Posted inଜାତୀୟ

ୟୁଜିସି ବିବାଦକୁ ନେଇ ମୁହଁ ଖୋଲିଲେ ଧର୍ମେନ୍ଦ୍ର ପ୍ରଧାନ: କହିଲେ କ୍ୟାମ୍ପସ୍‌ରେ…

ନୂଆଦିଲ୍ଲୀ,୨୮।୧: ୟୁଜିସି ଗାଇଡ୍‌ଲାଇନ୍‌କୁ ନେଇ ବିବାଦ ସୃଷ୍ଟିହେବା ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, କ୍ୟାମ୍ପସ୍‌ରେ ଜାତିଗତ ଭେଦଭାବ ଦୂରକରିବା ପାଇଁ ଜାରି ନିୟମର ଦୁରୁପଯୋଗ ହେବାକୁ ଦିଆଯିବ ନାହିଁ। ଏହା ୟୁଜିସି, ଭାରତ ସରକାର ଓ ରାଜ୍ୟ ସରକାରଙ୍କ ଦାୟିତ୍ୱ। ସମ୍ବିଧାନ ପରିସର ଭିତରେ ସମସ୍ତ କାର୍ଯ୍ୟ କରାଯିବ। ଏହି ବିଷୟ ସୁପ୍ରିମକୋର୍ଟଙ୍କ ବିଚାରାଧୀନ ଅଛି। ଏଥିରେ ଯେମିତି କୌଣସି ଭେଦଭାବ ନ ହେବ, ତାହା ସେ ସୁନିଶ୍ଚିତ କରିବେ ବୋଲି ଧର୍ମେନ୍ଦ୍ର କହିଛନ୍ତି। ପ୍ରକାଶ ଯେ, ଗତ ଜାନୁଆରୀ ୧୩ରେ ପ୍ରମୋଶନ୍‌ ଅଫ୍‌ ଇକ୍ୱିଟି ଇନ୍‌ ହାୟର ଏଜୁକେଶନ୍‌ ଇନ୍‌ଷ୍ଟିଚ୍ୟୁଶନ୍ସ ରେଗୁଲେଶନ୍‌, ୨୦୨୬କୁ ନେଇ ବିବାଦ ମୁଣ୍ଡ ଟେକିଛି।

ଦେଶର ୟୁନିଭିର୍ସିଟି ଏବଂ ଉଚ୍ଚ ଶିକ୍ଷାନିଷ୍ଠାନଗୁଡ଼ିକରେ ଜାତିଗତ ବୈଷମ୍ୟ ଦୂରକରିବା ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ଏକ ନୂଆ ନିୟମ କରାଯାଇଛି। ତଦନୁସାରେ ପ୍ରତ୍ୟେକ ଉଚ୍ଚ ଶିକ୍ଷାନୁଷ୍ଠାନରେ ଇକ୍ୱାଲ ଅପର୍ଚୁନିଟି ସେଣ୍ଟର ଏବଂ ଇକ୍ୱିଟି କମିଟି ଗଠନ କରାଯିବ। ଏଥିସହ ଜାତିଗତ ବୈଷମ୍ୟର ଶିକାର ହେଉଥିବା ଛାତ୍ରୀଛାତ୍ରଙ୍କୁ ସହାୟତା ପ୍ରଦାନ ପାଇଁ ୨୪X୭ ଅଭିଯୋଗ ଶୁଣାଣି ବ୍ୟବସ୍ଥା କରାଯିବ। କାହା ସହ ଭେଦଭାବ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏଥିରେ ନିୟମ ରହିଛି। ତେବେ ଏହାକୁ ନେଇ ଉଚ୍ଚ ଜାତିର ଛାତ୍ରୀଛାତ୍ର ଓ ଶିକ୍ଷକମାନେ ଆପତ୍ତି ଉଠାଇଛନ୍ତି। ଉକ୍ତ ନିୟମର ଭାଷା ଅସ୍ପଷ୍ଟ ଥିବାରୁ ମିଥ୍ୟା ଅଭିଯୋଗ ବଳରେ ଏହାର ଦୁରୁପଯୋଗ ହେବା ଆଶଙ୍କା କରି କେତେଜଣ ଛାତ୍ରୀଛାତ୍ର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଏକ ପିଟିଶନରେ ୟୁଜିସିର ନୂଆ ନିୟମକୁ ଚ୍ୟାଲେଞ୍ଜ କରାଯାଇଛି। ବିଶେଷକରି ଉକ୍ତ ନିୟମରେ ସାଧାରଣ ବର୍ଗର ଛାତ୍ରୀଛାତ୍ର ଓ ଫାକଲ୍ଟିମାନଙ୍କୁ ବାଦ୍‌ ଦିଆଯାଇଥିବାରୁ ଜାତିଗତ ବୈଷମ୍ୟର ପରିଭାଷାକୁ ସଂକୀର୍ଣ୍ଣ ବୋଲି ଦର୍ଶାଯାଇଛି। ଏହି ନିୟମ ସମ୍ବିଧାନ ପ୍ରଦତ୍ତ ମୌଳିକ ଅଧିକାରଗୁଡ଼ିକର ଉଲ୍ଲଂଘନ କରୁଥିବା ଅଭିଯୋଗ ଅଣାଯାଇଛି। ଏଥିସହ ନିୟମକୁ ନିରପେକ୍ଷ ଭାବେ ପୁନଃ ପରିଭାଷିତ କରିବା ପାଇଁ ୟୁଜିସିକୁ ନିର୍ଦ୍ଦେଶ ଦିଆଯାଉ ବୋଲି ନିବେଦନ କରାଯାଇଛି। ସମସ୍ତ ଛାତ୍ରୀଛାତ୍ରଙ୍କ ପାଇଁ ସହାୟକ ହେବା ଭଳି ସମାନତା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଅନ୍ତରୀଣ ନିର୍ଦ୍ଦେଶ ଦେବାକୁ ଆବେଦନରେ ଉଲ୍ଲେଖ କରାଯାଇଛି।

ଆବେଦନକାରୀଙ୍କ ମତରେ ‘ଜାତିଗତ ବୈଷମ୍ୟ’ର ପରିସରକୁ କେବଳ ତଫସିଲଭୁକ୍ତ ଜାତି (ଏସ୍‌ସି), ତଫସିଲଭୁକ୍ତ ଜନଜାତି (ଏସ୍‌ଟି) ଏବଂ ଅନ୍ୟ ପଛୁଆବର୍ଗ (ଓବିସି) ବର୍ଗରେ ସୀମିତ କରିଦେବା ଦ୍ୱାରା ୟୁଜିସି ସାଧାରଣ ବା ଅଣସଂରକ୍ଷିତଙ୍କ ପାଇଁ ବ୍ୟବସ୍ଥାଗତ ସୁରକ୍ଷା ଓ ଅଭିଯୋଗ ଶୁଣାଣି ପ୍ରତି ଅଣଦେଖା କରିଛି। ସାଧାରଣ ବର୍ଗର ପିଲା ନିର୍ଯାତନାର ଶିକାର ହେଲେ ସେମାନଙ୍କୁ ନ୍ୟାୟ ପ୍ରଦାନର ବ୍ୟବସ୍ଥା ଏଥିରେ କରାଯାଇନାହିଁ। ତେଣୁ ଇକ୍ୱାଲ ଅପର୍ଚୁନିଟି ସେଣ୍ଟର, ଇକ୍ୱିଟି ହେଲ୍‌ପଲାଇନ୍ସ ଏବଂ ଓମ୍‌ବୁଡ୍ସପର୍ସନ ବ୍ୟବସ୍ଥାକୁ ସମସ୍ତ ଛାତ୍ରୀଛାତ୍ରଙ୍କ ପାଇଁ ଉପଲବ୍ଧ କରାଯାଉ ବୋଲି ଏଥିରେ ଅନୁରୋଧ କରାଯାଇଛି।

ଉଲ୍ଲେଖଯୋଗ୍ୟ, ହାଇଦ୍ରାବାଦ ସେଣ୍ଟ୍ରାଲ ୟୁନିଭର୍ସିଟିର ଦଳିତ ଛାତ୍ର ରୋହିତ ଭେମୁଲାଙ୍କ ମୃତ୍ୟୁ ପରେ ଏହି ବିଷୟ ପ୍ରଥମେ ସୁପ୍ରିମକୋର୍ଟକୁ ଯାଇଥିଲା। ସେ ଜାତିଆଣ ଭେଦଭାବର ଶିକାର ହୋଇ ଆତ୍ମହତ୍ୟା କରିଥିବାରୁ ୨୦୧୨ର ରାଗିଂ ନିରୋଧୀ ଗାଇଡ୍‌ଲାଇନ୍‌ରେ ପରିବର୍ତ୍ତନ ଅଣାଯାଇଥିଲା। ତେବେ ଉକ୍ତ ଗାଇଡ୍‌ଲାଇନ୍‌ କେବଳ କାଗଜକଲମରେ ସୀମିତ ରହିଥିବା ଏବଂ ଏହାକୁ ଉପଯୁକ୍ତ ଭାବେ କାର୍ଯ୍ୟକାରୀ କରାଯାଉ ନ ଥିବା ସୁପ୍ରିମକୋର୍ଟ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବର୍ବାଦର କାଉଣ୍ଟଡାଉନ ଆରମ୍ଭ! ଇରାନ ଆଡକୁ ଆଉ ଏକ ସାମରିକ ନୌବାହିନୀ ପଠାଇଲା ଆମେରିକା, ଟ୍ରମ୍ପ କହିଲେ…

ଓ୍ବାଶିଂଟନ୍‌,୨୮।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନ ପ୍ରତି ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛନ୍ତି। ସେ ଦାବି କରିଛନ୍ତି ଯେ ଏକ ବିଶାଳ ଆମେରିକୀୟ ନୌସେନା…

ହଠାତ୍‌ ପ୍ଲେବ୍ୟାକ ସିଙ୍ଗିଙ୍ଗ୍‌ରୁ କାହିଁକି ସନ୍ନ୍ୟାସ ନେଲେ ଅରିଜିତ? ଅସଲ କାରଣ ଖୋଲି କହିଦେଲେ ଗାୟକ

ମୁମ୍ବାଇ: ପ୍ରଖ୍ୟାତ ଗାୟକ ଅରିଜିତ ସିଂ ପ୍ଲେବ୍ୟାକ ସିଙ୍ଗିଙ୍ଗ୍‌ରୁ ଅବସର ଘୋଷଣା କରିବା ପରେ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଯାଇଛି। କେହି କଳ୍ପନା କରିନଥିଲେ…

ଆଜି ୪ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ: ଜାଣନ୍ତୁ କେତେଟାରୁ…

ପୁରୀ,୨୬ା୧(ଅଜିତ୍‌ କୁମାର ମହାନ୍ତି):ମାଘ ଶୁକ୍ଳପକ୍ଷ ଦଶମୀ ତିଥି ବୁଧବାର ଅବସରରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କର ବନକ ଲାଗି ନୀତି ଅନୁଷ୍ଠିତ ହେବ। ଏହା ଗୁପ୍ତନୀତି ହୋଇଥିବାରୁ ସନ୍ଧ୍ୟା ୬ଟାରୁ…

ଏକୁଟିଆ ପଡ଼ିଗଲେ ଟ୍ରମ୍ପ, ଭାରତ ହେବ ନୂଆ କିଙ୍ଗ୍‌! ହେବାକୁ ଯାଉଛି ବଡ଼ ଚୁକ୍ତି

ନୂଆଦିଲ୍ଲୀ,୨୮।୧: ବିଶ୍ୱ ଅର୍ଥନୈତିକ ଏବଂ ବାଣିଜ୍ୟ ରାଜନୀତି ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷାବାଦୀ ନୀତି, ଉଚ୍ଚ ଶୁଳ୍କ ଏବଂ ଅନିଶ୍ଚିତ…

ଗୋଟିଏ ଲାଇଭ ଶୋ ପାଇଁ ନିଅନ୍ତି କୋଟି କୋଟି ଟଙ୍କା, ଅରିଜିତ ସିଂଙ୍କ ସମ୍ପତ୍ତି ମୂଲ୍ୟ ଜାଣିଲେ…

ମୁମ୍ବାଇ: ପ୍ରସିଦ୍ଧ ବଲିଉଡ ଗାୟକ ଅରିଜିତ ସିଂ ଅନେକ ଫିଲ୍ମରେ ଗୀତ ଗାଇ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ସେ ଯେକୌଣସି ଗୀତକୁ କିପରି ଜୀବନ୍ତ କରିବେ ତାହା…

ତଦନ୍ତର ରିଆଲିଟି ଶୋ

ପ୍ରାତଃ ଭ୍ରମଣ ପାଇଁ ମୁଁ ମୋ ଘର ପାଖ ଏକ ପାର୍କକୁ ପ୍ରତିଦିନ ଯାଏ। ପାର୍କରେ ଡ୍ୟୁଟି କରୁଥିବା ଜଣେ ସିକ୍ୟୁରିଟି ଗାର୍ଡ ଦିନେ ମୋ ନିକଟକୁ…

ଗଣତନ୍ତ୍ରରେ ବ୍ୟକ୍ତିତନ୍ତ୍ର

ଗଣତନ୍ତ୍ରରେ ବ୍ୟକ୍ତିର ନିଜସ୍ବ ମତ ଉପସ୍ଥାପନ କରିବାର ସୁଯୋଗ ଥାଏ କିନ୍ତୁ ସଂଖ୍ୟାଗରିଷ୍ଠ ମତକୁ ସମସ୍ତଙ୍କୁ ସ୍ବୀକାର କରିବାକୁ ପଡ଼ିଥାଏ। ସ୍ବେଚ୍ଛାଚାରିତାର ସ୍ଥାନ ନାହିଁ କି ବ୍ୟକ୍ତିବାଦିତାକୁ…

ଖଣ୍ଡଗିରିରେ ଯାତ୍ରା ମହାସମର: କମିଲା ସିଟ୍‌ ସଂଖ୍ୟା

ଭୁବନେଶ୍ୱର, ୨୮ା୧(ଅନୁରାଧା ମହାରଣା/ତ୍ରିନାଥ ମହାନ୍ତି):ଖଣ୍ଡଗିରି କୁମ୍ଭମେଳାରେ ମଙ୍ଗଳବାର ପ୍ରଥମ ପର୍ଯ୍ୟାୟରେ ୪ଟି ଯାତ୍ରା ଅନୁଷ୍ଠାନ ଯାତ୍ରା ମହାସମରକୁ ଓହ୍ଲାଇଥିବାବେଳେ ଦର୍ଶକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଇନ୍ଦିରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri