ଏକାଠି କଲା ଢେଙ୍କାନାଳ ବରା

ନା ଥିଲା ଦଳୀୟ ଭାବନା, ନା ବାଛବିଚାର। ରାଜନେତାଙ୍କଠାରୁ ଆରମ୍ଭ କରି ପଦସ୍ଥ ପ୍ରଶାସନିକ ଅଧିକାରୀ, ବ୍ୟବସାୟୀଙ୍କଠାରୁ ବରିଷ୍ଠ ନାଗରିକ। ସ୍ବାଦିଷ୍ଟ ଆଳୁଦମ୍‌ ସହିତ ମୁସୁମୁସିଆ ଗରମ ବରାର ମଜା ନେବା ବେଳକୁ ସମସ୍ତଙ୍କ ମୁହଁରୁ ଆପେ ଆପେ ବାହାରି ଆସୁଥିଲା ବାଃ କେତେ ସ୍ବାଦିଷ୍ଟ। ଢେଙ୍କାନାଳ ସଚେତନ ନାଗରିକ ଫୋରମ୍‌ ପକ୍ଷରୁ ଶୁକ୍ରବାର ଗୋପବନ୍ଧୁ ଟାଉନ୍‌ ହଲ ପରିସରରେ ପ୍ରଥମ କରି ‘ବରା ଦିବସ’ ପାଳନ କରାଯାଇଥିବାବେଳେ ଏଭଳି ଅଭିନବ କାର୍ଯ୍ୟକ୍ରମ ଏକାଠି କରିଥିଲା ସହରର ଆବାଳବୃଦ୍ଧବନିତାଙ୍କୁ।

 

ଢେଙ୍କାନାଳ ଅଫିସ, ୮।୪: ସମଗ୍ର ରାଜ୍ୟରେ ସ୍ବତନ୍ତ୍ର ପରିଚୟ ହାସଲ କରିଛି ଢେଙ୍କାନାଳ ବରା। ସମ୍ପୂର୍ଣ୍ଣ ଦେଶୀୟ ଶୈଳୀରେ ପ୍ରସ୍ତୁତ କରାଯାଉଥିବା ଏହି ସ୍ବାଦିଷ୍ଟ ପାରମ୍ପରିକ ଖାଦ୍ୟ ଜିଲାକୁ ଦେଇଛି ସ୍ବତନ୍ତ୍ର ପରିଚୟ। ପରିବର୍ତ୍ତିତ ସମୟରେ ଏହାର ଲୋକପ୍ରିୟତା ଆହୁରି ବଢ଼ିବାରେ ଲାଗିଥିବାବେଳେ ଶୁକ୍ରବାର ଢେଙ୍କାନାଳ ସଚେତନ ନାଗରିକ ଫୋରମ ପକ୍ଷରୁ ପାଳିତ ହୋଇଛି ପ୍ରଥମ ବରା ଦିବସ। ଏହି ଅଭିନବ କାର୍ଯ୍ୟକ୍ରମରେ ୫୦୦ରୁ ଊର୍ଦ୍ଧ୍ୱ ସହରବାସୀ ସାମିଲ ହୋଇଥିବାବେଳେ ଗୋପବନ୍ଧୁ ଟାଉନ୍‌ ହଲ୍‌ ପରିସରରେ ସୃଷ୍ଟି ହୋଇଥିଲା ଭିନ୍ନ ପରିବେଶ।
ଦେଶୀ ବିରି, ଚାଉଳ, ଆମ୍ବକଷିଆ ଅଦା, କଞ୍ଚା ଲଙ୍କା, ପିଆଜ ମିଶ୍ରଣରେ ବରା ପ୍ରସ୍ତୁତ କରିଥିଲେ ଅଞ୍ଚଳର କାରିଗର ରତ୍ନାକର ସାହୁ। ଏଥିସହ ଆଳୁଦମ୍‌ ମଧ୍ୟ ପରିବେଷଣ କରାଯାଇଥିଲା। ପିଆଜ, ଲଙ୍କା ଛଣା ସହିତ ଏହାର ମଜା ନେଇଥିଲେ ବହୁ ସହରବାସୀ। ସକାଳ ୮ଟାରୁ ଆରମ୍ଭ ହୋଇଥିବା ବରା ଦିବସ କାର୍ଯ୍ୟକ୍ରମ ପୂର୍ବାହ୍ନ ୧୧ଟା ଯାଏ ଚାଲିଥିଲା। ଢେଙ୍କାନାଳ ସଚେତନ ନାଗରିକ ଫୋରମ୍‌ର କାର୍ଯ୍ୟକାରୀ ସଭାପତି ବିଶ୍ୱନାଥ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏମ୍‌ପି ମହେଶ ସାହୁ ଯୋଗଦେଇ କହିଲେ, ଢେଙ୍କାନାଳ ତିନୋଟି ବିଷୟକୁ ନେଇ ରାଜ୍ୟ ଓ ଜାତୀୟସ୍ତରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ସେଥିରେ ପ୍ରଥମଟି କପିଳାସର ମହାପ୍ରଭୁ ଶ୍ରୀ ଚନ୍ଦ୍ରଶେଖର ଜୀଉଙ୍କ ପୀଠ, ଦ୍ୱିତୀୟଟି ସର୍ବକନିଷ୍ଠ ଶହୀଦ ବାଜି ରାଉତ ଏବଂ ତୃତୀୟଟି ହେଉଛି ପ୍ରସିଦ୍ଧ ବରା। ପଖାଳ ଦିବସ ଭଳି ସଚେତନ ନାଗରିକ ଫୋରମ୍‌ ପକ୍ଷରୁ ବରା ଦିବସ ନିଆରା ଭାବେ ପାଳନ ହେବା ଖୁସିର ବିଷୟ ବୋଲି ଏମ୍‌ପି କହିଥିଲେ। ସମ୍ମାନିତ ଅତିଥି ଭାବେ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର, ଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ର, ଜିଲା ଓକିଲ ସଂଘ ସଭାପତି ଗୋପାଳଚନ୍ଦ୍ର ପାତ୍ର, ସମବାୟବିତ୍‌ ଅକ୍ଷୟ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ବତନ ମନ୍ତ୍ରୀ ନବୀନଚନ୍ଦ୍ର ନାରାୟଣ ଦାସ, ସମ୍ପାଦକ ଭରତ ଦାସ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଢେଙ୍କାନାଳର ଲୋକପ୍ରିୟ ବରା ଇତିହାସ ବହୁ ପ୍ରାଚୀନ। ସ୍ବାଧୀନତା ପୂର୍ବରୁ ରାଜତନ୍ତ୍ର ଶାସନ ଥିବାବେଳେ ବରା ଅଞ୍ଚଳବାସୀଙ୍କ ଭାବାବେଗ ସହିତ ଯୋଡ଼ିହୋଇ ଆସିଛି। ବିଶେଷକରି ସହରବାସୀଙ୍କ ପାଇଁ ଏହା ନିତିଦିନିଆ ଖାଦ୍ୟ ସାରଣୀରେ ସାମିଲ ହୋଇଛି। ଏହି ପାରମ୍ପରିକ ଖାଦ୍ୟକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ପାଇଁ ଉଦ୍ୟମ କରାଯିବା ଜରୁରୀ ବୋଲି ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।

ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି
ଢେଙ୍କାନାଳ ସଚେତନ ନାଗରିକ ଫୋରମ ପକ୍ଷରୁ ପ୍ରଥମ ଥର ବରା ଦିବସ ପାଳନ କରାଯାଇଛି। ପାଇଛା ସାହୁ, ଭାଗବତ ସାହୁ, କୁ୍‌ଞ୍ଜ ସାହୁ ପ୍ରମୁଖଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଢେଙ୍କାନାଳ ବରା ସମଗ୍ର ରାଜ୍ୟରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏହା ଆମର ପାରମ୍ପରିକ ଖାଦ୍ୟ ଭିତରୁ ଗୋଟିଏ।
-ବିଶ୍ୱନାଥ ବେହେରା, କାର୍ଯ୍ୟକାରୀ ସଭାପତି, ସଚେତନ ନାଗରିକ ଫୋରମ୍‌
ବୈଶାଖ ମାସ ପ୍ରଥମ ଦିନ ‘ବରା ଦିବସ’
ଢେଙ୍କାନାଳ ବରା ସର୍ବଜନ ଆଦୃତ। ବାହାର ଲୋକ ଢେଙ୍କାନାଳକୁ ଆସିଲେ ପ୍ରଥମେ ଏଠାକାର ବରା ଖାଇବାକୁ ଖୋଜନ୍ତି। ସନାତନ ଧର୍ମର କ୍ୟାଲେଣ୍ଡର ଅନୁଯାୟୀ ବର୍ଷର ପ୍ରଥମ ମାସ ତଥା ବୈଶାଖର ପ୍ରଥମ ଦିନରେ ପ୍ରଥମ କରି ବରା ଦିବସ ପାଳନ କରାଯାଇଛି। ଏହା ପ୍ରତିବର୍ଷ ଜାରି ରହିବ।
-ଭରତ କୁମାର ଦାସ, ସମ୍ପାଦକ, ସଚେତନ ନାଗରିକ ଫୋରମ୍‌


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri