Posted inଖେଳ

ରାଞ୍ଚି ରେ ଧୋନୀଙ୍କ ଅଭ୍ୟାସ

ନୂଆଦିଲ୍ଲୀ, ୮।୮-ୟୁନାଇଟେଡ ଆରବ ଏମିରେଟ୍ସ(ୟୁଏଇ)ରେ ସେପ୍ଟେମ୍ବରରୁ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଆରମ୍ଭ ହେବାକୁ ଯାଉଛି। କରୋନା ଭାଇରସ ସଂକ୍ରମଣ ଜନିତ ଗାଇଡଲାଇନ୍‌କୁ ଦୃଷ୍ଟିରେ ରଖି ବିଭିନ୍ନ ଫ୍ରାଞ୍ଚାଇଜ୍‌ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। କ୍ରିକେଟରୁ ଦୀର୍ଘଦିନଧରି ଦୂରେଇ ରହିଥିବା ଚେନ୍ନାଇ ସୁପରକିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ରାଞ୍ଚି ରେ ଅଭ୍ୟାସକୁ ଫେରିଥିବା ଜଣାଯାଇଛି। ରିପୋର୍ଟ ଅନୁସାରେ ଝାଡ଼ଖଣ୍ଡ ରାଜ୍ୟ କ୍ରିକେଟ ଆସୋସିଏଶନ(ଜେଏସସିଏ) ଇନ୍‌ଡୋର ଷ୍ଟାଡିୟମରେ ଧୋନୀ ରନିଂ କରିବା ସହ ଅନ୍ୟ ଅଭ୍ୟାସ କରିଛନ୍ତି। ଲକ୍‌ଡାଉନ୍‌ ଏବଂ ସାମାଜିକ ଦୂରତା କଟକଣା ଥିବାରୁ ଧୋନୀଙ୍କୁ ନେଟ୍ସରେ ବୋଲିଂ ପାଇଁ ଅଧିକ ବୋଲର ଉପଲବ୍ଧ ହେଉ ନାହାନ୍ତି। ତେଣୁ ଧୋନୀ ବୋଲିଂ ମେସିନର ସହାୟତା ନେଉଛନ୍ତି। ଗତ ସପ୍ତାହ ଶେଷରେ ସେ କ୍ରମାଗତ ୨ ଦିନ ବ୍ୟାଟିଂ ପ୍ରାକ୍ଟିସ କରିଛନ୍ତି। ୟୁଏଇ ଯିବା ପୂର୍ବରୁ ସୁପରକିଙ୍ଗ୍ସ ଦଳର ଖେଳାଳିମାନେ ଚେନ୍ନାଇଠାରେ ଅଗଷ୍ଟ ୨୦ରେ ଏକତ୍ରିତ ହେବା କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଓ୍ବାର୍ନରଙ୍କ ଝିଅଙ୍କୁ ଖାସ୍‌ ଉପହାର ଦେଲେ ବିରାଟ

ସିଡନୀ,୩୧।୧: ଅଷ୍ଟ୍ରେଲିଆ ଓପନର୍‌ ଡେଭିଡ୍‌ ଓ୍ବାର୍ନରଙ୍କ ଝିଅ ଇଣ୍ଡି ଭାରତୀୟ ଅଧୀନାୟକଙ୍କ ବଡ଼ ପ୍ରଶଂସକ। ଏହାକୁ ନେଇ ତାଙ୍କୁ ବିରାଟଙ୍କଠାରୁ ଏକ ଖାସ ଉପହାର ମିଳିଛି।...

ହକି ପ୍ରୋ ଲିଗ୍‌: ଭାରତର ଜର୍ମାନୀ, ବ୍ରିଟେନ ବିପକ୍ଷ ମ୍ୟାଚ ସ୍ଥଗିତ

ଲାଉସାନେ, ୨୦। ୩ – କୋଭିଡ-୧୯ ସଂକ୍ରମଣ ଯୋଗୁ ବର୍ତ୍ତମାନ ସୁଦ୍ଧା ବିଶ୍ୱରେ ୯୦୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ସାମ୍ପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି...

ଆଖି ହରାଇବା ପରେ ସାମ୍‌ଙ୍କ ଅଲିମ୍ପିକ ଖେଳିବା ଲକ୍ଷ୍ୟ

ଲଣ୍ଡନ, ୨୬।୧୧- ହକିକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ରହିଛି ବୋଲି ନିକଟରେ ବଲ୍‌ ବାଜି ବାମଆଖି ହରାଇଥିବା ଗ୍ରେଟ୍‌ ବ୍ରିଟେନ ଓ...

କରୋନା ଦ୍ୱାରା ଭାରତୀୟ କ୍ରୀଡ଼ା ପ୍ରଭାବିତ

ନୂଆଦିଲ୍ଲୀ,୭।୩(ପି.ଟି.)- ବିଶ୍ୱବ୍ୟାପୀ କରୋନାଭାଇରସ୍‌ର ଆତଙ୍କ ଦେଖା ଦେଇଛି। ଏହା ମଧ୍ୟ ଭାରତୀୟ କ୍ରୀଡ଼ାକୁ ପ୍ରଭାବିତ କରିଛି। ପ୍ରଥମ ମେଜର ଇଭେଣ୍ଟ ଭାବେ ଶୁଟିଂ ବିଶ୍ୱକପକୁ ଘୁଞ୍ଚାଇବା...

ଲକ୍‌ଡାଉନ୍‌ ଉଠିଲେ ତାରକା ଆଥ୍‌ଲେଟଙ୍କ ଟ୍ରେନିଂ ଆରମ୍ଭ ହେବ: ରିଜିଜୁ

ନୂଆଦିଲ୍ଲୀ,୧୧।୫(ପି.ଟି.): କୋଭିଡ୍‌-୧୯ ମହାମାରୀ କାରଣରୁ ଚାଲିଥିବା ଲକ୍‌ଡାଉନ୍‌ ଉଠାଇ ଦିଆଗଲେ ତାରକା ତଥା ଆଗଧାଡିର ଆଥ୍‌ଲେଟମାନେ ସେମାନଙ୍କ ଟ୍ରେନିଂ ଆରମ୍ଭ କରିପାରିବେ ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ...

ଦୋହା ଟ୍ରେନିଂ : ଓଡ଼ିଶା ଏଫ୍‌ସି ଯୁବ ଫୁଟବଲରଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିଛି

ଭୁବନେଶ୍ୱର,୩।୩(ପି.ଟି.)- କାତାର ରାଜଧାନୀ ଦୋହାରେ ଟ୍ରେନିଂ ନେଇ ଫେରିଛନ୍ତି ଓଡ଼ିଶା ଏଫସି୍‌ର ଜୁନିୟର ଫୁଟବଲର। ଦେବେନ ସାହନୀ, ରେଉବେନ ଲେଟଖୋଟିନ୍‌ଚନ, ସିଭିଏଲ୍‌ ରେମଟଲୁଆଙ୍ଗା ଓ ଏସ୍‌....

ଏଫଆଇଏଚ୍‌ ସିରିଜ ଫାଇନାଲ୍ସ,ସେମିଫାଇନାଲ: ଭାରତ ଫେଭରାଇଟ

ଭୁବନେଶ୍ୱର, ୧୪।୬(କ୍ରୀଡ଼ା ପ୍ରତିନିଧି)-କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟର ରୋମାଞ୍ଚକ ସମୟ ଉପନୀତ। ପୁଲ୍‌ ପର୍ଯ୍ୟାୟ ଓ କ୍ରସ୍‌ ଓଭର ପରେ...

ମନୋଜ ତିଓ୍ବାରୀଙ୍କ ତ୍ରିଶତକ

କଲ୍ୟାଣୀ (ପଶ୍ଚିମ ବଙ୍ଗ), ୨୧ା୧ (ପି.ଟି.)- ହାଇଦ୍ରାବାଦ ବିପକ୍ଷ ଗ୍ରୁପ୍‌ ଏ’ ରଣଜୀ ଟ୍ରଫି ମ୍ୟାଚରେ ସିନିୟର ବ୍ୟାଟ୍ସମ୍ୟାନ ମନୋଜ ତିଓ୍ବାରୀଙ୍କ ତ୍ରିଶତକ ସହାୟତାରେ ବେଙ୍ଗଲ...

Play 250+ Trending Games
Archives

Model This Week

Why Dharitri