ଦହଗଞ୍ଜ ହେଉଛନ୍ତି ଦିବ୍ୟାଙ୍ଗ

ପରଜଙ୍ଗ, ୨୦।୩ (ନିଗମାନନ୍ଦ ଦଳବେହେରା) କାହାର ଗୋଡ଼ ତ ଆଉ କାହାର ଅଚଳ ହୋଇଯାଇଛି ହାତ। କିଏ ଦୃଷ୍ଟିଶକ୍ତି ହରାଇଛନ୍ତି ତ ଆଉ କିଏ ଜନ୍ମରୁ ମାନସିକ ରୋଗୀ। ଏମାନେ ସବୁ ଦିବ୍ୟାଙ୍ଗ ବୋଲି ସ୍ବୀକାର କରିଛନ୍ତି ସରକାର। ଭିନ୍ନକ୍ଷମ ତାଲିକାରେ ସାମିଲ ହୋଇଛି ସେମାନଙ୍କ ନାମ। ମିଳିଛି ପରିଚୟ ପତ୍ର। ତେବେ ନଥିପତ୍ରରେ ଦିବ୍ୟାଙ୍ଗ ବୋଲି ମାନ୍ୟତା ସିନା ଦିଆଯାଇଛି, ହେଲେ ମିଳୁଛି ଭତ୍ତା ନା କୌଣସି ସରକାରୀ ସହାୟତା। ପ୍ରମାଣପତ୍ର ଧରାଇଦେଇ ପ୍ରଶାସନିକ ଅଧିକାରୀ ନିଜର ଦାୟିତ୍ୱ ଖସାଇ ଦେଇଥିବାବେଳେ ଏ କାର୍ଯ୍ୟାଳୟରୁ ସେ କାର୍ଯ୍ୟାଳୟକୁ ଧାଇଁ ଧାଇଁ ଦହଗଞ୍ଜ ହେଉଛନ୍ତି ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକର ବହୁ ଦିବ୍ୟାଙ୍ଗ।
ପରଜଙ୍ଗ ବ୍ଲକ କୁମୁସୀ ପଞ୍ଚାୟତ ବସନ୍ତପଡ଼ା ଗ୍ରାମର ସୁଦର୍ଶନ ବିଶ୍ୱାଳଙ୍କ ସ୍ତ୍ରୀ ପଞ୍ଚାଳି ବିଶ୍ୱାଳ। ବୟସ ୫୦ ପାର୍‌ କଲାଣି। ରୋଗଗ୍ରସ୍ତ ହୋଇଯିବା ପରେ ତାଙ୍କର ୨ ହାତ ଅଚଳ ହୋଇଯାଇଛି। ଡାକ୍ତରୀ ପରୀକ୍ଷା ପରେ ସରକାରଙ୍କ ପକ୍ଷରୁ ୫୦% ଦିବ୍ୟାଙ୍ଗ ବୋଲି ପରିଚୟପତ୍ର ମିଳିଛି। ସ୍ତ୍ରୀଙ୍କ ରୋଗ ଚିକିତ୍ସାରେ ସର୍ବସ୍ବ ହରାଇ ସାରିଥିବା ସୁଦର୍ଶନ ଗୁଜୁରାଣ ମେଣ୍ଟାଇବା ପାଇଁ ଏକମାତ୍ର ପୁଅ ସହ ଦାଦନ ଖଟୁଛନ୍ତି। ଅନ୍ୟପଟେ ଦଦରା ଛପର ଘରେ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି ପାଞ୍ଚାଳି। ଭତ୍ତା ମଞ୍ଜୁର ପାଇଁ ନିକଟ ସମ୍ପର୍କୀୟ ଲୋକେ ବ୍ଲକ କାର୍ଯ୍ୟାଳୟଠାରୁ ଜିଲା ପ୍ରଶାସନ ଯାଏ ଦୌଡ଼ି ଦୌଡ଼ି ନୟାନ୍ତ ହୋଇସାରିଲେଣି। ତଥାପି ଭତ୍ତା ମିଳୁ ନ ଥିବା ଅଭିଯୋଗ କରିଛନ୍ତି ପାଞ୍ଚାଳି।


ଗ୍ରାମର ନରୋତ୍ତମ ସାହୁଙ୍କ ୨୯ ବର୍ଷୀୟ ପୁଅ ବିଘ୍ନଙ୍କ ଅବସ୍ଥା ମଧ୍ୟ ସମାନ। ଜନ୍ମରୁ ମାନସିକ ଅନଗ୍ରସର ବିଘ୍ନ। ସ୍ତ୍ରୀ ଏବଂ ୩ବର୍ଷର ପୁଅଙ୍କୁ ନେଇ ତାଙ୍କ ପରିବାର। କାମ କରିବାକୁ ସକ୍ଷମ ନ ଥିବାରୁ ବାପାଙ୍କ ରୋଜଗାର ଉପରେ ନିର୍ଭର କରନ୍ତି ତିନି ପ୍ରାଣୀ। ନରୋତ୍ତମ ଜଣେ ରାଜମିସ୍ତ୍ରି। ସୀମିତ ସମ୍ବଳରେ ପୁଅ, ବୋହୂ ଏବଂ ନାତିଙ୍କ ବୋଝ ଉଠାଇବା ତାଙ୍କ ପକ୍ଷେ ସମ୍ଭବପର ହେଉନାହିଁ। ବିଘ୍ନଙ୍କୁ ୮୦% ଦିବ୍ୟାଙ୍ଗ ବୋଲି ପ୍ରମାଣପତ୍ର ମିଳିଥିଲେ ମଧ୍ୟ ଏଯାଏ ଭତ୍ତା ମଞ୍ଜୁର ହୋଇ ନ ଥିବା ଅଭିଯୋଗ କରିଛନ୍ତି ବାପା ନରୋତ୍ତମ।
ଦିବ୍ୟାଙ୍ଗ ହୋଇ ସରକାରୀ ଯୋଜନାରୁ ବଞ୍ଚତ୍ତ ହୋଇଥିବା ଗ୍ରାମର ଅନ୍ୟ ଜଣେ ହେଲେ ଦୁଷ୍ମନ୍ତ ବିଶ୍ୱାଳ (୩୪)। ଜନ୍ମରୁ ଦୁଷ୍ମନ୍ତଙ୍କ ଗୋଟିଏ ଗୋଡ଼ ଅଚଳ। ଦୀର୍ଘଦିନ ହେଲା ବାପାଙ୍କୁ ହରାଇଛନ୍ତି। ବିଧବା ମା’ ଅତର ବିଶ୍ୱାଳଙ୍କୁ ମିଳୁଥିବା ଭତ୍ତା ଟଙ୍କାରେ ଦୁଇ ପ୍ରାଣୀ ବଡ଼ କଷ୍ଟରେ ଚଳୁଛନ୍ତି। ଦୁଷ୍ମନ୍ତଙ୍କୁ ୨୦୦୬ରୁ ଦିବ୍ୟାଙ୍ଗ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ସେ ୫୦% ଶାରୀରିକ ଭିନ୍ନକ୍ଷମ ବୋଲି ଏଥିରେ ସ୍ପଷ୍ଟ ଭାବେ ଦର୍ଶାଯାଇଛି। ପୁଅର ଭତ୍ତା ପାଇଁ ଦୀର୍ଘ ୧୫ ବର୍ଷ ହେଲା ଦୌଡୁଥିଲେ ବି ତାଙ୍କ ଦୁଃଖ କେହି ଶୁଣୁ ନ ଥିବା ଅତର କୋହଭରା କଣ୍ଠରେ କହିଛନ୍ତି।
ଏ ସଂକ୍ରାନ୍ତରେ ବିଡିଓ ବସନ୍ତ କୁମାର ମଲ୍ଲିକ କୁହନ୍ତି, ଅଭିଯୋଗ ସମ୍ପର୍କରେ ସେ ଅବଗତ ଅଛନ୍ତି। ସମ୍ପୃକ୍ତ ଦିବ୍ୟାଙ୍ଗଙ୍କ ସମସ୍ୟା ସମାଧାନ ଲାଗି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି।
ଅପେକ୍ଷାରେ ୫୦୦୦ରୁ ଊର୍ଦ୍ଧ୍ୱ ଆଶାୟୀ
ପରଜଙ୍ଗ ବ୍ଲକରେ ମୋଟ ୧୭,୯୬୮ ହିତାଧିକାରୀ ବିଭିନ୍ନ ଯୋଜନାରେ ଭତ୍ତା ପାଉଛନ୍ତି। ମଧୁବାବୁ ପେନ୍‌ସନ୍‌ ଯୋଜନା (ଏମ୍‌ବିପିଓ୍ବାଇ)ରେ ୧୦, ୮୮୦, ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ଯୋଜନା (ଆଇଜିଏନ୍‌ଓଏପିଏସ୍‌)ରେ ୪,୮୯୭, ଇନ୍ଦିରା ଗାନ୍ଧୀ ଜାତୀୟ ବିଧବା ଭତ୍ତା ଯୋଜନା (ଆଇଜିଏନ୍‌ଡବ୍ଲୁପିଏସ୍‌)ରେ ୧,୮୮୫, ଇନ୍ଦିରା ଗାନ୍ଧୀ ଜାତୀୟ ଦିବ୍ୟାଙ୍ଗ ଭତ୍ତା ଯୋଜନା (ଆଇଜିଏନ୍‌ଡିପିଏସ୍‌)ରେ ୩୦୬ ଜଣଙ୍କୁ ସାମିଲ କରାଯାଇଛି। ଅଦ୍ୟାବଧି ୫ ହଜାରରୁ ଊଦ୍ଧର୍‌ବ ଯୋଗ୍ୟ ହିତାଧିକାରୀ ଭତ୍ତା ଅପେକ୍ଷାରେ ଅଛନ୍ତି। ୪ବର୍ଷ ହେଲା ସରକାର ଆଲର୍ଟମେଣ୍ଟ ଦେଇନାହାନ୍ତି। ଭତ୍ତା ପାଉଥିବା ହିତାଧିକାରୀଙ୍କ ମୃତ୍ୟୁ ଘଟିଲେ, ତାଙ୍କ ନାମକୁ ତାଲିକାରୁ ବାଦ୍‌ଦେଇ ନୂତନ ହିତାଧିକାରୀଙ୍କୁ ସାମିଲ କରାଯାଉଥିବା ବ୍ଲକ ଅଧ୍ୟକ୍ଷ ଅକ୍ଷୟ ବେହେରା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

ନଦୀକୁ ଡେଇଁ କରୁଥିଲେ ରିଲସ, ପାଣିରେ ବୁଡ଼ି ଯୁବକ….

ଭଦ୍ରକ,୨।୪(ସନାତନ ରାଉତ): ରିଲସ କରିବା ହେଲା କାଳ । ଗୁରୁବାର ଭଦ୍ରକ ପୁରୁଣା ବଜାର ଥାନା ସଂଥିଆ ପୋଲ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ୨ ଯୁବକ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri