ଓଡ଼ିଶାରେ ଧର୍ମେନ୍ଦ୍ର ପ୍ରଧାନ: ଆସୁ ଆସୁ କହିଦେଲେ ଏମିତି…ରାଜନୀତିରେ ଖେଳିଗଲା ହଇଚଇ

ଭୁବନେଶ୍ୱର, ୨୯।୭: ସିଜେପିର ବିକ୍ଷୋଭ ପ୍ରଦର୍ଶନ ପରେ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏହାପରେ ସେ ପ୍ରଥମଥର ଓଡ଼ିଶା ଗସ୍ତରେ ଆସିଛନ୍ତି। ମଙ୍ଗଳବାର ଦିଲ୍ଲୀରୁ ବାହାରି ସକାଳ ୧୧ଟାରେ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିଲେ। ଏହାପରେ ଭୁବନେଶ୍ୱର ଠାରେ ପୂଜ୍ୟ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଜୀବନୀ ଓ ସାଧନା ଆଧାରିତ ପୁସ୍ତକ ‘ବେଦାନ୍ତ କେଶରୀ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ: କୃତି ଓ ବ୍ୟକ୍ତିତ୍ୱ’ ଉନ୍ମୋଚନ ସମାରୋହରେ ଯୋଗ ଦେଇଥିଲେ। ଏହାକୁ ନେଇ ଧର୍ମେନ୍ଦ୍ର ଏକ୍ସରେ କହିଛନ୍ତି, ସ୍ବାମୀଜୀ ହେଉଛନ୍ତି ସମଗ୍ର ଓଡ଼ିଶା ତଥା ସମ୍ପୂର୍ଣ୍ଣ ହିନ୍ଦୁ ସମାଜର ଅତ୍ୟନ୍ତ ଶ୍ରଦ୍ଧାର କେନ୍ଦ୍ରବିନ୍ଦୁ । ଆଜି ଉନ୍ମୋଚିତ ଗ୍ରନ୍ଥଟି କେବଳ ଏକ ପୁସ୍ତକ ନୁହେଁ, ବରଂ ଏହି ଯୁଗପୁରୁଷଙ୍କ ସାଧନା, ସଂଘର୍ଷ ଓ ତପସ୍ୟାର ଅମୃତ ଆଲେଖ୍ୟ, ଯାହାର ଆବଶ୍ୟକତା ବହୁ ଦିନରୁ ଅନୁଭୂତ ହେଉଥିଲା । ଏହି ପୁସ୍ତକର ଶୁଭାରମ୍ଭ କରିଥିବାରୁ ମାନନୀୟ ସରକାର୍ଯ୍ୟବାହଙ୍କୁ ଅଶେଷ ଧନ୍ୟବାଦ ।

ସ୍ବାମୀଜୀ ନିଜେ ଦୀପ ଭଳି ଜଳି ଅନ୍ୟଙ୍କ ଜୀବନରେ ଆଲୋକ ଭରିଦେଇଥିଲେ । ସେ ଯେଉଁ ମୂଲ୍ୟବୋଧ, ସମାଜସେବା ଓ ରାଷ୍ଟ୍ରରକ୍ଷା ପାଇଁ ନିଜ ଜୀବନକୁ ଆହୁତି ଦେଇଥିଲେ, ତାଙ୍କର ସେହି ପ୍ରେରଣା ଓ ସଂକଳ୍ପକୁ ଆତ୍ମସାତ୍‌ କରି ୨୦୩୬ ଏବଂ ୨୦୪୭ ସୁଦ୍ଧା ଓଡ଼ିଶା ଓ ଭାରତକୁ ଆଗକୁ ନେବା ଆମ ସମସ୍ତଙ୍କର କର୍ତ୍ତବ୍ୟ ।

ଆଜିର ପବିତ୍ର ଅବସରରେ ସ୍ବାମୀଜୀଙ୍କୁ ମୋର ପ୍ରଣାମ ଜଣାଇବା ସହ ଗ୍ରନ୍ଥାବଳୀର ଲେଖକ ତଥା ଉତ୍କଳ ପ୍ରାନ୍ତର ପୂର୍ବତନ ପ୍ରାନ୍ତ ସଂଘ ଚାଳକ ଶ୍ରୀ ବିପିନ ବିହାରୀ ନନ୍ଦ, ଉତ୍କଳ ପ୍ରାନ୍ତ ଭାରତୀୟ ଶିକ୍ଷଣ ମଣ୍ଡଳର ପ୍ରାକ୍ତନ ଅଧ୍ୟକ୍ଷ ଡଃ ବାଞ୍ଛାନିଧି ପଣ୍ଡା ଓ ପ୍ରକାଶକଙ୍କୁ ଧନ୍ୟବାଦ ଜଣାଉଛି ଏବଂ ପୁସ୍ତକର ସର୍ବସଫଳତା କାମନା କରୁଛି ।

Odisha’s No.1 Odia Daily