ନ୍ୟାଶନାଲ ପାର୍କ ମାନ୍ୟତା ପାଇଲା ଶିମିଳିପାଳ ଜାତୀୟ ଉଦ୍ୟାନ

କେନ୍ଦୁଝର,୨୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ମୟୂରଭଞ୍ଜ ଜିଲାର ପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟକୁ ଗୁରୁବାରଠାରୁ ଜାତୀୟ ଉଦ୍ୟାନ ମାନ୍ୟତା ମିଳିଛି। ଏହା ଆଜି ପର୍ଯ୍ୟନ୍ତ ଜାତୀୟ ଉଦ୍ୟାନ (ନ୍ୟାଶନାଲ)ର ମାନ୍ୟତା ପାଇ ନ ଥିଲା। ତେବେ ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଚିଠି ନମ୍ବର ୯୫୦୦/୨୪-୪-୨୦୨୫ରେ ଏହାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି କେନ୍ଦୁଝର ଜିଲା ଗସ୍ତରେ ଆସିଥିବା ଜଙ୍ଗଲ, ପରିବେଶ ତଥା ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ ଏନେଇ ସୂଚନା ଦେଇଛନ୍ତି।
ଜାତୀୟ ଉଦ୍ୟାନ ମାନ୍ୟତା ପାଇବା ନେଇ ସମସ୍ତ ପ୍ରକାରର ପ୍ରକ୍ରିୟା ଶେଷ ହୋଇଥିବା ସୂଚନା ମିଳିଛି। ପୂର୍ବରୁ ଏହାର କୋର ଓ ବଫର ଅଞ୍ଚଳରେ ବହୁ ଗ୍ରାମ, ଜମିବାଡ଼ି ଆଦି ରହିଥିଲା। ସେହି ଗ୍ରାମରେ ଲୋକମାନେ ବହୁ ବର୍ଷ ଧରି ଚାଷବାସ କରି ବସବାସ କରିଆସୁଥିଲେ ଏବଂ ବହୁ ଘରୋଇ ଜମିଥିଲା। ସେହିପରି ଶିମିଳିପାଳ ଜଙ୍ଗଲ ଉପରେ ସ୍ଥାନୀୟ ବନବାସୀଙ୍କ ଅଧିକାର ଥିଲା। ସରକାରଙ୍କୁ ସେମାନଙ୍କୁ ସମସ୍ତ ପ୍ରକାରର କ୍ଷତିପୂରଣ ପ୍ରଦାନ କରିବା ସହ ଅନ୍ୟଜଙ୍ଗଲ ଅଞ୍ଚଳରୁ ବାହାର କରି ଅନ୍ୟ ଅଞ୍ଚଳରେ ଥଇଥାନ କରିଛନ୍ତି। ସେହିପରି ଲୋକଙ୍କ ସବୁ ଅଧିକାର ପୂରଣ କରାଯାଇଛି। ଏଣୁ ଏବେ ଏହି ଅଭୟାରଣ୍ୟ ଶିମିଳିପାଳ ଜାତୀୟ ଉଦ୍ୟାନ ଘୋଷଣା ହୋଇଛି। ଏହା ଦ୍ୱାରା ଦେଶ ଓ ବିଦେଶରୁ ବହୁ ପର୍ଯ୍ୟଟକ ଆସିବେ ଏବଂ ଏହା ଦ୍ୱାରା ଉକ୍ତ ଅଞ୍ଚଳର ବିକାଶ ହୋଇ ପାରିବା ସହ ବନ୍ୟପ୍ରାଣୀ, ଜଙ୍ଗଲ ଓ ତଥା ପରିବେଶର ସୁରକ୍ଷା ହୋଇପାରିବ ବୋଲି ମତପ୍ରକାଶ ପାଉଛି।

ଏହାକୁ ଜାତୀୟ ଉଦ୍ୟାନ ର ଘୋଷଣା ପରେ ଏହା ଭାରତର ୧୦୭ ଓ ଓଡିଶାର ୨ ନମ୍ବର ଜାତୀୟ ପାର୍କ ହୋଇଛି। ଆଜି ଠାରୁ ଏହା ଶିମିଳିପାଳ ଜାତୀୟ ଉଦ୍ୟାନ ବା ନ୍ୟାଶନାଲ ପାର୍କ ଭାବରେ ପରିଗଣିତ ହୋଇଛି ବୋଲି ଜଙ୍ଗଲ  ମନ୍ତ୍ରୀ ଗଣେଶରାମ କହିଛନ୍ତି। କେନ୍ଦୁଝର ଜିଲା ଗସ୍ତରେ ଆସିଥିବା ବେଳେ ଏହି ସୂଚନା ଦେଇଛନ୍ତି। ଏହା ଦ୍ୱାରା ସ୍ବତନ୍ତ୍ର ବଜେଟ କେନ୍ଦ୍ରରୁ ମିଳିବ। ସେହିପରି ବନ୍ୟପ୍ରାଣୀ ଓ ଜଙ୍ଗଲର ଅଧିକ ସୁରକ୍ଷା ହୋଇ ପାରିବ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଶିମିଳିପାଳ ସଂରକ୍ଷିତ ଜଙ୍ଗଲର ପରିସୀମା ୨୭୫୦ ବର୍ଗ କିଲୋମିଟର ରହିଥିବା ବେଳେ ସେଥିରୁ ୮୪୫.୭୦ ବର୍ଗ କିଲୋମିଟରକୁ ଘୋଷଣା କରାଯାଇଛି। ଏହା ବହୁ ଆଗରୁ ପେଣ୍ଡିଂ ଥିଲା ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।
୮୪୫.୭୦ବର୍ଗ କିଲୋମିଟର (୮୪୫୭୦ ହେକ୍ଟର) ପରିମିତ ଶିମିଳିପାଳ ଜାତୀୟ ଉଦ୍ୟାନ ଅଧିନରେ ଶିମିଳିପାଳ ସାଉଥ ବନ୍ୟପ୍ରାଣୀ ଡିଭିଜନ ଓ ଶିମିଳିପାଳ ନର୍ଥ ବନ୍ୟପ୍ରାଣୀ ଡିଭିଜନ ରହିଛି। ଏହା ମଧ୍ୟରେ ଶିମିଳିପାଳ ସଂରକ୍ଷିତ ଜଙ୍ଗଲ ରହିଛି।
ଶିମିଳିପାଳ ସାଉଥ ବନ୍ୟପ୍ରାଣୀ ଡିଭିଜନ ଅଧୀନରେ ପିଠାବଟା ଉତ୍ତର ବନ୍ୟପ୍ରାଣୀ ରେଞ୍ଜ, ଦକ୍ଷିଣ ବନ୍ୟପ୍ରାଣୀ ରେଞ୍ଜ, ନାଓାନ ବନ୍ୟପ୍ରାଣୀ ରେଞ୍ଜ, ଜେନାବିଲ ବନ୍ୟପ୍ରାଣୀ ରେଞ୍ଜ, ନ୍ୟାଶନାଲ ପାର୍କ ବନ୍ୟପ୍ରାଣୀ ରେଞ୍ଜ, ୟୁବିକେ ବନ୍ୟପ୍ରାଣୀ ରେଞ୍ଜ ଓ ଭଞ୍ଜବସା ବନ୍ୟପ୍ରାଣୀ ରେଞ୍ଜ ରହିଛି। ଶିମିଳିପାଳ ନର୍ଥ ବନ୍ୟପ୍ରାଣୀ ଡିଭିଜନ ଅଧିନରେ ବରେହିପାଣି ବନୟପ୍ରାଣୀ ରେଞ୍ଜ, ଚହଲା ବନ୍ୟପ୍ରାଣୀ ରେଞ୍ଜ, ନଓାନା ନର୍ଥ ବନ୍ୟପ୍ରାଣୀ ରେଞ୍ଜ, ତଳବନ୍ଧ ବନ୍ୟପ୍ରାଣୀ ରେଞ୍ଜ ରହିଥିବା ସୂଚନା ମିଳିଛି।

ଏଠାରେ ସୂଚନାଯୋଗ୍ୟ ଯେ, ଶିମିଳିପାଳରେ ରହିଛି ମହାବଳ ବାଘ ସମେତ ବହୁ ଜାତିପ୍ରଜାତିର ବନ୍ୟପ୍ରାଣୀ ଜୀବଜନ୍ତୁ। ସେହିପରି ବିଭିନ୍ନ ପ୍ରକାରର ବୃକ୍ଷଲତା, ଜଡିବୁଟି ରହିଛି। ପ୍ରତ୍ୟେକ ବର୍ଷ ବହୁ ପର୍ଯ୍ୟଟକ ଏଠାକୁ ବୁଲିଆସିବା ସହ ଗବେଷକମାନେ ଆସି ଗବେଷଣା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କ୍ରବ୍‌ ଟାଇଫସ୍‌କୁ ନେଇ ଏମିତି କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯/୯: ରାଜ୍ୟର କେତେକ ଅଞ୍ଚଳରେ ସ୍କ୍ରବ୍‌ ଟାଇଫସ୍‌କୁ ନେଇ ଚିନ୍ତା ପ୍ରକାଶ ପାଉଥିବା ବେଳେ ଲୋକଙ୍କୁ ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡା.…

ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆ ମୃତ, ଦୁଃଖ ପ୍ରକାଶ କରି ନବୀନ କହିଲେ…

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆଙ୍କ ମୃତ୍ୟୁ ଘଟିଥିବା ନେଇ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ନବୀନ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ…

ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶରେ ୭ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଏନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇ…

‘ସଚେତନତା ବଢ଼ିଲେ ରୋକି ହେବ ଏଡ୍‌ସ ମହାମାରୀ’

ଭଞ୍ଜନଗର,୧୯ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶନିବାର ଏଡ୍‌ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌)…

ବଡ଼ ଦୁର୍ଘଟଣା: ବାଗଳାମୁଖୀରୁ ଫେରୁଥିବା ବେଳେ ନାଳରେ ଭାସିଯାଇ ୭ ଓଡ଼ିଆ ଶ୍ରଦ୍ଧାଳୁଙ୍କ ସମେତ ୮ମୃତ

ଇନ୍ଦୋର,୧୯।୯: ମଧ୍ୟପ୍ରଦେଶର ନାଲଖେଡା ସ୍ଥିତ ମା’ ବଗଳାମୁଖୀ ମନ୍ଦିର ନିକଟରେ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ କାରକୁ ଏକ ନାଳ ଭସାଇ ନେଇଥିଲା। ଏହି ଘଟଣାରେ କାରରେ…

ପ୍ରେମୀଯୁଗଳଙ୍କୁ ଗଛରେ ବାନ୍ଧି ମାଡ଼: ଲୁଚିକି ମହିଳାଙ୍କ ଘରକୁ ଆସିଥିବାବେଳେ ଘଟିଲା…

ବାରିପଦା/ ଝାରପୋଖରିଆ,୧୯ା୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ/ସୁଧୀର କୁମାର ମହାନ୍ତ):ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଞ୍ଚଳରେ ପ୍ରେମ ସମ୍ପର୍କରୁ ନେଇ ଏକ ଅଶୋଭନୀୟ ଘଟଣା ଘଟିଛି। ଜଣେ ବିବାହିତା…

ଦିଲ୍ଲୀ ଗଣବଳାତ୍କାରକୁ ନେଇ ବର୍ଷିଲେ ରାହୁଲ-ପ୍ରିୟଙ୍କା, ପୋଲିସକୁ ଟାର୍ଗେଟ୍‌ କରି କହିଲେ ପ୍ରତିଦିନ…

ନୂଆଦିଲ୍ଲୀ,୧୯ା୯: ଦିଲ୍ଲୀର ସ୍ବରୂପ ନଗରରେ ଜଣେ ନାବାଳିକାଙ୍କୁ ପ୍ରଥମେ ବଳାତ୍କାର ଏବଂ ପରେ ନିର୍ମମ ଭାବରେ ହତ୍ୟା କରାଯାଇଛି। ଏହି ମାମଲାରେ ପୋଲିସ ୧୯ ବର୍ଷୀୟ ଯୁବକ…

ବିଶ୍ୱକର୍ମା ପୂଜା ମଣ୍ଡପରେ ଛତ୍ରପୁର ବିଧାୟକ

ଛତ୍ରପୁର, ୧୮।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁରସ୍ଥିତ ବିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟ ପରିସରରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମହାଆଡ଼ମ୍ବରରେ ଦେବଶିଳ୍ପୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?