ରାଖୀରେ ଆତ୍ମୀୟତାର ବାର୍ତ୍ତା ଦେଉଛନ୍ତି ଦିବ୍ୟାଙ୍ଗ

ରାଉରକେଲା,୨୦।୮(ବିପ୍ଳବ ରଞ୍ଜନ ଦାଶ)ରାଉରକେଲାର ଶ୍ରଦ୍ଧା ଶିକ୍ଷାନୁଷ୍ଠାନର ଦିବ୍ୟାଙ୍ଗ ପିଲାଙ୍କ କଳାମତ୍କ ପ୍ରତିଭା ସହରସାରା ଚର୍ଚ୍ଚାର ବିଷୟ ହୋଇଛି। ସପ୍ତାହେ ନୁହେଁ ମାସେ ବ୍ୟାପି ଶିକ୍ଷାନୁଷ୍ଠାନର ଭିନ୍ନକ୍ଷମ ପିଲାମାନେ ନିଜ ପ୍ରତିଭା ବଳରେ ସୂତା, ମାଳି, ଷ୍ଟୋନ ଆଦି ବ୍ୟବହାର କରି ଆକର୍ଷଣୀୟ ରାଖୀ ତିଆରି କରିଛନ୍ତି। ଏହି ଶିକ୍ଷାନୁଷ୍ଠାନରେ ସମୁଦାୟ ୪୫ଜଣ ଦିବ୍ୟାଙ୍ଗ ପିଲା ଅଧ୍ୟୟନରତ। ଏହି ପିଲାମାନେ ଜନ୍ମରୁ ଶାରୀରିକ ଏବଂ ମାନସିକ ସ୍ତରରେ ଦୁର୍ବଳ। ତଥାପି ନିଜ ଅନ୍ତର୍ନିହିତ ପ୍ରତିଭା ବଳରେ ୨୦ରୁ ଊର୍ଦ୍ଧ୍ୱ ଦିବ୍ୟାଙ୍ଗ ସମସ୍ତଙ୍କ ନିକଟକୁ ପହଞ୍ଚତ୍ପାରିଛନ୍ତି। ସେମାନେ କେବଳ ରାଖୀ ତିଆରି କରନ୍ତି ନାହିଁ ବରଂ ସମସ୍ତଙ୍କ ହାତରେ ରାଖୀ ବାନ୍ଧି ଆମତ୍ୀୟତାର ବାର୍ତ୍ତା ଦେଇ ଆସୁଛନ୍ତି।
ଆସନ୍ତା ରାଖୀ ପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି ଦିବ୍ୟାଙ୍ଗ ପିଲାମାନେ ସୁତା, ମାଳି, ଚୁମକୀ, ଅଠା ଓ ରଙ୍ଗବେରଙ୍ଗ କାଗଜ ଆଦି ସାମଗ୍ରୀ ଆଣି ରାଖୀ ତିଆରି କରୁଛନ୍ତି। ଏସବୁ ତିଆରି ପାଇଁ ସେମାନଙ୍କୁ ୫/୭ଦିନ ସମୟ ଲାଗୁଛି। ବର୍ତ୍ତମାନ ପିଲାଙ୍କ ହାତ ତିଆରି ରାଖୀ ସହରର ଦୋକାନ ବଜାରରେ ଉପଲବ୍ଧ। ପ୍ରତ୍ୟେକ ରାଖୀର ମୂଲ୍ୟ ୧୦ରୁ ୪୦ଟଙ୍କା ରହିଛି। ମାତ୍ର ଏହି ଦିବ୍ୟାଙ୍ଗ ଭିନ୍ନକ୍ଷମ ପିଲାମାନଙ୍କ ପ୍ରତିଭାକୁ ଦେଖି ଲୋକେ ଅଧିକ ଦରରେ ରାଖୀ କିଣିବାକୁ ମଧ୍ୟ ପଛାଉ ନାହାନ୍ତି। ସେହିପରି ରାଖୀ ତିଆରି କରି ଅନ୍ୟମାନଙ୍କ ହାତରେ ବାନ୍ଧି ସହରବାସୀଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବା ସେମାନଙ୍କ ମୂଳ ଉଦ୍ଦେଶ୍ୟ। ଏହି ପିଲାମାନେ ଗୀତ, ନୃତ୍ୟ, ଚିତ୍ରାଙ୍କନ ଓ ପାଠ୍ୟକ୍ରମରେ ମଧ୍ୟ କୃତିତ୍ୱ ଲାଭ କରିଛନ୍ତି। ଶିକ୍ଷାନୁଷ୍ଠାନର ଦିବ୍ୟାଙ୍ଗ ପିଲାମାନଙ୍କୁ ସବୁ କ୍ଷେତ୍ରରେ ନିପୁଣ କରିବା ସହ ରାଖୀ ପ୍ରସ୍ତୁତିରେ ମାର୍ଗଦର୍ଶନ ଦେଇଛନ୍ତି ଅନୁଷ୍ଠାନର ଶିକ୍ଷୟିତ୍ରୀ ଅଳୀ ମହାରଣା ଓ ସୁଜାତା ରାଉତ। ପ୍ରକାଶଥାଉକି ଶ୍ରଦ୍ଧା ଶିକ୍ଷାନୁଷ୍ଠାନର ସମସ୍ତ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ସମସ୍ତ ପର୍ବ ପର୍ବାଣୀ ପାଳନ କରନ୍ତି ଏବଂ ପର୍ବପର୍ବାଣୀର ମୂଳ ଉଦ୍ଦେଶ୍ୟକୁ ନିଜ ପ୍ରତିଭା ମାଧ୍ୟମରେ ସର୍ବସମ୍ମୁଖରେ ଉଜାଗର କରନ୍ତି। ପିଲାମାନଙ୍କ ପ୍ରତିଭା ଏବଂ ଦକ୍ଷତା ନିଶ୍ଚିତ ଭାବେ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିବ ବୋଲି ଶିକ୍ଷାନୁଷ୍ଠାନର ପ୍ରୀତି ବାରିକ ଏବଂ ପ୍ରଭାତୀ ପ୍ରଧାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri