ବିକାଶରୁ ଦୂରରେ ଢେପଗୁଡ଼ା ଗାଁ

ମାଥିଲି,୩୧ା୮(ସୁବାଷ ଚନ୍ଦ୍ର ଖୁଡୁପିଆ )ଅନ୍ଧାରିମୂଲକର ଗଁା ମାଲକାନଗିରି ଜିଲାର ଢେପଗୁଡା। ବିକାଶଠାରୁ ବହୁ ରହିଛି ଦୂରରେ। ଦୁର୍ବିସହ ଜୀବନ ବିତାଉଛନ୍ତି ଗ୍ରାମବାସୀ। ଅଟକି ଯାଇଛି ବିକାଶ। ବଣ ପାହାଡକୁ ଏହି ଗଁା ଘେରି ରହିଛି। ରାଜ୍ୟ ସରକାରଙ୍କ ମାଳମାଳ ଯୋଜନା ଆଜି ପର୍ଯ୍ୟନ୍ତ ଠିକ୍‌ ଭାବେ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ। ସ୍ବାଧୀନତାର ଅନେକ ବର୍ଷ ବିତିଯାଇ ଥିଲେ ମଧ୍ୟ ସରକାରଙ୍କର ମୌଳିକ ସୁବିଧାରୁ ଅଞ୍ଚଳବାସୀ ବଞ୍ଚିତ। ଗଁାକୁ ଏବେବି କାଦୁଅ ରାସ୍ତା। ତାହା ମଧ୍ୟ କୋରାପୁଟ ଜିଲାକୁ ସଂଯଗ ହୋଇଛି। ପଞ୍ଚାୟତ କାର୍ଯ୍ୟାଳୟଠାରୁ ମାତ୍ର ୬ କିଲୋମିଟର ଦୂରରେ ଏହି ଗଁା। କେଉଁ ଅମଳରୁ ଏକ ରାସ୍ତା ନିର୍ମାଣ କରାଯାଇଥିଲା ତାହା ଏବେ ଘାସ ବୁଦାରେ ପରିଣତ ହୋଇଛି। ଚାଲିଯିବା ସମ୍ଭବ ହେଉ ନାହିଁ। ପଞ୍ଚାୟତ କାର୍ଯ୍ୟାଳକୁ ଯିବାକୁ ହେଲେ ନଈ ପାର ହେବାକୁ ପଡେ। ସେହିପରି ବ୍ୟାଙ୍କ, ତହସିଲ, ସ୍କୁଲ, କଲେଜ, ସାସ୍ଥ୍ୟକେନ୍ଦ୍ର ଓ ବ୍ଲକକୁ ଯିବାକୁ ହେଲେ ଜୀବନକୁ ବାଜି ଲଗାଇ ନଈ ପାର ହୁଅନ୍ତି ଲୋକେ। ଭରା ନଈରେ ମହିଳାମାନେ ପିଠିରେ ଦୁଇ ତିନଟି ତୁମା ବାନ୍ଧି ଏକ ହଣ୍ଡା ସାହାଯ୍ୟରେ ନଈ ପାର ହୁଅନ୍ତି। ଗଁାର ରୋଗୀଙ୍କୁ କିମ୍ବା କୌଣସି ଗର୍ଭବତୀଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରକୁ ନେବାକୁ ହେଲେ ଗଁା ଲୋକେ ଦୋଳା କରି ଟେକି ନଈ ପାର କରନ୍ତି। ଅନେକ ସମୟରେ ନଈ ପାର କରୁଥିବା ସମୟରେ ଜୀବନ ମଧ୍ୟ ଚାଲିଯାଇଥାଏ ନଚେତ ଛୁଆର ଜୀବନ ଚାଲି ଯାଇଥାଏ ବୋଲି ଗଁା ଲୋକେ କହିଛନ୍ତି। ଏପରି ଭାବରେ ବର୍ଷ ବର୍ଷ ଧରି ଜୀବନ ଯାପନ କରୁଛନ୍ତି ଲୋକେ। ଜୀବନ ଜୀବିକା ପାଇଁ ପ୍ରତି ଦିନ ଅକାତ କାତ ପାଣିରେ ନିଜ ଜୀବନକୁ ବାଜି ଲଗାଇ ନଈ ପାର ହେଉଛନ୍ତି। କିନ୍ତୁ ଏଥିପ୍ରତି ପ୍ରଶାସନର ଦୃଷ୍ଟି ନାହିଁ। ଅନେକ ଥର ଜିଲା ପ୍ରଶାସନ ଏବଂ ଜନପ୍ରତିନିଧିଙ୍କୁ ଜଣାଇ ଆସୁଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ। କେବଳ ଭୋଟ ସମୟରେ ପ୍ରଶାସନ ଏବଂ ନେତା ମନ୍ତ୍ରୀଙ୍କ ସୁଅ ଛୁଟେ ଗଁାରେ। ନୀରିହ ଆଦିବାସୀଙ୍କୁ ନାନା ପ୍ରକାର ପ୍ରତିଶୃତିରେ ପୋତି ପକାନ୍ତି। ଭୋଟ ସରିଗଲେ କୌଣସି ନେତାଙ୍କ ଦେଖା ମିଳେ ନାହିଁ ବୋଲି ଗ୍ରମବାସୀ କ୍ଷେଭର ସହ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ସାବଧାନ! ୧ ଜୁଲାଇରୁ ବଦଳିଯିବ ଏହି ସବୁ ନିୟମ; ମହଙ୍ଗା ପଡ଼ିବ ନା ଆଶ୍ୱସ୍ତି ମିଳିବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୬: ପ୍ରତି ମାସର ପହିଲା ତାରିଖ ନିଜ ସହିତ କିଛି ନୂଆ ନିୟମ ନେଇ ଆସିଥାଏ। ଜୁନ ମାସ ଏବେ ଶେଷ ହେବାକୁ ଯାଉଛି ଏବଂ ଜୁଲାଇ…

‘ସୂର୍ଯ୍ୟବଂଶୀଙ୍କ ଉପରେ ଖୁବ ଶୀଘ୍ର ବଢ଼ିବ ଚାପ, ତେଣୁ ଏବେ…’: ଭାଇରାଲ ହେଉଛି ଅଶ୍ୱିନଙ୍କ ବିଶେଷ ଉପଦେଶ

ନୂଆଦିଲ୍ଲୀ,୨୬।୬: ପୂର୍ବତନ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଯୁବ ବ୍ୟାଟସମ୍ୟାନ ବୈଭବ ସୂର୍ଯ୍ୟବଂଶୀଙ୍କୁ ମୂଲ୍ୟବାନ ପରାମର୍ଶ ଦେଇ କହିଛନ୍ତି ଯେ ଏହି ପର୍ଯ୍ୟାୟରେ ସେ କୌଣସି ଚାପ…

କ୍ରିକେଟ ଦୁନିଆରେ ବଲିଉଡ ଷ୍ଟାର୍‌ ଜନ ଆବ୍ରାହମଙ୍କ ଏଣ୍ଟ୍ରି, ଏହି ଦଳର ହେଲେ ମାଲିକ

ନୂଆଦିଲ୍ଲୀ,୨୬।୬: ବଲିଉଡର ଅନେକ ତାରକା କ୍ରିକେଟ ଦୁନିଆରେ ମଧ୍ୟ ବେଶ ନାଁ କମାଇଛନ୍ତି। କୋଲକାତା ନାଇଟ ରାଇଡର୍ସର ମାଲିକ ଶାହରୁଖ ଖାନ ହୁଅନ୍ତୁ କିମ୍ବା ପଞ୍ଜାବ କିଙ୍ଗସର…

ରାଶନ ଚାଉଳ ଆଣିବାକୁ ଯିବାବେଳେ ହେଲା ବଜ୍ରାଘାତ: ବଡ଼ଭାଇ ମୃତ, ସାନ ଭାଇ ଗୁରୁତର

ମୋହନା, ୨୬।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଆର ଉଦୟଗିରି ଥାନା ଅନ୍ତର୍ଗତ ଅନୁଗୁର ପଞ୍ଚାୟତର କଟାମା ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।…

କାର୍‌ରେ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ସରକାରୀ ଶିକ୍ଷକ

ଟିଟିଲାଗଡ଼,୨୬।୬: ୨୬ ନମ୍ବର ଜାତୀୟ ରାଜପଥ ବରଗାଁ ଛକରୁ ଏକ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି। ଗଞ୍ଜେଇ ଚାଲାଣ ବେଳେ ଧରାପଡ଼ିଛନ୍ତି ୨ଜଣ ସରକାରୀ ଶିକ୍ଷକ। ଏହି…

ମୋତେ ମଦ ଦିଅ…ଜେଲ୍‌ରେ ଥାଇ ପୋଲିସ ଆଗରେ ଏମିତି ଡିମାଣ୍ଡ କଲେ ସିୟା

ପୁଣେ,୨୬।୬: ମହାରାଷ୍ଟ୍ର ଲୋହଗଡ଼ ଦୁର୍ଗରେ ୨୬ ବର୍ଷୀୟ କେତନ ଅଗ୍ରୱାଲଙ୍କ ମୃତ୍ୟୁକୁ ନେଇ ଥମୁନି ଚର୍ଚ୍ଚା। ଏହି ଘଟଣାରେ ଗୋଟିଏ ପରେ ଗୋଟିଏ ଗୁମର ଖୋଲୁଛି। ସିୟା…

ବୈଭବ ସୂର୍ଯ୍ୟବଂଶୀଙ୍କ ଡେବ୍ୟୁ ମ୍ୟାଚ ପୂର୍ବରୁ, ଆୟର୍ଲାଣ୍ଡ ଖେଳାଳି ଦେଲେ ବଡ଼ ବୟାନ କହିଲେ -‘ସେ ୧୫ ବର୍ଷ ବୟସର ଆଉ…’

ନୂଆଦିଲ୍ଲୀ,୨୬।୬: ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଆଜି, ଅର୍ଥାତ ଶୁକ୍ରବାର ଜୁନ ୨୬ରେ ଅନୁଷ୍ଠିତ ହେବ। ଏହି ମ୍ୟାଚରେ ୧୫ ବର୍ଷୀୟ ବୈଭବ…

ବଲିଉଡ ଇଣ୍ଡଷ୍ଟ୍ରିରେ ୩୪ ବର୍ଷ ପୂରଣ କଲେ ଶାହରୁଖ

ବଲିଉଡର କିଙ୍ଗ୍‌ ଶାହରୁଖ ଖାନ ଇଣ୍ଡଷ୍ଟ୍ରିରେ ୩୪ ବର୍ଷ ପୂରଣ କରିଛନ୍ତି। ଏହି କୃତିତ୍ୱ ପାଇଁ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ। ୨୫ ଜୁନ ୧୯୯୨ରେ ବଲିଉଡର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri