କାଶୀପୁରରେ ଝାଡ଼ାବାନ୍ତିମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ରାୟଗଡ଼ା ଅଫିସ,୧୭।୭: ରାୟଗଡ଼ା ଜିଲା କାଶୀପୁର ବ୍ଲକରେ ଝାଡ଼ାବାନ୍ତି ବ୍ୟାପିବା ଯୋଗୁ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ଶନିବାର ଶଙ୍କରଡ଼ା ପଞ୍ଚାୟତ ପଞ୍ଚାଳି ଗ୍ରାମର ଅଗାଧୁ ଗରଡ଼ା(୫୦)ଙ୍କ ମୃତ୍ୟୁ ଘଟିଛି। ଟିକିରି ଉଷାପଡ଼ା ସ୍ଥିତ ଉତ୍କଳ ଆଲୁମିନା ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏହାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଦୂଷିତ କୂଅପାଣିକୁ ପାନୀୟ ଜଳ ରୂପେ ବ୍ୟବହାର, ଅସ୍ବାସ୍ଥ୍ୟକର ପରିବେଶ ଯୋଗୁ ଏପରି ହେଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ଜିଲାପାଳ ସ୍ବଧାଦେବ ସିଂ ଶନିବାର ଟିକିରିସ୍ଥିତ ଝାଡ଼ାବାନ୍ତି ପ୍ରଭାବିତ ଗ୍ରାମ ଗୁଡ଼ିକୁ ବୁଲି ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଛନ୍ତି। ଟିକିରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ସେଠାରେ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରିଥିଲେ। ରୋଗୀଙ୍କୁ ନେବା ଆଣିବା ପାଇଁ ୩ଟି ଆମ୍ବୁଲାନ୍ସ ଥିବାରୁ ରାୟଗଡ଼ାରୁ ଆଉ ଏକ ଆମ୍ବୁଲାନ୍ସ ଟିକିରି ପଠାଇବା ପାଇଁ ଜିଲାପାଳ ସିଡିଏମ୍‌ଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଝାଡ଼ିବାନ୍ତି ପ୍ରଭାବିତ ଅଞ୍ଚଳ ଝୋଡ଼ିଆସାହି ଏବଂ ଦୁଡ଼ୁକାବାହାଲ ଗ୍ରାମକୁ ଯାଇ ମୃତକଙ୍କ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିବା ସହ ଗ୍ରାମବାସୀ ପାନୀୟ ଜଳ ପାଇଁ ବ୍ୟବହାର କରୁଥିବା କୂଅ ବୁଲି ଦେଖିଛନ୍ତି। ଗ୍ରାମରେ ସୌରଚାଳିତ ଡୁଆଲ୍‌ ପମ୍ପକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଭାବିତ ଗ୍ରାମକୁ ତୁରନ୍ତ ବିଶୋଧନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମୃତକଙ୍କ ପରିବାରକୁ ରେଡ୍‌କ୍ରସ୍‌ରୁ ଆର୍ଥିକ ସହାୟତା ପ୍ରଦାନ କରିବା ନିମନ୍ତେ କାଶୀପୁର ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପରେ ଉଷାପଡ଼ା ସ୍ଥିତ ଉତ୍କଳ ଆଲୁମିନା ହସ୍ପିଟାଲକୁ ଯାଇ ଚିକିତ୍ସା ସୁବିଧା ବିଷୟରେ ଡାକ୍ତର ଓ ଉତ୍କଳ ଆଲୁମିନା କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ଆବଶ୍ୟକ ହେଲେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କୁ ଏଠାକୁ ଅଣାଯାଇ ଚିକିତ୍ସା କରାଯିବ। ତେଣୁ ୩୦ ସ୍ବତନ୍ତ୍ର ଶଯ୍ୟା ପ୍ରସ୍ତୁତ ରଖିବାକୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମାଜସେବୀ ଅଜିତଙ୍କ ଅକାଳ ବିୟୋଗ: ଅଞ୍ଚଳରେ ଗଭୀର ଶୋକ

ଗଞ୍ଜାମ,୨୦।୪(ଅନାଥ ତରାଇ): ଗଞ୍ଜାମ ସହର ଓଡ଼ିଆ ଢମଣାସାହି ଅଞ୍ଚଳରେ ଆଜି ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସ୍ଥାନୀୟ ଅଞ୍ଚଳର ଜଣେ ଜଣାଶୁଣା ସମାଜସେବୀ ତଥା ବଜରଙ୍ଗ…

ସିଦ୍ଧେଶ୍ୱର କଲ୍ୟାଣ ମଣ୍ଡପ ବିବାଦ: ପୋଲିସ ଉପସ୍ଥିତିରେ ଦଖଲ କଲା ବ୍ଲକ ପ୍ରଶାସନ, ପଞ୍ଚାୟତକୁ ହସ୍ତାନ୍ତର କରାଗଲା ଚାବି

ଦିଗପହଣ୍ଡି,୨୦।୪(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସିଦ୍ଧେଶ୍ୱର ଗ୍ରାମ ରଘୁନାଥ ମନ୍ଦିର ନିକଟରେ ନବ ନିର୍ମିତ କଲ୍ୟାଣ ମଣ୍ଡପ ଦଖଲକୁ ନେଇ ଦୀର୍ଘ ବର୍ଷ…

ନୈନାରାଣୀ ଓଏଭି ବ୍ଲକ ଟପ୍ପର: ଚାରିଆଡୁ ଶୁଭେଚ୍ଛା

କର୍ଲାମୁଣ୍ଡା,୨୦/୪(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା କର୍ଲାମୁଣ୍ଡା ବ୍ଲକ ରେଗଡାସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ଛାତ୍ରୀ ନୈନାରାଣୀ…

ପାଇନ ଜଙ୍ଗଲରେ ନିଆଁ: ନିଦରେ ଶୋଇଛି ବନ ବିଭାଗ

ଦାରିଙ୍ଗବାଡି, ୨୦।୪ (ଅରୁଣ ସାହୁ):ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗରମ ଗୁଳଗୁଳି ବୃଦ୍ଧି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏହି ସମୟରେ ଜଙ୍ଗଲରେ ନିଆଁ ଲାଗିବାରୁ…

ଆଜି ଆମେରିକା-ଇରାନ ମଧ୍ୟରେ ହେବ ବଡ଼ ଡିଲ୍‌! ଟ୍ରମ୍ପଙ୍କ ଦାବି ପରେ ବିଶ୍ୱରେ ଚହଳ

ଓ୍ବାଶିଂଟନ୍‌,୨୦।୪: ମଧ୍ୟପ୍ରାଚ୍ୟରେ ଅରାଜକତା ମଧ୍ୟରେ, ଆଶ୍ୱସ୍ତିର ଖବର ସାମ୍ନାକୁ ଆସୁଛି। ଇରାନ ଏହାକୁ ଅସ୍ବୀକାର କରିଚାଲିଥିବା ବେଳେ, ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ଦାବି କରିଛନ୍ତି। ଆମେରିକାର ରାଷ୍ଟ୍ରପତି…

ସୁସଜ୍ଜିତ ଡଙ୍ଗାରେ ନୌକା ବିହାର କଲେ ମଦନ ମୋହନ, ଉଠୁଛି ପଡୁଛି ସହର

ଗଞ୍ଜାମ,୨୦।୪(ବିଦ୍ୟାଧର ସାହୁ ): ଦୀର୍ଘ ୨୧ ଦିନ ଧରି ଭକ୍ତି, ପରମ୍ପରା ଓ ଆନନ୍ଦର ରଙ୍ଗରେ ରଙ୍ଗିତ ହେବ ଗଞ୍ଜାମ ସହର । ସୋମବାର ଅକ୍ଷୟ ତୃତୀୟାରୁ…

ସିଜିମାଳିରେ କର୍ପୋରେଟ ପାଇଁ ସରକାରୀ ଦମନଲୀଳା: ଆଦିବାସୀଙ୍କ ଜଳ-ଜଙ୍ଗଲ ଜମି ହକ ପାଇଁ ଏକଜୁଟ ହେଲେ ଏମ୍‌ପି

ଥୁଆମୂଳ ରାମପୁର, ୨୦।୪ (ଦୁର୍ଗା କୀର୍ତ୍ତି ): କଳାହାଣ୍ଡି ଏବଂ ରାୟଗଡ଼ା ଜିଲା ସୀମାନ୍ତରେ ଥିବା ସିଜିମାଳି ପାହାଡ଼ ଏବେ ଅଶାନ୍ତ ହୋଇପଡ଼ିଛି। ବେଦାନ୍ତ କମ୍ପାନୀ ପାଇଁ…

ଯାହାକୁ ଭଲ ପାଇ ବାହା ହୋଇଥିଲେ ସେ ଜୀବନ ନେଇଗଲେ, ନବବଧୂଙ୍କୁ ହତ୍ୟା ପରେ ଖଟରେ ଶୁଆଇ ଦେଇ…

ଥୁଆମୂଳ ରାମପୁର, ୨୦ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କାଦୋବେଡ଼ା ଗ୍ରାମରେ ଘଟିଥିବା ନବବଧୂ ବନିତା ନାଏକ ହତ୍ୟାକାଣ୍ଡ ମାମଲାରେ ପୋଲିସକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri