରେ ଏହି ଆତଙ୍କ ଆହୁରି ବଢିଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଟୋକିଓଠାରୁ ପ୍ରାୟ ୧୨୦୦ କିଲୋମିଟର ଦୂର କାଗୋଶିମା ପ୍ରିଫେକ୍ଚରର ଟୋକାରା ଦ୍ୱୀପ ନିକଟରେ ଥିଲା। ଜାପାନ ମେଟେଓରୋଲୋଜିକାଲ ଏଜେନ୍ସି (JMA) ଅନୁଯାୟୀ, ଏହି ଭୂକମ୍ପ ଅକୁସେକି ଦ୍ୱୀପରେ ୬-ଲୋୟର ତୀବ୍ରତା ସୃଷ୍ଟି କରିଥିଲା, କିନ୍ତୁ ସୁନାମୀ ଚେତାବନୀ ଜାରି ହୋଇନଥିଲା। ଗତ ଜୁନ ୨୧ ତାରିଖରୁ ଏହି ଅଞ୍ଚଳରେ ୯୦୦ରୁ ଅଧିକ କମ୍ପନ ରେକର୍ଡ ହୋଇଛି, ଯାହା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ବାଇଛି।

ଏହି ଭବିଷ୍ୟବାଣୀ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଫଳରେ ହଂକଂ, ତାଇୱାନ, ଚୀନ ଓ ଦକ୍ଷିଣ କୋରିଆରୁ ଅନେକ ପର୍ଯ୍ୟଟକ ଜାପାନ ଯାତ୍ରା ବାତିଲ କରୁଛନ୍ତି। ନୋମୁରା ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଅନୁଯାୟୀ, ଏହା ଜାପାନର ପର୍ଯ୍ୟଟନ ଶିଳ୍ପକୁ ପ୍ରାୟ ୫୬୦ ବିଲିୟନ ଇୟେନ (୩.୯ ବିଲିୟନ ଡଲାର) କ୍ଷତି ଘଟାଇପାରେ।

ତେବେ, ଜାପାନ ମେଟେଓରୋଲୋଜିକାଲ ଏଜେନ୍ସି ଏହି ଭବିଷ୍ୟବାଣୀକୁ ଏକ ଗୁଜବ ବୋଲି କହି ଖଣ୍ଡନ କରିଛି। ଏଜେନ୍ସିର ଜଣେ ଅଧିକାରୀ କହିଛନ୍ତି, “ବର୍ତ୍ତମାନର ବିଜ୍ଞାନ ଓ ପ୍ରଯୁକ୍ତି ସହାୟତାରେ ଭୂକମ୍ପର ସଠିକ ସମୟ ଓ ସ୍ଥାନ ଭବିଷ୍ୟବାଣୀ କରିବା ସମ୍ଭବ ନୁହେ।” ରିୟୋ ତାତସୁକି ନିଜେ ମଧ୍ୟ ଲୋକଙ୍କୁ ଶାନ୍ତ ରହି ବିଜ୍ଞାନୀଙ୍କ ମତ ଉପରେ ର୍ନିଭର କରିବାକୁ ଅନୁରୋଧ କରିଛନ୍ତି।

ଜାପାନ ସରକାର ଓ ବିଜ୍ଞାନୀମାନେ ଜନସାଧାରଣଙ୍କୁ ଆତଙ୍କିତ ନହେବା ପାଇଁ ଓ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ସର୍ବଦା ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି। ନାଙ୍କାଇ ଟ୍ରଫରେ ଆଗାମୀ ୩୦ ବର୍ଷ ମଧ୍ୟରେ ୭ କିମ୍ବା ତା’ଠାରୁ ଅଧିକ ମାତ୍ରାର ଭୂକମ୍ପ ହେବାର ସମ୍ଭାବନା ୮୨% ରହିଛି ବୋଲି ଏକ ସରକାରୀ ରିପୋର୍ଟରେ ଉଲ୍ଲେଖ ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ସୁନା-ରୁପା ଦରରେ ବଡ଼ ହ୍ରାସ, ୧ ଲକ୍ଷ ପାଖେଇଲା….

ନୂଆଦିଲ୍ଲୀ,୧୩।୧୧: ସୁନା ଓ ରୁପା ଦରରେ ହ୍ରାସ ଜାରି ରହିଛି । ସୁନା ଦରରେ ବଡ଼ ହ୍ରାସ ପରେ ୧୮ କ୍ୟାରେଟ୍‌ ସୁନାର ମୂଲ୍ୟ ମଧ୍ୟ ୧…

ଅଘୋଷିତ ନିର୍ଦ୍ଦେଶ: ଏଣିକି ମହିଳାଙ୍କ ଚିକିତ୍ସା କରିପାରିବେ ନାହିଁ ପୁରୁଷ ଡାକ୍ତର; ଏମରଜେନ୍ସିରେ ଜଣେ ପୁରୁଷ ଅଭିଭାବକଙ୍କ ଉପସ୍ଥିତି ବାଧ୍ୟତାମୂଳକ

କାବୁଲ,୧୩।୧୧: ଆଫଗାନିସ୍ତାନରେ, ତାଲିବାନj ଅଘୋଷିତ କଟକଣା ଯୋଗୁ ମହିଳାମାନଙ୍କ ପାଇଁ ମୌଳିକ ସ୍ବାସ୍ଥ୍ୟସେବା ପାଇବା ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି। ‘ଦି ଗାର୍ଡିଆନ’ (The Guardian) ଏବଂ ‘ଜାନ…

ଦାରିଙ୍ଗବାଡିରେ ପାରଦ ତଳମୁହାଁ: ଛୁଟୁଛି ପର୍ଯ୍ୟଟକଙ୍କ ସୁଅ

ଦାରିଙ୍ଗବାଡି, ୧୩।୧୧ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଗତ ୨ ଦିନ ହେଲା ଶୀତର ପ୍ରକୋପ ବୃଦ୍ଧି ପାଉଛି। ପାରଦ ତଳମୁହାଁ ହୋଇ ଶୁକ୍ରବାର ସକାଳ…

ଦେବାଳୟ ଉପରେ ଦୁର୍ବୃତ୍ତଙ୍କ ଲୋଲୁପଦୃଷ୍ଟି: ମୂଲ୍ୟବାନ ସାମଗ୍ରୀ ଗାଏବ

ଅମରପାଲି,୧୩୧୧(ପୀତାମ୍ବର ସାହୁ):ଦେବଦେବୀଙ୍କ ପୀଠ ଏବେ ଦୁର୍ବୃତ୍ତଙ୍କ ଟାର୍ଗେଟରେ। ରାତିର ଅନ୍ଧାରରେ ମନ୍ଦିରର ତାଲା ଭାଙ୍ଗି କେଉଁଠି ହୁଣ୍ଡି ଲୁଟ ହେଉଛି ତ ଆଉ କେଉଁଠି ବିରଳ ମୂର୍ତ୍ତି,…

ଯୋଡାରେ ଚାଞ୍ଚଲ୍ୟ, ଭଡ଼ା ଘରୁ ଶିକ୍ଷୟିତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କେନ୍ଦୁଝର,୧୩।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ଜିଲା ଯୋଡା ଥାନା ଅନ୍ତର୍ଗତ ଯୋଡା ସହର କଣ୍ଟ୍ରାକ୍ଟର କଲୋନୀରେ ଅଭାବନୀୟ ଘଟଣା । ଏକ ଭଡ଼ା ଘରୁ ଉଦ୍ଧାର…

ରୋହିତ-ଇଶାନଙ୍କ ଭୁଲ ଭାରତକୁ ପଡ଼ିଲା ମହଙ୍ଗା, ବଡ଼ ଫାଇଦା ଉଠାଇଲା ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ, ୧୩।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଚତୁର୍ଥ ମ୍ୟାଚରେ ୱିଲ ୟଙ୍ଗ ଚମତ୍କାର ଶତକୀୟ ପାଳି ଖେଳିଛନ୍ତି। ତେବେ ତାଙ୍କୁ ମାତ୍ର…

ଚାଇନାରେ ପଦାର୍ପଣ କଲା କ୍ରିକେଟ୍‌: WCC ଲିଗ୍‌ର ଶୁଭାରମ୍ଭ, ଆସନ୍ତା ବର୍ଷ…

ବେଜିଂ,୧୩।୧୧:ଚାଇନାରେ କ୍ରିକେଟର ପ୍ରସାର ଓ ଲୋକପ୍ରିୟତା ବଢ଼ାଇବା ଦିଗରେ ଏକ ବଡ଼ ପଦକ୍ଷେପ ନିଆଯାଉଛି। ୱାଲର୍‌ଡ ଚାମ୍ପିୟନସିପ ଅଫ କ୍ରିକେଟ (WCC) ଓ ଡୋଙ୍ଗ୍ୟୁହୁଇ ସ୍ପୋର୍ଟସ (Dongyuehui…

ମାର୍ଗୀ ହେବେ ଶନି: ତୁଳା ସମେତ ୪ ରାଶିଙ୍କର ଆରମ୍ଭ ହେବ ଗୋଲଡେନ୍‌ ସମୟ, ଚାକିରିରୁ ବ୍ୟବସାୟ ଯାଏ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗ୍ରହମାନଙ୍କ ଚଳନରେ ପରିବର୍ତ୍ତନ ମଣିଷ ଜୀବନ ଉପରେ ପ୍ରଭାବ ପକାଇଥାଏ। ଆସନ୍ତା ଡିସେମ୍ବର ୧୧ ତାରିଖ ଶୁକ୍ରବାର ସକାଳ ୫ଟାରେ ଶନିଦେବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?