ବିବାଦରେ ଡାଏନାଙ୍କ ସାକ୍ଷାତ୍‌କାର

ଲଣ୍ଡନ, ୨୪ା୫: ପ୍ରିନ୍ସେସ୍‌ ଡାଏନାଙ୍କ ସହ ବିବାଦୀୟ ସାକ୍ଷାତକାରକୁ ନେଇ ତାଙ୍କ ଦୁଇ ପୁଅ ତଥା ବ୍ରିଟେନ ପ୍ରିନ୍ସ ଓ୍ବିଲିୟମ ଏବଂ ହ୍ୟାରିଙ୍କୁ ରବିବାର ବିବିସିର ପୂର୍ବତନ ଖବରଦାତା ମାର୍ଟିନ ବଶିର କ୍ଷମା ମାଗିଛନ୍ତି। କିନ୍ତୁ ଡାଏନାଙ୍କ ମୃତ୍ୟୁ ସହ ସାକ୍ଷାତକାରକୁ ଯୋଡ଼ାଯିବା ‘ଅଯୌକ୍ତିକ’ ବୋଲି ମାର୍ଟିନ କହିଛନ୍ତି। ବଶିର କହିଛନ୍ତି, ଡାଏନାଙ୍କୁ କ୍ଷତି ପହଞ୍ଚାଇବା ତାଙ୍କର ଉଦ୍ଦେଶ୍ୟ ନ ଥିଲା। ଇଣ୍ଟରଭିୟୁ ଦ୍ୱାରା ଡାଏନାଙ୍କ କୌଣସି କ୍ଷତି ହୋଇନାହିଁ। ତଥାପି ପ୍ରିନ୍ସ ୱିଲିୟମ୍‌ ଏବଂ ହ୍ୟାରିଙ୍କୁ ସେ କ୍ଷମା ମାଗୁଛନ୍ତି। ଅନ୍ୟପକ୍ଷରେ ତତ୍କାଳୀନ ବିବିସି ନିର୍ଦ୍ଦେଶକ ଟୋନି ହଲ୍‌ ଘଟଣାରେ ଦୁଃଖପ୍ରକାଶ କରି ନ୍ୟାଶନାଲ ଗ୍ୟାଲେରି ଚେୟାରମ୍ୟାନ ପଦରୁ ଇସ୍ତଫା ଦେଇଛନ୍ତି।
୧୯୯୫ରେ ଡାଏନା ଏବଂ ରାଜ ପରିବାର ମଧ୍ୟରେ ମତଭେଦ ନେଇ ଚର୍ଚ୍ଚା ହୋଇଥିଲା। ସେହି ସମୟରେ ମାର୍ଟିନ ବଶିର ଡାଏନାଙ୍କ ସହ ଏକ ସାକ୍ଷାତକାର ପାଇଁ ପ୍ରସ୍ତୁତି କରିଥିଲେ। ମାର୍ଟିନ ଏଥିପାଇଁ ଡାଏନାଙ୍କ ଭାଇ ଚାଲର୍‌ସ ସ୍ପେନ୍ସରଙ୍କୁ ପ୍ରଲୋଭିତ କରିଥିଲେ ଏବଂ ମିଛ ତଥ୍ୟ ଆଧାରରେ ଡାଏନାଙ୍କ ସାକ୍ଷାତକାର ନେଇଥିଲେ ବୋଲି ଅଭିଯୋଗ ଉଠିଥିଲା। ପାନାରୋମା ନ୍ୟୁଜ୍‌ ପ୍ରୋଗ୍ରାମବେଳେ ଏହି ସାକ୍ଷାତକାର ବ୍ରଡକାଷ୍ଟର ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ଆସିଥିଲା। କାମିଲା ପାର୍କର ବାଉଲ୍ସଙ୍କ ସହ ପ୍ରିନ୍ସ ଚାଲର୍‌ସଙ୍କ ସମ୍ପର୍କ ଥିବା ନେଇ ଡାଏନା ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ରାଜ ପରିବାରରେ ହଇଚଇ ସୃଷ୍ଟି ହୋଇଥିଲା। ଏହି ସାକ୍ଷାତକାରକୁ ୨.୩ କୋଟି ଲୋକ ଦେଖିଥିଲେ। ୧୯୯୬ରେ ଡାଏନା ପ୍ରିନ୍ସ ଚାଲର୍‌ସଙ୍କୁ ଛାଡ଼ପତ୍ର ଦେଇଥିଲେ। ୧୯୯୭ରେ ଏକ କାର୍‌ ଦୁର୍ଘଟଣାରେ ୩୭ ବର୍ଷୀୟା ଡାଏନାଙ୍କ ମୃତ୍ୟୁ ହୋଇଥିଲା। ପରେ ପ୍ରିନ୍ସ ଚାଲର୍‌ସ କାମିଲାଙ୍କୁ ବିବାହ କରିଥିଲେ। ବିବିସି ପକ୍ଷରୁ ଘଟଣାର ଯାଞ୍ଚ କରାଯାଇଥିଲା। ଏଥିରେ ୫୮ ବର୍ଷୀୟ ମାର୍ଟିନଙ୍କୁ ଦୋଷୀ ପାଇବା ପରେ ବିବିସି ଘଟଣା ପାଇଁ ଦୁଃଖ ପ୍ରକାଶ କରିଛି। ମାର୍ଟିନଙ୍କ ଏଭଳି କାର୍ଯ୍ୟ ପାଇଁ ମା’ଙ୍କ ଜୀବନ ଯାଇଥିବା ପ୍ରିନ୍ସ ଓ୍ବିଲିୟମ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri