ଝାଡ଼ାବାନ୍ତି: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ରାଉରକେଲା,୧୭।୧୨(ସଙ୍ଗୀତା ଜେନା): ରାଉରକେଲାରେ ଝାଡ଼ାବାନ୍ତି ପ୍ରକୋପ କ୍ରମଶଃ ବଢ଼ିବାରେ ଲାଗିଛି। ଝାଡ଼ାବାନ୍ତିରେ ପୂର୍ବରୁ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶନିବାର ପୁଣି ୩ ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ହୋଟେଲ ବ୍ୟବସାୟୀ ପ୍ରଣବ ସ୍ବାଇଁ, ଏମ୍‌ଡି. ଅସଲମ୍‌ ଏବଂ ଗାନ୍ଧୀରୋଡ୍‌ର ଅତୁଲ କିଷାନ। ଫଳରେ ଝାଡ଼ାବାନ୍ତି ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି ପାଇଛି। ଆର୍‌ଜିଏଚ୍‌ରେ ରବିବାର ୧୫ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୧୮ଜଣ ଚିକିତ୍ସିତ ହେଉଛନ୍ତି। ସେହିପରି ରାଉରକେଲାର କିଛି ଘରୋଇ ହସ୍ପିଟାଲରେ ଝାଡ଼ାବାନ୍ତି ରୋଗୀ ଚିକିତ୍ସିତ ହେଉଥିବାରୁ ସହରରେ ରୋଗୀସଂଖ୍ୟା ୨ ଶହରୁ ଊର୍ଦ୍ଧ୍ୱ ହେବ ବୋଲି କୁହାଯାଉଛି।

ଅନ୍ୟପକ୍ଷେ ଭୁବନେଶ୍ୱର ଓ ସୁନ୍ଦରଗଡ଼ରୁ ୮ଜଣିଆ ଡାକ୍ତରୀ ଟିମ୍‌ ରବିବାର ଆର୍‌ଜିଏଚ୍‌ରେ ପହଞ୍ଚି ରୋଗୀ ଚିକିତ୍ସା କରିବା ସହ ଅନୁସନ୍ଧାନ ଆରମ୍ଭ କରିଛନ୍ତି। ଏହି ଟିମ୍‌ରେ ରାଜ୍ୟ ଆଇଡିଏସ୍‌ପି ଯୁଗ୍ମ ନିର୍ଦ୍ଦେଶକ ଡା. ଅଶୋକ ପାଇକରାୟ, ଆର୍‌ଆର୍‌ଟି ସଦସ୍ୟ ଡ. ସୁରଜିତ୍‌ ଗରାବଡୁ, ସହାୟକ ପ୍ରଫେସର ଡ. ନଳିନୀକାନ୍ତ ତ୍ରିପାଠୀ, ଡ. ଆଶିଷ ବିଶ୍ୱାଳ, ଶିଶୁ ବିଶେଷଜ୍ଞ ଡ. ବିବେକାନନ୍ଦ ସିଂହ, ମାଇକ୍ରୋବାୟୋଲୋଜିଷ୍ଟ ଡ. ରଞ୍ଜନ ସାମଲ, ସୁନ୍ଦରଗଡ଼ ଡିଏଚ୍‌ଏଚ୍‌ ଜିଡିଏମ୍‌ଓ ଡ. ସୋମ ଶୁଭଙ୍କର ଏବଂ ଡ. ସାଗର ଦଳେଇ ପ୍ରମୁଖ ସାମିଲ ହୋଇଛନ୍ତି। ସୁନ୍ଦରଗଡ଼ ଜିଲାପାଳ ପରାଗ ହର୍ଷଦ ଗାଭାଲି ମଧ୍ୟ ଆର୍‌ଜିଏଚ୍‌ରେ ପହଞ୍ଚି ଘଟଣାର ଅନୁସନ୍ଧାନ କରୁଛନ୍ତି।

ସେହିପରି ଜିଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଡାକବାଜି ଯନ୍ତ୍ର ଯୋଗେ ଲୋକଙ୍କୁ ସଚେତନ କରାଯିବା ସହ ସ୍ବଚ୍ଛ, ଶିଝାପାଣି ପିଇବା ଓ ଦୂଷିତ ଖାଦ୍ୟ ନ ଖାଇବାକୁ ପରାମର୍ଶ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥୀ ବଦଳ ପରମ୍ପରା ବଜାୟ ରହିଲା

ଯାଜପୁର/ରସୁଲପୁର(ହର୍ଷବର୍ଦ୍ଧନ ବେହେରା/ରଞ୍ଜିତ ରାଉତ),୩ା୫:ଯାଜପୁର ଜିଲା କୋରେଇ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ବଦଳ ପରମ୍ପରାକୁ ବଜାୟ ରଖିଛନ୍ତି। ଏହାବାଦ ଗୁରୁବାର ଏହି ଆସନ...

କାହିଁକି ସୁଜାତାଙ୍କୁ କରାଗଲା ବଦଳି: ଚାଲିଛି ଜୋରଦାର ଚର୍ଚ୍ଚା

ଭୁବନେଶ୍ୱର,୩।୫(ସୁନିତ୍‌ ମିଶ୍ର):ଓଡ଼ିଶା କ୍ୟାଡର ଆଇଏଏସ୍‌ ଅଫିସର ସୁଜାତା କାର୍ତ୍ତିକେୟନ୍‌ ପାଣ୍ଡିଆନ୍‌ଙ୍କ ବିରୋଧରେ ଭାଜପାର ଏକ ପ୍ରତିନିଧିମଣ୍ଡଳୀ ଗୁରୁବାର ଭାରତର ନିର୍ବାଚନ କମିଶନ(ଇସିଆଇ)ଙ୍କ ନିକଟରେ ଫେରାଦ ହେବା...

ବାଦ୍‌ ପଡ଼ିଲେ ୩୫ ବିଧାୟକ, ୪୦ ନୂଆ ମୁହଁକୁ ଭରସା

ଭୁବନେଶ୍ୱର,୩ା୫(ଅନିଲ ଦାସ): ଚଳିତ ବିଧାନସଭା ନିର୍ବାଚନ ପାଇଁ ବିଜେଡି ୧୪୭ ପ୍ରାର୍ଥୀଙ୍କ ତାଲିକା ୯ଟି ପର୍ଯ୍ୟାୟରେ ଘୋଷଣା କରିଛି। ଦଳ ଗତଥର ଭରସା କରିଥିବା ୧୪୭...

ମତଦାନ ପୂର୍ବରୁ ବଢୁଛି ନାମାଙ୍କନ ତାତି

ବରଗଡ଼,୩।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପାଇଁ ଆସନ୍ତା ୨୦ତାରିଖ ମତଦାନ ଗ୍ରହଣ ହେବ। ବର୍ତ୍ତମାନ ନିର୍ବାଚନ ମଇଦାନକୁ ଓହ୍ଲାଉଥିବା ପ୍ରାର୍ଥିଙ୍କ ନାମାଙ୍କନ ଦାଖଲ...

୩ ସୂଚନା ଅଧିକାରୀଙ୍କ ଆଗୁଆ ଜାମିନ ଖାରଜ

କଟକ,୩ା୫ (କାର୍ତ୍ତିକ ସାହୁ): ସୂଚନା ଅଧିକାରର ମିଥ୍ୟା ତଥ୍ୟ ପ୍ରଘଟ କରିବା ମହଙ୍ଗା ପଡ଼ିଲା। ୩ ସୂଚନା ଅଧିକାର କର୍ମୀଙ୍କ ଆଗୁଆ ଜାମିନ ଆବେଦନକୁ ହାଇକୋର୍ଟ...

୨୯୨ ଆପତ୍ତିଜନକ ପୋଷ୍ଟ୍‌ ବ୍ଲକ୍‌ କଲା କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର,୩ା୫(ସତ୍ୟଜିତ୍‌ ରାଉତ):ଚଳିତ ଲୋକ ସଭା ଓ ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳର ସମର୍ଥକଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗି ରହିଛି। ପ୍ରଚାର ପାଇଁ...

ଓଭରହେଡ୍‌ କେବୁଲ ତାର ମୁକ୍ତ ଅଭିଯାନ ବାଟବଣା

ରାଉରକେଲା,୩ା୫(ବିପ୍ଲବ ରଞ୍ଜନ ଦାଶ): ସ୍ମାର୍ଟ ସିଟି ରାଉରକେଲା ଓଭରହେଡ୍‌ କେବୁଳ ମୁକ୍ତ ସହର ହେବ ବୋଲି ନିଷ୍ପତ୍ତି ନିଆଗଲା। ମାତ୍ରା ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ...

ଜରାଜୀର୍ଣ୍ଣ ଅବସ୍ଥାରେ ପାନ୍ଥଶାଳା

ଧାମନଗର,୩।୫(ସନ୍ତୋଷ କୁମାର ମହାପାତ୍ର): ଧାମନଗର ଏନ୍‌ଏସି ଅଧୀନ ଜୟନଗର ଛକଠାରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ପାନ୍ଥଶାଳା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। କୌଣସି ପର୍ଯ୍ୟଟକଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri