Posted inଖେଳ

ଏପର୍ଯ୍ୟନ୍ତ ଘରକୁ ଯାଇନାହାନ୍ତି ଧୋନୀ: କାରଣ ଜାଣିଲେ କରିବେ ସାଲ୍ୟୁଟ୍‌

ମୁମ୍ବାଇ,୬।୫:ଆଇପିଏଲ ୨୦୨୧ ଅର୍ନିଦ୍ଦିଷ୍ଟ କାଳ ପାଇଁ ବାତିଲ କରାଯାଇଛି। ଧୀରେ ଧୀରେ ଖେଳାଳିମାନେ ନିଜ ଘରକୁ ଫେରୁଛନ୍ତି। ଏହି ସମୟରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ପ୍ରଶଂସକଙ୍କ ହୃଦୟ ଜିତିଛି। ଆଇପିଏଲ୍‌ ସ୍ଥଗିତ ହେବା ପରେ ସାଥୀ ଖେଳାଳିଙ୍କ ସହ ଏକ ଭର୍ଚୁଆଲ ବୈଠକରେ ଧୋନୀ କହିଛନ୍ତି ଯେ ଭାରତରେ ଆଇପିଏଲ ଚାଲିଥିବାରୁ ବିଦେଶୀ ଖେଳାଳି ଏବଂ ସପୋର୍ଟ ଷ୍ଟାଫ୍‌ଙ୍କୁ ବିଦେଶକୁ ଫେରିବା ପାଇଁ ପ୍ରାଥମିକତା ଦେବା ଉଚିତ୍‌। ଜଣେ ସିଏସକେ ସଦସ୍ୟ କହିଛନ୍ତି, ଧୋନୀ ହୋଟେଲର ଛାଡିବା ଦଳର ଶେଷ ବ୍ୟକ୍ତି ହେବେ। ସେ ବିଦେଶୀ ଏବଂ ପରେ ଭାରତୀୟ ଖେଳାଳିଙ୍କୁ ଘରକୁ ପଠାଇବା ପରେ ନିଜେ ଘରକୁ ଯିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ସମସ୍ତେ ନିରାପଦରେ ନିଜ ଘରେ ନ ପହଞ୍ଚିବା ପର୍ଯ୍ୟନ୍ତ ସେ ଘରକୁ ଯିବେ ନାହିଁ ଧୋନୀ ପଣ କରିଛନ୍ତି। ଭାରତରେ କରୋନାର ଦ୍ୱିତୀୟ ଲହର କାୟା ବିସ୍ତାର କରିଥିବାବେଳେ ବିଦେଶୀ ଖେଳାଳି ଏନେଇ ଭୟଭୀତ ଅଛନ୍ତି।

ଦିଲ୍ଲୀର ଖେଳାଳିଙ୍କ ପାଇଁ ଚାର୍ଟାର୍ଡ ବିମାନ ପାଇଁ ସିଏସ୍‌କେ ସ୍ବତନ୍ତ୍ର ବ୍ୟବସ୍ଥା କରିଛି। ଚେନ୍ନାଇ ଖେଳାଳିଙ୍କ ପାଇଁ ଏକ ଦଶ ସିଟ ବିଶିଷ୍ଟ ବିମାନ ରାଜକୋଟ ଏବଂ ମୁମ୍ବାଇ ଛାଡିବ। ଏଥି ସହିତ ଅନ୍ୟ ଖେଳାଳିମାନେ ସାରେ ବେଙ୍ଗାଲୁରୁ ଏବଂ ଚେନ୍ନାଇ ଯାତ୍ରା କରିବେ। ଆଇପିଏଲରେ ଅଂଶଗ୍ରହଣ କରୁଥିବା ଇଂଲଣ୍ଡର ୧୧ ଖେଳାଳିଙ୍କ ମଧ୍ୟରୁ ଆଠ ଜଣ ବୁଧବାର ଘରକୁ ଫେରିଛନ୍ତି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଇଂଲଣ୍ଡର ସୀମିତ ଓଭର ଫର୍ମାଟ ଅଧିନାୟକ ଇୟନ ମୋର୍ଗାନ, ଡେଭିଡ ମଲାନ ଏବଂ କ୍ରିସ ଜୋର୍ଡାନ ଭାରତ ଛାଡିବେ ବୋଲି ଆଶା କରାଯାଉଛି। ଆଇପିଏଲରେ ଅଂଶଗ୍ରହଣ କରୁଥିବା ଅଷ୍ଟ୍ରେଲୀୟ କ୍ରିକେଟରମାନେ ଶୀଘ୍ର ଚାର୍ଟାର୍ଡ ବିମାନ ଦ୍ୱାରା ମାଲଦ୍ୱୀପ ଅଭିମୁଖେ ଯାତ୍ରା କରିବେ, ଯେଉଁଠାରେ ସେମାନେ ଅଷ୍ଟ୍ରେଲିଆ ସୀମା ଖୋଲିବାକୁ ଅପେକ୍ଷା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ରବିବାର ଭୂଲରେ ବି କାଟନ୍ତୁନି ଚୁଟି କି କରନ୍ତୁନି ଟ୍ରିପ୍‌ ପ୍ଲାନିଂ, ନଚେତ ଜୀବନ ହୋଇଯିବ ନର୍କ!

ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦିନ କୌଣସି ନା କୌଣସି ଦେବତାଙ୍କୁ ସମର୍ପିତ। ରବିବାର ଭଗବାନ ସୂର୍ଯ୍ୟଙ୍କୁ ସମର୍ପିତ। ଆଜି ରବିବାର। ଏହି ଦିନ ସୂର୍ଯ୍ୟଙ୍କୁ ପ୍ରାର୍ଥନା...

ଟିମ ଇଣ୍ଡିଆ ଜିତି ପାରିବନି ୨୦୨୬ ଟି-୨୦ ବିଶ୍ୱକପ? ଜାଣନ୍ତୁ ୩ ବଡ଼ କାରଣ

ନୂଆଦିଲ୍ଲୀ,୨୧।୧୨: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ଏବଂ ମାର୍ଚ୍ଚରେ ଅନୁଷ୍ଠିତ ହେବ। ବିଶ୍ୱକପର ପ୍ରଥମ ମ୍ୟାଚ ଫେବୃଆରୀ ୭ରେ ଖେଳାଯିବ ଏବଂ ଫାଇନାଲ ମାର୍ଚ୍ଚ ୮ରେ...

ମକର ସଂକ୍ରାନ୍ତି ପୂର୍ୱରୁ ବଡ଼ ଚାକିରି ପାଇବେ ୩ରାଶି, ଶୁକ୍ରଙ୍କ ଗୋଚରରେ ମକର ରାଶିରେ ବଢିଚାଲିବ ସମ୍ପତ୍ତି!

ଶୁକ୍ରକୁ ପ୍ରେମ, ସୌନ୍ଦର୍ଯ୍ୟ, ଆକର୍ଷଣ, ବିଳାସ, ଟଙ୍କା ଏବଂ ଆନନ୍ଦର ଗ୍ରହ ଭାବରେ ବିବେଚନା କରାଯାଏ। ଜ୍ୟୋତିଷ ଶାସ୍ତ୍ରରେ, ଶୁକ୍ରର ଗୋଚରକୁ ସାଧାରଣତଃ ଶୁଭ ଏବଂ...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କ ସହ ଜଡିତ ଅତିକମରେ ୧୬ ଫାଇଲ ଗାଏବ! ଟ୍ରମ୍ପଙ୍କ ଫଟୋ ବି ୨୪ ଘଣ୍ଟାରେ ଡିଲିଟ, ଆମେରିକାରେ ହଇଚଇ

ଓ୍ବାଶଂଟନ,୨୧।୧୨: ଆମେରିକାରେ ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କୁ ନେଇ ବିବାଦ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଆମେରିକାର ନ୍ୟାୟ ବିଭାଗ (DOJ)ର ସରକାରୀ ସାର୍ବଜନୀନ ୱେବସାଇଟରୁ ଏପ୍‌ଷ୍ଟିନ୍‌ ମାମଲା...

୧୧ ବିମାନବନ୍ଦର ଲିଜ୍‌ରେ ନେବ ଆଦାନୀ

ନୂଆଦିଲ୍ଲୀ,୨୧ା୧୨: କେନ୍ଦ୍ର ସରକାର ଦେଶର କେତେକ ସରକାରୀ ବିମାନବନ୍ଦରକୁ ଘରୋଇ କମ୍ପାନୀକୁ ଲିଜ୍‌ ଦେବା ପାଇଁ ଯୋଜନା କରୁଥିବାବେଳେ ଆଦାନୀ ଏଣ୍ଟରପ୍ରାଇଜେସ୍‌ ୧୧ଟି ଏୟାରପୋର୍ଟ ପାଇଁ...

ବିଜେଡିରେ ବଡ଼ ହଲଚଲ: ୪୦ ପରେ ୩ ନେତାଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ବିଜେଡିର ପ୍ରାୟ ୪୦ ଜଣ ପୂର୍ୱତନ ବିଧାୟକ ଏବଂ ୨୦୨୪ରେ ବିଧାୟକ ପ୍ରାର୍ଥୀ ହୋଇଥିବା ନେତା ଭୁବନେଶ୍ୱର ଉପକଣ୍ଠରେ ଶୁକ୍ରବାର ଏକ ଭୋଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri