ଡିକି ଭାଙ୍ଗି ଲୁଟି ନେଲେ ସାଢେ ୩ ଲକ୍ଷ ଟଙ୍କା: ସିସିଟିଭିରେ କଏଦ ହେଲା ଲୁଟର ଦୃଶ୍ୟ

ବଣାଇଁ,୨୪।୪(ପ୍ରଦୀପ ତ୍ରିପାଠୀ): ଜଣେ ଅବସରପ୍ରାପ୍ତ କର୍ମଚାରୀ ପୁଅ ବାହାଘର ପାଇଁ ଟଙ୍କା ରଖିଥିଲେ। ଗୁରୁବାର ବ୍ୟାଙ୍କରେ ରଖିଥିବା ସଞ୍ଚିତ ଟଙ୍କା ବାହାରି କରି ଏକ ବାଇକ୍‌ ଡିକରେ ରଖିଥିଲେ। ହେଲେ ଦୁର୍ବୃତ୍ତମାନେ ସ୍ପଷ୍ଟ ଦିବା ଲୋକରେ ଡିକି ଭାଙ୍ଗି ସାଢେ ଲକ୍ଷ ଟଙ୍କା ଲୁଟି ନେଇଥିବା ଜଣାପଡିଛି। ଏହି ଘଟଣା ଘଟିଛି ବଣାଇଁ ଅଞ୍ଚଳରେ। ଅପରପକ୍ଷେ ବଣାଇଁରେ ସାପ୍ତାହିକ ବଜାର ବସୁଥିବା ସୋମବାର ଏବଂ ଗୁରୁବାରକୁ ଦୁର୍ବୃତ୍ତମାନେ ଟାର୍ଗେଟ କରି ବାରମ୍ବାର ଏଭଳି ଲୁଟ କରୁଛନ୍ତି। ହେଲେ ପୋଲିସ ଲୁଟେରାଙ୍କ ସମ୍ପର୍କରେ କୌଣସି ଟେର ପାଇ ନ ପାରିବା ଘଟଣା ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୂଶୁଢି ପଡିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ମିଳିଥିବା ସୂଚନା ମୁତାବକ, ଅବସରପ୍ରାପ୍ତ କର୍ମଚାରୀ ଟେକ ସୁନ୍ଦର ପ୍ରଧାନ ପୁଅ ବାହାଘର ପାଇଁ ରଖିଥିବା ସଞ୍ଚିତ ଅର୍ଥ ଭାରତୀୟ ଷ୍ଟେଟ ବ୍ୟାଙ୍କ ବଣାଇଁ ଶାଖାରୁ ଉଠାଇବାକୁ ଆସିଥିଲେ । ଟେକ ସୁନ୍ଦରଙ୍କ ଘର ବାରକୋଟ ଥାନା ଅନ୍ତର୍ଗତ ସାଲେଇ ଗ୍ରାମରେ। ଗୁରୁବାର ସେ ପୁଅ ସହ ବାଇକରେ ବଣାଇଁ ଆସିଥିଲେ । ବ୍ୟାଙ୍କରୁ ୪ ଲକ୍ଷ ଟଙ୍କା ଉଠାଇ ନିଜେ ପଚାଶ ହଜାର ରଖିବା ପରେ ବାଇକ୍‌ ଡିକିରେ ଅବଶିଷ୍ଟ ୩ଲକ୍ଷ ପଚାଶ ହଜାର ଟଙ୍କା ରଖିଥିଲେ । ପରେ ବ୍ୟାଙ୍କରୁ ଅନତି ଦୂରରେ ଥିବା ଏକ କପଡ଼ା ଦୋକାନ ସମ୍ମୁଖରେ ବାଇକ ରଖି ଭିତରକୁ ଯାଇଥିଲେ।

ସେତିକିବେଳେ ପୂର୍ବରୁ ଅନୁସରଣ କରୁଥିବା ଦୁର୍ବୃତ୍ତମାନେ ଡିକି ଭାଙ୍ଗି ସାଢେ ୩ଲକ୍ଷ ଟଙ୍କା ଲୁଟି ନେଇ ଏକ ବାଇକ୍‌ ଯୋଗେ ଫେରାର ହୋଇଯାଇଥିଲେ। ଏହି ସଂକ୍ରାନ୍ତରେ ଟେକ ସୁନ୍ଦର ବଣାଇଁ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ଚୋରି ମାମଲା (ନଂ.୧୦୧/୨୫) ରୁଜୁ କରି କପଡ଼ା ଦୋକାନର ସିସି ଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି। ଜୀବନର ସଞ୍ଚିତ ଅର୍ଥ ହରାଇ ଟେକ ସୁନ୍ଦର ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ପୋଲିସ ଘଟଣାର ତଦନ୍ତ କରି ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri