Posted inଖେଳ

ଧୋନୀ- କୋହଲି ମୁକାବିଲା: ଚେନ୍ନାଇର ବ୍ୟାଟିଂ ଉପରେ ନଜର

ଦୁବାଇ,୧୦।୧୦(ପି.ଟି.): ତୃତୀୟ ଡବଲ ହେଡରର ଦ୍ୱିତୀୟ ମ୍ୟାଚ୍‌ରେ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ଓ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଶନିବାର ପରସ୍ପରକୁ ଭେଟିବେ। ବ୍ୟାଟିଂକୁ ନେଇ ଉଭୟ ଦଳ ସଂଘର୍ଷ କରୁଛନ୍ତି। କୋଲକାତା ନାଇଟ୍‌ ରାଇଡର୍ସ ବିପକ୍ଷରେ ବ୍ୟାଟିଂରେ ସାଂଘାତିକ ଭାବେ ଫେଲ ମାରିଥିବାରୁ କେଦାର ଯାଦବଙ୍କ ଚୟନ ନେଇ ଟିମ୍‌ ମ୍ୟାନେଜମେଣ୍ଟ ନିଷ୍ପତ୍ତି ନେବ। ବୁଧବାର ଚେନ୍ନାଇ ମାତ୍ର ୧୦ ରନରେ କୋଲକାତାଠାରୁ ପରାସ୍ତ ହୋଇଥିଲା। ନିହାତି ମାମୁଲି ବ୍ୟାଟିଂ କରି କେଦାର ବେଶ୍‌ ସମାଲୋଚିତ ହୋଇଛନ୍ତି। ଟପ୍‌ ଅର୍ଡରରେ ଶେନ୍‌ ଓ୍ବାଟସନ ଓ ଫାଫ୍‌ ଡୁପ୍ଲେସି ଭଲ ପ୍ରଦର୍ଶନ କରୁଥିଲେ ମଧ୍ୟ ମିଡିଲ ଅର୍ଡରରେ ବ୍ୟାଟ୍ସମ୍ୟାନମାନେ ଅସ୍ଥିର ପ୍ରଦର୍ଶନ କରୁଛନ୍ତି। ନିଜେ ଧୋନୀ ମଧ୍ୟ ଶ୍ରେଷ୍ଠ ଫର୍ମରେ ନାହାନ୍ତି। କେଦାରଙ୍କୁ ବାଦ୍‌ ଦିଆଗଲେ ଋତୁରାଜ ଗାଏକ୍ୱାଡ କିମ୍ବା ଏନ୍‌. ଜଗଦୀଶନ ଦଳରେ ସାମିଲ ହୋଇପାରିନ୍ତି। ୨୦୧୮ରୁ ଏହି ଦୁଇ ଖେଳାଳି ବେଞ୍ଚ୍‌ରେ ବସିଆସୁଛନ୍ତି। ବ୍ୟାଟିଂରେ ସଂଘର୍ଷ କରୁଥିଲେ ମଧ୍ୟ ଚେନ୍ନାଇର ବୋଲିଂରେ ସୁଧାର ଆସିଛି। ପୀୟୂଷ ଚାଓ୍ବଲାଙ୍କ ବଦଳରେ ଦଳରେ ସ୍ଥାନ ପାଇଥିବା କର୍ନ ଶର୍ମା ପ୍ରଭାବୀ ବୋଲିଂ କରି ୨ ଉଇକେଟ ନେଇଛନ୍ତି। ଦ୍ରୁତ ବୋଲର ଦୀପକ ଚହର, ସାମ କୁରାନ ଓ ଶାର୍ଦ୍ଦୁଳ ଠାକୁରଙ୍କ ଉପରେ ଧୋନୀ ପୁଣି ଭରସା କରିବେ।
ଅପରପକ୍ଷରେ ବାଙ୍ଗାଲେର ବ୍ୟାଟିଂ ଲାଇନ୍‌ ଇତିମଧ୍ୟରେ ବେଶ ଦୃଢ ହୋଇଛି। ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଅଧିନାୟକ ବିରାଟ କୋହଲି ଦମ୍‌ଦାର ପ୍ରଦର୍ଶନ କରି ଫର୍ମକୁ ଫେରିଛନ୍ତି। ଯୁବ ଓପନର ଦେବଦତ୍ତ ପଡିକାଲ, ଅଭିଜ୍ଞ ଏବି ଡିଭଲର୍ସ, ଆରୋନ ଫିଞ୍ଚ୍‌ ଟପ୍‌ ଅର୍ଡରରେ ବାଙ୍ଗାଲୋର ପାଇଁ ଅଧିକ ରନ୍‌ ସଂଗ୍ରହ କରିବେ ବୋଲି ଆଶା କରାଯାଉଛି। ତେବେ ବୋଲିଂ ନେଇ କୋହଲି ଚିନ୍ତିତ ଥିବେ। ଯଦିଓ ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଭଲ ପ୍ରଦର୍ଶନ କରୁଛନ୍ତି। ଓ୍ବାଶିଂଟନ ସୁନ୍ଦର ମଧ୍ୟ ଭଲ ପ୍ରଦର୍ଶନ କରୁଛନ୍ତି। ତେବେ ଦ୍ରୁତ ବୋଲର ଉମେଶ ଯାଦବ, ମହମ୍ମଦ ସିରାଜ ଓ ନବଦୀପ ସଇନି ଅତ୍ୟଧିକ ରନ ବ୍ୟୟ କରୁଛନ୍ତି। ଶ୍ରୀଲଙ୍କା ଦ୍ରୁତ ବୋଲର ଇସିରୁ ଉଡାନା ସାମିଲ ହେବା ପରେ ଦଳରେ ସନ୍ତୁଳନ ଆସିଛି। ବାଙ୍ଗାଲୋରର ବୋଲିଂକୁ ସଂଘର୍ଷ କରୁଥିବା ଚେନ୍ନାଇ ବ୍ୟାଟ୍ସମ୍ୟାନ କିପରି ସାମ୍ନା କରୁଛନ୍ତି ତାହା ଉପରେ ଏହି ମୁକାବିଲାର ଫଳାଫଳ ନିର୍ଭର କରିବ। ମୋଟ ଉପରେ ମ୍ୟାଚ୍‌ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri