ଦହଗଞ୍ଜ ହେଉଛନ୍ତି ଦିବ୍ୟାଙ୍ଗ

ପରଜଙ୍ଗ, ୨୦।୩ (ନିଗମାନନ୍ଦ ଦଳବେହେରା) କାହାର ଗୋଡ଼ ତ ଆଉ କାହାର ଅଚଳ ହୋଇଯାଇଛି ହାତ। କିଏ ଦୃଷ୍ଟିଶକ୍ତି ହରାଇଛନ୍ତି ତ ଆଉ କିଏ ଜନ୍ମରୁ ମାନସିକ ରୋଗୀ। ଏମାନେ ସବୁ ଦିବ୍ୟାଙ୍ଗ ବୋଲି ସ୍ବୀକାର କରିଛନ୍ତି ସରକାର। ଭିନ୍ନକ୍ଷମ ତାଲିକାରେ ସାମିଲ ହୋଇଛି ସେମାନଙ୍କ ନାମ। ମିଳିଛି ପରିଚୟ ପତ୍ର। ତେବେ ନଥିପତ୍ରରେ ଦିବ୍ୟାଙ୍ଗ ବୋଲି ମାନ୍ୟତା ସିନା ଦିଆଯାଇଛି, ହେଲେ ମିଳୁଛି ଭତ୍ତା ନା କୌଣସି ସରକାରୀ ସହାୟତା। ପ୍ରମାଣପତ୍ର ଧରାଇଦେଇ ପ୍ରଶାସନିକ ଅଧିକାରୀ ନିଜର ଦାୟିତ୍ୱ ଖସାଇ ଦେଇଥିବାବେଳେ ଏ କାର୍ଯ୍ୟାଳୟରୁ ସେ କାର୍ଯ୍ୟାଳୟକୁ ଧାଇଁ ଧାଇଁ ଦହଗଞ୍ଜ ହେଉଛନ୍ତି ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକର ବହୁ ଦିବ୍ୟାଙ୍ଗ।
ପରଜଙ୍ଗ ବ୍ଲକ କୁମୁସୀ ପଞ୍ଚାୟତ ବସନ୍ତପଡ଼ା ଗ୍ରାମର ସୁଦର୍ଶନ ବିଶ୍ୱାଳଙ୍କ ସ୍ତ୍ରୀ ପଞ୍ଚାଳି ବିଶ୍ୱାଳ। ବୟସ ୫୦ ପାର୍‌ କଲାଣି। ରୋଗଗ୍ରସ୍ତ ହୋଇଯିବା ପରେ ତାଙ୍କର ୨ ହାତ ଅଚଳ ହୋଇଯାଇଛି। ଡାକ୍ତରୀ ପରୀକ୍ଷା ପରେ ସରକାରଙ୍କ ପକ୍ଷରୁ ୫୦% ଦିବ୍ୟାଙ୍ଗ ବୋଲି ପରିଚୟପତ୍ର ମିଳିଛି। ସ୍ତ୍ରୀଙ୍କ ରୋଗ ଚିକିତ୍ସାରେ ସର୍ବସ୍ବ ହରାଇ ସାରିଥିବା ସୁଦର୍ଶନ ଗୁଜୁରାଣ ମେଣ୍ଟାଇବା ପାଇଁ ଏକମାତ୍ର ପୁଅ ସହ ଦାଦନ ଖଟୁଛନ୍ତି। ଅନ୍ୟପଟେ ଦଦରା ଛପର ଘରେ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି ପାଞ୍ଚାଳି। ଭତ୍ତା ମଞ୍ଜୁର ପାଇଁ ନିକଟ ସମ୍ପର୍କୀୟ ଲୋକେ ବ୍ଲକ କାର୍ଯ୍ୟାଳୟଠାରୁ ଜିଲା ପ୍ରଶାସନ ଯାଏ ଦୌଡ଼ି ଦୌଡ଼ି ନୟାନ୍ତ ହୋଇସାରିଲେଣି। ତଥାପି ଭତ୍ତା ମିଳୁ ନ ଥିବା ଅଭିଯୋଗ କରିଛନ୍ତି ପାଞ୍ଚାଳି।


ଗ୍ରାମର ନରୋତ୍ତମ ସାହୁଙ୍କ ୨୯ ବର୍ଷୀୟ ପୁଅ ବିଘ୍ନଙ୍କ ଅବସ୍ଥା ମଧ୍ୟ ସମାନ। ଜନ୍ମରୁ ମାନସିକ ଅନଗ୍ରସର ବିଘ୍ନ। ସ୍ତ୍ରୀ ଏବଂ ୩ବର୍ଷର ପୁଅଙ୍କୁ ନେଇ ତାଙ୍କ ପରିବାର। କାମ କରିବାକୁ ସକ୍ଷମ ନ ଥିବାରୁ ବାପାଙ୍କ ରୋଜଗାର ଉପରେ ନିର୍ଭର କରନ୍ତି ତିନି ପ୍ରାଣୀ। ନରୋତ୍ତମ ଜଣେ ରାଜମିସ୍ତ୍ରି। ସୀମିତ ସମ୍ବଳରେ ପୁଅ, ବୋହୂ ଏବଂ ନାତିଙ୍କ ବୋଝ ଉଠାଇବା ତାଙ୍କ ପକ୍ଷେ ସମ୍ଭବପର ହେଉନାହିଁ। ବିଘ୍ନଙ୍କୁ ୮୦% ଦିବ୍ୟାଙ୍ଗ ବୋଲି ପ୍ରମାଣପତ୍ର ମିଳିଥିଲେ ମଧ୍ୟ ଏଯାଏ ଭତ୍ତା ମଞ୍ଜୁର ହୋଇ ନ ଥିବା ଅଭିଯୋଗ କରିଛନ୍ତି ବାପା ନରୋତ୍ତମ।
ଦିବ୍ୟାଙ୍ଗ ହୋଇ ସରକାରୀ ଯୋଜନାରୁ ବଞ୍ଚତ୍ତ ହୋଇଥିବା ଗ୍ରାମର ଅନ୍ୟ ଜଣେ ହେଲେ ଦୁଷ୍ମନ୍ତ ବିଶ୍ୱାଳ (୩୪)। ଜନ୍ମରୁ ଦୁଷ୍ମନ୍ତଙ୍କ ଗୋଟିଏ ଗୋଡ଼ ଅଚଳ। ଦୀର୍ଘଦିନ ହେଲା ବାପାଙ୍କୁ ହରାଇଛନ୍ତି। ବିଧବା ମା’ ଅତର ବିଶ୍ୱାଳଙ୍କୁ ମିଳୁଥିବା ଭତ୍ତା ଟଙ୍କାରେ ଦୁଇ ପ୍ରାଣୀ ବଡ଼ କଷ୍ଟରେ ଚଳୁଛନ୍ତି। ଦୁଷ୍ମନ୍ତଙ୍କୁ ୨୦୦୬ରୁ ଦିବ୍ୟାଙ୍ଗ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ସେ ୫୦% ଶାରୀରିକ ଭିନ୍ନକ୍ଷମ ବୋଲି ଏଥିରେ ସ୍ପଷ୍ଟ ଭାବେ ଦର୍ଶାଯାଇଛି। ପୁଅର ଭତ୍ତା ପାଇଁ ଦୀର୍ଘ ୧୫ ବର୍ଷ ହେଲା ଦୌଡୁଥିଲେ ବି ତାଙ୍କ ଦୁଃଖ କେହି ଶୁଣୁ ନ ଥିବା ଅତର କୋହଭରା କଣ୍ଠରେ କହିଛନ୍ତି।
ଏ ସଂକ୍ରାନ୍ତରେ ବିଡିଓ ବସନ୍ତ କୁମାର ମଲ୍ଲିକ କୁହନ୍ତି, ଅଭିଯୋଗ ସମ୍ପର୍କରେ ସେ ଅବଗତ ଅଛନ୍ତି। ସମ୍ପୃକ୍ତ ଦିବ୍ୟାଙ୍ଗଙ୍କ ସମସ୍ୟା ସମାଧାନ ଲାଗି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି।
ଅପେକ୍ଷାରେ ୫୦୦୦ରୁ ଊର୍ଦ୍ଧ୍ୱ ଆଶାୟୀ
ପରଜଙ୍ଗ ବ୍ଲକରେ ମୋଟ ୧୭,୯୬୮ ହିତାଧିକାରୀ ବିଭିନ୍ନ ଯୋଜନାରେ ଭତ୍ତା ପାଉଛନ୍ତି। ମଧୁବାବୁ ପେନ୍‌ସନ୍‌ ଯୋଜନା (ଏମ୍‌ବିପିଓ୍ବାଇ)ରେ ୧୦, ୮୮୦, ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ଯୋଜନା (ଆଇଜିଏନ୍‌ଓଏପିଏସ୍‌)ରେ ୪,୮୯୭, ଇନ୍ଦିରା ଗାନ୍ଧୀ ଜାତୀୟ ବିଧବା ଭତ୍ତା ଯୋଜନା (ଆଇଜିଏନ୍‌ଡବ୍ଲୁପିଏସ୍‌)ରେ ୧,୮୮୫, ଇନ୍ଦିରା ଗାନ୍ଧୀ ଜାତୀୟ ଦିବ୍ୟାଙ୍ଗ ଭତ୍ତା ଯୋଜନା (ଆଇଜିଏନ୍‌ଡିପିଏସ୍‌)ରେ ୩୦୬ ଜଣଙ୍କୁ ସାମିଲ କରାଯାଇଛି। ଅଦ୍ୟାବଧି ୫ ହଜାରରୁ ଊଦ୍ଧର୍‌ବ ଯୋଗ୍ୟ ହିତାଧିକାରୀ ଭତ୍ତା ଅପେକ୍ଷାରେ ଅଛନ୍ତି। ୪ବର୍ଷ ହେଲା ସରକାର ଆଲର୍ଟମେଣ୍ଟ ଦେଇନାହାନ୍ତି। ଭତ୍ତା ପାଉଥିବା ହିତାଧିକାରୀଙ୍କ ମୃତ୍ୟୁ ଘଟିଲେ, ତାଙ୍କ ନାମକୁ ତାଲିକାରୁ ବାଦ୍‌ଦେଇ ନୂତନ ହିତାଧିକାରୀଙ୍କୁ ସାମିଲ କରାଯାଉଥିବା ବ୍ଲକ ଅଧ୍ୟକ୍ଷ ଅକ୍ଷୟ ବେହେରା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋବାଇଲ ଟର୍ଚ୍ଚରେ ରୋଗୀ ଦେଖିଲେ ଡାକ୍ତର: ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ

ନୟାଗଡ଼ ଅଫିସ,୧୫ା୧୨: ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଶୁକ୍ରବାର ସନ୍ଧ୍ୟାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ବିଦ୍ୟୁତ୍‌ କଟିଯାଇଥିବା ବେଳେ ଜଣେ ଡାକ୍ତର ମୋବାଇଲ୍‌...

ପୋଖରୀରେ ବୁଡ଼ି ହାତୀ ଛୁଆ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ: ବଲଣ୍ଡା ଫରେଷ୍ଟ ଗାର୍ଡ ନିଲମ୍ବିତ, କୁଆଁରମୁଣ୍ଡା ରେଞ୍ଜର-ଫରେଷ୍ଟରଙ୍କୁ କାରଣ ଦର୍ଶାଅ ନୋଟିସ୍‌

ସୁନ୍ଦରଗଡ଼/କୁଆଁରମୁଣ୍ଡା,୧୩।୬(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ରାଉରକେଲା ବନଖଣ୍ଡ ଅନ୍ତର୍ଗତ କୁଆଁରମୁଣ୍ଡା ବନ ରେଞ୍ଜ ଅଞ୍ଚଳ ସାନଡୋଲାକୁଦର ଜଙ୍ଗଲରେ ଥିବା ପୋଖରୀରେ ବୁଡ଼ି ଛୁଆ ହାତୀ ମୃତ୍ୟୁ ଘଟଣାରେ...

ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୬.୮ ଡିଗ୍ରୀ

ଜି.ଉଦୟଗିରି,୧୯ା୧୨(ଡି.ଏନ୍‌.ଏ.): ତିନିଦିନ ଧରି ପାରଦ ତଳମୁହାଁ ହେବାରେ ଲାଗିଛି। ଜି. ଉଦୟଗିରି ସହରରେ ଶନିବାର ଓ ରବିବାର ଦୁଇଦିନ ଧରି ପାରଦ ୬.୮ ଡିଗ୍ରୀ ସେଲ୍‌ସିୟସ...

ଲଘୁଚାପ ପ୍ରଭାବ: ୧୨ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୭।୭(ବ୍ୟୁରୋ): ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି। ଉପକୂଳ ଓଡ଼ିଶାରୁ ଆରମ୍ଭ କରି ଉତ୍ତର, ଦକ୍ଷିଣ ଓ ପଶ୍ଚିମ ଓ ପର୍ଯ୍ୟନ୍ତ ସବୁଠି ବର୍ଷା...

ପଞ୍ଜିକାକୁ ନେଇ ବିବାଦ

ପୁରୀ ଅଫିସ, ୧୮ା୪: ଚଳିତ ବର୍ଷ ପୁଣିଥରେ ପଞ୍ଜିକାକୁ ନେଇ ବିବାଦ ଦେଖିବାକୁ ମିଳିଛି। ମୁକ୍ତିମଣ୍ଡପ ପଣ୍ଡିତ ସଭା ଦ୍ୱାରା ସ୍ବୀକୃତ ପଞ୍ଜିକା ବିଶ୍ୱସନୀୟ ନୁହେଁ...

ମଦ ନିଶାରେ ସ୍ତ୍ରୀଙ୍କ ସହ ବଚସା; ରାଗରେ କଅଁଳ ୩ ଛୁଆଙ୍କୁ କୂଅରେ ଫିଙ୍ଗି ହତ୍ୟା କଲେ ବାପା

ଟେନସା/ବଣାଇଁ,୧।୫(ଡି.ଏନ୍‌.ଏ./ସ୍ବ.ପ୍ର.): ମଦ ନିଶାରେ କଅଁଳ ୩ଶିଶୁକୁ କୂଅରେ ଫିଙ୍ଗି ହତ୍ୟା କରିଛି ବାପା। ଶନିବାର ରାତିରେ ସୁନ୍ଦରଗଡ଼ ଜିଲା କୋଇଡା ଥାନା ଅନ୍ତର୍ଗତ କୁଲା ଗ୍ରାମରେ...

ବିଏମ୍‌ସି ମେୟର ଭାବେ ଶପଥ ନେଲେ ସୁଲୋଚନା

ଭୁବନେଶ୍ୱର,୯।୪(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ ମେୟର ଭାବେ ଶନିବାର ଶପଥ ନେଲେ ସୁଲୋଚନା ଦାସ । ବିଏମ୍‌ସି କନ୍‌ଫରେନ୍ସ ହଲ୍‌ରେ ଏହି ଶପଥ ଗ୍ରହଣର କାର୍ଯକ୍ରମ...

ଭାତୃଭାବ ଜାଗ୍ରତ ହେଲେ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ସମ୍ଭବ

ବଲାଙ୍ଗୀର ଅଫିସ/ପୁଇଁତଲା, ୧୧ା୧୨ (ଡି.ଏନ୍‌.ଏ.) ବିଶ୍ୱ ମାନବିକ ଅଧିକାର ଦିବସ ପାଳନ ଅବସରରେ ଗୁରୁବାର ବଲାଙ୍ଗୀର ଜିଲା ପୁଇଁତଲା ବ୍ଲକ ବିଲେଇସର୍ଡା ଜବାହାରଲାଲ ସରକାରୀ ଉଚ୍ଚବିଦ୍ୟାଳୟରେ...

Advertisement
Archives

Model This Week