ମୁମ୍ବାଇ,୧୭ା୩: ବଲିଉଡ୍ର ଭେଟେରାନ ଅଭିନେତା ଧର୍ମେନ୍ଦ୍ର ପୁରୁଣା ଦିନରୁ ଆଜି ପର୍ଯ୍ୟନ୍ତ ଯୁବପିଢ଼ିଙ୍କୁ ବହୁତ ଭଲପାଆନ୍ତି। କେବଳ ଫିଲ୍ମରେ ନୁହେଁ, ୮୬ ବର୍ଷ ବୟସରେ ବି ସୋସିଆଲ ମିଡିଆରେ ସେ ବହୁତ ଆକ୍ଟିଭ୍ ଅଟନ୍ତି। ଅଧିକାଂଶ ସମୟରେ ପ୍ରଶଂସକମାନଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ସୋସିଆଲ ମିଡିଆରେ ଅନେକ ଭିଡିଓ ଏବଂ ଫଟୋ ଶେୟାର କରିଥାନ୍ତି। ପ୍ରଶଂସକମାନେ ଧର୍ମେନ୍ଦ୍ରଙ୍କୁ ବହୁତ ଭଲ ପାଆନ୍ତି, ଖୁସି ବି ହୁଅନ୍ତି। ବର୍ତ୍ତମାନ ଏହି ଭେଟେରାନ ଅଭିନେତା ତାଙ୍କ ଇନ୍ଷ୍ଟାଗ୍ରାମରେ ପୁଅ ସନ୍ନି ଦେଓଲଙ୍କ ସହ ଏକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ସେ ତାଙ୍କର ହୃଦୟସ୍ପର୍ଶୀ ସ୍ଥିତିକୁ ପ୍ରକାଶ କରିଛନ୍ତି। ତାଙ୍କ ଜୀବନରେ ଏହି ମୁହୂର୍ତ୍ତଗୁଡିକ କେତେ କଷ୍ଟକର ତାହା କହିଛନ୍ତି।
ଧର୍ମେନ୍ଦ୍ର ତାଙ୍କ ଟୁଇଟର ପେଜ୍ରେ ସନ୍ନିଙ୍କ ସହ ଫଟୋଟି ଶେୟାର କରିଛନ୍ତି। ସେ ପର୍ବତ ଉପରେ ପୁଅ ସନ୍ନିଙ୍କ ସହିତ ମଜା କରୁଥିବା ଦେଖିବାକୁ ମିଳିଛି। ଧର୍ମେନ୍ଦ୍ର ଏକ ଜ୍ୟାକେଟ ପିନ୍ଧିଛନ୍ତି, ମୁଣ୍ଡରେ ରହିଛି ଏକ କ୍ୟାପ୍। ଅନ୍ୟପକ୍ଷରେ ସନ୍ନି ଧୂସର ରଙ୍ଗର ଏକ ଶର୍ଟ ଏବଂ କଳା ପ୍ୟାଣ୍ଟରେ ନଜର ଆସିଛନ୍ତି। ସେମାନଙ୍କ ପଛରେ ପର୍ବତ ରହିଛି। ଯାହା ସମ୍ପୂର୍ଣ୍ଣ ବରଫରେ ଆଚ୍ଛାଦିତ। ଏହି ଫଟୋ ଶେୟାର କରି ଧର୍ମେନ୍ଦ୍ର କ୍ୟାପଶନରେ ଲେଖିଛନ୍ତି, ‘ସନ୍ନିଙ୍କ ସହ ସମୟ ଅତିବାହିତ କରି ବହୁତ ଖୁସି, ପରସ୍ପର ସହ ସମୟ ଅତିବାହିତ କରିବାର କୌଣସି ସୁଯୋଗ ନାହିଁ’।